ETV Bharat / sports

ଟେବୁଲ ଟେନିସ୍‌ରେ ରେକର୍ଡ; ପ୍ରି-କ୍ବାର୍ଟର ଫାଇନାଲ୍‌ରେ ଶ୍ରୀଜା ଅକୁଲା - Paris Olympics 2024

author img

By ETV Bharat Sports Team

Published : Jul 31, 2024, 4:49 PM IST

PARIS OLYMPICS 2024 TABLE TENNIS: ସିଙ୍ଗାପୁରର ଜେଙ୍ଗ୍ ଜିୟାନଙ୍କୁ 4-2ରେ ହରାଇ ପ୍ରି-କ୍ବାର୍ଟର ଫାଇନାଲ୍‌ରେ ଶ୍ରୀଜା ଅକୁଲା । ଭେଟେରାନ ଭାରତୀୟ ପ୍ୟାଡେଲର ମନିକା ବତ୍ରାଙ୍କ ସହ ହେଲେ ସମକକ୍ଷ । ଅଧିକ ପଢ଼ନ୍ତୁ

PARIS OLYMPICS 2024 TABLE TENNIS
PARIS OLYMPICS 2024 TABLE TENNIS (AFP photos)

ପ୍ୟାରିସ୍‌ (ଫ୍ରାନ୍ସ): ଭାରତର ଟେବୁଲ୍ ଟେନିସ୍ ତାରକା ଶ୍ରୀଜା ଅକୁଲା ସିଙ୍ଗାପୁରର ଜେଙ୍ଗ୍ ଜିୟାନଙ୍କୁ 4-2ରେ ହରାଇ ଦମଦାର ବିଜୟ ହାସଲ କରିଛନ୍ତି । ଏହି ବିଜୟ ସହ ପ୍ରି-କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଶ୍ରୀଜା ଅକୁଲା । ଆଜିର ମ୍ୟାଚ୍‌ରେ ପ୍ରଥମ ସେଟ୍‌ ହାରିବା ପରେ ମଧ୍ୟ ଦମଦାର କମ୍‌ବ୍ୟାକ୍‌ କରି ଲଗାତାର 3ଟି ସେଟ୍‌ ଜିତିଥିଲେ ଶ୍ରୀଜା । ଏହା ସହିତ ସେ ଭେଟେରାନ ଭାରତୀୟ ପ୍ୟାଡେଲର ମନିକା ବତ୍ରାଙ୍କ ସମକକ୍ଷ ମଧ୍ୟ ହୋଇଛନ୍ତି ।

ରେକର୍ଡ କଲେ ଶ୍ରୀଜା:-

ଭାରତୀୟ ଷ୍ଟାର ପ୍ୟାଡେଲର ଶ୍ରୀଜା ଅକୁଲା ଅଲିମ୍ପିକ୍ସ କ୍ବାର୍ଟରରେ ପହଞ୍ଚିବା ସହ ଏକ ବଡ଼ ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି । ନିଜ ଦେଶର ଭେଟେରାନ ଖେଳାଳିଙ୍କ ସଫଳତାର ସମକକ୍ଷ ମଧ୍ୟ ହୋଇଛନ୍ତି ଶ୍ରୀଜା । ବାସ୍ତବରେ, ଭାରତୀୟ ଭେଟେରାନ ପ୍ୟାଡେଲର ମନିକା ବତ୍ରା ପ୍ରଥମ ଭାରତୀୟ ମହିଳା ପ୍ୟାଡେଲର ଭାବେ ଟେବୁଲ ଟେନିସର ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ । ବର୍ତ୍ତମାନ ଶ୍ରୀଜା ଅକୁଲା ଭାରତର ଦ୍ବିତୀୟ ମହିଳା ଟେବୁଲ ଟେନିସ୍‌ ଖେଳାଳି ଭାବେ ଏହି ଇଭେଣ୍ଟର ପ୍ରି-କାର୍ଟର ଫାଇନାଲ, ଅର୍ଥାତ ରାଉଣ୍ଡ ଅଫ୍‌ 16ରେ ପ୍ରବେଶ କରିଛନ୍ତି ।

ଏମିତି ଥିଲା ମ୍ୟାଚ୍‌:-

ଏହି ମ୍ୟାଚର ପ୍ରଥମ ସେଟ୍‌ରେ ଭାରତୀୟ ପ୍ୟାଡେଲରଙ୍କୁ ଭଲ ଆରମ୍ଭ ମିଳିନଥିଲା । ସେ ପ୍ରଥମ ସେଟ୍‌ ହାରିଯାଇଥିଲେ । ଏହାପରେ କିନ୍ତୁ ଶ୍ରୀଜା ଦମଦାର ପ୍ରତ୍ୟାବର୍ତ୍ତନ କରିଥିଲେ । ସେ ଏହାପରେ କ୍ରମାଗତ 3 ସେଟ୍‌ ଜିତି ରାଉଣ୍ଡ ଅଫ୍‌ 16ର ନିକଟତର ହୋଇଥିଲେ । ପ୍ରଥମ ସେଟ୍‌ରେ ଶ୍ରୀଜା ଅକୁଲା ପ୍ରତିଦ୍ବନ୍ଦ୍ବୀ ଜେଙ୍ଗ ଜିୟାନଙ୍କଠାରୁ ଏକ କଠିନ ଆହ୍ବାନର ସମ୍ମୁଖୀନ ହୋଇଥିଲେ । ସେ ପ୍ରଥମ ସେଟ୍‌ରେ ବହୁତ ପଛରେ ରହିଥିଲେ । ଯଦିଓ ସେ ପ୍ରତ୍ୟାବର୍ତ୍ତନ ମଧ୍ୟ କରିଥିଲେ, ହେଲେ ସେ ପ୍ରଥମ ସେଟ୍‌ ଜିତିପାରିନଥିଲେ । ତା'’ପରେ ସେ ପ୍ରତ୍ୟାବର୍ତ୍ତନ କରି ପ୍ରତିପକ୍ଷଙ୍କୁ ପରାସ୍ତ କରିଥିଲେ ।

ଦ୍ବିତୀୟ ସେଟ୍‌ 12-10, ତୃତୀୟ ସେଟ୍‌ 11-4 ଏବଂ ଚତୁର୍ଥ ସେଟ୍‌କୁ 11-5 ସ୍କୋରରେ ଜିତିଥିଲେ ଭାରତୀୟ ଟେବୁଲ ଟେନିସ ପ୍ଲେୟର ଶ୍ରୀଜା । 5ମ ସେଟ୍‌ରେ ସିଙ୍ଗାପୁରର ଜେଙ୍ଗ୍ ଜିୟାନ ପୁନର୍ବାର କମ୍‌ବ୍ୟାକ୍‌ କରି 10-12ରେ ସେଟ୍‌ ଜିତିଥିଲେ । ଏହାପରେ ଅକୁଲା 6ଷ୍ଠ ସେଟ୍‌ରେ ଏକ ଦୃଢ଼ ପ୍ରତ୍ୟାବର୍ତ୍ତନ କରି ଏହାକୁ 12-10ରେ ଜିତିଥିଲେ । ଏହା ସହିତ ମ୍ୟାଚ୍‌କୁ 4-2ରେ ଜିତିବା ସହ ପ୍ରି-କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଶ୍ରୀଜା । ବର୍ତ୍ତମାନ ସେ ପ୍ରି-କ୍ବାର୍ଟର ଫାଇନାଲରେ ନିଜର ସର୍ବୋତ୍ତମ ଖେଳ ପ୍ରଦର୍ଶନ କରିବାକୁ ଯାଉଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ମେଡାଲ ଆଡ଼କୁ ଲକ୍ଷ୍ୟ; ପ୍ରି-କ୍ବାର୍ଟର ଫାଇନାଲ୍‌ରେ ଲକ୍ଷ୍ୟ ସେନ୍‌ - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.