ETV Bharat / sports

ପ୍ୟାରିସ ପାରାଲିମ୍ପିକ୍ସରେ ଭାରତକୁ ବ୍ୟାକ୍‌ ଟୁ ବ୍ୟାକ୍‌ ମେଡାଲ; ସ୍ବର୍ଣ୍ଣ ଜିତି ଇତିହାସ ରଚିଲେ ଅବନି ଲେଖରା - Paris Paralympics 2024

author img

By ETV Bharat Sports Team

Published : Aug 30, 2024, 5:31 PM IST

Paris Paralympics 2024 : ପ୍ୟାରିସ୍ ପାରାଲିମ୍ପିକ୍ସ 2024ରେ ଶୁଟିଂରେ ଭାରତୀୟ ମହିଳା ପାରା ଶୁଟର ଅବନୀ ଲେଖରା ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ତେବେ ଆଜି ଗୋଟିଏ ଦିନରେ ଭାରତକୁ 4ଟି ପଦକ ମିଳିଛି । ଏଥିରେ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ଓ ରୌପ୍ୟ ସହିତ ଦୁଇଟି ବ୍ରୋଞ୍ଜ ସାମିଲ ଅଛି । ଅଧିକ ପଢ଼ନ୍ତୁ

Paris Paralympics 2024
Paris Paralympics 2024 (ETV Bharat)

ନୂଆଦିଲ୍ଲୀ : ପ୍ୟାରିସ ପାରାଲିମ୍ପିକ୍ସ 2024ରେ ଇତିହାସ ସୃଷ୍ଟି କରିଛନ୍ତି ଭାରତୀୟ ମହିଳା ପାରା ସୁଟର ଅବନୀ ଲେଖରା । ପ୍ୟାରିସ ପାରାଲିମ୍ପିକ୍ସ 2024 ସୁଟିଂରେ ଭାରତ ପାଇଁ ଜିତିଛନ୍ତି ପ୍ରଥମ ସ୍ୱର୍ଣ୍ଣ ପଦକ । ଏହି ଇଭେଣ୍ଟରେ ଭାରତର ମୋନା ଅଗ୍ରୱାଲ ବ୍ରୋଞ୍ଜ ପଦକ ଜିତିଛନ୍ତି । ମହିଳା 10 ମିଟର ଏୟାର ରାଇଫଲ ଷ୍ଟାଣ୍ଡିଂ SH1 ଇଭେଣ୍ଟରେ ଉଭୟ ଭାରତ ପାଇଁ ସ୍ୱର୍ଣ୍ଣ ଏବଂ ବ୍ରୋଞ୍ଜ ପଦକ ଜିତିଛନ୍ତି । ଏହା ବ୍ୟତୀତ ଆଜି ଗୋଟିଏ ଦିନରେ ଭାରତକୁ 4ଟି ପଦକ ମିଳିଛି । ଏଥିରେ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ଓ ରୌପ୍ୟ ସହିତ ଦୁଇଟି ବ୍ରୋଞ୍ଜ ସାମିଲ ଅଛି ।

ଗୋଟିଏ ଇଭେଣ୍ଟରେ ଭାରତକୁ 2ଟି ପଦକ :-

ପ୍ୟାରିସ୍ ପାରାଲିମ୍ପିକ୍ସ 2024ର ଦ୍ବିତୀୟ ଦିନରେ ଅବନୀ ଲେଖରା 249.7 ପଏଣ୍ଟ ସହ ପାରାଲିମ୍ପିକ୍ସ ରେକର୍ଡ ସୃଷ୍ଟି କରି ସ୍ୱର୍ଣ୍ଣ ପଦକ ଜିତିଥିଲେ । ଅନ୍ୟପଟେ ସମାନ ଇଭେଣ୍ଟରେ ମୋନା ଅଗ୍ରୱାଲ 228.7 ପଏଣ୍ଟ ସହ ତୃତୀୟ ସ୍ଥାନ ଅଧିକାର କରି ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି । ଏହି ଇଭେଣ୍ଟରେ କୋରିଆର ଲି ୟୁନ୍ରି ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ । ସେ ନିଜ ଦେଶକୁ ରୌପ୍ୟ ପଦକ ନେବାରେ ସଫଳ ହୋଇଥିଲେ ।

ଇତିହାସ ରଚିଲେ ଅବନି :-

ପାରାଲିମ୍ପିକ୍ସରେ ଏହା ଅବନୀ ଲେଖରାଙ୍କର କ୍ରମାଗତ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ତଥା ତାଙ୍କର ତୃତୀୟ ବ୍ୟକ୍ତିଗତ ପଦକ । ଏହାପୂର୍ବରୁ ସେ ଟୋକିଓ ପାରାଲିମ୍ପିକ୍ସ 2020ରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେ ଲଗାତାର ଦୁଇଟି ପାରାଲିମ୍ପିକ୍ସରେ ଭାରତ ପାଇଁ ଦୁଇଟି ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି ।

ପାରାଲିମ୍ପିକ୍ସରେ ଦୁଇଟି ସ୍ବର୍ଣ୍ଣ ପଦକ ଜିତିଥିବା ଏକମାତ୍ର ଭାରତୀୟ ହୋଇ ଅବନୀ ଇତିହାସ ସୃଷ୍ଟି କରିଛନ୍ତି । 2012ରେ ଏକ କାର ଦୁର୍ଘଟଣା ପରେ ଅବନୀ ଏକ ହ୍ୱିଲ ଚେୟାରକୁ ତାଙ୍କ ସାଥୀ କରିଛନ୍ତି । ତାଙ୍କର ସାହସ ଏବଂ ଶକ୍ତି ସହିତ ସେ 2015ରେ ଜୟପୁର ଶୁଟିଂ ରେଞ୍ଜରେ ପ୍ରଥମ ଥର ପାଇଁ ଖେଳିଥିଲେ ଏବଂ ଚମତ୍କାର ପ୍ରଦର୍ଶନ କରିଥିଲେ ।

ଭାରତକୁ ତୃତୀୟ ମେଡାଲ ଦେଲେ ପ୍ରୀତି ପାଲ :-

ମହିଳା 10 ମିଟର ଏୟାର ରାଇଫଲ ଷ୍ଟାଣ୍ଡିଂ SH1 ଇଭେଣ୍ଟରେ ଭାରତ ଦୁଇ ଦୁଇଟି ମେଡାଲ (ଗୋଟିଏ ଗୋଲ୍ଡ ଓ ଗୋଟିଏ ବ୍ରୋଞ୍ଜ) ପାଇଥିବାବେଳେ ଗୋଟିଏ ଦିନରେ ଭାରତକୁ ତୃତୀୟ ମେଡାଲ ଦେଇଛନ୍ତି ପ୍ରୀତି ପାଲ । ମହିଳା 100 ମିଟର T35ରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି ପ୍ରୀତି । ଭାରତର ପ୍ରୀତି ପାଲ ଶୁକ୍ରବାର ଦିନ ବ୍ୟକ୍ତିଗତ ଶ୍ରେଷ୍ଠ ସମୟ (14.21 ସେକେଣ୍ଡ) ସହ ମହିଳା 100 ମିଟର (T35 - ଆମ୍ବୁଲେଟୋରୀ ଆଥଲେଟ୍) ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଛନ୍ତି ।

ପ୍ରଥମ ରୌପ୍ୟ ଜିତିଲେ ମନୀଷ ନରୱାଲ :

ପ୍ୟାରିସ୍ ପାରାଲିମ୍ପିକ୍ସ 2024ରେ ଆଜି ଗୋଟିଏ ଦିନରେ ଭାରତକୁ 4ଟି ମେଡାଲ ମିଳିଛି । ଭାରତ ପାଇଁ ଆଜିର 4ର୍ଥ ତଥା ପ୍ରଥମ ରୌପ୍ୟ ପଦକ ଜିତିଛନ୍ତି ମନୀଷ ନରୱାଲ । ଭାରତୀୟ ପାରା ଶୁଟର ମନୀଷ ନରୱାଲ ପୁରୁଷ 10 ମିଟର ଏୟାର ପିସ୍ତଲ (SH1) ଇଭେଣ୍ଟରେ ମନୀଷ ନରୱାଲ ରୌପ୍ୟ ପଦକ ଜିତିଛନ୍ତି । ସେ ଟୋକିଓ ପାରାଲିମ୍ପିକ୍ସ 2020ରେ ଗୋଲ୍ଡ ମେଡାଲ ହାସଲ କରିଥିଲେ । ଯଦିଓ ସେ ଏଥର ନିଜ ଗୋଲ୍ଡ ମେଡାଲ ବଜାୟ ରଖି ପାରିନାହାନ୍ତି, ତେବେ ତାଙ୍କୁ କେବଳ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ...ପାରାଅଲିମ୍ପିକ୍ସରେ ଚମକିଲେ ଭାରତୀୟ; ମହିଳା ବ୍ୟକ୍ତିଗତ କମ୍ପାଉଣ୍ଡ କ୍ବାଟର ଫାଇନାଲରେ ଶୀତଲ, ମାତ୍ର 1 ପଏଣ୍ଟରୁ ବିଶ୍ବ ରେକର୍ଡରୁ ବଞ୍ଚିତ - Paralympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.