ETV Bharat / sports

ପ୍ୟାରିସ ଅଲିମ୍ପିକ୍ସ: ଏହି ଖେଳାଳି ଦେଶ ପାଇଁ ଜିତିଲେ ମେଡାଲ; ଭାଙ୍ଗିଲା ଅନେକ ରେକର୍ଡ - Paris Olympics 2024

author img

By ETV Bharat Sports Team

Published : Aug 10, 2024, 7:19 PM IST

INDIAN MEDALIST IN PARIS OLYMPICS 2024 : କ୍ରୀଡ଼ା ମହାକୁମ୍ଭ ପ୍ୟାରିସ୍ ଅଲିମ୍ପିକ୍ସ 2024 ଶେଷ ହୋଇଛି । ଭାରତ ଭାଙ୍ଗି ପାରିଲାନି ପୂର୍ବ ଅଲିମ୍ପକ୍ସ ରେକର୍ଡ । 6ଟି ପଦକରେ ହେବାକୁ ପଡ଼ିଲା ସନ୍ତୁଷ୍ଟ । ହେଲେ ଭାଙ୍ଗିଲା ଅନେକ ରେକର୍ଡ । ଜାଣନ୍ତୁ ପ୍ୟାରିସରୁ ଦେଶକୁ ଅଲିମ୍ପିକ୍ସ ପଦକ ଆଣିଥିବା ଏହି ଖେଳାଳିମାନଙ୍କ ବିଷୟରେ,

INDIAN MEDALIST IN PARIS OLYMPICS 2024
INDIAN MEDALIST IN PARIS OLYMPICS 2024 (ETV Bharat Odisha)

ହାଇଦ୍ରାବାଦ: ଆଜି ପ୍ୟାରିସ୍ ଅଲିମ୍ପିକ୍ସ 2024ର ଶେଷ ଦିନ । ଟୋକିଓ ଅଲିମ୍ପିକ୍ସରେ ଭାରତ ଜିତିଥିବା ପଦକ ସଂଖ୍ୟା 7 ଥିଲା । ଯାହା ଅଲିମ୍ପିକ୍ସ ଇତିହାସରେ ଭାରତ ପାଇଁ ସର୍ବାଧିକ ଥିଲା । ହେଲେ ଏଥର ଏହି ରେକର୍ଡ ଭାଙ୍ଗି ଅଧିକ ପଦକ ଜିତିବା ଆଶାରେ ପ୍ୟାରିସ ଯାଇଥିଲା ଭାରତୀୟ ଅଲିମ୍ପିକ୍ସ ଟିମ୍‌ । ହେଲେ ଗତ ଥର ଅପେକ୍ଷା କମ୍ ପଦକ ଜିତି ଚଳିତ ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଚଳିତ ବର୍ଷ ଭାରତରୁ 117 ଜଣ ଖେଳାଳି ପ୍ୟାରିସ ଅଲିମ୍ପିକ୍ସରେ ଭାଗ ନେଇଥିଲେ । କିନ୍ତୁ ସେମାନଙ୍କ ମଧ୍ୟରୁ କେବଳ 6 ଜଣ ଭାରତୀୟ ପଦକ ଜିତିବାରେ ସକ୍ଷମ ହୋଇଛନ୍ତି ।

ଏଠାରେ ନଜର ପକାନ୍ତୁ ପ୍ୟାରିସ ଅଲିମ୍ପିକ୍ସ 2024ରେ ମେଡାଲ ଜିତିଥିବା ଭାରତୀୟ ଖେଳାଳି ଓ ସେମାନଙ୍କ ଦ୍ବାରା ହୋଇଥିବା ରେକର୍ଡ :-

ମନୁ ଭାକର :-

ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ଭାରତ ପାଇଁ ପ୍ରଥମ ପଦକ ଜିତିଥିଲେ ମନୁ ଭାକର । ମନୁ 10 ମିଟର ଏୟାର ପିସ୍ତଲ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତି ଭାରତର ଆକାଉଣ୍ଟ ଖୋଲିଥିଲେ । ଏହାପରେ ସେ 10 ମିଟର ଏୟାର ପିସ୍ତଲ ମିଶ୍ରିତ ଇଭେଣ୍ଟରେ ମଧ୍ୟ ବ୍ରୋଞ୍ଜ ପଦକ ଜିତିଥିଲେ । ଏହାସହ ସେ ପ୍ରଥମ ଅଲିମ୍ପିକ୍ସରେ ଭାରତ ପାଇଁ ଦୁଇଟି ପଦକ ଜିତିଥିବା ପ୍ରଥମ ଭାରତୀୟ ଖେଳାଳି ହୋଇପାରିଛନ୍ତି ।

ସରବଜୋତ ସିଂହ :-

ଭାରତ ପାଇଁ ଦ୍ବିତୀୟ ପଦକ ବିଜେତା ଥିଲେ ସରବଜୋତ ସିଂହ । 10 ମିଟର ଏୟାର ପିସ୍ତଲ ମିଶ୍ରିତ ଇଭେଣ୍ଟରେ ସେ ବ୍ରୋଞ୍ଜ ପଦକ ଜିତିଥିଲେ । ମନୁ ଭାକରଙ୍କ ସହିତ ସରବଜୋତ ସିଂହ ମିଶ୍ରିତ ବର୍ଗରେ ପଦକ ଜିତିଥିଲେ । ଏହା ଥିଲା ସରବଜୋତ ସିଂହଙ୍କ ପ୍ରଥମ ଅଲିମ୍ପିକ୍ସ । ସରବଜୋତ ନିଜ ପ୍ରଥମ ଅଲିମ୍ପିକ୍ସରେ ହିଁ ଚମତ୍କାର ପ୍ରଦର୍ଶନ କରି ପଦକ ହାସଲ କରିଥିଲେ ।

ସ୍ବପ୍ନିଲ କୁସାଲେ :-

ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ତୃତୀୟ ପଦକ ଜିତିଥିବା ଖେଳାଳି ଥିଲେ ସ୍ବପ୍ନିଲ କୁସାଲେ । ସ୍ବପ୍ନିଲ 50 ମିଟର ଏୟାର ରାଇଫଲ 3Pରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ । ଏହାସହ ସେ ମଧ୍ୟ ପ୍ରଥମ ଭାରତୀୟ ଶୁଟର ଭାବେ 50 ମିଟର 3P ଇଭେଣ୍ଟରେ ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି । ଏହାପୂର୍ବରୁ ଏହି ଇଭେଣ୍ଟରେ କୌଣସି ଭାରତୀୟ ଶୁଟର ପଦକ ଜିତି ପାରିନଥିଲେ ।

ଭାରତୀୟ ହକି ଟିମ୍‌ :-

ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ଦେଶ ପାଇଁ ଚତୁର୍ଥ ପଦକ ଜିତିଥିଲା । ସେମିଫାଇନାଲରେ ଜର୍ମାନୀ ବିପକ୍ଷରେ ହାରିଯିବା ପରେ ବ୍ରୋଞ୍ଜ ପଦକ ଇଭେଣ୍ଟରେ ଭାରତ ସ୍ପେନକୁ 2-1ରେ ପରାସ୍ତ କରିଥିଲା । ଏହା ସହିତ ଭାରତ 52 ବର୍ଷ ପରେ ଲଗାତାର 2ଟି ଅଲିମ୍ପିକ୍ସରେ 2ଟି ପଦକ ଜିତିବାର ରେକର୍ଡକୁ ପୁନରାବୃତ୍ତି କରିଛି । ଭାରତୀୟ ହକି ଦଳ ଏପର୍ଯ୍ୟନ୍ତ ଅଲିମ୍ପିକ୍ସରେ 13ଟି ପଦକ ହାସଲ କରିଥିବାବେଳେ ଏଥିରେ ସର୍ବାଧିକ 8ଟି ସ୍ବର୍ଣ୍ଣ ପଦକ ସାମିଲ ରହିଛି । 4ଟି ବ୍ରୋଞ୍ଜ ପଦକ ଏବଂ ଗୋଟିଏ ରୌପ୍ୟ ପଦକ ଜିତିଛି ।

ନୀରଜ ଚୋପ୍ରା :-

ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ଏକମାତ୍ର ରୌପ୍ୟ ପଦକ ଜିତିଛନ୍ତି ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା । ଜାଭେଲିନ୍ ଥ୍ରୋରେ ଚମତ୍କାର ପ୍ରଦର୍ଶନ କରି ନୀରଜ ଭାରତକୁ ପଞ୍ଚମ ପଦକ ପ୍ରଦାନ କରିଥିଲେ । ନୀରଜ ଟୋକିଓ ଅଲିମ୍ପିକ୍ସ ପରେ କ୍ରମାଗତ ଦ୍ବିତୀୟ ଅଲିମ୍ପିକ୍ସରେ ପଦକ ବଜାୟ ରଖିବାରେ ସକ୍ଷମ ହୋଇଥିଲେ ମଧ୍ୟ ସ୍ବର୍ଣ୍ଣ ପଦକ ବଜାୟ ରଖିପାରି ନାହାଁନ୍ତି । ସେ ପାକିସ୍ତାନର ଅର୍ଶଦ ନଦିମଙ୍କ ରେକର୍ଡ ଥ୍ରୋ ଆଗରେ କେବଳ ରୌପ୍ୟ ପଦକ ପାଇପାରିଛନ୍ତି ।

ଅମନ ସେରାୱତ :-

ପ୍ୟାରିସ ଅଲିମ୍ପିକ୍ସରେ ଅମନ ସେରାୱତ ଭାରତ ପାଇଁ ଷଷ୍ଠ ପଦକ ଜିତିଥିଲେ । ବ୍ରୋଞ୍ଜ ପଦକ ମ୍ୟାଚରେ ଦମଦାର ପ୍ରଦର୍ଶନ କରି ଅମନ ସେରାୱତ କୁସ୍ତିରେ ଏଥର ମେଡାଲ ମରୁଡ଼ିକୁ ସମାପ୍ତ କରିଥିଲେ । କେବଳ 21 ବର୍ଷ 24 ଦିନ ବୟସରେ ଅଲିମ୍ପିକ୍ସ ପଦକ ଜିତିବାରେ ଅମନ ସର୍ବକନିଷ୍ଠ ଭାରତୀୟ ଖେଳାଳି ହୋଇଥିଲେ । ଏହା ଅମନଙ୍କର ପ୍ରଥମ ଅଲିମ୍ପିକ୍ସ ଥିଲା । ଯେଉଁଠାରେ ସେ ପଦକ ଜିତି ଦେଶକୁ ଗର୍ବିତ କରିଥିଲେ ।

ପ୍ୟାରିସ ଅଲିମ୍ପିକ୍ସରେ ଭାରତର ରେକର୍ଡ :-

  • ନୀରଜ ଚୋପ୍ରା କ୍ରମାଗତ 2ଟି ଅଲିମ୍ପିକ୍ସରେ 2ଟି ପଦକ ଜିତିଥିବା ପ୍ରଥମ ଟ୍ରାକ୍‌ ଆଣ୍ଡ ଫିଲ୍ଡ ଆଥଲେଟ୍‌ ହୋଇଛନ୍ତି ।
  • ଅମନ ସେରାୱତ ଅଲିମ୍ପିକ୍ସ ଇତିହାସରେ ବ୍ୟକ୍ତିଗତ ଇଭେଣ୍ଟରେ ଭାରତର ସର୍ବକନିଷ୍ଠ ପଦକ ବିଜେତା ହୋଇଛନ୍ତି । (21 ବର୍ଷ ଓ 24 ଦିନ)
  • 52 ବର୍ଷ ପରେ ଭାରତୀୟ ହକି ଦଳ କ୍ରମାଗତ ଦୁଇଟି ଅଲିମ୍ପିକ୍ସରେ 2ଟି ପଦକ ହାସଲ କରିଛି ।
  • ଲକ୍ଷ୍ୟ ସେନ୍‌ ଅଲିମ୍ପିକ୍ସରେ ପୁରୁଷ ଏକକ ବର୍ଗରେ ସେମିଫାଇନାଲରେ ପହଞ୍ଚିଥିବା ପ୍ରଥମ ବ୍ୟାଡ୍‌ମିଣ୍ଟନ ଖେଳାଳି ହୋଇପାରିଛନ୍ତି ।
  • ପ୍ୟାରିସ ଅଲିମ୍ପିକ୍ସ 2024ରେ ଶୁଟଂରେ 3ଟି ପଦକ ସହ ଭାରତ ଗୋଟିଏ ଅଲିମ୍ପିକ୍ସ ସଂସ୍କରଣରେ କୌଣସି ଗୋଟିଏ କ୍ରୀଡ଼ାରେ ସର୍ବାଧିକ ମେଡାଲ ଜିତିବାର ରେକର୍ଡ କରିଛି ।
  • ମନିକା ବତ୍ରା ଅଲିମ୍ପିକ୍ସରେ ଏକକ ବର୍ଗରେ ପ୍ରି-କ୍ବାର୍ଟର ଫାଇନାଲରେ ପହଞ୍ଚିଥିବା ପ୍ରଥମ ଭାରତୀୟ ଟେବୁଲ ଟେନିସ ଖେଳାଳି ହୋଇଛନ୍ତି ।
  • ମନୁ ଭାକର ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ୍ସର ଗୋଟିଏ ସଂସ୍କରଣରେ 2ଟି ପଦକ ଜିତିବାର ରେକର୍ଡ କରିଛନ୍ତି ।
  • ମନୁ ଭାକର ଅଲିମ୍ପିକ୍ସରେ ପଦକ ଜିତିଥିବା ପ୍ରଥମ ମହିଳା ଶୁଟର ହୋଇଛନ୍ତି ।
  • ମନୁ ଭାକର ଓ ସରବଜୋତ ସିଂହଙ୍କ ଯୋଡ଼ି ଅଲିମ୍ପିକ୍ସରେ ପ୍ରଥମ ଭାରତୀୟ ଶୁଟିଂ ଯୋଡ଼ି ଭାବେ ମିଶ୍ରିତ ଇଭେଣ୍ଟରେ ପଦକ ହାସଲ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...କ୍ବାର୍ଟର ଫାଇନାଲରେ ହାରିଲେ ରେସଲର ରିତିକା ହୁଡ୍ଡା; ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଅଭିଯାନ ଶେଷ - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.