ETV Bharat / sports

ବକ୍ସିଂରେ ପଦକ ଆଶା ନିରାଶ, କ୍ବାଟର ଫାଇନାଲରେ ହାରିଗଲେ ଲୋଭଲିନା - Paris Olympics 2024

author img

By ETV Bharat Sports Team

Published : Aug 4, 2024, 5:36 PM IST

Paris Olympics 2024: ବକ୍ସିଂରେ ଭାରତକୁ ଆସିପାରିଲା ନାହିଁ ପଦକ । ମହିଳା 75 କିଲୋଗ୍ରାମ କ୍ବାଟର ଫାଇନାଲରେ ହାରିଗଲେ ଲୋଭଲିନା ବୋର୍ଗୋହେନ । ଅଧିକ ପଢନ୍ତୁ

Lovlina Borgohain
Lovlina Borgohain (AP PHOTOS)

ପ୍ୟାରିସ (ଫ୍ରାନ୍ସ): ଅଲିମ୍ପିକ୍ସରେ ଭାରତକୁ ବଡ ଝଟକା ଲାଗିଛି । ପ୍ୟାରିସ ଅଲିମ୍ପିକ୍ସ ବକ୍ସିଂରେ ଏଥର ପଦକ ଶୂନ୍ୟ ଭାରତ । ଏକକ ବର୍ଗରେ ନିଶାନ୍ତଙ୍କ ପରେ ଫେଲ ମାରିଲେ ଲୋଭଲିନା ବୋର୍ଗୋହେନ । ମହିଳା 75 କିଲୋଗ୍ରାମ ଓଜନ ବର୍ଗର କ୍ବାଟର ଫାଇନାଲରେ ହାରିବା ପରେ ସେମିଫାଇନାଲରୁ ବାଦ ପଡିଲେ ଭାରତର ଏହି ଷ୍ଟାର ବକ୍ସର । ଚୀନର ଲି କ୍ବାନଙ୍କ ଠାରୁ ସେ 4-1ରେ ପରାସ୍ତ ହୋଇଛନ୍ତି । ଫଳରେ ଦ୍ବିତୀୟ ଥର ଅଲିମ୍ପିକ୍ସ ପଦକ ଆଶା ଲୋଭଲିନାଙ୍କ ଧୂଳିସାତ ହୋଇଛି ।

ପଦକରୁ ଗୋଟିଏ ପାଦ ପଛରେ ରହିଗଲେ ଲୋଭଲିନା:

ଆଜି ମହିଳା ବକ୍ସିଂର 75 କିଲୋଗ୍ରାମ କ୍ବାଟର ଫାଇନାଲରେ ଲୋଭଲିନା ବୋର୍ଗୋହେନ ଓ ଚାଇନାର ଲି କ୍ବାନଙ୍କ ମଧ୍ୟରେ ମୁକାବିଲା ହୋଇଥିଲା । 140 କୋଟି ଭାରତୀୟଙ୍କ ଏହି ମ୍ୟାଚରେ ନଜର ରହିଥିଲା । ଯଦି କ୍ବାଟର ଫାଇନାଲରେ ଲୋଭନିଲା ବିଜୟୀ ହୋଇଥାନ୍ତେ ତେବେ ପଦକ ସୁନିଶ୍ଚିନ୍ତ କରିଥାନ୍ତେ । ସମସ୍ତଙ୍କ ଆଶା ଥିଲେ ସେ ଭାରତକୁ ବକ୍ସିଂରେ ପଦକ ଭେଟି ଦେବେ । କିନ୍ତୁ ସବୁ ଆଶା ଆଶାରେ ରହିଯାଇଛି । ଭଲ ପ୍ରଦର୍ଶନ କରିନାପାରି ଆଜି ଅଲିମ୍ପିକ୍ସ ଅଭିଯାନ ଶେଷ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଅଲିମ୍ପିକ୍ସରେ ଭାରତକୁ ବଡ ଝଟକା, ପ୍ରି-କ୍ବାର୍ଟର ଫାଇନାଲରେ ନିଖତ ପରାଜିତ, ପଦକ ଆଶା ମଉଳିଗଲା - end of Nikhat campaign

5 ପଏଣ୍ଟ କମ ପାଇଥିଲେ ଲୋଭଲିନା:

ଏହି ମ୍ୟାଚ୍‌ରେ 5 ଜଣ ବିଚାରପତି ଲୋଭଲିନାଙ୍କୁ 28, 28, 29, 28, 27 ପଏଣ୍ଟ ଦେଇଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଲି କ୍ବାନଙ୍କୁ ସମସ୍ତ ବିଚାରପତି 29, 29, 28, 29, 30 ପଏଣ୍ଟ ଦେଇଥିଲେ । ଲୋଭଲିନା ତାଙ୍କର ସମସ୍ତ ରାଉଣ୍ଡରେ 140 ପଏଣ୍ଟ ହାସଲ କରିଥିବାବେଳେ କ୍ବାନ ସମସ୍ତ ବିଚାରପତିଙ୍କ ଠାରୁ 145 ପଏଣ୍ଟ ପାଇ ମ୍ୟାଚ ଜିତି ସେମିଫାଇନାଲରେ ପ୍ରବେଶ କରିଥିଲେ।

କେମିତି ରହିଥିଲା ରାଉଣ୍ଡ ଅଫ୍‌ 16 ମ୍ୟାଚ୍‌ ?

ପ୍ୟାରିସ ଅଲିମ୍ପିକ୍ସ 2024ର ମହିଳା 75 କିଲୋଗ୍ରାମ ଓଜନ ବର୍ଗର ରାଉଣ୍ଡ ଅଫ୍‌ 16 ମ୍ୟାଚ୍‌ରେ ଲୋଭଲିନା ଦମଦାର ପ୍ରଦର୍ଶନ କରିଥିଲେ । ସେ ନରୱେର ସନ୍ନିଭା ହୋଫଷ୍ଟେଡଙ୍କୁ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ । ଏହି ମ୍ୟାଚ୍‌କୁ ଏକତରଫା ଭାବେ ଜିତି ନେଇଥିଲେ ଲୋଭଲିନା । ସେ ପ୍ରତିପକ୍ଷ ନରୱେ ବକ୍ସରଙ୍କୁ 5-0ରେ ମାତ୍‌ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.