ETV Bharat / sports

ପ୍ୟାରିସ ଅଲିମ୍ପିକ୍ସ ଉଦ୍‌ଯାପନୀ ଉତ୍ସବ: କେତେବେଳେ ଓ କେମିତି ଦେଖିବେ ? ଜାଣନ୍ତୁ କଣ ହେବ ସ୍ପେଶାଲ - Paris Olympics 2024

author img

By ETV Bharat Sports Team

Published : Aug 11, 2024, 3:26 PM IST

Paris Olympics 2024 Closing Ceremony : ଶେଷ ପର୍ଯ୍ୟାୟରେ 3 ସପ୍ତାହ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ପ୍ୟାରିସ ଅଲିମ୍ପିକ୍ସ 2024 । ଉଦ୍‌ଯାପନୀ ସମାରୋହରେ ଉଡ଼ିବ ତ୍ରିରଙ୍ଗା, ଜମିବ ସେଲିବ୍ରିଟିଙ୍କ ଭିଡ଼ । ଜାଣନ୍ତୁ କେତେବେଳେ ଓ କେମିତି ଦେଖିବେ,

Paris Olympics 2024 Closing Ceremony
Paris Olympics 2024 Closing Ceremony (AFP and ETV Bharat Odisha)

ପ୍ୟାରିସ (ଫ୍ରାନ୍ସ) : ଗତ ତିନି ସପ୍ତାହ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଶେଷ ହୋଇଛି । ପ୍ୟାରିସ୍ ଅଲିମ୍ପିକ୍ସ 2024 ଷ୍ଟେଡ୍ ଡି ଫ୍ରାନ୍ସରେ ଏକ ବିଶାଳ ସମାରୋହ ସହିତ ସମାପ୍ତ ହେବାକୁ ଯାଉଛି । ସେନ୍ ନଦୀ କୂଳରେ ଆୟୋଜିତ ଉଦଘାଟନୀ ସମାରୋହ ପରି, ଉଦ୍‌ଯାପନୀ ସମାରୋହ ମଧ୍ୟ ଏକ ପାରମ୍ପାରିକ କାର୍ଯ୍ୟକ୍ରମ ହେବ । ଯେଉଁଥିରେ ପ୍ରାୟ 80,000 ଦର୍ଶକ ଏକତ୍ରିତ ହେବେ । ତେବେ ଆପଣ ଘରେ ବସି କିପରି ଏବଂ କେତେବେଳେ ଏହି ଭବ୍ୟ ଉଦ୍‌ଯାପନୀ ସମାରୋହ ଦେଖିପାରିବେ, ଏଠାରେ ନଜର ପକାନ୍ତୁ...

ମନୁ-ଶ୍ରୀଜେଶ ହେବେ ଭାରତୀୟ ଧ୍ବଜା ବାହକ :-

ଏହି ଉଦ୍‌ଯାପନୀ ସମାରୋହ ପାଇଁ ଭାରତ ପକ୍ଷରୁ ମନୁ ଭାକର ଏବଂ ପିଆର୍‌ ଶ୍ରୀଜେଶ ଦୁଇ ଧ୍ବଜା ବାହକ ହେବା ନେଇ ଘୋଷଣା ହୋଇଛି । ପ୍ୟାରିସ ଅଲିମ୍ପିକ୍ସ 2024ରେ ଶୁଟିଂରେ ମନୁ 2ଟି ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଥିଲେ । ପ୍ରଥମେ 10 ମିଟର ଏୟାର ପିସ୍ତଲ ମହିଳା ଏକକ ବର୍ଗରେ ମନୁ ବ୍ରୋଞ୍ଜ ମେଡାଲ ଜିତି ଦେଶକୁ ପ୍ୟାରିସରୁ ପ୍ରଥମ ପଦକ ଆଣିଥିଲେ । ଏହାପରେ ସରବଜୋତ ସିଂହଙ୍କ ସହ ମିଶି 10 ମିଟର ଏୟାର ପିସ୍ତଲ ମିଶ୍ରିତ ବର୍ଗରେ ମଧ୍ୟ ମନୁ କ୍ରମାଗତ ଦ୍ବିତୀୟ ମେଡାଲ ଜିତିଥିଲେ । ଅନ୍ୟପଟେ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ହକି ଗୋଲକିପର ପିଆର୍‌ ଶ୍ରୀଜେଶ ଭାରତୀୟ ହକି ଦଳକୁ ବ୍ରୋଞ୍ଜ ପଦକ ଜିତାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସ୍ପେନ୍‌ ବିପକ୍ଷ କାଂସ୍ୟ ପଦକ ମ୍ୟାଚ୍‌ରେ ଭାରତ 2-1 ଗୋଲରେ ମ୍ୟାଚ୍‌ ଜିତିଥିଲା । ଏଥିରେ ଶ୍ରୀଜେଶ ମହତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲେ । ଏହା ପୂର୍ବରୁ କ୍ବାର୍ଟର ଫାଇନାଲ୍‌ରେ ଗ୍ରେଟ ବ୍ରିଟେନ ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ଶ୍ରୀଜେଶ ବେଶ ପ୍ରଭାବୀ ପ୍ରଦର୍ଶନ କରିଥିଲେ ।

ଉଦ୍‌ଯାପନୀ ସମାରୋହରେ କଣ ହେବ ସ୍ପେଶାଲ ? :-

ପ୍ୟାରିସ ଅଲିମ୍ପିକ୍ସ ଉଦ୍‌ଘାଟନୀ ସମାରୋହରୁ ଜଳୁଥିବା ଅଲିମ୍ପିକ୍‌ ମଶାଲ ଏହି ଉଦ୍‌ଯାପନୀ ସମାରୋହରେ ଲିଭାଇ ଦିଆଯିବ । ଅଲିମ୍ପିକ୍ ପତାକା ପରବର୍ତ୍ତୀ ଗେମ୍ସରେ ବ୍ୟବହାର ପାଇଁ ଲସ୍ ଆଞ୍ଜେଲସ୍ 2028 ଆୟୋଜକ କମିଟିକୁ ହସ୍ତାନ୍ତର କରାଯିବ । ସେହିଭଳି ଉଦ୍‌ଯାପନୀ ସମାରୋହରେ ଫ୍ରାନ୍ସର ପ୍ରକ୍ଷାତ ଥିଏଟର ନିର୍ଦ୍ଦେଶକ ଥୋମାସ୍ ଜୋଲି ଫରାସୀ ଏବଂ ଆମେରିକୀୟ ସଂସ୍କୃତି ପ୍ରଦର୍ଶନ କରିବେ । ପ୍ୟାରିସ୍ ଗେମ୍ସର ଉଦ୍‌ଯାପନୀ ସମାରୋହରେ ଏରିଆଲ୍ ପ୍ରଦର୍ଶନ, କିଛି ଚମତ୍କାର ଲେଜର ଲାଇଟ୍‌ ଶୋ' ଏବଂ ଲୋକପ୍ରିୟ ସେଲିବ୍ରିଟି ମଧ୍ୟ ଉପସ୍ଥିତ ରହିବେ ।

ପ୍ୟାରିସ ଅଲିମ୍ପିକ୍ସ 2024 ଉଦ୍‌ଯାପନୀ ସମାରୋହକୁ ନେଇ କିଛି ଗୁରୁତ୍ବପୂର୍ଣ୍ଣ ସୂଚନା :-

  • ପ୍ୟାରିସ ଅଲିମ୍ପିକ୍ସ 2024 ଉଦ୍‌ଯାପନୀ ସମାରୋହ କେବେ ଆୟୋଜିତ ହେବ ?
    ପ୍ୟାରିସ ଅଲିମ୍ପିକ୍ସ 2024 ଉଦ୍‌ଯାପନୀ ସମାରୋହ ଭାରତୀୟ ସମୟାନୁସାରେ 12 ଅଗଷ୍ଟ (11 ଅଗଷ୍ଟ ରାତି 12:30)ରେ ଆୟୋଜିତ ହେବ ।
  • ପ୍ୟାରିସ ଅଲିମ୍ପିକ୍ସ 2024 ଉଦ୍‌ଯାପନୀ ସମାରୋହ କେଉଁଠାରେ ଆୟୋଜିତ ହେବ ?
    ଷ୍ଟେଡ୍ ଡି ଫ୍ରାନ୍ସରେ ପ୍ୟାରିସ ଅଲିମ୍ପିକ୍ସ 2024 ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହେବ ।
  • ପ୍ୟାରିସ ଅଲିମ୍ପିକ୍ସ 2024 ଉଦ୍‌ଯାପନୀ ସମାରୋହ କେତେବେଳେ ଆରମ୍ଭ ହେବ ?
    ଭାରତୀୟ ସମୟ ଅନୁସାରେ ଏହି ଭବ୍ୟ ସମାରୋହ 11 ଅଗଷ୍ଟ ରାତି 12:30ରେ ଆରମ୍ଭ ହେବ ।
  • ପ୍ୟାରିସ ଅଲିମ୍ପିକ୍ସ 2024 ଉଦ୍‌ଯାପନୀ ସମାରୋହ ପ୍ରସାରଣ କେଉଁଠାରେ ହେବ ?
    ଏହି ସମାରୋହର ପ୍ରସାରଣ Sports18 1 SD ଏବଂ Sports18 1 HD ଟିଭି ଚ୍ୟାନେଲରେ କରାଯିବ ।
  • ପ୍ୟାରିସ ଅଲିମ୍ପିକ୍ସ 2024 ଉଦ୍‌ଯାପନୀ ସମାରୋହ ଲାଇଭ ଷ୍ଟ୍ରିମିଂ କେମିତି ଦେଖିବେ ?
    ପ୍ୟାରିସ ଅଲିମ୍ପିକ୍ସ 2024 ଉଦ୍‌ଯାପନୀ ସମାରୋହ ଲାଇଭ ଷ୍ଟ୍ରିମିଂ ଦେଖିବାକୁ ଚାହିଁଲେ ଆପଣ ଜିଓ ସିନେମା ଆପ୍‌ କିମ୍ବା ୱେବସାଇଟ୍‌କୁ ଯିବାକୁ ହେବ ।

ଏହା ମଧ୍ୟ ପଢ଼ନ୍ତୁ...ପ୍ୟାରିସ ଅଲିମ୍ପିକ୍ସ: ଏହି ଖେଳାଳି ଦେଶ ପାଇଁ ଜିତିଲେ ମେଡାଲ; ଭାଙ୍ଗିଲା ଅନେକ ରେକର୍ଡ - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.