ETV Bharat / sports

ସୁପର-୮ରେ ଆଜି ଆଫଗାନ-ଭାରତ ଫାଇଟ, ବିଜୟ ଧାରା ବଜାୟ ଲକ୍ଷ୍ୟରେ ରୋହିତ ବାହିନୀ - T20 World Cup 2024

author img

By ETV Bharat Odisha Team

Published : Jun 20, 2024, 2:21 PM IST

India vs Afghanistan: ସୁପର 8ରେ ଆଜି ଭାରତକୁ ଭେଟିବ ଆଫଗାନିସ୍ତାନ । ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବେ ଦୁଇ ଦଳ । ଆଫଗାନର ସ୍ପିନର ଓ ଭାରତୀୟ ବ୍ୟାଟରଙ୍କ ମଧ୍ୟରେ ହେବ ଅସଲି ଲଢେଇ । ଅଧିକ ପଢନ୍ତୁ

T20 World Cup 2024
T20 World Cup 2024 (ETV BHARAT ODISHA)

ଓ୍ବାଶିଂଟନ: ଟି-20 ବିଶ୍ବକପରେ ଆରମ୍ଭ ହୋଇଛି ସୁପର 8 ଲଢେଇ । ଆଫଗାନିସ୍ତାନ ବିପକ୍ଷରେ ଆଜି ସୁପର 8 ଅଭିଯାନ ଆରମ୍ଭ କରିବ ଟିମ ଇଣ୍ଡିଆ । ଗ୍ରୁପ ପର୍ଯ୍ୟାୟରେ ଦଳ ଅପରାଜୟ ରହିଥିବା ବେଳେ ଧାରା ବଜାୟ ରଖିବା ଲକ୍ଷ୍ୟରେ ରୋହିତ ବାହିନୀ । ସେପଟେ ଟିମ ଇଣ୍ଡିଆର ବିଜୟ ଧାରାରେ ରୋକ ଲଗାଇବାକୁ ପ୍ରସ୍ତୁତ ରସିଦ ଖାନ ବାହିନୀ । ଆଫଗାନର ସ୍ପିନର ଓ ଭାରତୀୟ ବ୍ୟାଟରଙ୍କ ମଧ୍ୟରେ ଆଜି ଅସଲି ଲଢେଇ ହେବ । ଭାରତୀୟ ସମୟ ରାତି 8 ଟାରେ ଆମେରିକାର କେନସିଂଟନ ଓଭାଲ ଗ୍ରାଉଣ୍ଡରେ ମ୍ୟାଚ ଖେଳାଯିବ ।

ଗ୍ରୁପ ପର୍ଯ୍ୟାୟରେ ଭାରତ 4ଟି ମ୍ୟାଚ ମଧ୍ୟରୁ 3ଟି ମ୍ୟାଚରେ ଲଗାତାର ବିଜୟୀ ହୋଇଥିଲା । ତୃତୀୟ ମ୍ୟାଚରେ ଆମେରିକାକୁ ହରାଇବା ପରେ ଦଳ ସୁପର 8ରେ ପ୍ରଥମ ଦଳ ଭାବେ ପ୍ରବେଶ କରିଥିଲା । ଚତୁର୍ଥ ମ୍ୟାଚଟି ବାତିଲ ହୋଇଥିଲା । ମୋଟ 7 ପଏଣ୍ଟ ସହ ଗ୍ରୁପ ଏର ଭାରତ ଟପ-1ରେ ରହିଥିଲା ମେନ ଇନ ବ୍ଲୁ । ଗ୍ରୁପ ପର୍ଯ୍ୟାୟରେ ଦଳର ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗ ଭଲ ରହିଥିବା ବେଳେ ଆଜିର ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର । ଏକାଦଶରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ । ଟୁର୍ଣ୍ଣାମେଣ୍ଟରେ ଦଳ ପ୍ରଦର୍ଶନ ଭଲ ରହିଥିବାରୁ ଆଜିର ମ୍ୟାଚ ପାଇଁ ରୋହିତ ବାହିନୀର ମନୋବଳ ଦୃଢ ରହିଛି ।

ଏହା ମଧ୍ୟ ପଢନ୍ତୁ-ଧୋନିଙ୍କ ରେକର୍ଡ ଭାଙ୍ଗିଲେ ବାବର, ଟି-20 ବିଶ୍ବକପରେ ଅଧିନାୟକ ଭାବେ କଲେ ସର୍ବାଧିକ ରନ - T20 World Cup 2024

କୋହିଲଙ୍କ ଫର୍ମ ଉପରେ ନଜର: ଗ୍ରୁପ ପର୍ଯ୍ୟାୟର ଲଗାତାର 3ଟି ଯାକ ମ୍ୟାଚରେ କୋହଲିଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ରନ କରିବାରେ କୋହଲି ବିଫଳ ହୋଇଛନ୍ତି । ତାଙ୍କ ବ୍ୟାଟରୁ ରନ ଆସିବା ନେଇ ଫ୍ୟାନ୍ସ ମାନେ ଚାତକ ପରି ଅନାଇ ବସିଛନ୍ତି । ରୋହିତଙ୍କ ସହ କୋହଲି ଓପନିଂ କରୁଥିବା ବେଳେ ରନ କରିବାରେ ସକ୍ଷମ ହୋଇପାରୁ ନାହାନ୍ତି । ତେଣୁ କୋହଲିଙ୍କୁ 3 ନମ୍ବରରେ ବ୍ୟାଟିଂ କରିବାକୁ ଦିଆଯାଉ ବୋଲି ଦକ୍ଷିଣ ଆଫ୍ରିକା କ୍ରିକେଟର ଡେଭିଲିୟର୍ସ କହିଛନ୍ତି ।

ଏକାଦଶରେ ପରିବର୍ତ୍ତନ: ଭାରତୀୟ ଟିମର ମୁଖ୍ୟ କୋଚ ରାହୁଲ ଦ୍ରାବିଡ ମ୍ୟାଚ ପୂର୍ବରୁ କହିଛନ୍ତି ଯେ, ସୁପର 8 ପର୍ଯ୍ୟାୟ ପାଇଁ କୁଳଦୀପ ଯାଦବ କିମ୍ବା ୟୁଜବେନ୍ଦ୍ର ଚହଲ ଦଳକୁ ଫେରିପାରନ୍ତି । ଗ୍ରୁପ ପର୍ଯ୍ୟାରେ ଏହି ଦୁଇ ଖେଳାଳି ଗୋଟିଏ ବି ମ୍ୟାଚ ଖେଳିନାହାନ୍ତି । ଶିବମ ଦୁବେଙ୍କ ବଦଳରେ ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କୁ ଏକାଦଶରେ ସ୍ଥାନ ମିଳିପାରେ । ସେହିପରି ବ୍ୟାଟିଂ ବିଭାଗରେ ପରିବର୍ତ୍ତନ ହେବ ନାହିଁ । ପୂର୍ବ ପରି କୋହଲି ଓ ରୋହିତ ଓପନିଂ କରିବେ ।

ଭାରତ ପାଇଁ ଚ୍ୟାଲେଞ୍ଜ ହେବ ଆଫଗାନିସ୍ତାନ ସ୍ପିନର : ଗ୍ରୁପ ପର୍ଯ୍ୟାୟରେ ଆଫଗାନିସ୍ତାନ ଭାରତ ପରି ଲଗାତାର 3ଟି ମ୍ୟାଚରେ ବିଜୟୀ ହୋଇ ସୁପର 8ରେ ପ୍ରବେଶ କରିଥିଲା । କିନ୍ତୁ ଶେଷ ମ୍ୟାଚରେ ଦଳ ପରାଜିତ ହୋଇଥିଲା । ଆଫଗାନର ବୋଲିଂ ବିଭାଗ ବେଶ କୁଶଳୀ । ସ୍ପିନର ରସିଦ ଖାନ, ମହମ୍ମଦ ନବୀ ଓ ନୁର ଅହମ୍ମଦ ପୂର୍ବ ମ୍ୟାଚଗୁଡିକରେ ଘାତକ ସାବ୍ୟସ୍ତ ହୋଇଛନ୍ତି । ଭାରତୀୟ ବ୍ୟାଟରଙ୍କୁ ଅଟକାଇବାକୁ ଏହି ତିନି ବୋଲର ଜୋରଦାର ଉଦ୍ୟମ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.