ETV Bharat / sports

ପ୍ୟାରିସ ଅଲିମ୍ପିକ୍ସ; ଭିନେଶ ଫୋଗତଙ୍କ ମାମଲାର ଶୁଣାଣି ଶେଷ, ଆଜି ଆସିବ ରାୟ - Paris Olympics 2024

author img

By ETV Bharat Sports Team

Published : Aug 10, 2024, 3:53 PM IST

Paris Olympics 2024 Vinesh Phogat : ପ୍ୟାରିସ ଅଲିମ୍ପିକ୍ସ 2024 ରେସଲିଂ ଫାଇନାଲରୁ ଭାରତୀୟ ରେସଲର ଭିନେଶ ଫୋଗତଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ବିରୋଧରେ ଦାଖଲ ହୋଇଥିବା ଆବେଦନ ଉପରେ ଶୁଣାଣି ଶେଷ । ଆଜି ରାତି 9:30 ସୁଦ୍ଧା ଆସିବ ରାୟ । ଅଧିକ ପଢ଼ନ୍ତୁ

Paris Olympics 2024 Vinesh Phogat
Paris Olympics 2024 Vinesh Phogat (IANS Photos)

ପ୍ୟାରିସ (ଫ୍ରାନ୍ସ) : ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ମହିଳା 50 କିଲୋଗ୍ରାମ ରେସଲିଂ ଫାଇନାଲରୁ ଅଯୋଗ୍ୟ ଘୋଷିତ ହୋଇଥିବା ଭାରତୀୟ ଷ୍ଟାର ରେସଲର ଭିନେଶ ଫୋଗତ ୱାର୍ଲ୍ଡ ରେସଲିଂର ଏହି ନିଷ୍ପତ୍ତି ବିରୋଧରେ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ (CAS)ରେ ଆବେଦନ କରିଥିଲେ । CASର ଆଡ୍-ହକ୍ ବିଭାଗରେ ଏହାର ଶୁଣାଣି ଶେଷ ହୋଇଛି । କେବଳ ନିଷ୍ପତ୍ତିକୁ ଅପେକ୍ଷା । ତେବେ ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (IOA) ଏହାର ପକ୍ଷରେ ନିଷ୍ପତ୍ତି ଆସିବ ବୋଲି ଆଶା କରିଥିବା କହିଛି ।

ଆଜି ରାତି 9:30ରେ ଆସିବ ରାୟ :-

ରବିବାର ପ୍ୟାରିସ ଅଲିମ୍ପିକ୍ସର ଉଦ୍‌ଯାପନୀ ସମାରୋହ ପୂର୍ବରୁ ଏହି ଶୁଣାଣି ଶେଷ ହେବ ବୋଲି ଆଡ୍-ହକ୍ ବିଭାଗ କହିଥିଲା । ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (IOA) ଆଶା ରଖିଛି ଯେ ରେସଲର ଭିନେଶ ଫୋଗତ ଓଜନରେ ବିଫଳ ହେବା ଓ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯିବା ବିରୋଧରେ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ (CAS)ର ଆଡ-ହକ୍ ଡିଭିଜନ୍‌ରେ ଦାଖଲ ହୋଇଥିବା ଆବେଦନ ଉପରେ ଏକ ସକରାତ୍ମକ ସମାଧାନ ହେବ । ଏହାର ନିଷ୍ପତ୍ତି ଆଜି ରାତି 9:30 ସୁଦ୍ଧା ଆସିବ । ଏନେଇ ସୂଚନା ପ୍ରଦାନ କରି CAS ଏକ ବିବୃତ୍ତି ଜାରି କରିଛି ।

3 ଘଣ୍ଟା ପର୍ଯ୍ୟନ୍ତ ହେଲା ଶୁଣାଣି :-

ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ କହିଛି, 'ଏହି ମାମଲା ଏବେ ବିଚାରାଧିନ ଅଛି । ତେଣୁ ବର୍ତ୍ତମାନ ବିଶେଷ କିଛି କୁହାଯାଇପାରିବ ନାହିଁ । କେବଳ ଏତିକି କୁହାଯାଇ ପାରିବ ଯେ, ଏକମାତ୍ର ଆର୍ବିଟର ଡଃ ଅନାବେଲ ବେନେଟ୍ଟ ଏସି (ଅଷ୍ଟ୍ରେଲିଆ) ଭିନେଶ ଫୋଗତ, ୟୁନାଇଟେଡ୍ ୱାର୍ଲ୍ଡ ରେସଲିଙ୍ଗ୍, ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ଏବଂ ଭାରତୀୟ ଅଲିମ୍ପିକ୍ସ ସଙ୍ଘ ଭଳି ସମସ୍ତ ପକ୍ଷଙ୍କୁ ପ୍ରାୟ 3 ଘଣ୍ଟା ପର୍ଯ୍ୟନ୍ତ ଶୁଣିଥିଲେ । ଶୁଣାଣି ପୂର୍ବରୁ ସମସ୍ତ ସମ୍ପୃକ୍ତ ପକ୍ଷଙ୍କୁ ସେମାନଙ୍କର ବିସ୍ତୃତ ଆଇନଗତ ଆଫିଡେଭିଟ୍ ଦାଖଲ କରିବାର ସୁଯୋଗ ଦିଆଯାଇଥିଲା । ଏହା ପରେ ବିତର୍କ ଆରମ୍ଭ ହୋଇଥିଲା ।

ଆଇଓଏ ଅଧ୍ୟକ୍ଷା ପିଟି ଉଷା ଦେଲେ ଧନ୍ୟବାଦ :-

ଶୁଣାଣି ସମୟରେ ସହଯୋଗ ଏବଂ ଯୁକ୍ତି ଉପସ୍ଥାପନ କରିଥିବାରୁ IOA ସଭାପତି ପିଟି ଉଷା, ବରିଷ୍ଠ ଓକିଲ ହରିଶ ସାଲଭେ ଏବଂ ବିଦୁଷ୍ପତ ସିଙ୍ଘାନିଆ ଏବଂ କ୍ରୀଡା ଆଇନ ଟିମ୍‌କୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି, 'ଏହି ମାମଲାର ରାୟ ଯାହା ହେଉନା କାହିଁକି, ଆମେ ଭିନେଶଙ୍କ ସହିତ ଛିଡ଼ା ହୋଇଛୁ ଏବଂ ତାଙ୍କ ସଫଳତା ପାଇଁ ଆମେ ଗର୍ବିତ ।'

ମିଳିତ ରୌପ୍ୟ ପଦକ ଦାବି କରିଛନ୍ତି ଭିନେଶ :-

ଉଲ୍ଲେଖଯୋଗ୍ୟ, ଭିନେଶଙ୍କ ସ୍ଥାନରେ କ୍ୟୁବା ରେସଲର ୟୁସେନେଲିସ୍ ଗୁଜମାନ ଲୋପେଜଙ୍କୁ ଫାଇନାଲ ଖେଳିବାର ସୁଯୋଗ ଦିଆଗଲା । ସେମିଫାଇନାଲରେ ତାଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ ଭିନେଶ ଫୋଗତ । ମଙ୍ଗଳବାର ମ୍ୟାଚ୍‌ ସମୟରେ ନିଜ ଓଜନ ନିର୍ଦ୍ଧାରୀତ ସୀମା ମଧ୍ୟରେ ଥିବାରୁ ଲୋପେଜଙ୍କ ସହ ମିଳିତ ରୌପ୍ୟ ପଦକ ପ୍ରଦାନ କରିବାକୁ ଭାରତୀୟ ରେସଲର ଭିନେଶ ଫୋଗତ ନିଜ ପିଟିସନରେ ଉଲ୍ଲେଖ କରିଛନ୍ତି । ଜଣାଶୁଣା ବରିଷ୍ଠ ଓକିଲ ହରିଶ ସାଲଭେ ଏବଂ ବିଦୁଷ୍ପତ ସିଙ୍ଘାନିଆଙ୍କ ଦ୍ବାରା ବିନେଶଙ୍କ ପକ୍ଷ ଉପସ୍ଥାପିତ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ପ୍ୟାରିସ ଅଲିମ୍ପିକ୍ସ 2024: ଭିନେଶ ଫୋଗତଙ୍କ ପାଇଁ ରୌପ୍ୟ ପଦକ ଦାବି କଲେ ସଚିନ - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.