ETV Bharat / sports

ପ୍ୟାରିସ ଅଲିମ୍ପିକ୍ସ: ପୁଣି ଫାଇନାଲରେ ମନୁ ଭାକର; ଆଣିବେ ତୃତୀୟ ପଦକ - Paris Olympics 2024

author img

By ETV Bharat Sports Team

Published : Aug 2, 2024, 5:28 PM IST

Paris Olympics 2024 Manu Bhaker : ଆଉ ଏକ ପଦକ ଆଶା ଦେଲେ ମନୁ ଭାକର । ପ୍ୟାରିସ ଅଲିମ୍ପିକ୍ସ 2024ରେ ଏପର୍ଯ୍ୟନ୍ତ ଭାରତକୁ ଦୁଇଟି ପଦକ ଦେଇ ସାରିଥିବା ମନୁ ଭାକର 25 ମିଟର ଏୟାର ପିସ୍ତଲ ମହିଳା ଏକକ ବର୍ଗରେ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଅଧିକ ପଢ଼ନ୍ତୁ

Paris Olympics 2024 Manu Bhaker
Paris Olympics 2024 Manu Bhaker (AFP Photos)

ପ୍ୟାରିସ (ଫ୍ରାନ୍ସ): ପୁଣି ଆଉ ଏକ ପଦକର ନିକଟତର ମନୁ ଭାକର । ପ୍ୟାରିସ ଅଲିମ୍ପିକ୍ସ 2024ରେ ଏପର୍ଯ୍ୟନ୍ତ ଭାରତକୁ ଦୁଇଟି ପଦକ ଦେଇ ସାରିଥିବା ମନୁ ଭାକର ଏବେ ତୃତୀୟ ପଦକ ଆଡ଼କୁ ଅଗ୍ରସର ହୋଇଛନ୍ତି । 25 ମିଟର ଏୟାର ପିସ୍ତଲ ମହିଳା ଏକକ ବର୍ଗରେ ମନୁ ଭାକର ଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି । ଏହି ଇଭେଣ୍ଟରେ ଶୀର୍ଷ 8 ଜଣ ଫାଇନାଲ୍‌ରେ ପ୍ରବେଶ କରିଥିବାବେଳେ ଦମଦାର ପ୍ରଦର୍ଶନ କରି ମନୁ 2ୟ ସ୍ଥାନରେ ରହି ଫାଇନାଲରେ ପହଞ୍ଚିଛନ୍ତି । ଅନ୍ୟପଟେ ଅନ୍ୟମତ ଭାରତୀୟ ମହିଳା ଶୁଟର ଇଶା ସିଂହ ନୈରାଶ୍ୟଜନକ ପ୍ରଦର୍ଶନ ସହ 18ତମ ସ୍ଥାନରେ ରହି ପରବର୍ତ୍ତୀ ପର୍ଯ୍ୟାୟରୁ ବାଦ ପଡ଼ିଛନ୍ତି ।

ଶନିବାର ଫାଇନାଲ୍‌ ଖେଳିବେ ମନୁ:-

ମନୁ ଭାକର ଆସନ୍ତାକାଲି (ଶନିବାର) ଦିନ ଗୋଟାଏରେ 25 ମିଟର ଏୟାର ପିସ୍ତଲ ମହିଳା ଏକକ ବର୍ଗରେ ଫାଇନାଲ୍‌ ମ୍ୟାଚ୍‌ ଖେଳିବେ । ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ପଦକ ଜିତିବା ପାଇଁ ଏହା ମନୁଙ୍କ ପାଖରେ ତୃତୀୟ ସୁଯୋଗ ହେବ । ଏହା ପୂର୍ବରୁ ମହିଳା ବ୍ୟକ୍ତିଗତ 10 ମିଟର ଏୟାର ପିସ୍ତଲ ଇଭେଣ୍ଟ ଓ ମିଶ୍ରିତ 10 ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଦେଶ ପାଇଁ ଦୁଇଟି ପଦକ ଜିତି ସାରିଛନ୍ତି ।

ଏମିତି ସୃଷ୍ଟି କରିବେ ଇତିହାସ:-

ଯଦି 25 ମିଟର ଏୟାର ପିସ୍ତଲ ମହିଳା ଏକକ ବର୍ଗରେ ମନୁ ଭାକର କୌମସି ମେଡାଲ ଜିତୁଚନ୍ତି, ତେବେ ଗୋଟିଏ ଅଲିମ୍ପିକ୍ସ ସଂସ୍କରଣରେ ଶୁଟିଂରେ ସେ 3ଟି ପଦକ ଜିତିବାରେ ପ୍ରଥମ ଭାରତୀୟ ଶୁଟର ହେବେ । ଏହାପୂର୍ବରୁ ସେ ଭାରତ ପାଇଁ ଦୁଇଟି ବ୍ରୋଞ୍ଜ ପଦକ ମଧ୍ୟ ଜିତି ସାରିଛନ୍ତି । ସେ ମହିଳା ବ୍ୟକ୍ତିଗତ 10 ମିଟର ଏୟାର ପିସ୍ତଲ ଇଭେଣ୍ଟରେ ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଜ ପଦକ ଜିତିଥିଲେ । ଏହା ସହିତ ସେ ମିଶ୍ରିତ 10 ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସରବଜୋତ ସିଂହଙ୍କ ସହିତ ମଧ୍ୟ ଦେଶକୁ ଦ୍ବିତୀୟ ବ୍ରୋଞ୍ଜ ପଦକ ଭେଟି ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ନୀରଜ ଚୋପ୍ରା ସ୍ବର୍ଣ୍ଣ ଜିତିଲେ ଖୋଲିବ ଆପଣଙ୍କ ଭାଗ୍ୟ; ମାଗଣାରେ ବୁଲିବେ ବିଦେଶ - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.