ETV Bharat / sports

ଟସ୍‌ ଜିତି ବୋଲିଂ କରିବ ଅଷ୍ଟ୍ରେଲିଆ; ପ୍ରତିଶୋଧ ଲକ୍ଷ୍ୟରେ ଭାରତ, କଙ୍ଗାରୁ ଟିମକୁ ଫେରିଲେ ଷ୍ଟାର ପେସର - T20 World Cup 2024

author img

By ETV Bharat Odisha Team

Published : Jun 24, 2024, 7:51 PM IST

Updated : Jun 24, 2024, 8:04 PM IST

T20 World Cup 2024 IND vs AUS: ଟି୨୦ ବିଶ୍ବକପ୍‌ରେ ଆଜି ଭାରତ ବନାମ ଅଷ୍ଟ୍ରେଲିଆ । ଟସ୍‌ ଜିତି ଅଷ୍ଟ୍ରେଲିଆର ଫିଲ୍ଡିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ଭାରତ । ଅଧିକ ପଢ଼ନ୍ତୁ

T20 World Cup 2024 IND vs AUS
T20 World Cup 2024 IND vs AUS (BCCI)

ଗ୍ରସ୍‌ ଆଇଲେଟ୍‌ (ସେଣ୍ଟ ଲୁସିଆ): ଟି୨୦ ବିଶ୍ବକପ୍‌ରେ ମହାମୁକାବିଲା । ଭାରତ ବନାମ ଅଷ୍ଟ୍ରେଲିଆ ବିଗ୍‌-ଫାଇଟ୍‌ରେ ଟସ୍‌ ଜିତିଲା ଅଷ୍ଟ୍ରେଲିଆ । ତେବେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଅଷ୍ଟ୍ରେଲୀୟ ଅଧିନାୟକ ମିଚେଲ୍‌ ମାର୍ଶ । ଅର୍ଥାତ ୨୦୨୩ ଦିନିକିଆ ବିଶ୍ବକପ୍‌ ପରାଜୟ ପ୍ରତିଶୋଧ ଲକ୍ଷ୍ୟରେ ଥିବା ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବ । ସବୁଠାରୁ ବଡ଼ କଥା ହେଉଛି, ପୂର୍ବ ମ୍ୟାଚ୍‌ରେ ବେଞ୍ଚରେ ଥିବା କଙ୍ଗାରୁ ପେସର ମିଚେଲ୍‌ ଷ୍ଟାର୍କ ଆଜି ଚୂଡ଼ାନ୍ତ ଏକାଦଶକୁ ଫେରିଛନ୍ତି । ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଭାରତୀୟ ଦଳରେ ଏହି ମ୍ୟାଚ୍‌ ପାଇଁ କୌଣସି ପରିବର୍ତ୍ତନ ହୋଇନାହିଁ ।

ଉତ୍ତର ଆମେରିକା ସେଣ୍ଟ ଲୁସିଆର ଗ୍ରସ୍‌ ଆଇଲେଟ୍‌ସ୍ଥିତ ଡାରେନ ସାମ୍ମି କ୍ରିକେଟ୍‌ ଷ୍ଟାଡିୟମରେ ଆଜି ଟି୨୦ ବିଶ୍ବକପ୍‌ର ୫୧ତମ ମ୍ୟାଚ୍‌ ଖେଳାଯାଉଛି । ଗ୍ରୁପ୍‌-୧ର ସୁପର ୮ ମ୍ୟାଚ୍‌ରେ ଆଜି ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଅଷ୍ଟ୍ରେଲିଆ । ପ୍ରକାଶ ଯୋଗ୍ୟ, ଗ୍ରୁପ-୧ରେ ଭାରତ ଓ ଅଷ୍ଟ୍ରେଲିଆ ସମେତ ଆଫଗାନିସ୍ତାନ ଓ ବାଂଲାଦେଶ ରହିଛନ୍ତି । ବଂଲାଦେଶ ବର୍ତ୍ତମାନ ସେମି ରେସ୍‌ରୁ ବାଦ ପଡ଼ିଥିବାବେଳେ ଭାରତ ସର୍ବାଧିକ ୨ଟି ମ୍ୟାଚ୍‌ ଜିତି ଟେବୁଲ୍‌ ଟପ୍‌ରେ ରହିଛି । ଅନ୍ୟପଟେ ଅଷ୍ଟ୍ରେଲିଆ ଓ ଅଫଗାନିସ୍ତାନ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତିଥିବାବେଳେ ଉଭୟ ୨ ଲେଖାଏଁ ପଏଣ୍ଟ ସହ ଏବେ ସେମି ରେସ୍‌ରେ ରହିଛନ୍ତି । ଭାରତ ଆଜି ମ୍ୟାଚ୍‌ ଜିତିଲେ ସେମିଫାଇନାଲ୍‌ରେ ସ୍ଥାନ ପକ୍କା କରିବ । ଅନ୍ୟପଟେ ସେମି ଯାତ୍ରା ଉଦ୍‌ଜୀବୀତ ରଖିବା ପାଇଁ ଅଷ୍ଟ୍ରେଲିଆକୁ ଆଜିର ମ୍ୟାଚ୍‌ ଜିତିବା ନିହାତି ଜରୁରୀ ।

ଭାରତ (ଚୂଡ଼ାନ୍ତ ଏକାଦଶ): ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଋଷଭ ପନ୍ତ (ୱିକେଟ୍‌ କିପର), ସୂର୍ଯ୍ୟକୁମାର ଯାଦବ, ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ଯଶପ୍ରୀତ ବୁମ୍‌ରା

ଅଷ୍ଟ୍ରେଲିଆ (ଚୂଡ଼ାନ୍ତ ଏକାଦଶ): ଟ୍ରାଭିସ ହେଡ୍‌, ଡେଭିଡ ୱାର୍ଣ୍ଣର, ମିଚେଲ୍‌ ମାର୍ଶ (ଅଧିନାୟକ), ଗ୍ଲେନ୍‌ ମାକ୍ସୱେଲ୍‌, ମାର୍କସ ଷ୍ଟୋଇନିସ, ଟିମ୍‌ ଡେଭିଡ, ମାଥ୍ୟୁ ୱେଡ (ୱିକେଟ କିପର), ପ୍ୟାଟ୍‌ କମିନ୍ସ, ମିଚେଲ୍‌ ଷ୍ଟାର୍କ, ଆଡମ ଜାମ୍ପା, ଜୋଶ ହାଜଲେଉଡ୍‌

ଏହା ମଧ୍ୟ ପଢ଼ନ୍ତୁ...ଅଷ୍ଟ୍ରେଲିଆଠୁ ବିଶ୍ବକପ ପ୍ରତିଶୋଧ ନେବ ଭାରତ, କଣ ରହିଛି ରୋହିତଙ୍କ ରଣନୀତି ? - T20 WORLD CUP 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 24, 2024, 8:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.