ETV Bharat / sports

T 20 : ଆଜି ଭାରତ-ଅଷ୍ଟ୍ରେଲିଆ ସୁପର ଏଇଟ ଫାଇଟ୍, ଯିଏ ଜିତିବ ଖେଳିବ ସେମିଫାଇାନଲ, ହାରିଲେ ବିଗିଡ଼ିବ ଗଣିତ - IND VS AUS MATCH TODAY

author img

By ETV Bharat Odisha Team

Published : Jun 24, 2024, 11:49 AM IST

Updated : Jun 24, 2024, 1:26 PM IST

T 20 Semi final scenario, India-Australia Match Today : ଟି-20 ବିଶ୍ବକପରେ ସେମିଫାଇନାଲ ପାଇଁ ଫାଇଟ । ଆଜି ଅଷ୍ଟ୍ରେଲିକୁ ଭେଟିବ ଟିମ ଇଣ୍ଡିଆ । କାହାର ପଲ୍ଲା ରହିବ ଭାରି, କିଏ ଯିବ ସେମିକୁ ଓ କିଏ ପଡିବ ବାଦ ? ଅଧିକ ପଢନ୍ତୁ

IND VS AUS
IND VS AUS (AP Photo)

ଓ୍ବାଂଶିଟନ: ସୁପର 8 ମୁକାବିଲାର ଗ୍ରୁପ 'ଏ'ରେ ଆଜି ରହିଛି ଗୁରୁତ୍ବପୂର୍ଣ୍ଣ ମୁକାବିଲା । ଭାରତକୁ ଭେଟିବ ଅଷ୍ଟ୍ରେଲିଆ । ସେମି ଫାଇନାଲକୁ ଉନ୍ନିତ ହେବା ପାଇଁ ଦୁଇ ଦଳ ମଧ୍ୟରେ ହେବ ଜୋରଦାର ଟକ୍କର । ଆଜିର ମ୍ୟାଚ ଯିଏବି ବିଜୟୀ ହେବ ସେ ସିଧା ସେମିରେ ପହଞ୍ଚିବ । ସୁପର 8ରେ ଦୁଇ ଦଳର ଆଜି ଶେଷ ମୁକାବିଲା ରହିଛି । ବିଜୟ ଧାରା ବଜାୟ ରଖି ସେମିକୁ ଯିବାକୁ ରୋହିତ ବାହିନୀ ପ୍ରସ୍ତୁତ ଥିବା ବେଳେ ଭାରତ ବିଜୟ ଧାରାରେ ବ୍ରେକ ଲଗାଇ ସେମିରେ ପ୍ରବେଶ କରିବାକୁ ମିଚେଲ ମାର୍ସଙ୍କ ଦଳ ପୁରଣା ରଣନୀତି ପ୍ରସ୍ତୁତ କରିଛି । ଡାରେନ୍ ସାମି କ୍ରିକେଟ୍ ଗ୍ରାଉଣ୍ଡରେ ଭାରତୀୟ ସମୟ ରାତି 8ଟାରେ ମ୍ୟାଚ ଖେଳାଯିବ ।

ଅଷ୍ଟ୍ରେଲିଆ ହାରିଲେ ସେମିକୁ ଯିବ ଭାରତ: ଟି-20 ବିଶ୍ବକପରେ ଟିମ ଇଣ୍ଡିଆର ପ୍ରଦର୍ଶନ ଭଲ ରହିଛି । ଗ୍ରୁପ ପର୍ଯ୍ୟାୟରେ ଦଳ ଅପରାଜୟ ରହିଥିବା ବେଳେ ସୁପର 8ରେ ଦଳ ଲଗାତାର 2ଟି ମ୍ୟାଚ ଜିତି ବିଜୟ ଧାରା ବଜାୟ ରଖିଛି । ଏକ ପ୍ରକାର ସେମିରେ ସ୍ଥାନ ପକ୍କା ହୋଇଥିଲେ ମଧ୍ୟ ଗତକାଲି ଆଫଗାନିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ଦଳର ସେମି ସମୀକରଣ ଏପଟ ସେପଟ କରିଦେଇଛି । ଦଳର ରନ ରେଟ ମଧ୍ୟ ସବୁଠାରୁ ଅଧିକ ରହିଛି । ଆଜିର ମ୍ୟାଚରେ ଦଳ ଯଦି କଙ୍ଗାରୁ ଦଳକୁ ପରାସ୍ତ କରେ ତେବେ ସିଧା ସେମିଫାଇନାକୁ ଯିବ । ଅଷ୍ଟ୍ରେଲିଆ ଟି-20 ବିଶ୍ବକପ ଅଭିଯାନ ଶେଷ କରିବ ।

ଏହା ମଧ୍ୟ ପଢନ୍ତୁ-ବଟଲରଙ୍କ ବିସ୍ଫୋରକ ବ୍ୟାଟିଂ, ଆମେରିକାକୁ ହରାଇ ପ୍ରଥମ ଦଳ ଭାବେ ସେମିରେ ଇଂଲଣ୍ଡ - T20 World Cup 2024

ଟିମ ଇଣ୍ଡିଆ ପରାଜିତ ହେଲେ କଣ ହେବ ?

ଯଦି ଆଜିର ମ୍ୟାଚରେ ଭାରତ ପରାଜିତ ହୁଏ ତେବେ କଙ୍ଗାରୁ ଦଳ ସେମିଫାଇନାଲକୁ ଉନ୍ନିତ ହେବ । ସେମି ଫାଇାନଲ ଯିବାକୁ ଭାରତକୁ ବାଂଲାଦେଶ ଓ ଆଫଗାନିସ୍ତାନ ମ୍ୟାଚକୁ ଅପେକ୍ଷା କରିବାକୁ ପଡିବ । ଯଦି ଏହି ମ୍ୟାଚ ବାଂଲାଦେଶ ଜିତେ ତେବେ ରୋହିତ ବାହିନୀ ସହଜରେ ସେମିଫାଇନାଲକୁ ଯିବ । ଯଦି ଆଫଗାନିସ୍ତାନ 83 ରନ ବ୍ୟବଧାନରେ ବାଂଲାଦେଶକୁ ପରାସ୍ତ କରେ ତେବେ ଭାରତର ରନ ରେଟ ଟପି ସେମିକୁ ଯାଇପାରିବ । ଯଦି ଏପରି ନ ହୁଏ ତେବେ ସେମିକୁ ଯିବା ଭାରତର ପକ୍କା ।

ରନ ରେଟରେ ଆଗରେ ଭାରତ

ସୁପର 8ରେ ଭାରତ ଲଗାତାର 2ଟି ମ୍ୟାଚ ଜିତି ଗ୍ରୁପ 1ରେ 4 ପଏଣ୍ଟ ସହ +2.425 ରନ ରେଟରେ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି । ସେହିପରି ଅଷ୍ଟ୍ରେଲିଆ 2ଟି ମ୍ୟାଚରୁ ଗୋଟିଏରେ ବିଜୟୀ ହୋଇ 2 ପଏଣ୍ଟ ସହ +0.223 ରନ ରେଟରେ ଦ୍ବିତୀୟ ସ୍ଥାନରେ ରହିଛି । ଆଫଗାନିସ୍ତାନ 2ଟି ମ୍ୟାଚରୁ ଗୋଟିଏରେ ବିଜୟୀ ହୋଇ 2 ପଏଣ୍ଟ ସହ -0.650 ରନ ରେଟ ସହ ତୃତୀୟ ସ୍ଥାନରେ ରହିଛି । ବାଂଲାଦେଶ 2ଟି ମ୍ୟାଚ ଖେଳିଥିଲେ ମଧ୍ୟ ପଏଣ୍ଟ ଟେବୁଲରେ ଖାତା ଖୋଲିପାରି ନାହିଁ ।

କାହାର ପଲ୍ଲା ରହିବ ଭାରି ?

ଯଦି ପୂର୍ବ ରେକର୍ଡକୁ ଦେଖାଯାଏ ତେବେ ଆଜି ଭାରତର ପଲ୍ଲା ଭାରି ରହିବା ନେଇ ଆକଳନ କରାଯାଉଛି । ଉଭୟ ଦଳ ମଧ୍ୟରେ ବର୍ତ୍ତମାନ ସୁଦ୍ଧା 31ଟି ଟି-20 ମ୍ୟାଚ୍ ଖେଳାଯାଇଛି । ଭାରତ 19ଟି ମ୍ୟାଚ୍ ଜିତିଥିବାବେଳେ ଅଷ୍ଟ୍ରେଲିଆ 11ଟି ମ୍ୟାଚ୍ ଜିତିଛି । ଗୋଟିଏ ମ୍ୟାଚ୍ ବାତିଲ ହୋଇଛି । ଟି-20 ବିଶ୍ୱକପ୍‌ରେ ଖେଳାଯାଇଥିବା ମ୍ୟାଚ୍‌ ବିଷୟରେ କହିବାକୁ ଗଲେ ଏପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ 5ଟି ମ୍ୟାଚ୍ ଖେଳାଯାଇଛି ଯେଉଁଥିରେ ଭାରତ 3 ଏବଂ ଅଷ୍ଟ୍ରେଲିଆ 2ଟି ମ୍ୟାଚରେ ବିଜୟୀ ହୋଇଛି ।

ଏହି ଭାରତୀୟ ଖେଳାଳିଙ୍କ ଉପରେ ରହିବ ନଜର

କୌଣସି ମତେ ଆଜିର ମ୍ୟାଚ ଭାରତ ବିଜୟୀ ହେବାକୁ ଚାହିଁବ । କାହିଁକି ନା ଯଦି ପରାଜିତ ହୁଏ ତେବେ ଦଳର ସେମି ଆଶା ଆଶଙ୍କାରେ ରହିବ । ଆଜିର ମ୍ୟାଚରେ ବିରାଟ କୋହଲିଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ପୂର୍ବ ମ୍ୟାଚରେ ସେ 39 ରନ କରିଥିଲେ । ଆଜିର ମ୍ୟାଚରେ ଫର୍ମକୁ ଫେରି ଛକା ଚୌକାର ବର୍ଷା କରିବା ନେଇ ଫ୍ୟାନ୍ସ ଆଶାବାଦୀ । ସେହିପରି ପନ୍ତ, ସୂର୍ଯ୍ୟକୁମାର ଓ ଅଲରାଉଣ୍ଡର ପାଣ୍ଡ୍ୟାଙ୍କ ବ୍ୟାଟରୁ ଭଲ ରନ ଆସିବା ନେଇ ଆଶା ରହିଛି । ସେହିପରି ବୋଲିଂରେ ବୁମରା, ଅର୍ଶଦୀପ ଓ କୁଲଦୀପ ଧମାଲ କରିପାରନ୍ତି ।

ଆତଙ୍କ ଖେଳାଇ ପାରନ୍ତି ଅଷ୍ଟ୍ରେଲିଆ ବ୍ୟାଟର-ବୋଲର

ଦଳରେ ବହୁ ଅଭିଜ୍ଞ ବୋଲର ରହିଛନ୍ତି । ପ୍ୟାଟ କମିନ୍ସ ଗତ ମ୍ୟାଚରେ ହ୍ୟାଟ୍ରିକ ଓ୍ବିକେଟ ନେଇଥିଲେ । ମିଚେଲ ଷ୍ଟାର୍କ ଓ କମିନ୍ସ ଘାତକ ବୋଲିଂ କରି ଭାରତୀୟ ବ୍ୟାଟରକଙ୍କୁ ଅଟକାଇବାକୁ ପ୍ରସ୍ତୁତ । ଅନ୍ୟପଟେ ଡେଭିଡ ଓ୍ବାର୍ଣ୍ଣର ଓ ଟ୍ରାଭିସ ହେଡ ଓ ମାକ୍ସଓ୍ବେଲଙ୍କ ଉପରେ ଦଳର ବ୍ୟାଟିଂ ଭାର ରହିଛି ।

Last Updated : Jun 24, 2024, 1:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.