ETV Bharat / sports

ବକ୍ସିଂରେ ପଦକ ଆଣିପାରିଲେନି ନିଶାନ୍ତ, ଏବେ ଏକମାତ୍ର ଭରସା ଲୋଭଲିନା - Paris Olympics 2024

author img

By ETV Bharat Sports Team

Published : Aug 4, 2024, 10:40 AM IST

Updated : Aug 4, 2024, 10:46 AM IST

Paris Olympics 2024: ଅଳ୍ପକେ ପଦକରୁ ବଞ୍ଚିତ ହେଲେ ବକ୍ସର ନିଶାନ୍ତ । ଅଧାରେ ରହିଲା ଡେବ୍ୟୁଟାଣ୍ଟ ଭାବେ ଅଲିମ୍ପିକ୍ସ ପଦକ ହାସଲ କରିବା ଆଶା । ପୁରୁଷ 71 କିଲୋଗ୍ରାମ କ୍ବାଟର ଫାଇନାଲରେ ହାରିଲେ । ଅଧିକ ପଢନ୍ତୁ

Paris Olympics 2024
Paris Olympics 2024 ((AP Photo))

ପ୍ୟାରିସ (ଫ୍ରାନ୍ସ): ପୁରୁଷ ବକ୍ସିଂରେ ମଉଳିଲା ପଦକ ଆଶା । ପୁରୁଷ 71 କିଲୋଗ୍ରାମ କ୍ବାଟର ଫାଇନାଲରେ ହାରିଗଲେ ଭାରତୀୟ ବକ୍ସର ନିଶାନ୍ତ ଦେବ । ମେକ୍ସିକୋର ବକ୍ସର ମାର୍କୋ ଭେର୍ଡେଙ୍କଠାରୁ 4-1ରେ ପରାସ୍ତ ହୋଇ ସେମିଫାଇନାଲରୁ ବଞ୍ଚିତ ହୋଇଛନ୍ତି ନିଶାନ୍ତ । ସେ ଯଦି ଏହି ମ୍ୟାଚ ଜିତିଥାନ୍ତେ, ତେବେ ଅଲିମ୍ପିକ୍ସରେ ଭାରତକୁ ଚତୁର୍ଥ ପଦକ ମିଳି ପାରିଥାନ୍ତା । ଅଲିମ୍ପିକ୍ସରେ ଡେବ୍ୟୁ କରି ପଦକ ହାସଲ କରିବା ନେଇ ନିଶାନ୍ତଙ୍କ ସ୍ବପ୍ନ ଧୂଳିସାତ ହୋଇଯାଇଛି ।

ଏମିତି ଥିଲା ନିଶାନ୍ତଙ୍କ ପ୍ରଦର୍ଶନ:

ପ୍ରଥମ ରାଉଣ୍ଡରେ ଭାରତୀୟ ବକ୍ସର ନିଶାନ୍ତ ଆକ୍ରମକ ଆରମ୍ଭ କରିଥିଲେ । କିନ୍ତୁ ଏହାପରେ ସେ ଆଉ ପରବର୍ତ୍ତୀ ରାଉଣ୍ଡରେ ଫର୍ମକୁ ଫେରି ପାରିନଥିଲେ । ଦୁଇଟି ରାଉଣ୍ଡରେ ମାର୍କୋ ଭେର୍ଡେ ଆକ୍ରମକ ପ୍ରଦର୍ଶନ କରି ନିଶାନ୍ତଙ୍କୁ ବ୍ୟାକଫୁଟକୁ ଠେଲି ଦେଇଥିଲେ । ଫଳରେ ନିଶାନ୍ତ ପୁରୁଷ 71 କିଲୋଗ୍ରାମ କ୍ବାଟର ଫାଇନାଲରେ ପରାସ୍ତ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ-ବକ୍ସିଂରେ ଆସିବ ପଦକ ! ପୁରୁଷ ବକ୍ସିଂ କ୍ବାଟର ଫାଇନାଲରେ ନିଶାନ୍ତ ଦେବ - Paris Olympics 2024

  • ମ୍ୟାଚ ଜିତିଥିଲେ ଇତିହାସ ରଚିଥାନ୍ତେ ନିଶାନ୍ତ:

ଶନିବାର ରାତିରେ ଖେଳା ଯାଇଥିବା ପୁରୁଷ 71 କିଲୋଗ୍ରାମ କ୍ବାଟର ଫାଇନାଲରେ ଯଦି ନିଶାନ୍ତ ଜିତିଥାନ୍ତେ ତେବେ ଇତିହାସ ରଚିଥାନ୍ତେ । ବକ୍ସିଂରେ ପଦକ ଜିତିଥିଲେ ନିଶାନ୍ତ ପୁରୁଷରେ ଦ୍ବିତୀୟ ଓ ଚତୁର୍ଥ ଭାରତୀୟ ବକ୍ସର ଭାବେ ରେକର୍ଡ କରିଥାଆନ୍ତେ । ଅଲିମ୍ପିକ୍ସରେ ପଦକ ଜିତିଥିବା ଭାରତୀୟ ବକ୍ସର ହେଉଛନ୍ତି ମେରି କମ ଏବଂ ଲୋଭଲିନା । 2008 ରେ ପୁରୁଷ ବକ୍ସିଂରେ ବିଜେନ୍ଦ୍ର ସିଂ ‘ବେଜିଂ ଅଲିମ୍ପିକ୍ସ’ରେ କାଂସ୍ୟ ପଦକ ଜିତିଥିଲେ ।

ଏହା ମଧ୍ୟ ପଢନ୍ତୁ-ପ୍ୟାରିସ ଅଲିମ୍ପିକ୍ସ: ଆଜି ସେମି ଖେଳିବେ ଲକ୍ଷ୍ୟ ସେନ୍‌, ଗ୍ରେଟ୍‌ ବ୍ରିଟେନ୍‌କୁ ଭେଟିବ ଭାରତୀୟ ହକି ଦଳ; ଦେଖନ୍ତୁ ଆଉ କେଉଁ ଖେଳରେ ଲଢ଼ିବ ଭାରତ - Paris Olympics 2024

  • ରାଉଣ୍ଡ ଅଫ୍‌ 16ରେ ଭଲ ପ୍ରଦର୍ଶନ କରିଥିଲେ:

ଅଗଷ୍ଟ 31ରେ ନିଶାନ୍ତ ଦେବ ପୁରୁଷ 71 କିଲୋଗ୍ରାମ ରାଉଣ୍ଡ ଅଫ୍‌ 16 ଇଭେଣ୍ଟରେ ଚମତ୍କାର ପ୍ରଦର୍ଶନ କରି କ୍ବାଟର ଫାଇନାଲକୁ ଉନ୍ନିତ ହୋଇଥିଲେ । ଇକ୍ବେଡରର ଜୋସ ଗାବ୍ରିଏଲ ରୋଡ୍ରିଗୁଏଜ ଟେନୋରିଏଙ୍କୁ 3-2ରେ ପରାସ୍ତ କରିଥିଲେ ନିଶାନ୍ତ । ପ୍ରଥମ ଦୁଇଟି ରାଉଣ୍ଡରେ ନିଶାନ୍ତ ଆକ୍ରମଣାତ୍ମକ ଭଙ୍ଗୀରେ ଖେଳି ବିଜୟୀ ହୋଇଥିଲେ ।

  • ବକ୍ସିଂରେ ଏକମାତ୍ର ଭରସା ଲୋଭଲିନା:

ଭାରତର ପାଇଁ ବକ୍ସିଂରେ ଏବେ ଏକମାତ୍ର ଭରସା ଲୋଭଲିନା ବୋର୍ଗୋହେନ । ଆଜି ମହିଳା 57 କିଲୋଗ୍ରାମର କ୍ବାର୍ଟର ଫାଇନାଲରେ ଭାରତର ଲୋଭଲିନା ବୋର୍ଗୋହେନ ଏବଂ ଚୀନର ଲି କୁଏନ୍ ମୁହାଁମୁହିଁ ହେବେ । ମହିଳା 75 କିଲୋଗ୍ରାମ ବର୍ଗର ରାଉଣ୍ଡ ଅଫ୍‌ 16 ମ୍ୟାଚ୍‌ରେ ନରୱେର ସନ୍ନିଭା ହୋଫଷ୍ଟେଡଟଙ୍କୁ ପରାସ୍ତ କରି ଲୋଭଲିନା କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ । ବର୍ତ୍ତମାନ ସେମିଫାଇନାଲରେ ପ୍ରବେଶ କରିବା ପାଇଁ ତାଙ୍କ ନିକଟରେ ସୁଯୋଗ ରହିବ ।

Last Updated : Aug 4, 2024, 10:46 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.