ETV Bharat / sports

ମହିଳା ପ୍ରିମିୟର ଲିଗରେ MIର ତୃତୀୟ ବିଜୟ, 7 ଓ୍ବିକେଟରେ ହାରିଲା RCB

author img

By ETV Bharat Odisha Team

Published : Mar 3, 2024, 7:03 AM IST

WPL 2024: ଡବ୍ଲୁପିଏଲରେ ମୁମ୍ବାଇର ତୃତୀୟ ବିଜୟ । ନବମ ମୁକାବିଲାରେ 7 ଓ୍ବିକେଟରେ ହାରିଲା ବାଙ୍ଗାଲୋର । ଅଧିକ ପଢନ୍ତୁ

WPL 2024
WPL 2024

ବେଙ୍ଗାଲୁରୁ: ମହିଳା ପ୍ରିମିୟର ଲିଗର ନବମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସର ଦମଦାର ବିଜୟ । ଆରସିବିକୁ 7 ଓ୍ବିକେଟରେ ପରାଜିତ କରି ଚଳିତ ସିଜିନରେ ତୃତୀୟ ବିଜୟ ହାସଲ କରିଛି MI । ସମସ୍ତଙ୍କୁ ପଛରେ ପକାଇ ପଏଣ୍ଟ ଟେବୁଲର ଶୀର୍ଷରେ ମୁମ୍ବାଇ । ମାତ୍ର 15.1 ଓଭରରେ ବିଜୟ ରନ ଲକ୍ଷ୍ୟ ହାସଲ କରି ଆରସିବିକୁ ପରାସ୍ତ କରିଛି ଦଳ । ଚଳିତ ସିଜିନରେ ଆରସିବିର ଦ୍ବିତୀୟ ପରାଜୟ ହୋଇଛି ।

ଶନିବାର ସନ୍ଧ୍ୟା 7ଟା 30 ମିନିଟରେ ବେଙ୍ଗାଲୁରୁ ସ୍ଥିତ ଏମ୍ ଚିନା ସ୍ବାମୀ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ଫିଲ୍ଡ ନିଷ୍ପତ୍ତି ନେଇଥିଲା ମୁମ୍ବାଇ । ଫଳରେ ବ୍ୟାଟିଂ ପାଇଁ ପ୍ରଥମେ ପଡିଆକୁ ଓହ୍ଲାଇଥିଲା ଆରସିବି । ଆରମ୍ଭ କରି ଓପନିଂ ଯୋଡି ସ୍ମୃତି ମାନ୍ଧନା ଓ ସୋଫି ରନ କରିବାରେ ବିଫଳ ହୋଇଥିଲେ । ଫଳରେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳୀୟ ସ୍କୋର 42 ବେଳକୁ 4ଟି ଓ୍ବିକେଟ ହରାଇଥିଲା ଟିମ । ଏମଆଇ ଦଳର ବୋଲରଙ୍କ ବଲଙ୍କୁ ସମ୍ମୁଖୀନ କରିବା ଯେମିତି ଆରସିବି ପାଖରେ କଠିନକର ହୋଇପଡିଥଲା । ଏଲିସା ପେରି ଅପରାଜିତ 44 ରନ କରିଥିବା ବେଳେ ଓ୍ବାରେହାମଙ୍କ 27 ଓ ଶୋଫେ ମୋଲିନକ୍ସଙ୍କ 12 ରନ ବଳରେ 20 ଓଭରରେ ଦଳ 6ଟି ଓ୍ବିକେଟ ହରାଇ 131 ରନ କରିବାକୁ ସକ୍ଷମ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-ମହିଳା ପ୍ରିମିୟର ଲିଗ, ତୃତୀୟ ବିଜୟ ହାସଲ ଲକ୍ଷ୍ୟରେ MI-RCB

ଏହାପରେ 132 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଏମଆଇ । ଓପନିଂ ଯୋଡି ଯସ୍ତିକା ଓ ହେଲି ଜବରଦସ୍ତ ପାଳି ଆରମ୍ଭ କରିଥିଲେ । ଉଭୟଙ୍କ ଯୋଡି 45 ରନ କରିଥିଲା । ୟସ୍ତିକା 31 ରନ କରି ଆଉଟ ହେବା ପରେ ପଡିଆଖୁ ଓହ୍ଲାଇଥିଲେ ନାତିଲା ସ୍କିଭର ବ୍ରଣ୍ଟ । ଏହାପରେ 26 ରନ କରି ହେଲି ଆଉଟ ହୋଇଥିଲେ । ଏହି ସମୟରେ ଦଳୀୟ ରନ 69 ରହିଥିଲା । ପରେ ବ୍ୟାଟିଂ କରିବାକୁ ଆସିଥିଲେ ଆମେଲିଆ କେର । ବିସ୍ଫୋରଣ ବ୍ୟାଟିଂ କରି ଦଳୀୟ ସ୍କୋରକୁ ସେ ଆଗକୁ ନେଇଥିଲେ । ଶେଷ ପର୍ଯ୍ୟନ୍ତ ମ୍ୟାଚ ଖେଳି ଅପରାଜିତ 40 ରନ କରି ଦଳକୁ ବିଜୟ ଭେଟି ଦେଇଥିଲେ ଆମେଲିଆ । 15.1 ଓଭରରେ ଦଳ 3ଟି ଓ୍ବିକେଟ ହରାଇ 133 ରନରେ ବିଜୟୀ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.