ETV Bharat / sports

ମହିଳା ପ୍ରିମିୟର ଲିଗ, ଗୁଜୁରାଟକୁ 25 ରନରେ ହରାଇ ଶୀର୍ଷରେ ଦିଲ୍ଲୀ - Gujarat Giants

WPL 2024: ଡବ୍ଲୁପିଏଲର ପେଣ୍ଟ ଟେବୁଲରେ ଖାତା ଖୋଲିବାରେ ବିଫଳ ଗୁଜୁରାଟ ଜିଆଣ୍ଟ୍ସ । ଚଳିତ ସିଜିନର 10 ମ୍ୟାଚରେ ଗୁଜୁରାଟକୁ ହରାଇଲା ଦିଲ୍ଲୀ । ଅଧିକ ପଢନ୍ତୁ

WPL 2024
WPL 2024
author img

By ETV Bharat Odisha Team

Published : Mar 4, 2024, 6:55 AM IST

ବେଙ୍ଗାଲୁରୁ: ଚଳିତ ମହିଳା ପ୍ରିମିୟର ଲିଗରେ ଗୁଜୁରାଟ ଜିଆଣ୍ଟ୍ସର ଚତୁର୍ଥ ପରାଜୟ । ଦଶମ ମ୍ୟାଚରେ 25 ରନରେ ଗୁଜୁରାଟକୁ ପରାଜୟ କଲା ଦିଲ୍ଲୀ କ୍ୟାପିଟାଲ୍ସ । ତୃତୀୟ ଥର ପାଇଁ ଡବ୍ଲୁପିଏଲରେ ଦିଲ୍ଲୀ ଟିମର ବିଜୟ ହୋଇଛି । କାମ ଦେଲାନି ମେଘ୍ନା ସିଂଙ୍କ 4 ଓ୍ବିକେଟ, ମେଗ ଲାନିଙ୍ଗଙ୍କ ଅର୍ଦ୍ଧଶତକ ବଳରେ ଜିତିଲା ଦିଲ୍ଲୀ । ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଲା ଦିଲ୍ଲୀ କ୍ୟାପିଟାଲ୍ସ, ଶେଷରେ ରହିଛି ଜିଆଣ୍ଟ୍ସ ।

ଏହା ମଧ୍ୟ ପଢନ୍ତୁ-ମହିଳା ପ୍ରିମିୟର ଲିଗ: ତୃତୀୟ ବିଜୟ ଲକ୍ଷ୍ୟରେ ଦିଲ୍ଲୀ, ପ୍ରଥମ ବିଜୟ ପାଇଁ ଫାଇଟ କରିବ ଗୁଜୁରାଟ

ରବିବାର ସନ୍ଧ୍ୟା 7ଟା 30 ମିନିଟରେ ବେଙ୍ଗାଲୁରୁ ସ୍ଥିତ ଏମ ଚିନାସ୍ବାମୀ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜୁରାଟ ଜିଆଣ୍ଟ୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଟିମ ଜିଆଣ୍ଟ୍ସ । ଫଳରେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଥିଲେ ଶେଫାଳି ବର୍ମା ଓ ମେଗ ଲାନିଙ୍ଗ । ଉଭୟଙ୍କ ଯୋଡି 20 ରନ କରିପାରିଥିଲା । ଶେଫାଳି 13 ରନ କରି ଆଉଟ ହେବା ପରେ ବ୍ୟାଟିଂ ପାଇଁ ପଡିଆକୁ ଆସିଥିଲେ ଅଲିସ କ୍ୟାପସୀ । ସେ 27 ରନ କରି ଆଉଟ ହୋଇଥିଲେ । ପରେ ଜେମିମା ବ୍ୟାଟିଂ କରିବାକୁ ଆସିଥିଲେ । ଜେମିମା ଓ ଲାନିଙ୍ଗ ମିଶି ଦଳୀୟ ସ୍କୋରକୁ 100 ପାର କରାଇଥିଲେ । ମେଗ ଲାନିଙ୍ଗ ଲଢୁଆ ବ୍ୟାଟିଂ କରି 55 ରନରେ ଆଉଟ ହୋଇଥିଲେ । ମେଘ୍ନା ସିଂଙ୍କ ଘାତକ ବୋଲିଂରେ ଘାଇଲା ହୋଇ 20 ଓଭରରେ 8 ଓ୍ବିକେଟ ହରାଇ 163 ରନ କରିଥିଲା ଦିଲ୍ଲୀ ।

ଏହା ମଧ୍ୟ ପଢନ୍ତୁ-ମହିଳା ପ୍ରିମିୟର ଲିଗରେ MIର ତୃତୀୟ ବିଜୟ, 7 ଓ୍ବିକେଟରେ ହାରିଲା RCB

164 ବିଜୟ ରନର ଲକ୍ଷ୍ୟ ନେଇ ପଡିଆକୁ ବ୍ୟାଟିଂ କରିବାକୁ ଆସିଥିଲା ଗୁଜୁରାଟ । କିନ୍ତୁ ଓପନିଂ ଯୋଡି ଭଳ ରନ କରିବାରେ ବିଫଳ ହୋଇଥିଲେ । ପ୍ରାରମ୍ଭରୁ ଦଳ ବ୍ୟାଟିଂ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିଲା । ଆସଲି ଗାର୍ଡନର ସର୍ବାଧିକ 40 ରନ କରିଥିବା ବେଳେ ଆଉ କୌଣସିବି ଖେଳାଳି 20 ରନ କରିବାକୁ ସକ୍ଷମ ହୋଇନଥିଲେ । ଶେଷରେ 20 ଓଭରରେ 8 ଓ୍ବିକେଟ ହରାଇ 138 ରନ କରିଥିଲା ଦଳ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.