ETV Bharat / sports

ETV Bharat Exclusive: ଓଡ଼ିଶାର ଗର୍ବ 'ଜୁନିୟର ପିଭି ସିନ୍ଧୁ'; 13 ବର୍ଷିୟା ତନଭି ଏସୀୟ ଚାମ୍ପିୟନ - Odia Badminton Player Tanvi Patri

author img

By ETV Bharat Sports Team

Published : Sep 1, 2024, 4:23 PM IST

Odia Badminton Player Tanvi Patri : ନିକଟରେ ଅନୁଷ୍ଠିତ ଏସିଆନ୍ ବ୍ୟାଡମିଣ୍ଟନ୍ ଚାମ୍ପିୟନସିପରେ ଓଡିଶାର 13 ବର୍ଷିୟା ତନଭି ପତ୍ରି ବାଳିକା ଅଣ୍ଡର-15 ବର୍ଗ ଟାଇଟଲ୍ ହାସଲ କରିଛନ୍ତି । ଯାହାଙ୍କୁ ସବୁଠାରେ 'ଜୁନିୟର ପିଭି ସିନ୍ଧୁ' ବୋଲି କୁହାଯାଉଛି । ଅଧିକ ପଢ଼ନ୍ତୁ

Odia Badminton Player Tanvi Patri
Odia Badminton Player Tanvi Patri (ETV Bharat)

ପୁନେ (ମହାରାଷ୍ଟ୍ର) : ନିକଟରେ ଶେଷ ହୋଇଥିବା ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ଭାରତ କେବଳ 6ଟି ପଦକ ଜିତିଥିଲା । କିନ୍ତୁ ଏଥର ଭାରତ ଗୋଟିଏ ହେଲେ ସ୍ବର୍ଣ୍ଣ ପଦକ ପାଇନଥିଲା । ହେଲେ ଆଜି ବି ଭାରତର ବହୁ ଆଥଲେଟ୍ ଅଛନ୍ତି, ଯେଉଁମାନେ ଅଲିମ୍ପିକ୍ସରେ ଭାରତ ପାଇଁ ଗୋଟିଏ ସ୍ୱର୍ଣ୍ଣ ପଦକ ଜିତିବାର ସ୍ୱପ୍ନ ଦେଖୁଛନ୍ତି ଏବଂ ଏଥିପାଇଁ ସେମାନେ ଜୋରଦାର ପ୍ରସ୍ତୁତି ମଧ୍ୟ କରୁଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ନିକଟରେ ଅନୁଷ୍ଠିତ ଏସିଆନ୍ ବ୍ୟାଡମିଣ୍ଟନ୍ ଚାମ୍ପିୟନସିପରେ 'ଅଣ୍ଡର 15' ଟାଇଟଲ ଜିତଥିବା ଓଡିଶାର 13 ବର୍ଷିୟା ତନଭି ପତ୍ରି । ଯାହାଙ୍କୁ, ବର୍ତ୍ତମାନ 'ଜୁନିଅର ପିଭି ସିନ୍ଧୁ' ଭାବରେ ସମସ୍ତେ ଜାଣୁଛନ୍ତି ।

ଚୀନରେ ପାଠ ପଢ଼ା :-

ତନଭିଙ୍କ ବାପା ରବିନାରାୟଣ ପତ୍ରି ଏବଂ ମାଆ ଶୈଳବାଲା ପଣ୍ଡା ସଫ୍ଟୱେୟାର ଇଞ୍ଜିନିୟର ଅଟନ୍ତି । ସେ ପୂର୍ବରୁ ଚାଇନାରେ କାର୍ଯ୍ୟ କରୁଥିଲେ । ସେଠାରୁ ତନଭି ବ୍ୟାଡମିଣ୍ଟନ ଖେଳିବା ଆରମ୍ଭ କରିଥିଲେ । ପ୍ରାରମ୍ଭରେ ସେ ଚୀନ୍‌ର ଟପ୍‌ ପ୍ରଶିକ୍ଷକ ଜିଆଙ୍ଗ ୟୋଙ୍ଗ YLଙ୍କ ଠାରୁ ଟ୍ରେନିଂ ନେଇଥିଲେ । ସେ 2017ରୁ 2020 ମଧ୍ୟରେ ଚାଇନାରେ 9ଟି ଟାଇଟଲ୍ ଜିତିଥିଲେ । ଏହାପରେ COVID-19 ମହାମାରୀ ଯୋଗୁଁ ତନଭିଙ୍କ ସହ ତାଙ୍କ ପରିବାର ଭାରତ ଫେରିଆସିଥିଲେ । ସେ 2022 ମସିହାରେ ପ୍ରକାଶ ପାଦୁକୋନ ବ୍ୟାଡମିଣ୍ଟନ ଏକାଡେମୀ (ପିପିବିଏ)ରେ ଯୋଗ ଦେଇଥିଲେ ଏବଂ ପ୍ରତିଭା ସ୍କାଉଟିଙ୍ଗ କ୍ୟାମ୍ପ ସମୟରେ ଏକାଡେମୀର ଦୃଷ୍ଟି ଆକର୍ଷଣ କରିଥିଲେ । ତନଭି ଗତ ଦୁଇ ବର୍ଷ ଧରି ବେଙ୍ଗାଲୁରୁରେ ପ୍ରକାଶ ପାଦୁକୋନ ବ୍ୟାଡମିଣ୍ଟନ ଏକାଡେମୀରେ ତାଲିମ ନେଉଛନ୍ତି । ଚାଇନାରେ ବାପା ରବିନାରାୟଣ ବ୍ୟାଡମିଣ୍ଟନ ଖେଳୁଥିବା ଦେଖି ତନଭି ମଧ୍ୟ ବ୍ୟାଡମିଣ୍ଟନ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ ଏବଂ 5 ବର୍ଷ ବୟସରୁ ବ୍ୟାଡମିଣ୍ଟନ ଖେଳିବା ଆରମ୍ଭ କରିଥିଲେ ଆଉ ଆଜି କେବଳ 13 ବର୍ଷ ବୟସରେ ତନଭି ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ନାମ ଅର୍ଜନ କରିବା ଆରମ୍ଭ କରିଛନ୍ତି ।

ଅନେକ ପ୍ରତିଯୋଗିତାରେ ଜିତିଛନ୍ତି ମେଡାଲ :-

ଅଦ୍ୟାବଧି ତନଭି ରାଜ୍ୟ ତଥା ଦେଶ ବିଦେଶରେ ଆୟୋଜିତ ଅନେକ ପ୍ରତିଯୋଗିତାରେ ଅନେକ ପଦକ ଜିତିଛନ୍ତି । ଭୁବନେଶ୍ୱରରେ ଆୟୋଜିତ ଅଲ ଓଡିଶା ସବ୍‌-ରାଙ୍କିଂ ଟୁର୍ଣ୍ଣାମେଣ୍ଟରେ ଉଭୟ ଅଣ୍ଡର-15 ଏବଂ ଅଣ୍ଡର-17 ବାଳିକା ସିଙ୍ଗଲ୍ସ ଟାଇଟଲ ମଧ୍ୟ ଜିତିଛନ୍ତି ତନଭି । ଏହା ସହିତ ସେ OSBA ଅଲ-ଓଡ଼ିଶା ମିନି ଏବଂ ସବ୍-ଜୁନିଅର, ଅଲ-ଓଡ଼ିଶା ରାଙ୍କିଂ ଟୁର୍ଣ୍ଣାମେଣ୍ଟ ଅଣ୍ଡର-19 ବାଳିକା ସିଙ୍ଗଲ୍ସ,, ଅଲ ଇଣ୍ଡିଆ ସବ୍ ଜୁନିୟର ରାଙ୍କିଂ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ, ହାଇଦ୍ରାବାଦରେ ଅଣ୍ଡର-15 ଏବଂ ଅଣ୍ଡର-17 ବାଳିକା ସିଙ୍ଗଲ୍ସରେ ମଧ୍ୟ ଟାଇଟଲ ହାସଲ କରିଛନ୍ତି ତନଭି ।

ତନଭିଙ୍କ ନାଁରେ ଏକାଧିକ ରେକର୍ଡ :-

ମହାରାଷ୍ଟ୍ରର 34ତମ ସବ୍-ଜୁନିଅର୍ ଜାତୀୟ ବ୍ୟାଡମିଣ୍ଟନ୍ (U-13) ରାଙ୍କିଂ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟରେ ବାଳିକା ସିଙ୍ଗଲ୍ସ ଟାଇଟଲ୍ ଜିତିବାରେ ତନଭି ଓଡିଶାର ପ୍ରଥମ ସଟଲର ହୋଇଛନ୍ତି । ସେ ଚାଇନାର ଚେଙ୍ଗଡୁସ୍ଥିତ ଚେଙ୍ଗଡୁ ୟୁନିଭର୍ସିଟିରେ ଅନୁଷ୍ଠିତ ଏସୀୟ ଜୁନିୟର (U15, U17) ବ୍ୟାଡମିଣ୍ଟନ ଚାମ୍ପିଅନସିପରେ ମହିଳା U-15 ଏକକ ସ୍ୱର୍ଣ୍ଣ ପଦକ ଜିତିଥିବା ସେ ହେଉଛନ୍ତି ତୃତୀୟ ଭାରତୀୟ ସଟଲର ।

ଏମିତି କହିଲେ ତନଭି :-

'ଇଟିଭି ଭାରତ' ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ତନଭି ପତ୍ରି କହିଛନ୍ତି, "ମୋ ବାପାଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ମୁଁ ବ୍ୟାଡମିଣ୍ଟନ ଖେଳିବା ଆରମ୍ଭ କରିଥିଲି ଏବଂ ଚାଇନାରେ ଥିବାବେଳେ 9ଟି ପଦକ ଜିତିଥିଲି । ମୁଁ କେବଳ ଗୋଟିଏ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ହାରିଛି । ଆଜି ମଧ୍ୟ ମୁଁ ସେହି ପରାଜୟକୁ ଭୁଲି ନାହିଁ । କିନ୍ତୁ ଏହା ପରେ ମୁଁ ଅଧିକ ପରିଶ୍ରମ କଲି ଏବଂ ଅନ୍ୟ ପ୍ରତିଯୋଗିତାରେ ଭାଗ ନେଲି । ମୋର ସ୍ୱପ୍ନ ହେଉଛି ଅଲିମ୍ପିକ୍ସରେ ଖେଳିବା ଏବଂ ଭାରତ ପାଇଁ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିବା । ବର୍ତ୍ତମାନ ଅନୁଷ୍ଠିତ ଏସିଆନ୍ ବ୍ୟାଡମିଣ୍ଟନ୍ ଚାମ୍ପିଅନସିପରେ ଅଣ୍ଡର 15 ବାଳିକା ଟାଇଟଲ୍ ଜିତିବା ପରେ ମୁଁ ବହୁତ ଖୁସି । ମୁଁ ଜିତିବି ବୋଲି ମୋର ବିଶ୍ୱାସ ଥିଲା ଏବଂ ଭଲ ପ୍ରଦର୍ଶନ କରିବାରେ ସଫଳ ହେଲି । ଭବିଷ୍ୟତରେ ମଧ୍ୟ ଏପରି ପ୍ରଦର୍ଶନ ଜାରି ରଖିବି ।

ଏହା ମଧ୍ୟ ପଢ଼ନ୍ତୁ...ପ୍ୟାରିସ ପାରାଲିମ୍ପିକ୍ସରୁ ଭାରତକୁ 5ମ ପଦକ; ଶୁଟିଂରେ ବ୍ରୋଞ୍ଜ ଜିତିଲେ ରୁବିନା ଫ୍ରାନ୍ସିସ - Paris Paralympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.