ETV Bharat / sports

ଅଲିମ୍ପିକ୍ସରେ ରୌପ୍ୟ ଆଣିଲେ ନୀରଜ, ଜାଭେଲିନରେ ସ୍ବର୍ଣ୍ଣ ନେଇଗଲା ପାକିସ୍ତାନ - Paris Olympics 2024

author img

By ETV Bharat Sports Team

Published : Aug 9, 2024, 6:17 AM IST

Updated : Aug 9, 2024, 7:22 AM IST

Paris Olympics 2024: ଅଲିମ୍ପିକ୍ସରେ ବଢିଲା ଭାରତର ପଦକ ସଂଖ୍ୟା । ପୁରୁଷ ଜାଭେଲିନରେ ରୌପ୍ୟ ଜିତିଲେ ନୀରଜ ଚୋପ୍ରା । ଚଳିତ ଅଲିମ୍ପିକ୍ସରେ ପ୍ରଥମ ଭାରତୀୟ ଭାବେ ରୌପ୍ୟ ଜିତିଲେ । ଭାରତର ସୂର୍ଣ୍ଣ ପାଇବାର ଆଶା ଧୂଳିସାତ । ଅଧିକ ପଢନ୍ତୁ

Paris Olympics 2024
Paris Olympics 2024 ((AP Photo))

ପ୍ୟାରିସ (ଫ୍ରାନ୍ସ): ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ମିଳିଲା ପ୍ରଥମ ରୌପ୍ୟ । ଦେଶକୁ ରୌପ୍ୟ ଭେଟି ଦେଲେ ଜାଭେଲିନ ଫିଙ୍ଗାଳୀ ନୀରଜ ଚୋପ୍ରା । ପୁରୁଷ ଜାଭେଲିନରେ 89.45 ମିଟର ଜାଭେଲିନ ଫିଙ୍ଗି ଦ୍ବିତୀୟ ସ୍ଥାନରେ ରହିବା ସହ ସିଲଭର ମେଡାଲ ଜିତିଛନ୍ତି ନୀରଜ । କ୍ରମାଗତ ଦ୍ବିତୀୟ ଥର ଅଲିମ୍ପିକ୍ସରେ ପଦକ ଜିତି ଇତିହାସ ରଚିଛନ୍ତି ନୀରଜ । ଟୋକିଓରେ ଜିତିଥିଲେ ସ୍ବର୍ଣ୍ଣ ।

ନୀରଜଙ୍କୁ ମୋଦିଙ୍କ ଶୁଭେଚ୍ଛା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଅଲିମ୍ପିକ୍ସ ରୌପ୍ୟ ବିଜେତା ନୀରଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏକ୍ସରେ ମୋଦି ଲେଖିଛନ୍ତି, "ନୀରଜ ଚୋପ୍ରା ଉତ୍କର୍ଷ ବ୍ୟକ୍ତିତ୍ୱ! ବହୁବାର ସେ ତାଙ୍କର ପ୍ରତିଭା ଦେଖାଇଛନ୍ତି । ସେ ଅଲିମ୍ପିକ୍ସରେ ଆଉ ଏକ ସଫଳତା ପାଇଥିବାରୁ ପୁରା ଭାରତ ଖୁସି । ସିଲଭର ଜିତିଥିବାରୁ ତାଙ୍କୁ ଅଭିନନ୍ଦନ । ନୀରଜ ଆମର ଯୁବ ଆଥଲେଟଙ୍କ ସ୍ୱପ୍ନକୁ ସାକାର କରିବା ଏବଂ ଆମ ଦେଶକୁ ଗର୍ବିତ କରିବା ପାଇଁ ଉତ୍ସାହିତ କରିବା ଜାରି ରଖିବେ ।"

ଭାରତକୁ ପଛରେ ପକାଇଲା ପାକିସ୍ତାନ: ପୁରୁଷ ଜାଭେନିଲରେ ଭାରତକୁ ପଛରେ ପକାଇ ସ୍ବର୍ଣ୍ଣ ନେଇଯାଇଛି ପାକିସ୍ତାନ । ପାକିସ୍ତାନର ଅର୍ଶଦ ନଦୀମ 92.97 ମିଟର ଜାଭେଲିନ ଥ୍ରୋ କରି ପ୍ରଥମ ସ୍ଥାନରେ ରହିଥିଲେ । ଏହା ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା । ପ୍ରଥମ ରାଉଣ୍ଡରେ ସେ ଏହି ଥ୍ରୋ କରିଥିବା ବେଳେ ନୀରଜ ଏହାକୁ ଅତିକ୍ରମ କରିବାରେ ସଫଳ ହୋଇନପାରି ଦ୍ବିତୀୟ ସ୍ଥାନରେ ରହିଥିଲେ । ଫଳରେ ଭାରତକୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡିଥିଲା ।

ଏହା ମଧ୍ୟ ପଢନ୍ତୁ-ଅଲିମ୍ପିକ୍ସରେ ଭାରତ ବନାମ ପାକିସ୍ତାନ; ନୀରଜଙ୍କ ଫାଇନାଲ ମ୍ୟାଚ, ପିତା ମାତା କହିଲେ, ପ୍ରସ୍ତୁତି ଶେଷ, ଗୋଲ୍ଡ ଆସିବ କିନ୍ତୁ ଭାଗ୍ୟ... - Neeraj Chopra Final Match

ସ୍ବର୍ଣ୍ଣ ଜିତିବାର ସ୍ବପ୍ନ ଚୂରମାର: ପ୍ୟାରିସ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକର ପ୍ରମୁଖ ଦାବିଦାର ଥିଲେ ନୀରଜ ଚୋପ୍ରା । ଯୋଗ୍ୟତା ପର୍ଯ୍ୟାୟରେ ମଧ୍ୟ ପ୍ରଥମ ସ୍ଥାନରେ ରହିଥିଲେ । ଚଳିତ ଅଲିମ୍ପିକ୍ସରେ ବର୍ତ୍ତମାନ ସୁଦ୍ଧା ଭାରତକୁ ସ୍ବର୍ଣ୍ଣ ପଦକ ମିଳିନଥିବା ବେଳେ 140 କୋଟି ଭାରତୀୟଙ୍କ ଆଶା ଥିଲା ନୀରଜ ନିଶ୍ଚିନ୍ତ ଦେଶକୁ ସୁନାର ପଦକ ଭେଟି ଦେବେ । କିନ୍ତୁ ନୀରଜ ଜାଭେଲିନ ଥ୍ରୋ ଫାଇନାଲର ଦ୍ବିତୀୟ ସ୍ଥାନରେ ରହିବା ପରେ ଭାରତର ସ୍ବର୍ଣ୍ଣ ଜିତିବାର ସ୍ବପ୍ନ ଚୂରମାର ହୋଇଯାଇଛି । ଭାରତ ଠାରୁ ଆଗରେ ରହି ପାକିସ୍ତାନ ନେଇଯାଇଛି ଗୋଲ୍ଡ ମେଡାଲ ।

ଏମିତି ଥିଲା ନୀରଜଙ୍କ ପ୍ରଦର୍ଶନ: ନୀରଜ ଅଷ୍ଟମ ପ୍ରତିଯୋଗୀ ଭାବେ ମଇଦାନକୁ ଓହ୍ଲାଇଥିଲେ । ଚାପରେ ରହି ଖେଳ ପ୍ରଦର୍ଶନ କରୁଥିବା ମନେ ହେଉଥିଲା । ଫଳରେ ତାଙ୍କର 6ଟି ପ୍ରୟାସ ମଧ୍ୟରୁ 5ଟି ଫାଓଲ ହୋଇଥିଲା । ପ୍ରଥମ ପୟାସ ଫାଓଲ ହୋଇଥିବା ବେଳେ ଦ୍ବିତୀୟ ପ୍ରୟାସରେ 89.45 ମିଟର ଜାଭେଲିନ ଥ୍ରୋ କରିଥିଲେ । ଏହାପରେ ଅନ୍ୟ 4ଟି ମଧ୍ୟ ଫାଓଲ ହୋଇଥିଲା । ନୀରଜଙ୍କ ପୂର୍ବରୁ ପାକିସ୍ତାନର ଅର୍ଶଦ ନଦୀମ ପ୍ରଥମ ପ୍ରାୟସରେ 92.97 ମିଟର ଜାଭେଲିନ ଫିଙ୍ଗିଥିଲେ । ଏହାକୁ ଅତିକ୍ରମ କରିବାକୁ ନୀରଜ ଶତ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଗ୍ରେନାଡାର ଆଣ୍ଡରସନ ପିଟର୍ସ 88.54 ମିଟର ଜାଭେଲିନ ଥ୍ରୋ କରି ବ୍ରୋଞ୍ଜ ପଦକ ଜିତିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 9, 2024, 7:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.