ETV Bharat / sports

ଅଷ୍ଟ୍ରେଲିଆକୁ ସେମି ଫାଇନାଲରେ ହରାଇଲା ଭାରତ, ଆଜି ପାକିସ୍ତାନ ସହ ଖେଳିବ ଫାଇନାଲ - World Championship of Legends 2024

author img

By ETV Bharat Odisha Team

Published : Jul 13, 2024, 10:06 AM IST

Updated : Jul 13, 2024, 11:09 AM IST

World Championship of Legends 2024: ଭାରତ ଲିଗ୍ ପର୍ଯ୍ୟାୟରେ 5ଟି ମ୍ୟାଚ ଖେଳି 2ଟି ବିଜୟ ଏବଂ 3ଟିରେ ପରାଜୟ ଲାଭ କରିଥିଲା । ଏହା ସତ୍ତ୍ବି ବି ଟିମ୍ ଇଣ୍ଡିଆ ସେମିକୁ ଯୋଗ୍ୟତା ହାସର କରିଥିଲା । ଅନ୍ୟପଟେ ପାକିସ୍ତାନ ଏ ପର୍ଯ୍ୟନ୍ତ ଗୋଟାଏ ବି ମ୍ୟାଚ ହାରିନାହିଁ । ଅଧିକ ପଢନ୍ତୁ

World Championship of Legends 2024
World Championship of Legends 2024 (@CricCrazyJohns)

ହାଇଦ୍ରାବାଦ: ପୁଣି କ୍ରିକେଟ ପଡିଆରେ ହେବ ମହାଲଢେଇ । ଫାଇନାଲରେ ମୁହାଁମୁହିଁ ହେବେ ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ଭାରତ ବନାମ ପାକିସ୍ତାନ । ଇଂଲଣ୍ଡରେ ଚାଲିଥିବା ଓ୍ବାର୍ଲ୍ଡ ଚାମ୍ପିଆନ୍ସିପ୍ ଅଫ୍ ଲିଜେଣ୍ଡସ୍ 2024ରେ ଶନିବାର ବିଶ୍ବ ଦେଖିବ ବିଶ୍ବବିଜେତାଙ୍କ ଫାଇଟ୍ । ଏହି ଲିଗର ସେମିରେ ଭାରତ ଜବରଦସ୍ତ ପ୍ରଦର୍ଶନ କରି ଅଷ୍ଟ୍ରେଲିଆ ଚାମ୍ପିଆନ୍ସଙ୍କୁ ପରାସ୍ତ କରିଛି । ରବିନ ଉତ୍ଥପା, ଯୁବରାଜ ସିଂ, ୟୁସୁଫ୍ ପଠାନ ଏବଂ ଇରଫାନ ପଠାନଙ୍କ ଦର୍ଶନୀୟ ଅର୍ଦ୍ଧଶତକୀୟ ଇନିଂସ ବଳରେ ଅଷ୍ଟ୍ରେଲିଆକୁ ମାତ ଦେଇଛି ଭାରତ । 86 ରନରେ ବିଜୟୀ ହୋଇ ପାକିସ୍ତାନକୁ ଫାଇନାଲରେ ଭେଟିବ ଯୁବରାଜଙ୍କ ଟିମ୍ ଇଣ୍ଡିଆ ଚାମ୍ପିଆନ୍ସ ।

ପ୍ରଥମେ ବ୍ୟାଟିଂ କରି ଭାରତୀୟ ଚାମ୍ପିଆନ୍ସ ଟିମ୍ 20 ଓଭରରେ 254 ରନ ସ୍କୋର କରିଥିଲା । 6 ଓ୍ବିକେଟ ବଳରେ ଏହି ବିଶାଳ ସ୍କୋର କରିଥିଲା ଭାରତ । ଓପନର ଉତ୍ଥପା 35 ବଲରୁ 65, ଅଧିନାୟକ ଯୁବରାଜ 28 ବଲରୁ 59, ୟୁସୁଫ 23 ବଲରେ 51 ଏବଂ ଇରଫାନ୍ 19 ବଲରେ 50 ରନ ସ୍କୋର କରିଥିଲେ ।

ଜବାବରେ ଅଷ୍ଟ୍ରେଲିଆ 20 ଓଭର ଖେଳି ମାତ୍ର 168 ରନ ସ୍କୋର କରିଥିଲା । ଭାରତୀୟ ବୋଲର ଜବରଦସ୍ତ ବୋଲି କରି 7 ଓ୍ବିକେଟ ନେଇଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଅଧିକାଂଶ ବ୍ୟାଟ୍ସମ୍ୟାନ ଭଲ ଆରମ୍ଭ କରିଥିଲେ ମଧ୍ୟ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ । ଭାରତ ପକ୍ଷରୁ ସମସ୍ତ ବୋଲର ମାପିଚୁପି ବୋଲିଂ କରିବା ସହିତ କଂଜୁସୀ ବୋଲିଂ କରିଥିଲେ । ଏହା ପୂର୍ବରୁ ଭାରତ ଲିଗ୍ ପର୍ଯ୍ୟାୟରେ 5ଟି ମ୍ୟାଚ ଖେଳି 2ଟି ବିଜୟ ଏବଂ 3ଟିରେ ପରାଜୟ ଲାଭ କରିଥିଲା । ଏହା ସତ୍ତ୍ବି ବି ଟିମ୍ ଇଣ୍ଡିଆ ସେମିକୁ ଯୋଗ୍ୟତା ହାସର କରିଥିଲା । ଅନ୍ୟପଟେ ପାକିସ୍ତାନ ଏ ପର୍ଯ୍ୟନ୍ତ ଗୋଟାଏ ବି ମ୍ୟାଚ ହାରିନାହିଁ । ଲିଗରେ 5ଟି ମ୍ୟାଚ ଜିତିଥିବା ବେଳେ ସେମି ଫାଇନାଲ ମଧ୍ୟ ବିଜୟୀ ହୋଇଛି ।

ଏପଟେ ଓ୍ବାର୍ଲ୍ଡ ଚାମ୍ପିଆନ୍ସିପ୍ ଅଫ୍ ଲିଜେଣ୍ଡସ୍ 2024ର ଦ୍ବିତୀୟ ସେମିଫାଇନାଲରେ ଓ୍ବେଷ୍ଟଇଣ୍ଡିଜ୍ ଚାମ୍ପିଆନ୍ସଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଛି ପାକିସ୍ତାନ । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି 20 ଓଭରରେ 198 ରନ ସ୍କୋର କରିଥିଲା । ଦଳ ପକ୍ଷରୁ ଅଧିନାୟକ ୟୁନିସ ଖାନ 65 ରନ ସ୍କୋର କରିଥିଲେ । ପରେ ଏହି ସ୍କୋରର ଜବାବରେ ଓ୍ବେଷ୍ଟଇଣ୍ଡିଜ୍ ଚାମ୍ପିଆନ୍ସ 10 ଓ୍ବିକେଟ ହରାଇ 178 ରନ ସ୍କୋର କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 13, 2024, 11:09 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.