ETV Bharat / sports

ଜୟ ଶାହଙ୍କ ପରେ କିଏ ହେବ BCCIର ନୂଆ Boss ? ଚର୍ଚ୍ଚାରେ ଏକାଧିକ ହେଭିୱେଟ୍‌ - Who will be the next BCCI Secretary

author img

By ETV Bharat Sports Team

Published : Aug 24, 2024, 8:28 PM IST

Who will be the next BCCI Secretary: ଆଇସିସିର ନୂଆ ଚେୟାରମ୍ୟାନ ଭାବେ ଜୟ ଶାହ ଦାୟିତ୍ବ ନେବା ଚର୍ଚ୍ଚା ଜୋର ଧରିଛି । ଏଭଳି ସ୍ଥିତିରେ ବିସିସିଆଇର ଦାୟିତ୍ବ କିଏ ସମ୍ଭାଳିବ, ତାହା ଏବେ ଚର୍ଚ୍ଚାର ବିଷୟ । ଅଧିକ ପଢ଼ନ୍ତୁ

Who will be the next BCCI Secretary
Who will be the next BCCI Secretary (ETV Bharat Odisha)

ମୁମ୍ବାଇ: ଆଇସିସିର ନୂଆ ଚେୟାରମ୍ୟାନ ଚୟନ ପ୍ରକ୍ରିୟା ଜାରି ରହିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ବିଶ୍ବାସ କଲେ ଏହି ରେସ୍‌ରେ ସବୁଠୁ ଆଗରେ ରହିଛନ୍ତି ବର୍ତ୍ତମାନର ବିସିସିଆଇ ସଚିବ ଜୟ ଶାହ । ଏପରିକି ଭାରତ ବ୍ୟତୀତ ଆଇସିସିର ଦୁଇ ମୁଖ୍ୟ ସଦସ୍ୟ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡର ସମର୍ଥନ ମଧ୍ୟ ଜୟ ଶାହ ହାସଲ କରିସାରିଛନ୍ତି । ଯଦିଓ ବର୍ତ୍ତମାନ ସୁଦ୍ଧା ଏହି ପଦ ପାଇଁ ଜୟ ଶାହ ନାମାଙ୍କନ ଦାଖଲ କରିନାହାନ୍ତି, ହେଲେ ତାଙ୍କର ପ୍ରତିଦ୍ବନ୍ଦ୍ବୀ ମଧ୍ୟ ହେବାପାଇଁ କେହି ନାହାନ୍ତି ବୋଲି କୁହାଯାଉଛି । ଏପରି ହେଲେ ଆସନ୍ତା ଡିସେମ୍ବର 1 ତାରିଖରୁ ଜୟ ଶାହ ଆଇସିସି ଚେୟାରମ୍ୟାନ ଭାବେ କାର୍ଯ୍ୟଭାର ସମ୍ଭାଳିବେ । ତେବେ ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ)ରେ ଜୟ ଶାହଙ୍କ ସ୍ଥାନ କିଏ ନେବ, ତାହା ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି ।

ଯଦି ଜୟ ଶାହ ଆଇସିସି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇ ଯାଆନ୍ତି, ତେବେ ବିସିସିଆଇ ସଚିବ ହେବା ପାଇଁ ଏକାଧିକ ହେଭିୱେଟ୍‌ଙ୍କ ନାମ ଚର୍ଚ୍ଚାର ପରିସରକୁ ଆସିଛି । ନଜର ପକାନ୍ତୁ ଆଗ ଧାଡ଼ିରେ ଥିବା ସମ୍ଭାବ୍ୟ ପ୍ରାର୍ଥୀଙ୍କ ଉପରେ,

ରାଜୀବ ଶୁକ୍ଳା :-

ଯଦି ଜୟ ଶାହ ଆଇସିସି ଚେୟାରମ୍ୟାନ ଭାବେ ନିର୍ବାଚିତ ହୁଅନ୍ତି, ତେବେ ବିସିସିଆଇରେ ତାଙ୍କ ବିକଳ୍ପ ଭାବେ ରାଜୀବ ଶୁକ୍ଳାଙ୍କୁ ବଛାଯାଇପାରେ । ବର୍ତ୍ତମାନ ସେ ବିସିସିଆଇ ଉପାଧ୍ୟକ୍ଷ ରହିଥିବାବେଳେ କଂଗ୍ରେସ ସାଂସଦ ମଧ୍ୟ ଅଛନ୍ତି । ସେ ଦୀର୍ଘ ବର୍ଷ ହେବ ବିସିସିଆଇ ସହ ଜଡ଼ିତ । ତେଣୁ ତାଙ୍କୁ ଅତି କମରେ ବର୍ଷେ ପାଇଁ ଏହି ଦାୟିତ୍ବ ଦିଆଯାଇପାରେ ।

ଆଶିଷ ଶେଲାର :-

ମହାରାଷ୍ଟ୍ର ବିଜେପିର ବରିଷ୍ଠ ନେତା ତଥା ବର୍ତ୍ତମାନ ବିସିସିଆଇର କୋଷାଧ୍ୟକ୍ଷ ଆଶିଷ ଶେଲାର ଭାରତୀୟ କ୍ରିକେଟର ଜଣେ ପରିଚିତ ଚେହେରା । ସେ ଜଣେ କୁଶଳ ରାଜନୀତିଜ୍ଞ ଭାବେ ମଧ୍ୟ ଜଣାଶୁଣା । ସେ ମଧ୍ୟ ଏହି ରେସରେ ରହିଥିବା ରିପୋର୍ଟ ପ୍ରକାଶ ପାଉଛି ।

ଅରୁଣ ଧୁମାଲ :-

ବର୍ତ୍ତମାନ ଆଇପିଏଲ୍‌ ଚେୟାରମ୍ୟାନ ଥିବା ଅରୁଣ ଧୁମାଲଙ୍କ ନିକଟରେ ବୋର୍ଡ ଚଳାଇବାର ଯଥେଷ୍ଟ ଅଭିଜ୍ଞତା ରହିଛି । ସେ ପୂର୍ବରୁ ବିସିସିଆଇର କୋଷାଧ୍ୟକ୍ଷ ରହିଥିଲେ । ବର୍ତ୍ତମାନ ଆଇପିଏଲ୍‌ ଭଳି ଉଚ୍ଚକୋଟୀର ଲିଗ୍‌ର ମୁଖ୍ୟ ଭାବେ ଦାୟିତ୍ବ ତୁଲାଉଛନ୍ତି । ତେଣୁ ସେ ମଧ୍ୟ ଏହି ପଦ ପାଇଁ ଜଣେ ଷ୍ଟ୍ରଙ୍ଗ କଣ୍ଟେଣ୍ଡର ହୋଇପାରନ୍ତି ।

ଏମାନଙ୍କ ବ୍ୟତୀତ ରୋହନ ଜେଟଲୀ, ଅଭିଷେକ ଡାଲମିୟା, ଦିଲଶେର ଖାନ୍ନା, ବିପୁଳ ଫଡ୍‌କେ ଓ ପ୍ରଭତେଜ ଭାଟ୍ଟିୟାଙ୍କ ଭଳି ଯୁବ ପ୍ରଶାସକଙ୍କ ନାମକୁ ମଧ୍ୟ ବିଚାରକୁ ନିଆଯାଇପାରେ । କିନ୍ତୁ ବିସିସିଆଇର ସତ୍ତା ସଂରଚନା ସାଧାରଣତଃ ସିଷ୍ଟମରେ ଥିବା ଲୋକଙ୍କୁ ଦିଆଯାଏ । ତେଣୁ କୌଣସି ନୂଆ ନାମକୁ ନେବା ଅସମ୍ଭବ ହୋଇପାରେ । ଅନ୍ୟପଟେ ଜୟ ଶାହ ଆଇସିସି ଚେୟାରମ୍ୟାନ ଭାବେ ନାମାଙ୍କନ ଭରିବା ନେଇ ନିଷ୍ପତ୍ତି ନେବା ପରେ ହିଁ ବିସିସିଆଇ ସଚିବ ନିଯୁକ୍ତି ପାଇଁ ଏକ ଶୃଙ୍ଖଳାଗତ ପ୍ରକ୍ରିୟା ଆରମ୍ଭ ହୋଇପାରିବ ।

ଏହା ମଧ୍ୟ ପଢ଼ନ୍ତୁ...40 ଲକ୍ଷରେ ନିଲାମ ହେଲା କୋହଲିଙ୍କ ଜର୍ସି, ଧୋନୀଙ୍କ ବ୍ୟାଟଠୁ ରୋହିତଙ୍କ ବ୍ୟାଟ ମହଙ୍ଗା; କଣ ହେବ ଏତେ ଟଙ୍କା ? - Virat Kohli Jersey Auctioned

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.