ETV Bharat / sports

Paris Olympics 2024; କୁସ୍ତିରେ ଆସିବ ପଦକ ! 57KG ବର୍ଗ ସେମି ଫାଇନାଲରେ ଅମନଙ୍କ ଧମାକାଦାର ଏଣ୍ଟ୍ରି, 12-0ରେ ଜିତିଲେ କ୍ବାର୍ଟର ଟକ୍କର - aman sehrawat in semifinal

author img

By ETV Bharat Sports Team

Published : Aug 8, 2024, 4:20 PM IST

Updated : Aug 8, 2024, 4:36 PM IST

Paris Olympics 2024 Wrestling: କୁସ୍ତିରେ ଆସବ ପଦକ ! ପୁରୁଷ ଏକକ ଫ୍ରି-ଷ୍ଟାଇଲ 57 କେଜି ବର୍ଗ ସେମି ଫାଇନାଲରେ ପହଞ୍ଚିଲେ ଅମନ ଶେରାଓ୍ବତ । 12-0ରେ ଜିତିଲେ କ୍ବାର୍ଟର ଫାଇନାଲ ମ୍ୟାଚ । 11-0ରେ ଜିତିଥିଲେ ରାଉଣ୍ଡ-16 ମ୍ୟାଚ । ଅଧିକ ପଢନ୍ତୁ

Aman Sehrawat
Aman Sehrawat (ANI Photo)

ପ୍ୟାରିସ (ଫ୍ରାନ୍ସ); କୁସ୍ତିରେ ପଦକ ଆଶା ଦେଲେ ଭାରତର ଷ୍ଟାର କୁସ୍ତିଯୋଦ୍ଧା । ଚଳିତ ପ୍ୟାରିସ ଅଲିମ୍ପିକ୍ସ 2024ରେ 57 କେଜି କୁସ୍ତି ବର୍ଗରେ କମାଲ କରିଛନ୍ତି ଅମନ ଶେରାଓ୍ବତ । ଗୁରୁବାର ଖେଳାଯାଇଥିବା କ୍ବାର୍ଟର ଫାଇନାଲରେ ଅମନ ଶେରାଓ୍ବତଙ୍କ ଜବରଦସ୍ତ ପ୍ରଦର୍ଶନ । ଜେଲିମଖାନ ଆବାକାରୋଭଙ୍କୁ ହରାଇ ସେମିରେ ପ୍ରବେଶ କରିଛନ୍ତି ଅମନ । କ୍ବାର୍ଟର ଟକ୍କରରେ ଅମନ 12-0 ପଏଣ୍ଟରେ ମ୍ୟାଚ ଜିତିଛନ୍ତି । ସେ ଗୁରୁବାର ରାତ୍ର ରେ ସେମି ଫାଇନାଲରେ ନମ୍ବର-1 ସିଡ୍ କୁସ୍ତିଯୋଦ୍ଧା ରେଇ ହିଗୁଚିଙ୍କୁ ଭେଟିବେ ।

ପୂର୍ବରୁ ଖେଳାଯାଇଥିବା ପୁରୁଷ ଏକକ ଫ୍ରି-ଷ୍ଟାଟଲ57 କେଜି ବର୍ଗ ରାଉଣ୍ଡ 16 ପ୍ରତିଯୋଗିତାରେ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ପ୍ରି-କ୍ବାର୍ଟର ଫାଇନାଲରେ ପ୍ରତିପକ୍ଷ ଖେଳାଳି ଭାଦିମିର ଏଗୋରୋବଙ୍କୁ 10-0 ପଏଣ୍ଟରେ ହରାଇଛନ୍ତି । ସେମିରେ ବିଜୟ ପରେ ଭାରତ ପାଇଁ ପଦକ ପକ୍କା କରିବେ ଅମନ ।

ଏହା ବି ପଢନ୍ତୁ- ଅଲିମ୍ପିକ୍ସରେ ଭାରତ ବନାମ ପାକିସ୍ତାନ; ନୀରଜଙ୍କ ଫାଇନାଲ ମ୍ୟାଚ, ପିତା ମାତା କହିଲେ, ପ୍ରସ୍ତୁତି ଶେଷ, ଗୋଲ୍ଡ ଆସିବ କିନ୍ତୁ ଭାଗ୍ୟ... - Neeraj Chopra Final Match

ଦୁଇ ଲଗାତାର ଶ୍ରେଷ୍ଠ ଟେକନିକ ପାଇଁ ଜିତିଲେ ଦୁଇ ମ୍ୟାଚ-

2022 ବିଶ୍ବଚାମ୍ପିଆନ ତଥା ଆଲବାନିଆର ଜେଲିମଖାନ ଆବାକାରୋବଙ୍କୁ 12-0 ପଏଣ୍ଟରେ ମାତ ଦେଇଛନ୍ତି ଅମନ । ଚଳିତ ପ୍ୟାରିସ ଅଲିମ୍ପିକ୍ସ 2024 କ୍ବାର୍ଟର ଫାଇନାଲ ବାଉଟରେ ମଧ୍ୟ କମାଲ କରିଛନ୍ତି ସେ । ରାତ୍ର 9.45 ମିନିଟରେ ଖେଳିବେ ସେମି ଟକ୍କର ।

କ୍ବାର୍ଟର ଫାଇନାଲରେ ପହଞ୍ଚିଲେ ଅମନ-

ରାଉଣ୍ଡ 16 ମ୍ୟାଚରେ ଭାରତର ଷ୍ଟାର କୁସ୍ତିଯୋଦ୍ଧା ଅମନ ଶେରାଓ୍ବତ ପୁରୁଷ ଏକକ ଫ୍ରି-ଷ୍ଟାଇଲ 57 କେଜି ବର୍ଗରେ ଜବରଦସ୍ତ ବିଜୟ ହାସଲ କରିଛନ୍ତି । ସେ ଏହି ପ୍ରତିଯୋଗିତାରେ ୟୁରୋପିଆନ ଚାମ୍ପିଆନସିସ୍ ସ୍ବର୍ଣ୍ଣ ପଦକ ବିଜେତା ଉତ୍ତର ମାସେଡୋନା ଖେଳାଳି ଭ୍ଲାଦିମିର ଏଗରୋବଙ୍କୁ 10-0 ପଏଣ୍ଟରେ ହରାଇଛନ୍ତି ।

ଏହା ବି ପଢନ୍ତୁ- Paris Olympics 2024; 'ଭିନେଶ, ତୁମେ ହାରିନ...', କୁସ୍ତିକୁ ଅଲବିଦା କହିଲେ ଫୋଗତ, ଏମିତି ଲେଖିଲେ ବଜରଙ୍ଗ, ସାକ୍ଷୀ - vinesh phogat retirement decision

ଅପରାହ୍ଣ 4ଟେ ସେମି ଫାଇନାଲ-

ଗୁରୁବାର ଅପରାହ୍ଣ 4ଟା ସେମି ଫାଇନାଲ ମୁକାବିଲା ଲଢିଥିଲେ ଅମନ ଶେରାଓ୍ବତ । ଏଥରେ 12-0ରେ ବିଜୟୀ ହୋଇଛନ୍ତି ।

ଏହା ବି ପଢନ୍ତୁ- Paris Olympics 2024; ପୁଣି ବିବାଦରେ ଆଉ ଜଣେ କୁସ୍ତିଯୋଦ୍ଧା, ରେସଲିଂରେ ଖାଲି ହାତରେ ଫେରିବ ଭାରତ, ଜାଣନ୍ତୁ ପୁରା ଘଟଣା - Indian wrestler Antim Panghal

ଶ୍ରେଷ୍ଠ ଟେକନିକ ପାଇଁ ଜିତିଲେ ମ୍ୟାଚ-

ଅମନ ପୁରା ବାଉଟରେ ତାଙ୍କ ପ୍ରତିପକ୍ଷଙ୍କ ଉପରେ ଭାରି ରହିଥିଲେ । ମ୍ୟାଚ ଶେଷ ହେବାକୁ ଦୁଇ ମିନିଟ ବାକିଥିବା ବେଳେ ଶ୍ରେଷ୍ଠ ଟେକନିକ ପାଇଁ ଅମନ ବିଜୟୀ ହୋଇଛନ୍ତି । ଏହି ମ୍ୟାଚ ଜିତି ସେ କ୍ବାର୍ଟର ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି ।

Last Updated : Aug 8, 2024, 4:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.