କାନପୁର (ଉତ୍ତର ପ୍ରଦେଶ) : ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ପ୍ରାୟତଃ ନିଜ ବ୍ୟାଟିଂ ସହିତ ପଡ଼ିଆରେ ବିପକ୍ଷ ବୋଲରଙ୍କ ପାଇଁ ଭୟର ମାହୋଲ ସୃଷ୍ଟି କରୁଥିବା ଦେଖାଯାଏ । କିନ୍ତୁ ବେଳେବେଳେ ବିରାଟ ମଧ୍ୟ ତାଙ୍କ ମଜାଳିଆ ଅନ୍ଦାଜ ପାଇଁ ଖବରରେ ରହିଥା’ନ୍ତି । ଯାହା ତାଙ୍କୁ ଅନ୍ୟ କ୍ରିକେଟରଙ୍କଠାରୁ ଭିନ୍ନ କରିଥାଏ । ଭାରତ ଓ ବାଂଲାଦେଶ ବପକ୍ଷ ଦ୍ବିତୀୟ ଟେଷ୍ଟ ଆରମ୍ଭରୁ ହିଁ ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ବିରାଟ କୋହଲି ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଜସପ୍ରୀତ ବୁମରାଙ୍କୁ ପରିହାସ କରୁଥିବା ଦେଖିବାକୁ ମିଳିଛି ।
Moj Masti nhi rukni chahiye 😘
— Ashmit🇮🇳 (@ashmitsingh27) September 27, 2024
Virat Kohli and Jadeja mimics Bumrah's bowling action🤣#INDvsBANTEST #Kanpur pic.twitter.com/MtPHPqqELX
ବୁମ୍ରାଙ୍କ ନକଲ କରି ପରିହାସ କଲେ କୋହଲି-ଜାଡେଜା :-
କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ କୋହଲିଙ୍କ ମଜାଳିଆ ଅନ୍ଦାଜ ପଡ଼ିଆରେ ଦେଖିବାକୁ ମିଳିଥିଲା । ବିରତି ସମୟରେ ବିରାଟ କୋହଲି, ରବିନ୍ଦ୍ର ଜାଡେଜା, ଜସପ୍ରୀତ ବୁମ୍ରା ଏବଂ ଯଶସ୍ୱୀ ଜୟସ୍ବଲ ପଡ଼ିଆ ମଝିରେ ଛିଡ଼ା ହୋଇଥିଲେ । ପଡ଼ିଆରେ ଏହି ସମୟରେ କୋଚ୍ ଏବଂ କ୍ରୀଡା କର୍ମଚାରୀମାନେ ମଧ୍ୟ ପଡ଼ିଆରେ ଉପସ୍ଥିତ ଥିଲେ ।
ବିରାଟ କୋହଲି ହଠାତ୍ ପଡ଼ିଆରେ ଜସପ୍ରୀତ ବୁମରାଙ୍କ ନକଲ କରିବା ଆରମ୍ଭ କରିଥିଲେ । ବୁମରା କିପରି ଚାଲନ୍ତି ଏବଂ ପଡ଼ିଆରେ ସେ କିପରି ଆଚରଣ କରନ୍ତି ତାହା କରି ଦେଖାଇଥିଲେ । ଏହି ସମୟରେ ରବିନ୍ଦ୍ର ଜାଡେଜା ବିରାଟଙ୍କ ସହ ଯୋଗ ଦେଇଥିଲେ ଏବଂ ଜାଡେଜା ମଧ୍ୟ ବୁମରାଙ୍କ ନକଲ କରିବା ଆରମ୍ଭ କରିଥିଲେ । ଏହି ସମୟରେ ସେଠାରେ ଠିଆ ହୋଇଥିବା ଯଶସ୍ୱୀ ଜୟସ୍ବାଲ ଏବଂ ସହକାରୀ ପ୍ରଶିକ୍ଷକ ରିୟାନ୍ ଟେନ ଡୋଚେଟ୍ ହସୁଥିବାର ଦେଖିବାକୁ ମିଳିଥିଲା ।
ଯୁବରାଜଙ୍କୁ ମନେ ପକାଇଲେ କମେଣ୍ଟେଟର :-
ଏହି ସମୟରେ ମ୍ୟାଚ୍ର କମେଣ୍ଟାରୀ କରୁଥିବା କମେଣ୍ଟେଟର ଆକାଶ ଚୋପ୍ରା ଏବଂ ଅଜୟ ଜାଡେଜା କହିଥିଲେ, "ଏହି ଅଭିନୟ ଦେଖି ସେମାନେ ଯୁବରାଜ ସିଂଙ୍କ ଭଳି ଅଭିନୟ କରୁଥିବା ପରି ମନେ ହେଉଛି । ଯୁବରାଜ ମଧ୍ୟ ମ୍ୟାଚ୍ ସମୟରେ ପଡ଼ିଆରେ ଏହିପରି କାର୍ଯ୍ୟ କରୁଥିଲେ । ସେ ଏମିତି ବହୁତ ଅଭିନୟ ମଧ୍ୟ କରୁଥିଲେ । ସମାନ ଢଙ୍ଗରେ, ସମାନ ଶୈଳୀରେ ଚାଲୁଥିଲେ । ତେଣୁ ଏମାନେ କାହାର ଅଭିନୟ କରୁଛନ୍ତି ଜଣା ନାହିଁ ।"
ଏହା ମଧ୍ୟ ପଢ଼ନ୍ତୁ :-
- ଅଢ଼େଇ ଘଣ୍ଟା ପୂର୍ବରୁ ଶେଷ ହେଲା ପ୍ରଥମ ଦିନ ଖେଳ; ଜାଣନ୍ତୁ କାରଣ - IND vs BAN 2nd Test
- ଷ୍ଟାଡିୟମରେ ବାଂଲାଦେଶୀ ପ୍ରଶଂସକଙ୍କୁ ମାଡ଼ ! ହସ୍ପିଟାଲରେ ଭର୍ତ୍ତି କଲା ପୋଲିସ; ଦେଖନ୍ତୁ ଭିଡିଓ, - IND vs BAN 2nd Test
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ