ETV Bharat / sports

ICC ଟେଷ୍ଟ ରାଙ୍କିଂରେ ଟପ୍ ଟ୍ବେଣ୍ଟିରୁ କୋହଲି ଆଉଟ, ୧୦ ବର୍ଷରେ ସବୁଠୁ ଖରାପ ପ୍ରଦର୍ଶନ - VIRAT KOHLI ICC TEST RANKING

ଆଇସିସି(ICC) ଟେଷ୍ଟ ରାଙ୍କିଂରେ ବ୍ୟାଟର ବିରାଟ କୋହଲିଙ୍କ ସ୍ଥାନ ୨୨କୁ ଖସିଛି । ୧୦ ବର୍ଷରେ ପ୍ରଥମ ଥର ପାଇଁ ଟପ ଟ୍ବେଣ୍ଟିରୁ ବାଦ ପଡ଼ିଛନ୍ତି କିଙ୍ଗ କୋହଲି ।

ICC test ranking
ICC test ranking (IANS)
author img

By ETV Bharat Odisha Team

Published : Nov 7, 2024, 11:09 AM IST

ହାଇଦ୍ରାବାଦ: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟରେ ବିରାଟ କୋହଲିଙ୍କ ପ୍ରଦର୍ଶନ ନୈରାଶ୍ୟ ଜନକ ରହିଥିଲା । ତିନୋଟି ଯାକ ମ୍ୟାଚରେ ଖରାପ ଫର୍ମରେ ରହିଥିଲେ କୋହଲି । ଯାହା ଫଳରେ ଆଇସିସି ଟେଷ୍ଟ ରାଙ୍କିଂରେ ସେ ବହୁତ ତଳକୁ ଖସି ଆସିଛନ୍ତି । ଯାହା ତାଙ୍କ 10 ବର୍ଷ କ୍ରିକେଟ କ୍ୟାରିୟରର ସବୁଠାରୁ ଖରାପ ରାଙ୍କିଂ । କୋହଲିଙ୍କ ଟେଷ୍ଟ କ୍ରିକେଟରେ ଖରାପ ଫର୍ମ ଯୋଗୁଁ ଫ୍ୟାନ୍ସ ମଧ୍ୟ ନିରାଶ ହୋଇଛନ୍ତି ।

ଟପ୍‌ 20ରୁ ଆଉଟ କୋହଲି:

ନିକଟରେ ଆଇସିସି (ICC) ପକ୍ଷରୁ ଟେଷ୍ଟ ରାଙ୍କିଂ ତାଲିକା ପ୍ରକାଶ ପାଇଥିଲା । ଯେଉଁଥିରେ କୋହଲି ୮ଟି ସ୍ଥାନ ତଳକୁ ଖସି ଆସି ୨୨ ନମ୍ବରରେ ରହିଛନ୍ତି । ପ୍ରଥମ ଥର ପାଇଁ 10 ବର୍ଷ ଟେଷ୍ଟ କ୍ରିକେଟ କ୍ୟାରିୟର ମଧ୍ୟରେ ଟପ ଟ୍ବେଣ୍ଟିରୁ ଆଉଟ ହୋଇଛନ୍ତି କୋହଲି । ଗତ 10 ବର୍ଷ ମଧ୍ୟରେ କ୍ରମାଗତ ଭାବରେ ସେ ଶ୍ରେଷ୍ଠ 20 ଟେଷ୍ଟ ବ୍ୟାଟ୍ସମ୍ୟାନ୍ ଭାବରେ ରହିଥିଲେ । 2011ରେ ସେ 116 ନମ୍ବର ରାଙ୍କିଂରେ ରହିଥିବା ବେଳେ 2012ରେ ସିଧା 37 ନମ୍ବରକୁ ଆସିଥିଲେ । 2014ରେ 15, 2015ରେ 15, 2016ରେ ଦ୍ବିତୀୟ, 2017ରେ ଦ୍ବିତୀୟ, 2018ରେ ପ୍ରଥମ, 2019ରେ ପ୍ରଥମ, 2020ରେ ଦ୍ବିତୀୟ, 2021ରେ ନବମ, 2022ରେ 15, 2023ରେ ନବମ ସ୍ଥାନରେ ରହିଥିଲେ ।

କୋହଲିଙ୍କ ICC ଟେଷ୍ଟ ରାଙ୍କିଂ

  • 2011- 116 ନମ୍ବର
  • 2012 - 37 ନମ୍ବର
  • 2014- 15 ନମ୍ବର
  • 2015 - 15 ନମ୍ବର
  • 2016- 2 ନମ୍ବର
  • 2017- 2 ନମ୍ବର
  • 2018 - 1 ନମ୍ବର
  • 2019 - 1 ନମ୍ବର
  • 2020 - 2 ନମ୍ବର
  • 2021 - 9 ନମ୍ବର
  • 2022 - 15 ନମ୍ବର
  • 2023 - 9 ନମ୍ବର
  • 2024 - 22 ନମ୍ବର

ଏହା ମଧ୍ୟ ପଢନ୍ତୁ-ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେଡା ଇମାନ ଖେଲିଫ ମହିଳା ନୁହନ୍ତି ପୁରୁଷ ! ମେଡିକାଲ ରିପୋର୍ଟରେ ଖୁଲାସା

ଏହା ମଧ୍ୟ ପଢନ୍ତୁ-ଭାରତ-ଦକ୍ଷିଣ ଆଫ୍ରିକା T20: ଜାଣନ୍ତୁ କେମିତି ଦେଖିବେ ଫ୍ରି' ଲାଇଭ ମ୍ୟାଚ

କିଏ କେତେ ନମ୍ବର ସ୍ଥାନରେ ?

ବିରାଟଙ୍କ ସହିତ ଭାରତୀୟ ଅଧିନାୟକ ରୋହିତ ଶର୍ମା ମଧ୍ୟ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ । ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ମଧ୍ୟ ଦୁଇଟି ସ୍ଥାନରୁ ତଳକୁ ଖସି ଆସି 26 ତମ ସ୍ଥାନରେ ରହିଛନ୍ତି । ଜୟସ୍ବାଲ ଚତୁର୍ଥ ସ୍ଥାନରେ ରହିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଇନିଂସରେ 90 ରନ୍ ସ୍କୋର କରିଥିବା ଶୁବମନ ଗିଲ ରାଙ୍କିଂରେ ଚାରି ସ୍ଥାନ ଉପରକୁ ଉଠି 16 ତମ ସ୍ଥାନରେ ରହିଛନ୍ତି ।

ICC ଟେଷ୍ଟ ରାଙ୍କିଂରେ ଭାରତୀୟ ବ୍ୟାଟର

  • ଜୟସ୍ବାଲ - 4 ନମ୍ବର
  • ଶୁବମନ ଗିଲ - 16 ନମ୍ବର
  • ବିରାଟ କୋହଲି - 22 ନମ୍ବର
  • ରୋହିତ ଶର୍ମା - 26 ନମ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.