ETV Bharat / sports

ବଟଲରଙ୍କ ବିସ୍ଫୋରକ ବ୍ୟାଟିଂ, ଆମେରିକାକୁ ହରାଇ ପ୍ରଥମ ଦଳ ଭାବେ ସେମିରେ ଇଂଲଣ୍ଡ - T20 World Cup 2024

author img

By ETV Bharat Odisha Team

Published : Jun 24, 2024, 9:00 AM IST

ENG VS USA: ସୁପର 8 ଗ୍ରୁପ 2 ମୁକାବିଲାରେ ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କଲା ଟିମ୍‌ ଇଂଲଣ୍ଡ । 10 ଓ୍ବିକେଟରେ ହାରିଲା ଆମେରିକା । ଅଧିକ ପଢନ୍ତୁ

T20 World Cup 2024
T20 World Cup 2024 (ETV BHARAT ODISHA)

ଓ୍ବାଶିଂଟନ: ଟି-20 ବିଶ୍ବକପରେ ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କଲା ଟିମ୍‌ ଇଂଲଣ୍ଡ । ସୁପର 8 ଗ୍ରୁପ 2 ମୁକାବିଲାରେ ଆମେରିକାକୁ 10 ଓ୍ବିକେଟରେ ହରାଇଛି ଡିଫେଣ୍ଡିଂ ଚମ୍ପିଆନ ଇଂଲଣ୍ଡ । ଅଧିନାୟକ ଜୋସ ବଟଲରଙ୍କ ବିସ୍ଫୋରକ ବ୍ୟାଟିଂ ଓ କ୍ରିସ ଜୋର୍ଡାନଙ୍କ ହ୍ୟାଟ୍ରିକ ଓ୍ବେକଟ ବଳରେ ସୁପର 8ର ତୃତୀୟ ତଥା ଅନ୍ତିମ ମ୍ୟାଚରେ ଦଳ ବିଜୟୀ ହୋଇ ସେମିରେ ପହଞ୍ଚିଛି । ପ୍ରଥମ ଥର ଟି-20 ବିଶ୍ବକପ ଖେଳୁଥିବା ଆମେରିକାର ଅଭିଯାନ ସୁପର 8ରେ ଶେଷ ହୋଇଛି । ଗ୍ରୁପ ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ସୁପର8 ମୁକାବିଲାରେ ଦଳ 3ଟି ମ୍ୟାଚରୁ ଗୋଟିଏରେ ମଧ୍ୟ ବିଜୟୀ ହୋଇନାହିଁ ।

ପ୍ରଥମ ଦଳ ଭାବେ ସେମିରେ ଇଂଲଣ୍ଡ: ସୁପର 8 ଗ୍ରୁପ 2ରେ ରହିଛନ୍ତି ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଓ୍ବେଷ୍ଟ ଇଣ୍ଡିଜ ଓ ଆମେରିକା । ଇଂଲଣ୍ଡ 3ଟି ମ୍ୟାଚ ଖେଳି 4 ପଏଣ୍ଟ ସହ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି । ସେହିପରି ଦକ୍ଷିଣ ଆଫ୍ରିକା 2ଟି ମ୍ୟାଚ ଖେଳି 4 ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛି । ଓ୍ବେଷ୍ଟଇଣ୍ଡିଜ 2ଟି ମ୍ୟାଚ ଖେଳି 2 ପଏଣ୍ଟ ସହ ତୃତୀୟ ଓ ଆମେରିକା 3ଟି ଯାକ ମ୍ୟାଚରେ ପରାଜିତ ହୋଇ ପଏଣ୍ଟ ଟେବୁଲରେ ଖାତା ଖୋଲିବାରେ ମଧ୍ୟ ବିଫଳ ହୋଇଛି । ଗତକାଲି ଖେଳାଯାଇଥିବା ମ୍ୟାଚରେ ଆମେରିକାକୁ ପରାସ୍ତ ପରେ ଇଲଂଣ୍ଡ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି ।

ଏହା ମଧ୍ୟ ପଢନ୍ତୁ-T-20 ବିଶ୍ବକପରେ ବଡ ବିପର୍ଯ୍ୟୟ, ଅଷ୍ଟ୍ରେଲିଆକୁ ହରାଇ ଆଫଗାନର ସେମି ଆଶା ଉଜ୍ଜୀବିତ - AFGHANISTAN HOPES ALIVE FOR SEMI

ଓ୍ବେଷ୍ଟଇଣ୍ଡିଜ-ଦକ୍ଷିଣ ଆଫ୍ରିକା ମଧ୍ୟରୁ କିଏ ଯିବ ସେମିଫାଇନାଲ ? : ଆଜି ଓ୍ବେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ ଖେଳାଯାଉଛି । ଏହି ଦୁଇ ଦଳ ମଧ୍ୟରୁ ଗୋଟିଏ ଦଳ ସେମିଫାଇନାଲକୁ ପ୍ରବେଶ କରିବ । ଯଦି ଆଜିର ମ୍ୟାଚ ଦକ୍ଷିଣ ଆଫ୍ରିକା ଜିତେ ତେବେ ସିଧା ସେମିକୁ ପ୍ରବେଶ କରିବ । ଯଦି ଓ୍ବେଷ୍ଟଇଣ୍ଡିଜ ମ୍ୟାଚ ଜିତେ ତେବେ ଦୁଇ ଦଳର ପଏଣ୍ଟ ସମାନ ହୋଇଯିବ । ରନ ରେଟ ଅନୁଯାୟୀ ସେମିଫାଇନାଲ କିଏ ଯିବ ତାହା ସ୍ଥିର ହେବ ।

ବଟଲରଙ୍କ ଧୂଆଁଧାର ବ୍ୟାଟିଂ: ଗତକାଲି ଆମେରିକା ଓ ଇଂଲଣ୍ଡ ମଧ୍ୟରେ ଏକ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଥିଲା । ଆମେରିକା ପ୍ରଥମେ ବ୍ୟାଟିଂ କରି 18.5 ଓଭରରେ ସମସ୍ତ ଓ୍ବିକେଟ ହରାଇ 115 ରନ କରିଥିଲା । ଏହାପରେ 116 ରନର ବିଜୟ ଲକ୍ଷ୍ୟନେଇ ପଡିଆକୁ ଓହ୍ଲାଇଥିଲା ଇଂଲଣ୍ଡ । ମାଚ୍ର 9.4 ଓଭରରେ ଦଳ ବିଜୟ ରନ ହାସଲ କରି ସେମିକୁ ଉନ୍ନିତ ହୋଇଥିଲା । ବଟଲର ଧୂଆଁଧାର ବ୍ୟାଟିଂ କରିଥିଲେ । 38 ବଲରେ ସେ 83 ରନ କରିଥିଲେ । କ୍ରିସ ଜୋର୍ଡାନ 4ଟି ଓ୍ବିକେଟ ନେଇ ଆମେରିକାକୁ ଧରାଶାୟୀ କରିଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.