ETV Bharat / sports

ବିଜୟରୁ ଅଭିଯାନ ଆରମ୍ଭ କଲେ ସାତ୍ତ୍ବିକ-ଚିରାଗ; ପ୍ୟାରିସ୍‌ରେ ମାଟି କାମୁଡ଼ିଲା ଫ୍ରାନ୍ସ - Paris Olympics 2024 - PARIS OLYMPICS 2024

Paris Olympics 2024 Badminton : ଅଲିମ୍ପିକ୍‌ରେ ପ୍ରଥମ ମ୍ୟାଚ୍‌ ଜିତି ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି ଭାରତୀୟ ଷ୍ଟାର ବ୍ୟାଡ୍‌ମିଣ୍ଟନ ଯୋଡି ସାତ୍ତ୍ବିକସାଇରାଜ ରଙ୍କିରେଡ୍ଡୀ ଏବଂ ଚିରାଗ ଶେଟ୍ଟୀ । ଦେଖନ୍ତୁ କେମିତି ଥିଲା ମ୍ୟାଚ୍‌,

Paris Olympics 2024 Badminton
Paris Olympics 2024 Badminton (ANI Photos)
author img

By ETV Bharat Sports Team

Published : Jul 27, 2024, 10:25 PM IST

ପ୍ୟାରିସ (ଫ୍ରାନ୍ସ): ଭାରତୀୟ ଷ୍ଟାର ବ୍ୟାଡ୍‌ମିଣ୍ଟନ ଯୋଡି ସାତ୍ତ୍ବିକସାଇରାଜ ରଙ୍କିରେଡ୍ଡୀ ଏବଂ ଚିରାଗ ଶେଟ୍ଟୀ ଏକ ଦମଦାର ବିଜୟ ସହିତ ପ୍ୟାରିସ୍ ଅଲିମ୍ପିକ୍ସ ଅଭିଯାନ ଆରମ୍ଭ କରିଛନ୍ତି । ପୁରୁଷ ଡବଲ୍ସ ଟୁର୍ଣ୍ଣାମେଣ୍ଟର ଗ୍ରୁପ୍ ମ୍ୟାଚ୍‌ରେ ଏହି ଭାରତୀୟ ଯୋଡ଼ି ଆୟୋଜକ ଫ୍ରାନ୍ସର ଲୁକାସ୍ କର୍ଭି ଏବଂ ରୋନନ୍ ଲାବାରଙ୍କୁ 21-17 ଏବଂ 21-14 ସ୍କୋରରେ ପରାସ୍ତ କରିଛନ୍ତି । ଏହା ସହିତ ବ୍ୟାଡ୍‌ମିଣ୍ଟନରେ ଭାରତ ପାଇଁ ମେଡାଲ ଆଶାକୁ ଆହୁରି ଉଦ୍‌ଜୀବିତ କରିଦେଇଛନ୍ତି ସାତ୍ତ୍ବିକ ଓ ଚିରାଗ ।

46 ମିନିଟ ଧରି ଚାଲିଥିବା ଏହି ମ୍ୟାଚ୍‌ରେ ଘରୋଇ ଦଳ ଫ୍ରାନ୍ସ ପକ୍ଷରୁ ଭାରତୀୟ ସଟ୍‌ଲର କଡ଼ା ପ୍ରତିଯୋଗିତାର ସମ୍ମୁଖୀନ ହୋଇଥିଲେ । କିନ୍ତୁ, ଏସିଆନ୍ ଗେମ୍ସର ଚମ୍ପିଆନ୍‌ ସାତ୍ତ୍ବିକ୍‌-ଚିରାଗ ଯୋଡ଼ି ଆୟୋଜକ ଟିମ୍‌କୁ ନିରାଶ କରି ଏକ ଚମତ୍କାର ବିଜୟ ସହିତ ସେମାନଙ୍କର ଅଲିମ୍ପିକ୍‌ ଅଭିଯାନ ଆରମ୍ଭ କରିଛନ୍ତି ।

ପ୍ରଥମ ସେଟ୍‌ରୁ ହିଁ ଦମଦାର ପ୍ରଦର୍ଶନ:-

ଫ୍ରାନ୍ସର ଲୁକାସ୍ କର୍ଭି ଏବଂ ରୋନନ୍ ଲାବାରଙ୍କୁ ଘରୋଇ ମୈଦାନରେ ପ୍ରଶଂସକଙ୍କର ପ୍ରବଳ ସମର୍ଥନ ମିଳିଥିଲା । ଏହା ସତ୍ତ୍ବେ ବିଶ୍ବରେ ତୃତୀୟ ରାଙ୍କ୍‌ରେ ଥିବା ଭାରତୀୟ ଯୋଡି ବିପକ୍ଷରେ ସେମାନେ ପରାଜୟର ସମ୍ମୁଖୀନ ହୋଇଥିଲେ । ଗତ ଏସିଆନ୍ ଗେମ୍ସରେ ଚମ୍ପିଆନ୍ ହୋଇଥିବା ଏହି ଭାରତୀୟ ଯୋଡ଼ି ମ୍ୟାଚ୍‌ ଆରମ୍ଭରୁ ଦମଦାର ପ୍ରଦର୍ଶନ କରି ଅନେକ ଶକ୍ତିଶାଳୀ ସଟ୍‌ ଖେଳି ପଏଣ୍ଟ ସ୍କୋର କରିଥିଲେ । ଅଲିମ୍ପିକ୍ ପଦକ ପାଇଁ ଦୃଢ଼ ଦାବିଦାର ଥିବା ଏହି ଭାରତୀୟ ଯୋଡି ପ୍ରଥମ ସେଟ୍‌ 21-17 ସ୍କୋରରେ ଜିତି ଏହି ଖେଳରେ 1-0 ଅଗ୍ରଣୀ ହାସଲ କରିଥିଲେ ।

ଦ୍ବିତୀୟ ସେଟ୍‌ରେ ଏକତରଫା ବିଜୟ:-

ଦ୍ବିତୀୟ ସେଟ୍‌ରେ ଏକପାଖିଆ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା । ସେଟ୍‌ ଆରମ୍ଭରେ ଫ୍ରେଞ୍ଚ ଖେଳାଳିମାନେ ଭାରତୀୟ ସଟଲରମାନଙ୍କୁ ଟିକେ ଅଡ଼ୁଆରେ ପକାଇଥିଲେ, କିନ୍ତୁ ସେମାନେ ସାତ୍ତ୍ବିକ୍‌-ଚିରାଗଙ୍କ ଦମଦାର ଖେଳ ଆଗରେ ଛିଡ଼ା ହୋଇପାରିନଥିଲେ । ଏହି ଭାରତୀୟ ଯୋଡି ଦ୍ବିତୀୟ ସେଟ୍‌କୁ 21-14 ସ୍କୋର ସହ ସହଜରେ ଜିତି ପ୍ୟାରିସ୍ ଅଲିମ୍ପିକ୍ସରେ ପ୍ରଥମ ବିଜୟ ହାସଲ କରିଥିଲେ ।

29 ଜୁଲାଇ (ସୋମବାର) ହେବ ପରବର୍ତ୍ତୀ ମ୍ୟାଚ୍‌:-

ଉଲ୍ଲେଖଯୋଗ୍ୟ, ଏହି ଷ୍ଟାର ଭାରତୀୟ ବ୍ୟାଡ୍‌ମିଣ୍ଟନ ଯୋଡ଼ି ଏହାର ପରବର୍ତ୍ତୀ ମ୍ୟାଚ୍‌ ଜୁଲାଇ 29ରେ ଖେଳିବେ । ଏହି ମ୍ୟାଚ୍‌ରେ ସେମାନେ ଜର୍ମାନୀର ମାର୍ଭିନ ସେଡେଲ ଏବଂ ମାର୍କ ଲାମସଫସଙ୍କ ଯୋଡିକୁ ଭେଟିବେ ।

ଏହା ମଧ୍ୟ ପଢ଼ନ୍ତୁ...ମେଡାଲ ଲକ୍ଷ୍ୟରେ ଲକ୍ଷ୍ୟ ସେନ୍‌; ବ୍ୟାଡ୍‌ମିଣ୍ଟନରେ ଭାରତକୁ ଦେଲେ ଚମତ୍କାର ଆରମ୍ଭ - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.