ETV Bharat / sports

ସୁପର 8ରେ ଆଜି ଭାରତ-ବାଂଲାଦେଶ ମୁକାବିଲା, ସେମିଫାଇନାଲ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ - T20 World Cup 2024

author img

By ETV Bharat Odisha Team

Published : Jun 22, 2024, 3:48 PM IST

T20 World Cup 2024: ଆଜି ସୁପର 8ରେ ଭାରତକୁ ଭେଟିବ ବାଂଲାଦେଶ । ବିଜୟ ଧାରା ବଜାୟ ଲକ୍ଷ୍ୟରେ ମେନ ଇନ ବ୍ଲୁ । ବାଂଲାଦେଶ ପାଇଁ କର ବା ମର ପରିସ୍ଥିତି । ଅଧିକ ପଢନ୍ତୁ

T20 World Cup 2024
T20 World Cup 2024 (ANI)

ଓ୍ବାଶିଂଟନ: ଟି 20 ବିଶ୍ବକପରେ ଜାରି ରହିଛି ସୁପର 8 ମୁକାବିଲା । ଗ୍ରୁପ ଏରେ ଆଜି ଦ୍ବିତୀୟ ମ୍ୟାଚ ଖେଳିବ ଟିମ ଇଣ୍ଡିଆ । ବାଂଲାଦେଶକୁ ଭେଟିବ ରୋହିତ ବାହିନୀ । ବିଜୟ ଧାରା ବଜାଯ ଲକ୍ଷ୍ୟରେ ମେନ ଇନ ବ୍ଲୁ । ଏହି ମ୍ୟାଚ ଜିତିଲେ ଦଳର ସେମିଫାଇନାଲ ଏକ ପ୍ରକାର ସ୍ପଷ୍ଟ ହେବ । ସେପଟେ ଆଜିର ମ୍ୟାଚ ବାଂଲାଦେଶ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି । ସେମିଫାଇନାଲ ରେସରେ ରହିବାକୁ ହେଲେ ଦଳକୁ ଏହି ମ୍ୟାଚ ବିଜୟୀ ହେବା ଜରୁରୀ । କାହିଁକିନା ପ୍ରଥମ ମ୍ୟାଚରେ ଦଳ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଥିଲା । ଭିଭିଆନ ରିଚାର୍ଡ ଷ୍ଟାଡିୟମରେ ଭାରତୀୟ ସମୟ 8ଟାରେ ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ ଖେଳାଯିବ ।

କାହାର ପଲ୍ଲା ରହିବ ଭାରି ? : ଭାରତ ଏବଂ ବାଂଲାଦେଶ ମଧ୍ୟରେ ଟି -20 ରେକର୍ଡ ବିଷୟରେ କହିବାକୁ ଗଲେ ଏପର୍ଯ୍ୟନ୍ତ ଦୁଇ ଦଳ ପରସ୍ପରକୁ 13 ଥର ଭେଟିଛନ୍ତି । ଭାରତ 13 ଟି ମ୍ୟାଚ ମଧ୍ୟରୁ 12 ଟିରେ ବିଜୟୀ ହୋଇଛି । ବାଂଲାଦେଶ ମାତ୍ର ଗୋଟିଏ ମ୍ୟାଚରେ ବିଜୟ ହାସଲ କରିଛି। ଆଜିର ମ୍ୟାଚରେ ମଧ୍ୟ ଶକ୍ତିଶାଳୀ ଭାରତୀୟ ଦଳକୁ ପରାସ୍ତ କରିବା ବାଂଲାଦେଶକୁ କଷ୍ଟସାଧ୍ୟ ହୋଇପାରେ । ତେଣୁ ଟିମ୍‌ ଇଣ୍ଡିଆର ପଲ୍ଲା ଭାରି ରହିବା ନେଇ ଆଶା କରାଯାଉଛି । ଭାରତକୁ ହରାଇବାକୁ ହେଲେ ବାଂଲା ଟିମକୁ ସ୍ପିନ୍ ବୋଲିଂକୁ ସୁଦୃଢ କରିବାକୁ ପଡିବ ।

ପିଚ୍‌ ରିପୋର୍ଟ: ଭିଭିଆନ ରିଚାର୍ଡ ଷ୍ଟାଡିୟମ ପିଚ ଧିମା ମନାଯାଏ । ଉଭୟ ଦଳର ସ୍ପିନର ଓ ପେସରଙ୍କ ପାଇଁ ଭିଭିଆନ ରିଚାର୍ଡ ଷ୍ଟାଡିୟମ ବେସ ସହାୟକ ହେବ । କିନ୍ତୁ ଏଠାରେ ରନ କରିବା ବ୍ୟାଟରଙ୍କ ପାଖରେ ସହଜ ହେବା ନାହିଁ । ଆଜି ସାମାନ୍ୟ ବର୍ଷା ହେବା ମଧ୍ୟ ସମ୍ଭାବନା ରହିଛି ।

ଏହା ମଧ୍ୟ ପଢନ୍ତୁ-ସୂର୍ଯ୍ୟ-ବୁମରା-ଅର୍ଶଦୀପଙ୍କ ଚମତ୍କାର ପ୍ରଦର୍ଶନ, ସୁପର-8ରେ ଆଫଗାନକୁ 47ରନରେ ହରାଇଲା ଭାରତ - T20 WORLD CUP 2024

ଏହି ଖେଳାଳିଙ୍କ ଉପରେ ରହିବ ନଜର: ବାଂଲାଦେଶ ବିପକ୍ଷ ମ୍ୟାଚରେ ଭାରତୀୟ ଟିମରେ ଫର୍ମରେ ଥିବା ସୁର୍ଯ୍ୟକୁମାର ଯାଦବ ଏବଂ ଋଷଭ ପନ୍ତ ଭଲ ବିସ୍ଫୋରକ ବ୍ୟାଟିଂ କରିବା ନେଇ ଆଶା କରାଯାଉଛି । ଟପ୍ ଅର୍ଡର ବିଫଳ ହେବା ପରେ ଏହି ଦୁଇ ଖେଳାଳି ଟିମ୍ ଇଣ୍ଡିଆକୁ ଅନେକ ଥର ଅସୁବିଧାରୁ ବଞ୍ଚାଇଛନ୍ତି। ଏଥି ସହିତ ବୋଲିଂରେ ଜଶପ୍ରୀତ ବୁମରା ଏବଂ ଅର୍ଶଦୀପ ସିଂଙ୍କ ଉପରେ ପ୍ରାରମ୍ଭିକ ୱିକେଟ୍ ନେବା ଦାୟିତ୍ବ ରହିବ। ଏଥି ସହିତ ସ୍ପିନର କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜା ଏବଂ ଅକ୍ଷର ପଟେଲ ମଧ୍ୟଭାଗରେ ଚମତ୍କାର ବୋଲିଂ କରିବେ ବୋଲି ଆଶା କରାଯାଉଛି।

ବାଂଲାଦେଶର ବ୍ୟାଟିଂ ଓ ବୋଲିଂ ବିଭାଗ: ଟି 20 ବିଶ୍ବକପରେ ଭାରତର ବିଜୟ ଧାରା ଜାରି ରହିଥିଲେ ମଧ୍ୟ ଆଜିର ମ୍ୟାଚରେ ବାଂଲାଦେଶକୁ ହାଲୁକା ନେଲେ ମହଙ୍ଗା ପଡିପାରେ। ବାଂଲାଦେଶର ଦ୍ରୁତ ବୋଲର ଟାସ୍କିନ୍ ଅହମ୍ମଦ, ମୁସ୍ତାଫିଜୁର ରହମାନ ଏବଂ ତାନଜିମ ଭାରତ ବ୍ୟାଟିଂ ଲାଇନ ଅପରେ ବିପର୍ଯ୍ୟୟ ଘଟାଇବାକୁ କୌଣସି ଚାନ୍ସ ଛାଡିବେ ନାହିଁ । ଏଥି ସହିତ ଅଲରାଉଣ୍ଡର ଶାକିବ ଅଲ ହାସନ ଉଭୟ ବୋଲିଂ ଏବଂ ବ୍ୟାଟିଂ ସହିତ ଯେକୌଣସି ସମୟରେ ମ୍ୟାଚର ଗତି ବଦଳାଇବାର କ୍ଷମତା ରଖିଛନ୍ତି। ବାଂଲାଦେଶର ଦୁର୍ବଳତା ହେଉଛି ଏହାର ବ୍ୟାଟିଂ। ବାଂଲାଦେଶ ବ୍ୟାଟର ମାନେ ଟି -20 ବିଶ୍ୱକପ 2024 ରେ ଏତେଟା ଭଲ ପ୍ରଦର୍ଶନ କରିପାରିନାହାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.