ETV Bharat / sports

ଅଲିମ୍ପିକ୍ସ ଦ୍ବିତୀୟ ଦିନରେ ଆସିବ ପ୍ରଥମ ମେଡାଲ; ମୈଦାନରେ ପିଭି ସିନ୍ଧୁ, ଶରତ କମଲଙ୍କ ଭଳି ହେଭିୱେଟ୍‌ - Paris Olympics 2024

author img

By ETV Bharat Sports Team

Published : Jul 28, 2024, 6:01 AM IST

Paris Olympics 2024 28 July Schedule: ପ୍ୟାରିସ୍‌ରୁ ଆସିବ ମେଡାଲ । ଅଲିମ୍ପିକ୍ସ 2024ର ଦ୍ବିତୀୟ ଦିନରେ ମୈଦାନକୁ ଓହ୍ଲାଇବେ ଭାରତର ଅନେକ ତାରକା ଆଥଲେଟ୍‌ । ନଜର ପକାନ୍ତୁ ଆଜି କେଉଁ ମ୍ୟାଚ୍‌ରେ ଓହ୍ଲାଇବେ ଭାରତର ଖେଳାଳି । ଅଧିକ ପଢ଼ନ୍ତୁ

Paris Olympics 2024 28 July Schedule
Paris Olympics 2024 28 July Schedule (ETV Bharat Odisha)

ପ୍ୟାରିସ୍‌ (ଫ୍ରାନ୍ସ): ପ୍ୟାରିସ୍‌ ଅଲିମ୍ପିକ୍ସ 2024ର ପ୍ରଥମ ଦିନ ଭାରତକୁ ଏକ ମିଶ୍ରିତ ଫଳାଫଳ ଦେଇଥିଲା । ଆଜି, ଅର୍ଥାତ୍ 28 ଜୁଲାଇ (ରବିବାର) ଭାରତୀୟ ଆଥଲେଟ୍‌ମାନେ ଦ୍ବିତୀୟ ଦିନରେ ପୁନର୍ବାର ନିଜର ଶକ୍ତି ପ୍ରଦର୍ଶନ କରିବେ । ଆଜି ଭାରତୀୟ ଆଥଲେଟ୍‌ମାନେ ଶୁଟିଂ, ବ୍ୟାଡମିଣ୍ଟନ୍, ବକ୍ସିଂ, ଟେବୁଲ୍ ଟେନିସ୍ ଏବଂ ତୀରନ୍ଦାଜ ଭଳି ଖେଳରେ ଭାରତ ପାଇଁ ଚମତ୍କାର ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିବ । ତେବେ ନଜର ପକାନ୍ତୁ, ଆଜି କେଉଁ କେଉଁ କ୍ରୀଡ଼ରେ ଭାରତର କ୍ରୀଡ଼ାବିତ୍‌ମାନେ ମେଡାଲ୍‌ ରେସ୍‌ରେ ରହିବେ ।

28 ଜୁଲାଇ (ରବିବାର) ଖେଳାଯିବାକୁ ଥିବା ଭାରତୀୟ ଖେଳାଳିଙ୍କ କ୍ରୀଡ଼ାସୂଚୀ:-

ରୋଇଂ: ଭାରତ ପକ୍ଷରୁ ରୋଇଂ ଇଭେଣ୍ଟରେ ବଲରାଜ ପନୱାରଙ୍କୁ ଦେଖିବାକୁ ମିଳିବ । ସେ ପ୍ରଥମ ଦିନରେ ରୋଇଂରେ ଚତୁର୍ଥ ସ୍ଥାନ ହାସଲ କରି ରେପେଚେଜ୍‌ରେ ନିଜର ସ୍ଥାନ ସୁରକ୍ଷିତ କରିଛନ୍ତି । ବଲରାଜ 7: 07.11 ମିନିଟ୍ ସମୟରେ ନିଜ ନୌକା ସାହାଯ୍ୟରେ ଲକ୍ଷ୍ୟ ହାସଲ କରିବା ସହ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ । ଆଜି ସେ ବ୍ରୋଞ୍ଜ ପଦକ ପାଇଁ ନିଜର ଜବରଦସ୍ତ ପ୍ରଦର୍ଶନ ଦେଉଥିବା ଦେଖିବାକୁ ମିଳିବ ।

  • ପୁରୁଷ ଏକକ ସ୍କଲ୍ସ ରେପେଚେଜ୍‌ ରାଉଣ୍ଡ (ବଲରାଜ ପନୱାର); ସମୟ: ଦିନ 12:30

ଶୁଟିଂ: ଭାରତ ପାଇଁ 10 ମିଟର ଏୟାର ରାଇଫଲ ଶୁଟିଂ ମହିଳା ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ଏଲାଭେନିଲ ଭଲାରିବନ ଏବଂ ରମିତା ଜିନ୍ଦଲ ଅଂଶଗ୍ରହଣ କରିବେ । ଏହାପରେ ସନ୍ଦୀପ ସିଂ ଏବଂ ଅର୍ଜୁନ ବାବୁତାଙ୍କୁ 10 ମିଟର ଏୟାର ରାଇଫଲରେ ପୁରୁଷ ଯୋଗ୍ୟତା ପର୍ଯ୍ୟାୟ ଶୁଟିଂରେ ଦେଖିବାକୁ ମିଳିବ । ଉଭୟ ଭାରତ ପାଇଁ ପଦକ ଆଶା ବଜାୟ ରଖିବେ । ଏହାପରେ ଫାଇନାଲ୍‌ ମ୍ୟାଚ୍ ଖେଳାଯିବ । ଯାହାର ସମୟ ଭିନ୍ନ ।

  • 10 ମିଟର ଏୟାର ରାଇଫଲ (ମହିଳା, ଯୋଗ୍ୟତା ପର୍ଯ୍ୟାୟ); ସମୟ: ଦିନ 12:45
  • 10 ମିଟର ଏୟାର ପିସ୍ତଲ (ପୁରୁଷ, ଯୋଗ୍ୟତା ପର୍ଯ୍ୟାୟ); ସମୟ: ଦିନ 1ଟା
  • 10 ମିଟର ଏୟାର ରାଇଫଲ (ପୁରୁଷ, ଫାଇନାଲ); ସମୟ: ଦିନ 2:45
  • 10 ମିଟର ଏୟାର ପିସ୍ତଲ (ମହିଳା, ଫାଇନାଲ); ସମୟ: ଅପରାହ୍ନ 3:30

ବ୍ୟାଡ୍‌ମିଣ୍ଟନ: ପ୍ୟାରିସ୍‌ ଅଲିମ୍ପିକ୍ସର ଦ୍ବିତୀୟ ଦିନ ଭାରତ ପାଇଁ ବ୍ୟାଡମିଣ୍ଟନରେ ଏକ 'ଆକ୍ସନ୍‌-ପ୍ୟାକ୍‌' ଦିନ ହେବାକୁ ଯାଉଛି । ମହିଳା ସିଙ୍ଗଲ୍ସରେ ଭେଟେରାନ ପ୍ଲେୟର ପିଭି ସିନ୍ଧୁ ଜର୍ମାନୀର ରୋଥ୍‌ ଫାବିୟାନଙ୍କ ବିପକ୍ଷରେ ମୈଦାନକୁ ଓହ୍ଲାଇବେ । ଅନ୍ୟପଟେ ପୁରୁଷ ସିଙ୍ଗଲ୍ସରେ ମଧ୍ୟ ଭାରତ ପାଇଁ ଲଢ଼ୁବେ ଏଚ୍‌ଏସ୍‌ ପ୍ରଣୟ ।

  • ମହିଳା ଏକକ (ପିଭି ସିନ୍ଧୁ); ସମୟ: ଦିନ 12:45
  • ପୁରୁଷ ଏକକ (ଏଚ୍‌ଏସ୍‌ ପ୍ରଣୟ); ସମୟ: ରାତି 8.30

ଟେବୁଲ ଟେନିସ୍‌: ଭାରତ ପାଇଁ ଟେବୁଲ୍ ଟେନିସରେ ଆଜି ଲଢ଼ିବେ ମହିଳା ଏକକ ବର୍ଗରେ ଅକୁଲା ଶ୍ରୀଜା । ସେ ସ୍ବିଡେନର କାଲବର୍ଗ ଖ୍ରୀଷ୍ଟିନାଙ୍କ ବିପକ୍ଷରେ ଖେଳୁଥିବା ଦେଖିବାକୁ ମିଳିବ । ଅନ୍ୟପଟେ ଗ୍ରେଟ ବ୍ରିଟେନର ହର୍ସି ଆନ୍ନାଙ୍କ ସହ ମହିଳା ରାଉଣ୍ଡ 64ରେ ଟକ୍କର ଦେବେ ଭାରତର ମନିକା ବନ୍ତ୍ରା । ସେହିଭଳି ପୁରୁଷ ଏକକରେ ଭେଟେରାନ ଶରତ କମଲ ସ୍ଲୋଭେନିଆର କୋଜୁଲ ଡେନିଙ୍କ ବିପକ୍ଷରେ ମ୍ୟାଚ୍‌ ଖେଳିବାକୁ ଯାଉଛନ୍ତି ।

  • ଟେବୁଲ ଟେନିସ (ମହିଳା ରାଉଣ୍ଡ 64); ସମୟ: ଦିନ 2:15
  • ଟେବୁଲ ଟେନିସ (ପୁରୁଷ ରାଉଣ୍ଡ 64); ସମୟ: ଅପରାହ୍ନ 3
  • ଟେବୁଲ ଟେନିସ - (ମହିଳା ରାଉଣ୍ଡ 64); ସମୟ: ଅପରାହ୍ନ 4:30

ବକ୍ସିଂ: ମହିଳା 50 କିଲୋଗ୍ରାମ ବର୍ଗର ରାଉଣ୍ଡ 32ରେ ଭାରତୀୟ ବକ୍ସର ନିଖତ ଜରିନ ଜର୍ମାନୀର କ୍ଲୋଏଜର ମ୍ୟାକ୍ସି କାରିନାଙ୍କ ବିପକ୍ଷରେ ଖେଳୁଥିବା ଦେଖିବାକୁ ମିଳିବ ।

  • ମହିଳା 50 କିଲୋଗ୍ରାମ; ସମୟ: ଅପରାହ୍ନ 3:50

ତୀରନ୍ଦାଜୀ: ଭାରତୀୟ ମହିଳା ଦଳ ଅଲିମ୍ପିକ୍ସ ଦ୍ବିତୀୟ ଦିନରେ ଆଜି ଦୀପିକା କୁମାରୀଙ୍କ ନେତୃତ୍ବରେ ତୀରନ୍ଦାଜୀରେ ଇଭେଣ୍ଟର କ୍ବାର୍ଟର ଫାଇନାଲ ମ୍ୟାଚ୍‌ ଖେଳିବାକୁ ଯାଉଛି । ଏହି ମ୍ୟାଚରେ ଅଙ୍କିତା ଭକ୍ତ, ଭଜନ କୌର ଏବଂ ଦୀପିକା କୁମାରୀ ଭାରତ ପାଇଁ ମୈଦାନକୁ ଓହ୍ଲାଇବେ ।

  • ମହିଳା ଦଳ (ତୀରନ୍ଦାଜୀ); ସମୟ: ସନ୍ଧ୍ୟା 5.45

ସନ୍ତରଣ (ସ୍ବିମିଂ): ସ୍ବିମିଂରେ ମଧ୍ୟ କାଲି ମେଡଲ ଆଡ଼କୁ ଅଗ୍ରସର ହେବାକୁ ଆଶା ରଖିବ ଭାରତ । କାରଣ ପୁରୁଷଙ୍କ ମଧ୍ୟରେ ଶ୍ରୀହରି ନଟରାଜ ଏବଂ ମହିଳା ବର୍ଗରେ ଧିନୀଧି ଦେଶିଂହୁ ଭାରତ ପାଇଁ ସ୍ବିମିଂ ପ୍ରତିଯୋଗିତାରେ ଦେଖିବାକୁ ମିଳିବେ ।

  • 100 ମିଟର ବ୍ୟାକ୍‌ଷ୍ଟ୍ରୋକ୍‌, ପୁରୁଷ, ହିଟ୍‌ 2 (ଶ୍ରୀହରି ନଟରାଜ); ସମୟ: ଅପରାହ୍ନ 3.16
  • 200 ମିଟର ଫ୍ରି-ଷ୍ଟାଇଲ, ମହିଳା, ହିଟ୍‌ 1 (ଧିନୀଧି ଦେଶିଂହୁ); ସମୟ: ଅପରାହ୍ନ 3.30

ଏହା ମଧ୍ୟ ପଢ଼ନ୍ତୁ...ମେଡାଲ ଲକ୍ଷ୍ୟରେ ଲକ୍ଷ୍ୟ ସେନ୍‌; ବ୍ୟାଡ୍‌ମିଣ୍ଟନରେ ଭାରତକୁ ଦେଲେ ଚମତ୍କାର ଆରମ୍ଭ - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.