ETV Bharat / sports

ପ୍ୟାରିସ ଅଲିମ୍ପିକ୍ସ: ଷଡ଼ଯନ୍ତ୍ରର ଭୟ ଆଗରୁ ବାରିଥିଲେ ଭିନେଶ ଫୋଗତ ! ସଙ୍ଗୀନ ଅଭିଯୋଗ ଆଣିଲେ ବିରୋଧୀ, ଅଲିମ୍ପିକ୍‌ କମିଟି ସହ କଥା ହେଲେ ମୋଦି - Paris Olympics 2024

author img

By ETV Bharat Sports Team

Published : Aug 7, 2024, 5:27 PM IST

Vinesh Phogat Disqualified from Paris Olympics 2024 : ଭିନେଶ ଫୋଗତଙ୍କୁ ଅଯୋଗ୍ୟ ଘୋଷଣା କରିବା ପଛରେ ରହିଛି ଷଡ଼ଯନ୍ତ୍ର ? ସଙ୍ଗୀନ ଅଭିଯୋଗ ଆଣିଲେ ବିରୋଧୀ । ସେପଟେ ଦରକାର ପଡ଼ିଲେ ପ୍ୟାରିସରେ ବିରୋଧ କରିବାକୁ କହିଲେ ମୋଦି । ଅଧିକ ପଢ଼ନ୍ତୁ

Vinesh Phogat Disqualified from Paris Olympics 2024
Vinesh Phogat Disqualified from Paris Olympics 2024 (ETV Bharat)

ନୂଆଦିଲ୍ଲୀ: ପ୍ୟାରିସ୍‌ ଅଲିମ୍ପିକ୍ସ 2024ରୁ ରେସଲର ଭିନେଶ ଫୋଗତଙ୍କୁ ଅଯୋଗ୍ୟ ଘୋଷଣା କରାଯିବାକୁ ନେଇ ସାରା ଦେଶ ସ୍ତବ୍ଧ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ରାଷ୍ଟ୍ରପତି, ବିଭିନ୍ନ କେନ୍ଦ୍ରମନ୍ତ୍ରୀ ଓ ସାଂସଦ ମାନେ ଏହାକୁ ନେଇ ବିଭିନ୍ନ ପୋଷ୍ଟ କରୁଛନ୍ତି । ତେବେ ଏହା ପଛରେ କୌଣସି ଷଡ଼ଯନ୍ତ୍ର ଥିବା ସନ୍ଦେହ କରିଛନ୍ତି ବିରୋଧୀ । ଆମ୍‌ ଆଦମୀ ପାର୍ଟି ସହିତ ବିରୋଧୀ ଦଳ ଗୁଡ଼ିକ ଏଭଳି ପ୍ରସଙ୍ଗ ଉଠାଇଛନ୍ତି । ଏପରିକି ଫୋଗତଙ୍କର ଏକ ଟ୍ବିଟ୍‌ ଏବେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ରଚାଯାଇପାରେ ବୋଲି ଲେଖିଥିଲେ । ଆପ୍‌ର ଜାତୀୟ ମୁଖପାତ୍ର ରୀନା ଗୁପ୍ତା କହିଛନ୍ତି ଯେ ପାଣି ପିଇଦେଲେ ମଧ୍ୟ 100 ଗ୍ରାମ ଓଜନ ବଢ଼ିଯାଇପାରେ । ତାଙ୍କ ବିରୋଧରେ ଷଡଯନ୍ତ୍ର ହୋଇପାରେ ବୋଲି ଫୋଗତ ନିଜେ କହିଥିଲେ । କାରଣ ତାଙ୍କ ସହ ଯାଇଥିବା ଦଳରେ ବ୍ରିଜ ଭୂଷଣ ଶରଣ ସିଂହଙ୍କ ଦ୍ବାରା ମନୋନୀତ ବ୍ୟକ୍ତି ମଧ୍ୟ ଅଛନ୍ତି । ଖେଳାଳିଙ୍କ ପ୍ରତ୍ୟେକ ମାନର ଯତ୍ନ ନେବା ଦଳର ସମ୍ପୂର୍ଣ୍ଣ ଦାୟିତ୍ବ । ଯଦି କେହି ଚାହାଁନ୍ତି ଯେ ଭାରତ ଅଲିମ୍ପିକ୍ସରେ ପଦକ ନଜିତୁ, ତେବେ ଏହାର ମଧ୍ୟ ତଦନ୍ତ କରାଯିବା ଉଚିତ୍ ।

ଷଡ଼ଯନ୍ତ୍ର ବାରିଲା ଆପ୍‌ :-

AAP ଜାତୀୟ ମୁଖପାତ୍ର ରୀନା ଗୁପ୍ତା କହିଛନ୍ତି, "ଦେଶର ଝିଅ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିବାକୁ ସାରା ଦେଶ ଅପେକ୍ଷା କରିଥିଲା । କିନ୍ତୁ ଭିନେଶଙ୍କୁ 100 ଗ୍ରାମ ଅଧିକ ଓଜନ ହେବାରୁ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ କରାଯାଇଛି । ଭିନେଶ ଫୋଗତ ସେହି ଜାପାନୀ ଖେଳାଳିଙ୍କୁ ପରାସ୍ତ କରିଥିଲେ, ଯାହାକୁ କେହି ମଧ୍ୟ ପରାସ୍ତ କରିପାରିନଥିଲେ, ଲଗାତାର ଚାରିଥର ବିଶ୍ବ ଚମ୍ପିଆନ ହୋଇଥିଲେ । ଯେତେବେଳେ ଭିନେଶ ଫୋଗତ ସେହି ଜାପାନୀ ଖେଳାଳିଙ୍କୁ ପରାସ୍ତ କଲେ, ସାରା ଦେଶରେ ଖୁସିର ଲହରୀ ଖେଳିଗଲା । ଯଦି କେହି ପାଣି ବୋତଲେ ପିଇଦିଏ କିମ୍ବା କିଛି ଖାଇଦିଏ, ତା’ର ଓଜନ ମଧ୍ୟ 100 ଗ୍ରାମ ବଢ଼ିଥାଏ । ଅନେକ ଖେଳାଳି କହିଛନ୍ତି ଯେ ଖେଳାଳିମାନେ ଗୋଟିଏ ରାତିରେ ତିନିରୁ ଚାରି କିଲୋ ଓଜନ ହ୍ରାସ କରନ୍ତି । ଏଭଳି ପରିସ୍ଥିତିରେ, 100 ଗ୍ରାମ ଓଜନ ବୃଦ୍ଧି ହେତୁ ଫୋଗତ କିପରି ଅଯୋଗ୍ୟ ହୋଇଯାଉଛନ୍ତି, ତାହା ହେଉଛି ବଡ଼ ପ୍ରଶ୍ନ ।"

କିଏ ଚାହୁଁଛି ଭାରତ ଗୋଲ୍ଡ ମେଡାଲ ନଜିତୁ ? :-

ରୀନା କହିଛନ୍ତି, "ପ୍ୟାରିସ ଅଲିମ୍ପିକ୍ସରୁ ଭିନେଶ ଫୋଗତଙ୍କୁ ଅଯୋଗ୍ୟ ଘୋଷଣା ପଛରେ ଏକ ଷଡଯନ୍ତ୍ର ଥିବା ଅନୁଭବ ହେଉଛି । କିଛି ବିଦେଶୀ ଲୋକ ଥାଇପାରନ୍ତି, ଯେଉଁମାନେ ଭାରତ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ୱଜିତୁ ବୋଲି ଚାହୁଁଛନ୍ତି । ଏହା ମଧ୍ୟ ସମ୍ଭବ ଯେ ଭିନେଶ ଫୋଗତଙ୍କ ସହ ଯେଉଁ ସହଯୋଗୀ ଦଳ ଥିଲା, ସେମାନେ ସହଯୋଗ କରିନାହାନ୍ତି । ରେସଲରଙ୍କ ଓଜନ ଉପରେ ବାରମ୍ବାର ନଜର ରଖାଯାଏ । କମନୱେଲଥ ଗେମ୍ସର ତିନି ତିନିଥର ଅଭିଜ୍ଞତା ଥିବା ଫୋଗତଙ୍କ ସହ ଏହା କିପରି ସମ୍ଭବ ହେଲା ?"

'ଭିନେଶଙ୍କ ପ୍ରଶିକ୍ଷକ ଓ ଅନ୍ୟ ଷ୍ଟାଫ ବ୍ରିଜଭୂଷଣଙ୍କ ଦ୍ବାରା ହୋଇଥିଲେ ଚୟନ' :-

ରୀନା ଗୁପ୍ତାଙ୍କ କହିବା କଥା ହେଲା, "ରେସଲର ଭିନେଶ ଫୋଗତ ନିଜେ ମଧ୍ୟ ଯିବା ପୂର୍ବରୁ ସନ୍ଦେହ କରିଥିଲେ । ମୋ ବିରୋଧରେ କୌଣସି ଷଡଯନ୍ତ୍ର ନହେଉ ବୋଲି ଫୋଗତ କହିଥିଲେ । ଆମେ ଭୁଲିଯିବା ଉଚିତ ନୁହେଁ ଯେ, ଏ ହେଉଛନ୍ତି ସେହି ରେସଲର, ଯିଏ ଭାରତୀୟ ଜନତା ପାର୍ଟି ନେତା ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ । ସେ ହେଉଛନ୍ତି ସେହି ଭିନେଶ ଫୋଗତ, ଯିଏ କି ମହିଳା ରେସଲରମାନଙ୍କ ପାଇଁ ନ୍ୟାୟ ପାଇବା ପାଇଁ ଜନ୍ତର ମନ୍ତରରେ ବିରୋଧ ପ୍ରଦର୍ଶନ କରିଥିଲେ । ତା’ପରେ ମୋଦି ସରକାର କୁସ୍ତିଯୋଦ୍ଧାଙ୍କୁ ସେଠାରୁ ଗୋଡ଼ାଇ ଗୋଡ଼ାଇ ଲାଠିମାଡ଼ କରିଥିଲା ।

କଂଗ୍ରେସ ବି ଉଠାଇଲା ଷଡ଼ଯନ୍ତ୍ର ଅଭିଯୋଗ :-

କଂଗ୍ରେସ ସାଂସଦ ରଣଦୀପ ସିଂ ସୂର୍ଜେୱାଲା କହିଛନ୍ତି, "ଆଜି 140 କୋଟି ଦେଶବାସୀ ସ୍ତବ୍ଧ । ଭାରତୀୟ କ୍ରୀଡ଼ା ଇତିହାସ ପାଇଁ ଏହା ଏକ 'କଳା ଦିବସ' । ଦେଶର ଝିଅ ବିରୋଧରେ ଏକ ବିରାଟ ଘୃଣ୍ୟ ଷଡଯନ୍ତ୍ର ହୋଇଛି । ପ୍ରଥମେ ମୋଦି ଜୀଙ୍କର ପ୍ରିୟ ବ୍ରିଜ ଭୂଷଣ ସିଂହ ତାଙ୍କୁ ନିର୍ଯାତନା ଦେଇଥିଲେ, ପରେ ଦିଲ୍ଲୀ ରାସ୍ତାରେ 140 ଦିନ ସଂଘର୍ଷ କରିବା ପରେ ତାଙ୍କୁ ପୋଲିସ ଘୋଷାଡ଼ି ନେଇଥିଲା । ଏହାପରେ ମଧ୍ୟ ସେହି ଝିଅ ଅଲିମ୍ପିକ୍ସରେ ତ୍ରିରଙ୍ଗା ଉଡ଼ାଇଥିଲେ । କିନ୍ତୁ ବର୍ତ୍ତମାନ ଏକ ଷଡଯନ୍ତ୍ର ରଚି ତାଙ୍କୁ ଅଯୋଗ୍ୟ ଘୋଷିତ କରିଦିଆଗଲା । କିଏ ଭିନେଶ ଫୋଗତଙ୍କ ବିଜୟ ହଜମ କରିପାରିଲା ନାହିଁ ? ଦେଶର ଝିଅକୁ ପଛରୁ କିଏ ଛୁରୀ ମାରିଲା ? କ୍ଷମତାର ଅପବ୍ୟବହାର କିଏ କରିଛି ? ଏହି ଷଡଯନ୍ତ୍ର କାହାକୁ ବଞ୍ଚାଇବାକୁ ହୋଇଛି ?"

ଅଲିମ୍ପିକ୍‌ କମିଟି ଅଧ୍ୟକ୍ଷାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି :-

ସଂସଦରେ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ସୂଚନା ଏନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦ ଏହି ବିଷୟରେ ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ୍ (IOA)ରୁ ପ୍ରତ୍ୟକ୍ଷ ସୂଚନା ମାଗିଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ସମସ୍ତ ସମ୍ଭାବ୍ୟ ବିକଳ୍ପ ଖୋଜିବାକୁ ମଧ୍ୟ ମୋଦି ନିର୍ଦ୍ଦେଶ ଦେଇଛନ୍ତି । ସୂତ୍ରରୁ ପ୍ରକାଶ, ଯଦି ଭିନେଶଙ୍କୁ କିଛି ସହଯୋଗ ମିଳିପାରିବ, ତେବେ ବିରୋଧ ପ୍ରଦର୍ଶନ କରିବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ ଅଧ୍ୟକ୍ଷା ପିଟି ଉଷାଙ୍କୁ ଅନୁରୋଧ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.