ETV Bharat / sports

ଅଲିମ୍ପିକ୍ସରେ କରିଥିଲେ କମାଲ; ହେଲେ UTT 2024ରୁ ବାଦ ପଡ଼ିଲେ ଷ୍ଟାର ପ୍ୟାଡଲର ଶ୍ରୀଜା ଅକୁଲା - UTT 2024

author img

By ETV Bharat Sports Team

Published : Aug 12, 2024, 7:39 PM IST

Ultimate Table Tennis 2024 : ଅଲ୍ଟିମେଟ୍ ଟେବୁଲ୍ ଟେନିସ୍ (UTT) 2024ରୁ ବାଦ ପଡ଼ିଲେ ପ୍ୟାରିସ ଅଲିମ୍ପିକ୍ସ 2024ରେ କମାଲ କରିଥିବା ଭାରତୀୟ ଷ୍ଟାର ପ୍ୟାଡଲର ଶ୍ରୀଜା ଅକୁଲା । ଅଧିକ ପଢ଼ନ୍ତୁ

Sreeja Akula
Sreeja Akula (AFP Photo)

ହାଇଦ୍ରାବାଦ : ଅଲ୍ଟିମେଟ୍ ଟେବୁଲ୍ ଟେନିସ୍ (UTT) 2024 ଆରମ୍ଭ ହେବାକୁ ଯାଉଛି । ଏହାର କେବଳ କିଛିଦିନ ପୂର୍ବରୁ ଜୟପୁର ପାଟ୍ରିୟଟସ୍‌ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି । ଆଘାତ କାରଣରୁ ଶ୍ରୀଜା ଅକୁଲା ଆଗାମୀ ଅଲ୍ଟିମେଟ ଟେବୁଲ୍ ଟେନିସ୍ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି । ସେ ପ୍ୟାରିସ ଅଲିମ୍ପିକ୍ସରେ ଭାଗ ନେଇଥିବା ଭାରତୀୟ ଦଳର ଅଂଶ ଥିଲେ । ତେବେ ସେଠାରୁ ଫେରିବା ପରେ ଶ୍ରୀଜା UTTରେ ଜୟପୁର ପାଟ୍ରିୟଟସ୍‌ ଦଳକୁ ପ୍ରତିନିଧିତ୍ବ କରିଥାନ୍ତେ ।

UTT 2024ରୁ ବାଦ ପଡ଼ିଲେ ଶ୍ରୀଜା ଅକୁଲା :-

ଅକୁଲା ଏକ ବିବୃତ୍ତିରେ କହିଛନ୍ତି, "ମୁଁ ଦୁଃଖର ସହ ଜଣାଉଛି ଯେ ମୋର ଷ୍ଟ୍ରେସ ଫ୍ୟାକ୍ଚର ହୋଇଛି ଏବଂ ଡାକ୍ତରଙ୍କ ପରାମର୍ଶ କ୍ରମେ ମୋତେ 6 ସପ୍ତାହ ପର୍ଯ୍ୟନତ ବିଶ୍ରାମ କରିବାକୁ ପଡିବ । ଅର୍ଥାତ ମୁଁ UTT 2024ରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ସମର୍ଥ ହେବି ନାହିଁ ।

ଶ୍ରୀଜାଙ୍କ ସ୍ଥାନ ନେବେ ନିତ୍ୟାଶ୍ରୀ ମଣି :-

ପ୍ଲେୟାର ଡ୍ରାଫ୍ଟରେ ଶ୍ରୀଜା ଅକୁଲାଙ୍କୁ ଜୟପୁର ପାଟ୍ରିୟଟସ୍‌ ପ୍ରଥମ ପସନ୍ଦ ଭାବରେ ଚୟନ କରିଥିଲେ । ବର୍ତ୍ତମାନ ସେ ଟୁର୍ଣ୍ଣାମେଣ୍ଟରୁ ବାହାରିବା ପରେ ତାଙ୍କ ସ୍ଥାନରେ ଅଣ୍ଡର-19 ୟୁଥ୍ ନ୍ୟାସନାଲ ଚମ୍ପିଆନ୍ ତଥା UTT ଡେବ୍ୟୁଟାଣ୍ଟ ନିତ୍ୟାଶ୍ରୀ ମଣି ଖେଳିବେ । UTT ଏହାର 'X' ଆକାଉଣ୍ଟ୍ ମାଧ୍ୟମରେ ଏହି ସୂଚନା ଦେଇଛି ।

ପ୍ୟାରିସ ଅଲିମ୍ପିକ୍ସରେ କମାଲ କରିଥିଲେ ଶ୍ରୀଜା ଅକୁଲା :-

26 ବର୍ଷୀୟ ପ୍ୟାଡଲର ଅକୁଲା ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ମଧ୍ୟ ଦମଦାର ପ୍ରଦର୍ଶନ କରିଥିଲେ । ପ୍ୟାରିସରେ ଅନୁଷ୍ଠିତ ମହିଳା ଏକକ ଇଭେଣ୍ଟରେ ପ୍ରି-କ୍ବାର୍ଟର ଫାଇନାଲ ଏବଂ ମହିଳା ଯୁଗଳ ବର୍ଗରେ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଥିଲେ । ସେ 2022 କମନୱେଲଥ ଗେମ୍ସରେ ସ୍ବର୍ଣ୍ଣ ପଦକ ଏବଂ 2019 ଦକ୍ଷିଣ ଏସୀୟ ଗେମ୍ସରେ ଦ୍ବିତୀୟ ସ୍ବର୍ଣ୍ଣ ପଦକ ଜିତିଥିଲେ ।

ୟୁଟିଟି 2024 ସେଡ୍ୟୁଲ :-

ଅଲ୍ଟିମେଟ୍‌ ଟେବୁଲ୍ ଟେନିସ୍ 2024ର ଆଗାମୀ ସିଜନ୍ ଅଗଷ୍ଟ 22ରୁ ସେପ୍ଟେମ୍ବର 7 ପର୍ଯ୍ୟନ୍ତ ଚେନ୍ନାଇର ଜବାହରଲାଲ୍ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବ । ପ୍ରଥମ ଥର ପାଇଁ 8ଟି ଟିମରେ 16 ଜଣ ବିଦେଶୀ ଖେଳାଳିଙ୍କ ସମେତ ମୋଟ 48 ଖେଳାଳିଙ୍କ ଅଂଶଗ୍ରହଣ କରିବେ ।

ଏହା ମଧ୍ୟ ପଢ଼ନ୍ତୁ...ଫାଇନାଲ ମ୍ୟାଚ୍‌ ପୂର୍ବରୁ କେମିତି ବଢ଼ିଲା ଓଜନ ? CAS ଆଗରେ ବଡ଼ ଖୁଲାସା କଲେ ଭିନେଶ ଫୋଗାଟ - WHY VINESH PHOGAT WEIGHT INCREASE

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.