ETV Bharat / sports

ସୂର୍ଯ୍ୟ-ବୁମରା-ଅର୍ଶଦୀପଙ୍କ ଚମତ୍କାର ପ୍ରଦର୍ଶନ, ସୁପର-8ରେ ଆଫଗାନକୁ 47ରନରେ ହରାଇଲା ଭାରତ - T20 WORLD CUP 2024

author img

By ETV Bharat Odisha Team

Published : Jun 21, 2024, 9:19 AM IST

IND VS AFG: ସୁପର 8 ମୁକାବିଲାରେ ଭାରତର ଅଲରାଉଣ୍ଡର ପ୍ରଦର୍ଶନ । 47ରନରେ ଆଫଗାନିସ୍ତାନକୁ ହରାଇ ବିଜୟ ଅଭିଯାନ ଜାରି ରଖିଲା ଭାରତ । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)

ଓ୍ବାଶିଂଟନ: T20 ବିଶ୍ବକପରେ ଭାରତର ବିଜୟ ଧାରା ଜାରି । ସୁପର 8ର ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆର ଦମଦାର ବିଜୟ । ଆଫଗାନିସ୍ତାନକୁ ହରାଇଲା ସୁପର 8 ପଏଣ୍ଟ ଟେବୁଲରେ ଖାତା ଖୋଲିଲା ଭାରତ । 47 ରନରେ ଟିମ୍‌ ଇଣ୍ଡିଆର ବିଜୟ । ଫରକ ପଡିଲାନି ରୋହିତ କୋହଲିଙ୍କ ଦୁର୍ବଳ ବ୍ୟାଟିଂ । ସୂର୍ଯ୍ୟକୁମାରଙ୍କ ଧୂଆଁଧାର ଅର୍ଦ୍ଧଶତକ ଓ ବୁମରା-ଅର୍ଶଦୀପଙ୍କ ଘାତକ ବୋଲିଂ ଯୋଗୁଁ ରୋହିତ ବାହିନୀର ବିଜୟ ହୋଇଛି । ସୂର୍ଯ୍ୟକୁମାର ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ହୋଇଛନ୍ତି ।

ସୂର୍ଯ୍ୟକୁମାରଙ୍କ ଧୂଆଁଧାର ବ୍ୟାଟିଂ: ଗୁରୁବାର ଆମେରିକାର କେନସିଂଟନ ଓଭାଲ ଗ୍ରାଉଣ୍ଡରେ ଭାରତୀୟ ସମୟ ରାତି 8ଟାରେ ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଫଳରେ ଫିଲ୍ଡିଂ କରିଥିଲା ରସିଦ ଖାନଙ୍କ ବାହିନୀ । ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟାଟିଂ ନିଷ୍ପତ୍ତି ଟିମ ଇଣ୍ଡିଆ ପାଇଁ ଫଳପ୍ରଦ ହୋଇଥିଲା । 20 ଓଭରରେ ଦଳ 8 ଓ୍ବିକେଟ ହରାଇ 181 ରନ କରିଥିଲା । ପୂର୍ବ ପରି କୋହଲି ଓ ରୋହିତ ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଥିଲେ । 11 ରନରେ ଦଳ ପ୍ରଥମ ଓ୍ବିକେଟ ପଡିଥିଲା । 8 ରନରେ ରୋହିତ ଆଉଟ୍‌ ହୋଇଥିଲେ । ଏହାପରେ କୋହଲି 24 ଓ ପନ୍ତ 20 ରନ କରି ପାଭିଲିୟନକୁ ଫେରିଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିଲେ ସୂର୍ଯ୍ୟକୁମାର । ତାଙ୍କ ବ୍ୟାଟରୁ ଲମ୍ବା ଲମ୍ବା ସଟ୍‌ ଦେଖିବାକୁ ମିଳିଥିଲା । 25 ବଲରେ 5ଟି ଚୌକା ଓ 3ଟି ଛାକା ମାରି 53 ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିବମ ଦୁବେ 10, ପାଣ୍ଡ୍ୟା 32, ଜାଡେଜା 7, ଅକ୍ସର ପଟେଲ 12 ରନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ବାରବାଟୀକୁ ଫେରିଲା ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ, ଫେବୃଆରୀରେ ଭାରତ-ଇଂଲଣ୍ଡ ମୁକାବିଲା

ବୁମରା-ଅର୍ଶଦୀପଙ୍କ ଘାତକ ବୋଲିଂରେ ଚିତପଟାଙ୍ଗ ଆଫଗାନ: 182 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଆଫଗାନିସ୍ତାନ । କିନ୍ତୁ ଭାରତୀୟ ଦଳର ଘାତକ ବୋଲରଙ୍କ ସାମ୍ନା କରିବାରେ ଦଳର ବ୍ୟାଟର ସମର୍ଥ ହୋଇପାରିନଥିଲେ । ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡିଥିଲା । ବୁମରା, ଅର୍ଶଦୀପ ଓ କୁଳଦୀପ ବଲକୁ ବୋମା ପରି ଫିଙ୍ଗିଥିଲେ । ଫଳରେ ବିଜୟ ରନ ହାସଲ ପୂର୍ବରୁ ଦଳ ସମସ୍ତ ଓ୍ବିକେଟ ହରାଇ134ରେ ସିମିତ ରହିଥିଲା । ଓମାରଜାଇ ସର୍ବାଧିକ 26 ରନ କରିଥିଲେ । ଅନ୍ୟ କୌଣସି ବ୍ୟାଟର 20 ରନ କରିବାକୁ ମଧ୍ୟ ସମର୍ଥ ହୋଇନଥିଲେ । ବୁମରା 3, ଅର୍ଶଦୀପ 3 ଓ କୁଳଦୀପ 2ଟି ଓ୍ବିକେଟ ନେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.