ETV Bharat / sports

ଜ୍ବାଇଁ ଜିତିଲେ ସ୍ବର୍ଣ୍ଣ ପଦକ, ଶ୍ବଶୁର ଦେଲେ ମଇଁଷି ଗିଫ୍ଟ - buffalo for a Olympic gold medal

author img

By ETV Bharat Sports Team

Published : Aug 13, 2024, 7:37 AM IST

Arshad Nadeem's father-in-law gifts him a buffalo for winning Gold Medal at the Paris Olympics: ଅସରଦଙ୍କ ମତରେ ତାଙ୍କୁ ତାଙ୍କ ପରିବାର ସହିତ ଗାଁ ଲୋକ ଟ୍ରେନିଂ ଏବଂ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଚାନ୍ଦା ଆଦାୟ କରି ଟଙ୍କା ସହଯୋଗ କରିଛନ୍ତି । ଆଉ ଏହି ମଇଁଷି ଗିଫ୍ଟକୁ କହିଲେ ଏହା ମୋ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ । ଅଧିକ ପଢନ୍ତୁ

ଜ୍ବାଇଁ ଜିତିଲେ ସ୍ବର୍ଣ୍ଣ ପଦକ
ଜ୍ବାଇଁ ଜିତିଲେ ସ୍ବର୍ଣ୍ଣ ପଦକ (ETV Bharat Odisha)

ହାଇଦ୍ରାବାଦ: ଜ୍ବାଇଁ ଜିତିଲେ ସ୍ବର୍ଣ୍ଣ ପଦକ, ଶ୍ବଶୁର ଦେଲେ ମଇଁଷି । ପ୍ୟାରିସ ଅଲିମ୍ପିକ୍ସରେ 32 ବର୍ଷ ପରେ ପାକିସ୍ତାନ ପାଇଁ ପ୍ରଥମ ପଦକ ଜିତିଛନ୍ତି ଜାଭଲିନ ଥ୍ରୋୟର ଅସରଦ ନଦୀମ । ଐତିହାସିକ ଗୋଲ୍ଡ ଜିତି ଇତିହାସ ରଚିଥିବା ବେଳେ ତାଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛା ସାଙ୍ଗକୁ ଉପହାରର ସୁଅ । ଆଉ ଏହା ସମୟରେ ତାଙ୍କ ଶ୍ବଶୁର ତାଙ୍କୁ ଏକ ମଇଁଷି ଗିଫ୍ଟ ଦେଇଛନ୍ତି ଯାହା ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ।

ଏହା ବି ପଢନ୍ତୁ- ପ୍ୟାରିସ ଅଲିମ୍ପିକ୍ସ: ଗୋଲ୍ଡ ଜିତି ପାକିସ୍ତାନ ଖେଳାଳି ହେଲେ କୋଟିପତି; ନୀରଜଙ୍କୁ ମଳିଲା କେତେ ? - Paris Olympics 2024

ପ୍ୟାରିସ ଅଲିମ୍ପିକ୍ସରେ ଜିତିଲେ ସ୍ବର୍ଣ୍ଣ ପଦକ । ଗିଫ୍ଟ ମିଳିଲା ମଇଁଷି । ଆଉ ଏହି ଉପହାର ଶ୍ବଶୁର ଦେବେ ଜ୍ବାଇଁଙ୍କୁ । ପାକିସ୍ତାନର ଷ୍ଟାର ଜାଭଲିନ ଖେଳାଳି ଅସରଦ ନଦୀମ ସଦ୍ୟତମ ସମାପ୍ତ ପ୍ୟାରିସ ଅଲିମ୍ପିକ୍ସ 2024ରେ ଦେଶ ପାଇଁ 32 ବର୍ଷ ପରେ ପ୍ରଥମ ପଦକ ତା ପୁଣି ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଜାଭଲିନ ଥ୍ରୋରେ ରେକର୍ଡ 92.97 ମିଟର ଥ୍ରୋ କରି ଇତିହାସ ରଚିଛନ୍ତି ।

ଏହା ବି ପଢନ୍ତୁ- ପ୍ୟାରିସ ଅଲିମ୍ପିକ୍ସ: ହାତରୁ ଖସିଗଲା ସ୍ବର୍ଣ୍ଣ; ତଥାପି ଏହି ଦମଦାର ରେକର୍ଡ କଲେ ନୀରଜ ଚୋପ୍ରା - Paris Olympics 2024

ଭାରତର ସୁନା ପୁଅ ତଥା ଷ୍ଟାର ଜାଭଲିନ ଥ୍ରୋୟର ନୀରଜ ଚୋପ୍ରାଙ୍କୁ ଅଲିମ୍ପିକ୍ସ ଫାଇନାଲରେ ହରାଇ ଗୋଲ୍ଡ ମେଡାଲ ଜିତିଛନ୍ତି ଅସରଦ ନଦୀମ । ଅଲିମ୍ପିକ୍ସ ଜାଭଲିନ ଥ୍ରୋ ଫାଇନାଲରେ 89 ମିଟରୁ ଅଧିକ ଭାଲା ଫିଙ୍ଗି ସିଲଭର ମେଡାଲ ଜିତିଛନ୍ତି ନୀରଜ ଚୋପ୍ରା ।

ତେବେ ଜ୍ବାଇଁ ଅସରଦଙ୍କ ଏହି ବିରାଟ ସଫଳତା ପରେ ଶ୍ବଶୁର ତାଙ୍କୁ ଉପହାର ଦେଇଛନ୍ତି ଗୋଟିଏ ମଇଁଷି । ତେବେ ପାକିସ୍ତାନର ଅସରଦଙ୍କ କହିବାଅନୁସାରେ, ତାଙ୍କ ଗ୍ରାମରେ ଏହି ଉପହାରକୁ ବହୁତ ଦାମୀ ଏବଂ ଗୁରୁତ୍ବପୂର୍ଣ୍ଣ ମାନିଥାନ୍ତି । ଏପଟେ ଅସରଦଙ୍କ ଶ୍ବଶୁର କହିଛନ୍ତି କି, ମୋର 4ଟି ପୁଅ ଏବଂ 3ଟି ଝିଅ । ତାଙ୍କର ସଭା ସାନ ଝିଅ ଆୟିସାକୁ ବିବାହ କରିଛନ୍ତି ଅସରଦ । ଆୟିସା ଏବଂ ଅସରଦଙ୍କ ଦୁଇ ପିଅ ଏବଂ ଗୋଟିଏ ଝିଅ । ତେବେ ଅସରଦଙ୍କ ମତରେ ତାଙ୍କୁ ତାଙ୍କ ପରିବାର ସହିତ ଗାଁ ଲୋକ ଟ୍ରେନିଂ ଏବଂ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଚାନ୍ଦା ଆଦାୟ କରି ଟଙ୍କା ସହଯୋଗ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.