ETV Bharat / sports

ପାଠରେ 'ଜିରୋ', କ୍ରିକେଟରେ 'ହିରୋ'; ଜାଣନ୍ତୁ କେତେ ପାଠ ପଢ଼ିଛନ୍ତି ଭାରତୀୟ ଦଳର ଷ୍ଟାର କ୍ରକେଟର - Indian Cricketers Education

author img

By ETV Bharat Sports Team

Published : 2 hours ago

Indian Cricketers Educational Qualification : କିଏ ଦ୍ବାଦଶ ତ କିଏ ସ୍କୁଲ ଡ୍ରପ୍‌ ଆଉଟ୍‌, ବିଶ୍ୱ କ୍ରିକେଟ୍‌ରେ ହିରୋ ସାଜିଥିବା ଭାରତୀୟ କ୍ରିକେଟ୍ ଦଳର ଷ୍ଟାର କ୍ରିକେଟରମାନେ କେବଳ ଖେଳର 'ହିରୋ' ଅଟନ୍ତି । ଅଧିକ ପଢ଼ନ୍ତୁ

Indian Cricketers
Indian Cricketers (IANS Photo)

ହାଇଦ୍ରାବାଦ : ଭାରତୀୟ କ୍ରିକେଟ୍ ଦଳକୁ ବିଶ୍ବର ସବୁଠାରୁ ସଫଳ ଏବଂ ଶକ୍ତିଶାଳୀ ଦଳ ମଧ୍ୟରୁ ଗୋଟିଏ ବୋଲି ବିଚାର କରାଯାଏ । ଟିମ୍ ଇଣ୍ଡିଆ ଖେଳାଳିମାନଙ୍କର କେବଳ ନିଜ ଦେଶରେ ନୁହେଁ, ସମଗ୍ର ବିଶ୍ବରେ ଅସଂଖ୍ୟ ପ୍ରଶଂସକ ଅଛନ୍ତି । ଭାରତୀୟ ଖେଳାଳିଙ୍କ ଧନ ଏବଂ ଖ୍ୟାତି ଦେଖି ଅନ୍ୟ ବଡ଼ ବଡ଼ ପଦ ପଦବୀରେ ଥିବା ଲୋକେ ମଧ୍ୟ ଚାହାଁନ୍ତି ସେମାନଙ୍କ ଛୁଆ ବ୍ୟାଟ ଧରି ଏଭଳି ନାଁ କରୁ । କିନ୍ତୁ, ଗୋଟିଏ ସମୟରେ ପିତାମାତା ଅନୁଭବ କରନ୍ତି ଯେ କ୍ରୀଡା ଅପେକ୍ଷା ଛୁଆଙ୍କ ପାଇଁ ଅଧ୍ୟୟନ ଅଧିକ ଗୁରୁତ୍ୱପୂର୍ଣ୍ଣ ଏବଂ ସେମାନେ ନିଜ ପିଲାମାନଙ୍କୁ ପାଠ ପଢ଼ା ଉପରେ ଅଧିକ ଧ୍ୟାନ ଦେବାକୁ କୁହନ୍ତି ।

କିନ୍ତୁ, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଟିମ୍ ଇଣ୍ଡିଆର ଅଧିକାଂଶ ତାରକା, ଯେଉଁମାନେ ନିଜର ଚୌକା, ଛକା ଓ ୱିକେଟ ନେବାର କ୍ଷମତା ସହ କ୍ରିକେଟ ପଡ଼ିଆରେ ହିରୋ ପାଲଟିଛନ୍ତି, ସେମାନେ ପାଠ ପଢ଼ାରେ କିନ୍ତୁ 'ଜିରୋ' ରହିଛନ୍ତି । ଆଜି ଏଠାରେ ଆମେ ଆପଣଙ୍କୁ ଭାରତୀୟ କ୍ରିକେଟ୍ ଦଳର ବର୍ତ୍ତମାନର ଖେଳାଳିଙ୍କ ଶିକ୍ଷାଗତ ଯୋଗ୍ଯତା ବିଷୟରେ କହିବାକୁ ଯାଉଛୁ ।

ରୋହିତ ଶର୍ମା
ରୋହିତ ଶର୍ମା (IANS Photo)
  • ରୋହିତ ଶର୍ମା - ଦ୍ବାଦଶ ଶ୍ରେଣୀ (+2)
    ଅଧିନାୟକ ରୋହିତ ଶର୍ମା ନିଜର ପ୍ରାଥମିକ ଶିକ୍ଷା 'ଆୱର ଲେଡି ଅଫ୍ ୱଲାନକାନ୍ନି ହାଇସ୍କୁଲ'ରୁ ଗ୍ରହଣ କରିଥିଲେ । ପରେ କ୍ରିକେଟରେ ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ସେ ସ୍ୱାମୀ ବିବେକାନନ୍ଦ ବିଦ୍ୟାଳୟରୁ ଛାତ୍ରବୃତ୍ତି ପାଇଥିଲେ । ରୋହିତ ତାଙ୍କର ଦ୍ବାଦଶ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ, କିନ୍ତୁ ନିଜ କ୍ରିକେଟ୍ କ୍ୟାରିୟରରେ ସମ୍ପୂର୍ଣ୍ଣ ଧ୍ୟାନ ଦେବା ପାଇଁ ରିଜଭି କଲେଜରେ ପାଠପଢ଼ା ଛାଡି ଦେଇଥିଲେ ।
  • ରବିନ୍ଦ୍ର ଜାଡେଜା - ସ୍କୁଲ ଡ୍ରପ୍‌ଆଉଟ୍‌
    ଶ୍ରେଷ୍ଠ ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ଜଣାଶୁଣା ରବିନ୍ଦ୍ର ଜାଡେଜା ଗୁଜରାଟର ଶାରଦାଗ୍ରାମ୍ ସ୍କୁଲରୁ ଶିକ୍ଷା ସମାପ୍ତ କରିବା ପରେ ପାଠପଢ଼ା ଛାଡିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ତାଙ୍କ କ୍ରିକେଟ୍ କ୍ୟାରିୟର୍ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଇଥିଲେ ।
ଜସପ୍ରୀତ ବୁମ୍‌ରା
ଜସପ୍ରୀତ ବୁମ୍‌ରା (IANS Photo)
  • ଜସପ୍ରୀତ ବୁମ୍‌ରା - ଦ୍ବାଦଶ ଶ୍ରେଣୀ (+2)
    ଦୁନିଆର ସବୁଠାରୁ ଘାତକ ଦ୍ରୁତ ବୋଲର, ଭାରତୀୟ ଦଳର ସ୍ପିଡଷ୍ଟାର ଜସପ୍ରୀତ ବୁମ୍‌ରା ଗୁଜରାଟ ଅହମ୍ମଦାବାଦର ନିର୍ମାଣ ହାଇସ୍କୁଲରେ ପଢ଼ିଥିଲେ ଏବଂ ସେ ଉକ୍ତ ବିଦ୍ୟାଳୟରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବା ପରେ ପାଠପଢ଼ା ଛାଡ଼ିଥିଲେ ।
  • ହାର୍ଦ୍ଦିକ ପାଣ୍ଡ୍ୟା - 9ମ ଶ୍ରେଣୀ
    ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନବମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛନ୍ତି । ଏମ୍‌କେ ହାଇସ୍କୁଲରେ ସେ 9ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବା ପରେ କ୍ରିକେଟ୍ ଉପରେ ଧ୍ୟାନ ଦେବାକୁ ପାଠପଢ଼ା ଛାଡିଥିଲେ । ଏହାପରେ ହାର୍ଦ୍ଦିକ ଜୁନିୟରସ୍ତରୀୟ କ୍ରିକେଟରେ କ୍ରମାଗତ ଅଗ୍ରଗତି କରି ଟିମ୍ ଇଣ୍ଡିଆରେ ନିଜର ସ୍ଥାନ ହାସଲ କରିଥିଲେ ।
ହାର୍ଦ୍ଦିକ ପାଣ୍ଡ୍ୟା
ହାର୍ଦ୍ଦିକ ପାଣ୍ଡ୍ୟା (IANS Photo)
  • ରବିଚନ୍ଦ୍ରନ ଅଶ୍ବିନ - ସୂଚନା ଓ ପ୍ରଯୁକ୍ତି ବିଦ୍ୟାରେ B.Tech
    ଅଭିଜ୍ଞ ଭାରତୀୟ ଅଫ୍ ସ୍ପିନର, ରବିଚନ୍ଦ୍ରନ ଅଶ୍ୱିନ୍ SSN କଲେଜ୍ ଅଫ୍ ଇଞ୍ଜିନିୟରିଂ ଚେନ୍ନାଇରୁ ସୂଚନା ପ୍ରଯୁକ୍ତିବିଦ୍ୟାରେ ଭଲ ମାର୍କ ରଖି ବି.ଟେକ୍ ଡିଗ୍ରୀ ହାସଲ କରିଛନ୍ତି ।
  • ଶୁଭମନ ଗିଲ - 10ମ ଶ୍ରେଣୀ
    ଭାରତୀୟ କ୍ରିକେଟର 'ପ୍ରିନ୍ସ' ଭାବରେ ଜଣାଶୁଣା ଶୁଭମନ ଗିଲ କେବଳ 17 ବର୍ଷ ବୟସରେ ଅଣ୍ଡର-19 ଦଳରେ ଯୋଗ ଦେଇଥିଲେ । ପ୍ରାରମ୍ଭିକ ସଫଳତା ସତ୍ତ୍ବେ ଗିଲ ମୋହାଲିର ମାନବ ମଙ୍ଗଲ ସ୍ମାର୍ଟ ସ୍କୁଲରେ ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଅଧିକ ଅଧ୍ୟୟନ କରିପାରି ନଥିଲେ ।
ବିରାଟ କୋହଲି
ବିରାଟ କୋହଲି (IANS Photo)
  • ବିରାଟ କୋହଲି - ଏକାଦଶ ଶ୍ରେଣୀ (+2)
    ବର୍ତ୍ତମାନ ଦୁନିଆର ସଫଳତମ ବ୍ୟାଟର ଭାବେ ପରିଗଣିତ ଭାରତୀୟ ତାରକା ବିରାଟ କୋହଲି ଦିଲ୍ଲୀର ବିଶାଲ ଭାରତୀ ପବ୍ଲିକ୍ ସ୍କୁଲ୍ ଏବଂ ସେଭିୟର୍ କନଭେଣ୍ଟ ସ୍କୁଲରେ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ । ବିଶ୍ବକପରେ ଭାରତୀୟ ଅଣ୍ଡର-19 ଦଳର ନେତୃତ୍ୱ ନେଉଥିବାବେଳେ କୋହଲି ସେତେବେଳେ ଉଚ୍ଚଶିକ୍ଷା ଛାଡିବାକୁ ନିଷ୍ପତ୍ତି ନେଇଥିଲେ ।
  • ସୂର୍ଯ୍ୟକୁମାର ଯାଦବ - ବାଣିଜ୍ୟରେ ସ୍ନାତକ
    ଭାରତୀୟ କ୍ରିକେଟ୍ ଦଳର ଟି20 ଅଧିନାୟକ ସୂର୍ଯ୍ୟକୁମାର ଯାଦବ 'ପିଲ୍ଲଇ କଲେଜ ଅଫ୍ ଆର୍ଟ, କମର୍ସ ଏବଂ ବିଜ୍ଞାନ'ରେ ପଢ଼ିଛନ୍ତି । ଏହି କଲେଜରୁ ସେ ବାଣିଜ୍ୟରେ ସ୍ନାତକ ହାସଲ କରିଛନ୍ତି ।
  • ଶ୍ରେୟସ ଆୟର - ବି.କମ.
    ଡାହାଣହାତୀ ତାରକା ବ୍ୟାଟର ଶ୍ରେୟସ୍ ଆୟର ଆର୍‌ଏ ପୋଦାର କଲେଜ, ମୁମ୍ବାଇରୁ ବାଣିଜ୍ୟରେ ସ୍ନାତକ ହାସଲ କରିଛନ୍ତି ।
  • ସଞ୍ଜୁ ସାମସନ- ଇଂରାଜୀରେ ସ୍ନାତକ
    ଭାରତର ଡାହାଣହାତୀ ମଧ୍ୟମ ଅର୍ଡର ବ୍ୟାଟର ତଥା ୱିକେଟ କିପର ସଞ୍ଜୁ ସାମସନ୍ ଥିରୁବନନ୍ତପୁରମର ମାର୍-ଇଭାନିୟସ୍ କଲେଜରୁ ଇଂରାଜୀରେ ସ୍ନାତକ ହାସଲ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.