ETV Bharat / sports

ପ୍ୟାରିସ ଅଲିମ୍ପିକ୍ସରେ ଉଦାହରଣ ସାଜିଲେ ନାଦା ହାଫିଜ; ପେଟରେ 7ମାସର ପିଲା, ଗର୍ଭବତୀ ଥାଇ ଫେନ୍ସିଂ ଖେଳିଲେ - Paris Olympics 2024

author img

By ETV Bharat Sports Team

Published : Aug 2, 2024, 10:43 AM IST

Updated : Aug 2, 2024, 11:19 AM IST

Pregnant Olympian Nada Hafez: ଗର୍ଭବତୀ ଥାଇବି ଅଲିମ୍ପିକ୍ସ ରୁ ପଛ ଘୁଞ୍ଚା ଦେଲେ ନାହିଁ ଖେଳାଳି । ସାତ ମାସର ଗର୍ଭବତୀ ଥାଇ ଫେନ୍ସି ଖେଳିଲେ ନାଦା ହାଫିଜ । ଅଧିକ ପଢନ୍ତୁ

Nada Hafez
Nada Hafez (IANS PHOTO)

ହାଇଦ୍ରାବାଦ: ବିଶ୍ବର ସବୁଠାରୁ ବଡ କ୍ରୀଡା ମଞ୍ଚରେ ସାମିଲ ହେବାକୁ କାହାରବା ଇଚ୍ଛା ନଥାଏ । ପିରିସ୍ଥିତି ଯାହାବି ଥାଉନା କାହିଁକି ଏପରି ସୁଯୋଗ କୌଣସିବି ଖେଳାଳି ହାତଛଡା କରିବାକୁ ଚାହିଁବ ନାହିଁ । ଅଲିମ୍ପିକ୍ସ ଖେଳିବା ସ୍ବପ୍ନ ଆଗରେ ସବୁ ଆହ୍ବାନ ପଛରେ ପଡିଥାଏ । ଯାହାକୁ ପ୍ରମାଣ କରି ଦେଖାଇଛନ୍ତି ଇଜିପ୍ଟର ଅସିଚାଳିକା ନାଦା ହାଫିଜ । ଗର୍ଭବତୀ ଥାଇ ମଧ୍ୟ ଅଲିମ୍ପିକ୍ସ ଖେଳି ଚର୍ଚ୍ଚାକୁ ଆସିଛନ୍ତି ନାଦା ହାଫିଜ । 7 ମାସର ଗର୍ଭବତୀ ଥାଇ ସେ ତୃତୀୟ ଥର ଅଲିମ୍ପିକ୍ସ ଖେଳିବା ସୁଯୋଗ ହାତ ଛଡା କରିନଥିଲେ ।

ଏହା ମଧ୍ୟ ପଢନ୍ତୁ-ଅଲିମ୍ପିକ୍ସରେ ଲିଙ୍ଗଗତ ବିବାଦ: ମହିଳା ବକ୍ସରଙ୍କ ଶରୀରରେ ପୁରୁଷ କ୍ରୋମୋଜୋମ୍‌, ଶକ୍ତ ପଞ୍ଚ ମାଡରେ ଓହରିଗଲେ ପ୍ରତିଦ୍ୱନ୍ଦ୍ୱୀ, ଜିତିଲେ ପ୍ରଥମ ଫାଇଟ୍ - Paris Olympics 2024

ଗର୍ଭବତୀ ଥାଇ ବି ଖେଳିଲେ: ଫେନ୍ସିଂ ଇଭେଣ୍ଟରେ ସେ ପ୍ରି-କ୍ବାଟର ଫାଇନାଲରେ ଦକ୍ଷିଣ କୋରିଆର ଜିଓନ୍‌ ହୟଙ୍ଗଙ୍କ ଠାରୁ ୭-୧୫ ସେ ପରାସ୍ତ ହୋଇ ଅଲିମ୍ପିକ ଅଭିୟାନ ଶେଷ କରିଥିଲେ । କିନ୍ତୁ ଏହା ପୂର୍ବରୁ ସେ ବିଶ୍ବର ୧୦ ନମ୍ବର ଆମେରିକୀୟ ଖେଳାଳି ଏଲିଜାବେଥ ତାର୍ତାକୋସ୍କିଙ୍କୁ ପରାସ୍ତ କରିଥିଲେ । ମ୍ୟାଚ ହାରିବା ପରେ ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଗର୍ଭବତୀ ଥିବା କହିଥିଲେ । ଚଳିତ ଥର ତୃତୀୟ ଥର ପାଇଁ ସେ ଅଲିମ୍ପିକ୍ସ ଖେଳିଥିଲେ ।

ଅଲିମ୍ପିକ୍ସ ଖେଳି ଖୁସି ପ୍ରକାଶ କଲେ : ସେ ସୋସିଆଲ ମିଡିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି, ''ଆପଣ କଣ ଭାବୁଛନ୍ତି ପୋଡିୟମରେ 2 ଜଣ ଖେଳାଳି ଥିଲେ, ବାସ୍ତହରେ ପୋଡିୟମରେ 3 ଜଣ ଥିଲେ । ମୁଁ, ମୋ ପ୍ରତିଦ୍ବନ୍ଦ୍ବି ଓ ଏ ଦୁନିଆକୁ ଆସିବାକୁ ଥିବା ମୋର ଲିଟଲ ବେବି । ମୋ ଓ ପିଲା ସାମ୍ନାରେ ଅନେକ ଚ୍ୟାଲେଞ୍ଜ ଥିଲା । ଗର୍ଭବସ୍ଥା ସମୟରେ ଶରୀରରେ ହେଉଥିବା ପରିବର୍ତ୍ତନ ବହୁତ କଷ୍ଟସାଧ୍ୟ ହୋଇଥାଏ । କିନ୍ତୁ ଜୀବନ ଓ ଖେଳ ମଧ୍ୟରେ ସନ୍ତୁଳନ ବଜାୟ ରଖିବା ପାଇଁ ସଂଘର୍ଷ କରିବା ଆହୁରି କଷ୍ଟସାଧ୍ୟ ଥିଲା । କଷ୍ଟ ପରେ ବି ଏହାର ମୂଲ୍ୟ ରହିଲା । ରାଉଣ୍ଡ 16କୁ ଉନ୍ନିତ ହୋଇଥିବାକୁ ମୁଁ ବହୁତ ଖୁସି ।''

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 2, 2024, 11:19 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.