ETV Bharat / sports

ମେଡାଲ ଲକ୍ଷ୍ୟରେ ଲକ୍ଷ୍ୟ ସେନ୍‌; ବ୍ୟାଡ୍‌ମିଣ୍ଟନରେ ଭାରତକୁ ଦେଲେ ଚମତ୍କାର ଆରମ୍ଭ - Paris Olympics 2024

author img

By ETV Bharat Sports Team

Published : Jul 27, 2024, 9:19 PM IST

Paris Olympics 2024 Badminton: ଅଲିମ୍ପିକ୍ସରେ ଷ୍ଟାର ସଟ୍‌ଲର ଲକ୍ଷ୍ୟ ସେନ୍‌ଙ୍କ ଦମଦାର ଆରମ୍ଭ । ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍‌ରେ ଗୁଆଟେମାଲା ଖେଳାଳି କର୍ଡନ୍ କେଭିନ୍‌ଙ୍କୁ ମାତ୍‌ ଦେଲେ ଲକ୍ଷ୍ୟ । ଅଧିକ ପଢ଼ନ୍ତୁ

Paris Olympics 2024 Badminton
Paris Olympics 2024 Badminton (ANI Photos)

ପ୍ୟାରିସ (ଫ୍ରାନ୍ସ): ଭାରତର ଷ୍ଟାର ସଟ୍‌ଲର ଲକ୍ଷ୍ୟ ସେନ୍‌ ପ୍ୟାରିସ୍ ଅଲିମ୍ପିକ୍ସରେ ନିଜର ଅଭିଯାନ ଦମଦାର ବିଜୟରୁ ଆରମ୍ଭ କରିଛନ୍ତି । ଶନିବାର ଖେଳାଯାଇଥିବା ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍‌ରେ ଲକ୍ଷ୍ୟ ସେନ୍‌ ଗୁଆଟେମାଲା ଖେଳାଳି କର୍ଡନ୍ କେଭିନ୍‌ଙ୍କୁ ମାତ୍‌ ଦେଇଛନ୍ତି । ପ୍ରଥମ ସେଟ୍‌ 21-8ରେ ସହଜରେ ଜିତିବା ପରେ ସେନ୍ ଦ୍ବିତୀୟ ସେଟ୍‌ରେ କଡ଼ା ସଂଘର୍ଷର ସମ୍ମୁଖୀନ ହୋଇଥିଲେ । କିନ୍ତୁ, ଶେଷରେ ସେନ୍‌ ଦ୍ବିତୀୟ ସେଟ୍‌ରେ 22-20 ସ୍କୋରରେ ମ୍ୟାଚ୍‌ ଜିତିଥିଲେ ।

ପ୍ରଥମ ସେଟ୍‌ରେ ଲକ୍ଷ୍ୟଙ୍କ ସହଜ ବିଜୟ:-

ପ୍ୟାରିସରେ ପଦକ ଦୌଡ଼ରେ ଥିବା 22 ବର୍ଷୀୟ ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ୍‌ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ର ପ୍ରଥମ ସେଟ୍‌ରେ ଦମଦାର ଆରମ୍ଭ କରିଥିଲେ । ପ୍ରଥମ ସେଟରେ ପ୍ରତିପକ୍ଷ ଗୁଆଟେମାଲା ଖେଳାଳି 37 ବର୍ଷୀୟ କର୍ଡନ୍ କେଭିନ୍‌ଙ୍କୁ କୌଣସି ସୁଯୋଗ ଦେଇନଥିଲେ । ସେନ୍‌ ଚମତ୍କାର ପ୍ରଦର୍ଶନ କରିବା ସହିତ ପ୍ରଥମ ସେଟ୍‌ର ମିଡ୍‌ବ୍ରେକ୍‌ ସହିତ 11-3 ଅଗ୍ରଣୀ ନେଇଥିଲେ । ଏହାପରେ ମଧ୍ୟ ସେ ଚମତ୍କାର ପ୍ରଦର୍ଶନ ଜାରି ରଖିଥିଲେ ଏବଂ 21-8 ସ୍କୋରରେ ପ୍ରଥମ ସେଟ୍‌ ଜିତିଥିଲେ ।

ଦ୍ବିତୀୟ ସେଟ୍‌ରେ ମିଳିଲା କଡ଼ା ଟକ୍କର:-

ପ୍ରଥମ ସେଟ୍‌ ହାରିବା ପରେ ଦ୍ବିତୀୟ ସେଟ୍‌ରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ ଗୁଆଟେମାଲା ଖେଳାଳି କର୍ଡନ୍ କେଭିନ୍‌ । ସେ ପ୍ରଥମରୁ ହିଁ ଭାରତୀୟ ସେନ୍‌ଙ୍କଠାରୁ 6-2 ଅଗ୍ରଣୀ ନେଇଥିଲେ । ଲକ୍ଷ୍ୟ ସେନ୍‌ ଏହି ସେଟ୍‌ରେ ଅନେକ ତ୍ରୁଟି କରିଥିଲେ ଏବଂ ସଟଲ୍‌ରେ ଅନେକ ଥର ନେଟ୍‌କୁ ମାରିଥିଲେ । ତେବେ ଏହି ସେଟ୍‌ରେ କେଭିନ ମିଡ୍‌ବ୍ରେକ୍‌ ପର୍ଯ୍ୟନ୍ତ ସେନ୍‌ଙ୍କୁ 11-6 ସ୍କୋର ସହ ପଛରେ ପକାଇ ଏକ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଥିଲେ । ହେଲେ ମିଡ୍‌ବ୍ରେକ୍‌ ପରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ ଲକ୍ଷ୍ୟ ସେନ୍‌ । ସେ ଯଦିଓ ଗୁଆଟେମାଲା ଖେଳାଳି କଡ଼ା ଟକ୍କର ଦେବା ଜାରି ରଖିଥିଲେ, ସେନ୍‌ ମଧ୍ୟ ନିଜ ଲକ୍ଷ୍ୟରେ ଭୁଲ କରିନଥିଲେ । ଶେଷରେ କର୍ଡନ କେଭିନଙ୍କୁ 22-20 ସ୍କୋର ସହ ମାତ୍‌ ଦେଇ ଦ୍ବିତୀୟ ସେଟ୍‌ ଜିତିଥିଲେ ଭାରତୀୟ ସଟ୍‌ଲର ।

ଏହା ମଧ୍ୟ ପଢ଼ନ୍ତୁ...ମେଡାଲ ଅଭିମୁଖେ ମନୁ ଭାକର; ହାର ମାନିଲେ ସାଙ୍ଗୱାନ - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.