ETV Bharat / sports

ମହିଳା ପ୍ରିମିୟର ଲିଗ: ଗୁଜୁରାଟକୁ ହରାଇ ପ୍ଲେ ଅଫ୍‌ରେ ମୁମ୍ବାଇ - WPL 2024

WPL 2024: WPLରେ ପ୍ରଥମ ଦଳ ଭାବେ ପ୍ଲେ ଅଫ୍‌କୁ ପ୍ରବେଶ କଲା ମୁମ୍ବାଇ ଇଣ୍ଡିଆନ୍ସ । 7 ଓ୍ବିକେଟରେ ହାରିଲା ଗୁଜୁରାଟ । ଅଧିକ ପଢନ୍ତୁ

ମହିଳା ପ୍ରିମିୟର ଲିଗ
WPL 2024
author img

By ETV Bharat Odisha Team

Published : Mar 10, 2024, 7:59 AM IST

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗର 16ତମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସର ଦମଦାର ବିଜୟ । 7 ଓ୍ବିକେଟରେ ଗୁଜୁରାଟ ଜିଆଣ୍ଟ୍ସକୁ ହରାଇ ପଏଣ୍ଟ ଟେବୁଲର ଶୀର୍ଷରେ ମୁମ୍ବାଇ ଇଣ୍ଡିଆନ୍ସ । ପ୍ରଥମ ଦଳ ଭାବେ ପ୍ଲେ ଅଫ୍‌କୁ ପ୍ରବେଶ କରିଛି ମୁମ୍ବାଇ । ହର୍ମନପ୍ରୀତ କୌରଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁଁ ଚଳିତ ସିଜିନରେ ପଞ୍ଚମ ବିଜୟ ହାସଲ କରିଛି । 5ଟି ମ୍ୟାଚରେ ପରାଜିତ ହୋଇ ଶେଷରେ ରହିଛି ଗୁଜୁରାଟ । ମୁନି ଓ ହେମଲତାଙ୍କ ଅର୍ଦ୍ଧଶତକ ଦଳକୁ କରାଇ ପାରିଲାନି ବିଜୟ ।

ଏହା ମଧ୍ୟ ପଢନ୍ତୁ-ମହିଳା ପ୍ରିମିୟର ଲିଗ: 42 ରନରେ ୟୁପିକୁ ମାତ ଦେଲା ମୁମ୍ବାଇ

ଶନିବାର ସନ୍ଧ୍ୟା 7ଟା 30ରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସଓ ଗୁଜୁରାଟ ଜିଆଣ୍ଟ୍ସ ମଧ୍ୟରେ ଖେଳ ଆରମ୍ଭ ହୋଇଥିଲା । ଟସ୍ ଜିତି ପ୍ରଥମ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଗୁଜୁରାଟ । ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଳାଇଥିଲେ ଲୌରା ଉଲଭାର୍ଟ ଓ ବେଥ ମୁନି । ମାତ୍ର 13 ରନ କରି ଲୌରା ପାଭିଲିୟନକୁ ଫେରିବା ପରେ ତିନି ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ ଡି ହେମଲତା । ଉଭୟ ଗୋଟିଏ ପରେ ଗୋଟିଏ ସଟ ଖେଳି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଦଳୀୟ ସ୍କୋର 139 ହୋଇଥିବା ବେଳେ ଦ୍ବିତୀୟ ଓ୍ବିକେଟ ପଡିଥିଲା । ମୁନି 66 ରନ କରି ଆଉଟ ହୋଇଥିଲେ । ମାତ୍ର ହେମଲତାଙ୍କୁ ଅଟକାଇବା ମୁମ୍ବାଇ ବୋଲରଙ୍କ ନିକଟରେ ସହଜ ହୋଇନଥିଲା । ସେ ବ୍ୟକ୍ତିଗତ 74 ରନ କରି ଆଉଟ ହୋଇଥିଲେ । 20 ଓଭରରେ ଦଳ 7 ଓ୍ବିକେଟ ହରାଇ 190 ରନ କରିଥିଲା ।

ଏହା ମଧ୍ୟ ପଢନ୍ତୁ-ମହିଳା ପ୍ରିମିୟର ଲିଗ: ଦିପ୍ତୀ ଶର୍ମାଙ୍କ ଅଲରାଉଣ୍ଡର ପ୍ରଦର୍ଶନ, 1 ରନରେ ଜିତିଲା ୟୁପି

ଏହାପରେ 191 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ମୁମ୍ବାଇ ଇଣ୍ଡିଆନ୍ସ । ୟସ୍ତିକା ଓ ହେଲି ମାଥ୍ୟୁସ ପ୍ରଥମରୁ ଆକ୍ରମକ ବ୍ୟାଟିଂ କରିଥିଲେ । ୟସ୍ତିକା 49 ରନ କରି ଅର୍ଦ୍ଧଶତକରୁ ବଞ୍ଚିତ ହୋଇ ଆଉଟ ହୋଇଥିବା ବେଳ ମାଥ୍ୟୁସ 18 ରନ କରି ପାଭିଲିୟନକୁ ଫେରିଥିଲେ । ଏହାପରେ ପାଳି ସମ୍ଭାଳିଥିଲେ ହର୍ମନପ୍ରୀତ । ଗୁଜୁରାଟ ବୋଲରଙ୍କ ବଲକୁ ବଡ ବଡ ସଟ ଖେଳିଥିଲେ । ମ୍ୟାଚ ଶେଷ ପର୍ଯ୍ୟନ୍ତ ସେ ଅପରାଜିତ ରହି ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ । 48 ବଲରୁ ସେ 95 ରନ ହାସଲ କରିଥିଲେ । ଗୋଟିଏ ବଲ ବାକି ଥାଇ 3 ଓ୍ବିକେଟ ହରାଇ ମୁମ୍ବାଇ 192 ରନ କରି ବିଜୟ ହାସଲ କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.