ETV Bharat / sports

ପ୍ୟାରିସ ଅଲିମ୍ପିକ୍ସ 2024: ଭିନେଶ ଫୋଗତଙ୍କ ପାଇଁ ରୌପ୍ୟ ପଦକ ଦାବି କଲେ ସଚିନ - Paris Olympics 2024

author img

By ETV Bharat Sports Team

Published : Aug 9, 2024, 7:06 PM IST

Paris Olympics 2024 Sachin backs Vinesh Phogat : ଷ୍ଟାର ରେସଲର ଭିନେଶ ଫୋଗତ ନିଲମ୍ବନ ହେବାପରେ ବିଭିନ୍ନ କ୍ଷେତ୍ରରୁ ତାଙ୍କୁ ସମର୍ଥନର ସୁଅ ଛୁଟିଛି । ଏପରିକି ଅନ୍ତର୍ଜାତୀୟସ୍ତରର ବହୁ ବିଦେଶୀ ଖେଳାଳି ମଧ୍ୟ ଭିନେଶଙ୍କ ସମର୍ଥନରେ ବାହାରିଛନ୍ତି । ଏପଟେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଆଜି ଭିନେଶଙ୍କୁ ରୌପ୍ୟ ପଦକର ହକଦାର ବୋଲି ଦାବି କରିଛନ୍ତି । ଅଧିକ ପଢ଼ନ୍ତୁ

Sachin backs Vinesh Phogat
Sachin backs Vinesh Phogat (ANI and ETV Bharat)

ହାଇଦ୍ରାବାଦ: ପ୍ୟାରିସ ଅଲିମ୍ପିକ୍ସ 2024ରେ 50 କିଲୋଗ୍ରାମ ମହିଳା କୁସ୍ତି ଫାଇନାଲରେ ପହଞ୍ଚି ଇତିହାସ ରଚିଥିଲେ ଭାରତୀୟ ଷ୍ଟାର ରେସଲର ଭିନେଶ ଫୋଗତ । ବୁଧବାର ତାଙ୍କର ଫାଇାନଲ ମ୍ୟାଚ୍‌ ରହିଥିଲା । ସାରା ଦେଶ ଭିନେଶଙ୍କଠାରୁ ରୌପ୍ୟ ପଦକ ଆଶା କରିଥିବାବେଳେ ତାଙ୍କୁ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷଣା କରାଯାଇଥିଲା । ଯାହା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ବିଭିନ୍ନ କ୍ଷେତ୍ରରୁ ଭିନେଶଙ୍କୁ ସମର୍ଥନ ମିଳୁଛି । ଏପରିକି ଅନେକ ବିଦେଶ ଆଥଲେଟ୍‌ ମଧ୍ୟ ଭିନେଶଙ୍କ ପ୍ରତି ଅନ୍ୟାୟ ହୋଇଥିବା ପ୍ରକାଶ କରିଛନ୍ତି । ଏହି କ୍ରମରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ଭିନେଶଙ୍କ ସମର୍ଥନରେ ବାହାରିଛନ୍ତି । କେବଳ ସମର୍ଥନରେ ବାହାରିଛନ୍ତି ତା' ନୁହେଁ, ଭିନେଶ ରୌପ୍ୟ ପଦକର ହକଦାର ବୋଲି ମଧ୍ୟ ଏକ ପୋଷ୍ଟରେ ଲେଖିଛନ୍ତି ସଚିନ ।

ଭିନେଶ ରୌପ୍ୟ ପଦକର ହକଦାର :-

ସଚିନ ନିଜ 'X' ହ୍ୟାଣ୍ଡେଲରେ ଲେଖିଛନ୍ତି, 'ପ୍ରତ୍ୟେକ ଖେଳର ନିୟମ ଅଛି ଏବଂ ସେହି ନିୟମଗୁଡିକ କାର୍ଯ୍ୟକାରୀ ମଧ୍ୟ ହେବା ଉଚିତ । ବେଳେବେଳେ ନିୟମ ଗୁଡ଼ିକର ପୁନର୍ବିଚାର ମଧ୍ୟ କରାଯାଏ । ଭିନେଶ ଫୋଗତ ଫାଇନାଲ୍ ପାଇଁ ନିୟମ ଆଧାରରେ ଖେଳି ଯୋଗ୍ୟତା ଅର୍ଜନ କରିଥିଲେ । ହେଲେ ଫାଇନାଲ ମ୍ୟାଚ୍‌ ପୂର୍ବରୁ ଓଜନ ଉପରେ ଆଧାର କରି ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା । ତେଣୁ ତାଙ୍କୁ ସେ ହକଦାର ଥିବା ରୌପ୍ୟ ପଦକରୁ ବଞ୍ଚିତ କରିବା ତର୍କ ଏବଂ କ୍ରୀଡ଼ା ମନୋବୃତ୍ତିର ବିରୋଧ । କାର୍ଯ୍ୟଦକ୍ଷତା ବୃଦ୍ଧିକାରୀ ଔଷଧର ବ୍ୟବହାର କରି ଯଦି ଜଣେ ଆଥଲେଟ୍ ନିୟମ ଉଲ୍ଲଂଘନ ପାଇଁ ଅଯୋଗ୍ୟ ହୋଇଥାନ୍ତେ, ସେହି କ୍ଷେତ୍ରରେ କୌଣସି ପଦକ ନଦେଇ ତାଙ୍କ ଅଭିଯାନ ଶେଷ କରିବା ଠିକ୍ ହେବ । ହେଲେ ଭିନେଶ ତାଙ୍କ ପ୍ରତିଦ୍ବନ୍ଦ୍ବୀଙ୍କୁ ନିୟମ ଆଧାରରେ ପରାସ୍ତ କରି ଫାଇନାଲ ପ୍ରବେଶ କରିଥିଲେ । ସେ ନିଶ୍ଚିତ ଭାବରେ ଏକ ରୌପ୍ୟ ପଦକ ପାଇବାକୁ ଯୋଗ୍ୟ । ଯେତେବେଳେ ଆମେ ସମସ୍ତେ 'Court of Arbitration for Sport' (CAS) ନିଷ୍ପତ୍ତିକୁ ଅପେକ୍ଷା କରିଛୁ, ସମସ୍ତେ ଆଶା କରିବା ଏବଂ ପ୍ରାର୍ଥନା କରିବା ଯେ ଭିନେଶ ତାଙ୍କ ଯୋଗ୍ୟତା ହାସଲ କରନ୍ତୁ ।'

CASରେ ଆବେଦନ କରିଛନ୍ତି ଭିନେଶ :-

ଫାଇନାଲରୁ ଅଯୋଗ୍ୟ ଘୋଷିତ ହେବାପରେ 'Court of Arbitration for Sport' (CAS)ରେ ଅଲିମ୍ପିକ୍‌ ସଙ୍ଘର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଛନ୍ତି ଭିନେଶ ଫୋଗତ । ଭାରତର ପୂର୍ବତନ ସଲିସିଟର ଜେନେରାଲ ତଥା କିଙ୍ଗଙ୍କ ପରାମର୍ଶଦାତା ସାଲଭେ ANIକୁ ନିଶ୍ଚିନ୍ତ କରିଛନ୍ତି ଯେ, ସେ ଭାରତୀୟ ଅଲିମ୍ପିକ୍ସ ସଂଘ (IOA) କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ (CAS)ରେ ଫୋଗତଙ୍କ ପାଇଁ ଲଢିବାକୁ ନିଯୁକ୍ତ ହୋଇଛନ୍ତି । ଅଲିମ୍ପିକ୍ସ ଚାଲିଥିବା ସମୟରେ ମାମଲା ପରିଚାଳନା ପାଇଁ ଆମେରିକୀୟ ଅଧ୍ୟକ୍ଷ ମାଇକେଲ ଲେନାର୍ଡଙ୍କ ନେତୃତ୍ୱରେ CAS ପ୍ୟାରିସରେ ଏକ ଆଡ ହକ୍ ଡିଭିଜନ ପ୍ରତିଷ୍ଠା କରିଛି । ଏହି ଡିଭିଜନ୍ ପ୍ୟାରିସ୍ ନ୍ୟାୟିକ କୋର୍ଟ ମଧ୍ୟରେ 17ତମ ଆରେଣ୍ଡିସମେଣ୍ଟରେ ରହିଛି । ପ୍ୟାରିସ ଅଲିମ୍ପିକ୍ସ ଫାଇନାଲରୁ ଅଯୋଗ୍ୟ ଘୋଷଣା ହେବା ପରେ ଭିନେଶ ଫୋଗତ ଗୁରୁବାର କୁସ୍ତିରୁ ଅବସର ଘୋଷଣା କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...'ମୁଁ ହାରିଗଲି...' ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷିତ ପରେ କୁସ୍ତିକୁ ଭିନେଶ ଫୋଗତଙ୍କ ଅଲବିଦା - Vinesh Phogat announces retirement
ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.