ETV Bharat / sports

ସାତ୍ତ୍ବିକ-ଚିରାଗଙ୍କ ମଉଳିଗଲା ମେଡାଲ ଆଶା, କ୍ବାର୍ଟର ଫାଇନାଲରେ ପରାଜୟ ପରେ ଅଲିମ୍ପିକ୍ସ ଅଭିଯାନ ଶେଷ - satwik chirag campaign end

author img

By ETV Bharat Sports Team

Published : Aug 1, 2024, 6:42 PM IST

Updated : Aug 1, 2024, 6:58 PM IST

Paris Olympics 2024 Badminton : ଭାରତୀୟ ବ୍ୟାଡମିଣ୍ଟନ ପୁରୁଷ ଯୋଡି ସାତ୍ତ୍ବିକସାଇରାଜ ରଙ୍କେରେଡ୍ଡୀ ଏବଂ ଚିରାଗ ଶେଟ୍ଟୀ ସୋମବାର ଚଳିତ ଅଲିମ୍ପିକ୍ସରେ କ୍ବାର୍ଟର ଫାଇନାଲକୁ ଉଠିଥିଲେ । ଅଧିକ ପଢନ୍ତୁ

Satwik and Chirag
Satwik and Chirag (AFP)

ପ୍ୟାରିସ (ଫ୍ରାନ୍ସ): ସାତ୍ତ୍ବିକ-ଚିରାଗଙ୍କ ଯୋଡିଙ୍କ ଅଲିମ୍ପିକ୍ସ ଅଭିଯାନ ଶେଷ । ଗୁରୁବାର କ୍ବାର୍ଟର ଫାଇନାଲରେ ଷ୍ଟାର ବ୍ୟାଡ୍‌ମିଣ୍ଟନ ଯୋଡ଼ି କ୍ବାର୍ଟର ଫାଇନାଲରେ ପରାଜୟ ସହ ଅଲିମ୍ପିକ୍ସରୁ ବିଦା ହୋଇଛନ୍ତି । ମେଡାଲ ଦାବିଦାର ଭାରତୀୟ ବ୍ୟାଡମିଣ୍ଟନ ପୁରୁଷ ଯୋଡି ସାତ୍ତ୍ବିକସାଇରାଜ ରଙ୍କେରେଡ୍ଡୀ ଏବଂ ଚିରାଗ ଶେଟ୍ଟୀ ସୋମବାର ଚଳିତ ଅଲିମ୍ପିକ୍ସରେ କ୍ବାର୍ଟର ଫାଇନାଲକୁ ଉଠିଥିଲେ ।

ଭାରତର ଷ୍ଟାର ସଟଲର ଯୋଡି ସାତ୍ତ୍ବିକସାଇରାଜ ରଙ୍କେରେଡ୍ଡୀ ଏବଂ ଚିରାଗ ଶେଟ୍ଟୀ ଗୁରୁବାର ବ୍ୟାଡମିଣ୍ଟନ ପୁରୁଷ କ୍ବାର୍ଟର ଫାଇନାଲ ମୁକାବିଲାରେ ମାଲେସିଆ ଯୋଡିଙ୍କ ଠାରୁ ପରାଜିତ ହୋଇଛନ୍ତି । ମାଲେସିଆ ଯୋଡି ଆରୋନ ଏବଂ ବୁଇ ୟିକ୍ ସୋ ଯୋଡିଙ୍କ ଠାରୁ 21-13, 14-21, 16-21 ସେଟରେ ପରାଜିତ ହୋଇଛନ୍ତି ଭାରତର ଷ୍ଟାର ସଟଲର ଯୋଡି । ଆଜିର ଏହି ମ୍ୟାଚରେ ବିଜୟ ପରେ ସେମି ଫାଇନାଲକୁ ଉଠିଛନ୍ତି ମାଲେସିଆ ଯୋଡି ।

ପ୍ରଥମ ଗେମରେ ଜିତିଲେ, ବାକି ପରେ ଦୁଇଟାରେ ହାରିଲେ-

ଷ୍ଟାର ଭାରତୀୟ ଯୋଡି ପ୍ରଥମରୁ ଆକ୍ରମଣାତ୍ମକ ଖେଳି ପଏଣ୍ଟ ପରେ ପଏଣ୍ଟ ହାସଲ କରିଥିଲେ । ଜବରଦସ୍ତ ସ୍ମାସ ସର୍ଟ ଖେଳିଥିଲେ । ତେବେ ପ୍ରଥମ ଗେମରେ ଏକଦା 11-10ରେ ଥିଲେ କିନ୍ତୁ ପରେ ଦମଦାର ପ୍ରଦର୍ଶନ କରି 21-13ରେ ଗେମ ଜିତି ନେଇଥିଲେ । ପରେ ଦ୍ବିତୀୟ ମ୍ୟାଚରେ ଦମଦାର କମବ୍ୟାକ କରିଥିଲେ ମାଲେସିଆ ଯୋଡି । 2020 ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିବା ମାଲେସିଆ ଯୋଡି 21-14ରେ ଏହି ସେଟକୁ ଜିତି ନଇଥିଲେ । ପରେ ତୃତୀୟ ସେଟକୁ ମଧ୍ୟ 21-16ରେ ଜିତି ନେଇ ମ୍ୟାଚରେ ବିଜୟୀ ହୋଇଥିଲେ ।

ଏହା ବି ପଢନ୍ତୁ- ରେଲଓ୍ବେ TTEରୁ ଅଲିମ୍ପିକ୍ସ ମେଡାଲ; ସ୍ବପ୍ନୀଲଙ୍କ ପ୍ରେରଣାଦାୟୀ କ୍ୟାରିଅରରେ ଧୋନୀଙ୍କ କନେକସନ୍, ଅଭିନବ ବିନ୍ଦ୍ରାଙ୍କ ସୁଟିଂ ପାଇଁ ଦ୍ବାଦଶ ପରୀକ୍ଷା ଦେଇନଥିଲେ - Swapnil Kusale inspirational story

କ୍ବାର୍ଟର ଫାଇନାଲକୁ ଉଠିଥିଲେ ସାତ୍ତ୍ବିକ-ଚିରାଗ-

ସାତ୍ତ୍ବିକ-ଚିରାଗଙ୍କ ଯୋଡି । ପୂର୍ବରୁ ସାତ୍ତ୍ବିକ-ଚିରାଗ ବ୍ୟାଡ୍‌ମିଣ୍ଟନ ଯୋଡ଼ି ଖେଳିବାକୁ ଥିବା ମ୍ୟାଚ୍‌ ହେଲା ରଦ୍ଦ । ଜର୍ମାନ ଖେଳାଳି ଓହରିଯିବାରୁ ଏହି ମ୍ୟାଚ୍‌କୁ ବାତିଲ କରିଦିଆଯାଇଛି । ମେଡାଲ ଦାବିଦାର ଭାରତୀୟ ବ୍ୟାଡମିଣ୍ଟନ ପୁରୁଷ ଯୋଡି ସାତ୍ତ୍ବିକସାଇରାଜ ରଙ୍କେରେଡ୍ଡୀ ଏବଂ ଚିରାଗ ଶେଟ୍ଟୀ ସୋମବାର ଚଳିତ ଅଲିମ୍ପିକ୍ସରେ କ୍ବାର୍ଟର ଫାଇନାଲକୁ ଉଠିଛନ୍ତି । ତେବେ ଉଭୟଙ୍କ ଆଉ ଗୋଟିଏ ଗ୍ରୁପ ମ୍ୟାଚ ବାକି ରହିଛି । ବିଶ୍ବର 3ନମ୍ବର ମାନ୍ୟତାରେ ଥିବା ଭାରତୀୟ ଷ୍ଟାର ସଟଲରଙ୍କ ଯୋଡି ସୋମବାର ଦିନ ଜର୍ମାନୀର ଷ୍ଟାର ଯୋଡି ମାର୍କ ଲାମ୍ସଫସ୍ ଏବଂ ମାରଭିନ୍ ସିଡେଲଙ୍କ ସହିତ ମ୍ୟାଚ ଖେଳିଥାନ୍ତେ କିନ୍ତୁ ଏହି ମ୍ୟାଚରୁ ଆହତ ସମସ୍ୟା ପାଇଁ ଓହରି ଯାଇଥିଲେ ଲାମ୍ସଫସ୍ । ତେବେ ଏହି ଭାରତୀୟ ଷ୍ଟାର ସଟଲର ଯୋଡିଙ୍କ ଗ୍ରୁପ ପର୍ଯ୍ୟାୟର ଦ୍ବିତୀୟ ମ୍ୟାଚ ଥିଲା ।

Last Updated : Aug 1, 2024, 6:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.