ETV Bharat / sports

ଅଲିମ୍ପିକ୍ସରେ ଇତିହାସ ରଚିଲେ ମନିକା; ପ୍ରଥମ ଭାରତୀୟ ଟେବୁଲ ଟେନିସ ଖେଳାଳି ଭାବେ ରାଉଣ୍ଡ-16ରେ ଏଣ୍ଟ୍ରି, ଭାରତୀୟ ବଂଶୋଦ୍ଭବଙ୍କୁ ହରାଇଲେ - Table Tennis Singles Round of 32

author img

By ETV Bharat Sports Team

Published : Jul 30, 2024, 7:39 AM IST

Updated : Jul 30, 2024, 9:51 AM IST

Manika Batra becomes the first Indian paddler to reach the Round of 16 in Olympics history:ପ୍ରଥମ ଭାରତୀୟ ଟେବୁଲ ଟେନିସ ଖେଳାଳି ଭାବେ ଟପ୍ 16ରେ ଏଣ୍ଟ୍ରି । ଭାରତୀୟ ବଂଶୋଦ୍ଭବଙ୍କୁ ହରାଇଲେ । ଅଧିକ ପଢନ୍ତୁ

Manika Batra
Manika Batra (@OlympicKhel)

ହାଇଦ୍ରାବାଦ: କମାଲ କଲେ ମନିକା ବାତ୍ରା । ଅଲିମ୍ପିକ୍ସରେ ଇତିହାସ ରଚିଲେ ମନିକା । ପ୍ରଥମ ଭାରତୀୟ ଟେବୁଲ ଟେନିସ ଖେଳାଳି ଭାବେ ଟପ୍ 16ରେ ଏଣ୍ଟ୍ରି । ସୋମବାର ଅଲିମ୍ପିକ୍ସ ଇତିହାସରେ ନୂଆ ରେକର୍ଡ କରିଛନ୍ତି ଭାରତୀୟ ଷ୍ଟାର ଟେବୁଲ ଟେନିସ ଖେଳାଳି ମନିକା ବାତ୍ରା । ଅଲିମ୍ପିକ୍ସରେ ପ୍ରଥମ ଭାରତୀୟ ଟେବୁଲ ଟେନିସ ଖେଳାଳି ଭାବେ ରାଉଣ୍ଡ-16କୁ ଉଠିଛନ୍ତି ମନିକା । ମହିଳା ଟେବୁଲ ଟେନିସ ସିଙ୍ଗଲ୍ସ ପ୍ରତିଯୋଗିତାରେ ଏହି କମାଲ କରିଛନ୍ତି ମନିକା ।

ଏହା ବି ପଢନ୍ତୁ- ସାତ୍ତ୍ବିକ-ଚିରାଗ ଯୋଡ଼ି ଖେଳିବାକୁ ଥିବା ମୁକାବିଲା ରଦ୍ଦ, ଫଳାଫଳ ଘୋଷଣା କଲା BWF - Paris Olympics 2024

2018 କମନଓ୍ବେଲ୍ଥ ଗେମ୍ସରେ ସୁନା ଜିତିଥିଲେ 29 ବର୍ଷୀୟା ମନିକା । ତେବେ ପ୍ୟାରିସ ଅଲିମ୍ପିକ୍ସ ଗେମ୍ସରେ ମନିକା ଫ୍ରାନ୍ସର ପ୍ରତିଯୋଗୀ ତଥା ଶକ୍ତିଶାଳୀ ଖେଳାଳି ପ୍ରିଥିକା ପାଭେଡଙ୍କୁ 4-0 ପଏଣ୍ଟରେ ହରାଇଛନ୍ତି । ଏହି ଗେମରେ ମନିକା 19 ବର୍ଷୀୟା ପାଭେଡଙ୍କ ବିପକ୍ଷରେ 11-9, 11-6, 11-9, 11-7 ପଏଣ୍ଟ ସ୍କୋର କରିଥିଲେ । ତେବେ ମନିକା ହରାଇଥିବା ଖେଳାଳି ହେଉଛନ୍ତି ଭାରତୀୟ ବଂଶୋଦ୍ଭବ । 2003ରେ ପାଭେଡଙ୍କ ପିତାମାତା ପୁଡୁଚେରୀରୁ ଯାଇ ଫ୍ରାନ୍ସରେ ବସବାସ ଆରମ୍ଭ କରିଥିଲେ ।

ଏହା ବି ପଢନ୍ତୁ- ଚମକିଲେ ହରମନପ୍ରୀତ; ହକିରେ ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚ୍‌ ଡ୍ର' - Paris Olympics 2024

ତେବେ ଏହା ପୂର୍ବରୁ କୌଣସି ଭାରତୀୟ ଭାବେ କେହି ବି ରାଉଣ୍ଡ-16ରେ ପହଞ୍ଚି ନଥିଲେ। ଏହି ଗେମ୍ସ ବିଜୟ ପରେ ଅଲିମ୍ପିକ୍ସରେ ନୂଆ ରେକର୍ଡ କରିଛନ୍ତି ମନିକା । ଏପଟେ ପୁରୁଷ ସିଙ୍ଗଲ୍ସ ରାଉଣ୍ଡ-32ରେ ପହଞ୍ଚିଛନ୍ତି ଅଚନ୍ତ ସାରଥ ।

ବର୍ତ୍ତମାନ ମନିକାଙ୍କ ମାନ୍ୟତା ବିଶ୍ବରେ ରହିଛି 28 । ପାଭେଡଙ୍କ ମାନ୍ୟତା ରହିଛି 18 । ତେବେ ପ୍ରତିଯୋଗିତାରେ ମନିକା ଚମତ୍କାର ପ୍ରଦର୍ଶନ କରିଥିଲେ । ପାଭେଡଙ୍କୁ ମାତ ଦେଇ ମନିକା ବର୍ତ୍ତମାନ ପରବର୍ତ୍ତୀ ରାଉଣ୍ଡକୁ ଉଠିଛନ୍ତି । ଏପଟେ ମନିକା ଚଳିତ ଅଲିମ୍ପିକ୍ସରେ ଟୋକିଓ ଅଲିମ୍ପିକ୍ସ ରେକର୍ଡକୁ ପଛରେ ପକାଇଛନ୍ତି । ଟୋକିଓ ଅଲିମ୍ପିକ୍ସରେ ମନିକା ପ୍ରଥମ ମହିଳା ଖେଳାଳି ଭାବେ ରାଉଣ୍ଡ 32କୁ ଉତୀର୍ଣ୍ଣ ହୋଇଥିଲେ ।

ଏପଟେ ପ୍ୟାରିସ୍‌ ଅଲିମ୍ପିକ୍ସରେ ସୋମବାର କୌଣସି ମେଡାଲ ପାଇବାରୁ ବଞ୍ଚିତ ହୋଇଥିଲା ଭାରତ । ଫାଇନାଲ୍‌କୁ ଯାଇ ମଧ୍ୟ ହାର ମାନିଥିଲେ ରମିତା ଜିନ୍ଦଲ । ଦମଦାର ପ୍ରଦର୍ଶନ ସତ୍ତ୍ବେ ଅର୍ଜୁନ ବାବୁତାଙ୍କ ହାତରୁ ଖସି ଯାଇଥିଲା ମେଡାଲ । ତେବେ ଆଜି (ମଙ୍ଗଳବାର) ଦ୍ବିତୀୟ ମେଡାଲ ପାଇଁ ମୈଦାନକୁ ଓହ୍ଲାଇବେ ମନୁ ଭାକର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 30, 2024, 9:51 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.