ETV Bharat / sports

ଅଲିମ୍ପିକ୍ସ ଇତିହାସରେ ଅଜବ-ଗଜବ କ୍ରୀଡା; ସ୍ୱିମିଂ ହଡଲ୍ସ, ଘୋଡା ଉପରେ ଡ୍ୟାନ୍ସ... - Paris Olympic 2024

author img

By ETV Bharat Odisha Team

Published : Jul 18, 2024, 2:21 PM IST

Paris Olympic 2024: ପ୍ୟାରିସ ଅଲିମ୍ପିକ୍ସରେ ସବୁଠାରୁ ଅଜବ ଖେଳ । ଆରମ୍ଭ ହୋଇଥିଲେ ମଧ୍ୟ ପରେ ହୋଇଥିଲା ନିଷେଦ୍ଧ । ଜାଣୁନ୍ତୁ ସେଗୁଡିକ କଣ ?

Olympic
Olympic (ETV BHARAT ODISHA)

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସ 26 ଜୁଲାଇରୁ ଆରମ୍ଭ ହେବାକୁ ଯାଉଛି । ଏହାକୁ ନେଇ ଉତ୍ସାହିତ କ୍ରୀଡାପ୍ରେମୀ । 206 ଦେଶର 10 ହଜାର 5ଶହ ଖେଳାଳି ଏଥିରେ ଅଂଳ ଗ୍ରହଣ କରିବେ । ଭାରତ ପକ୍ଷରୁ 117 ଜଣ କ୍ରୀଡାବିତ ପ୍ରତିନିଧିତ୍ବ କରିବାକୁ ଯାଉଛନ୍ତି । ଏହାପୂର୍ବରୁ ଆଜି ଆମେ ଆପଣଙ୍କୁ ଅଲିମ୍ପିକ୍ସ ଇତିହାସର ସବୁଠାରୁ ଅଦ୍ଭୁତ ଖେଳ ବିଷୟରେ କହିବାକୁ ଯାଉଛୁ, ଯାହା ଆରମ୍ଭ ହୋଇଥିଲେ ମଧ୍ୟ ପରେ ବ୍ୟାନ କରାଯାଇଥିଲା ।

Olympic
Olympic (IANS)

200 ମିଟର ହଡଲ୍ସ: 1900ରେ ପ୍ୟାରିସରେ ଏକ ନିଆରା ସନ୍ତରଣ ପ୍ରତିଯୋଗିତା

1900 ପ୍ୟାରିସ ଅଲିମ୍ପିକ୍ସରେ ଆୟୋଜିତ ଏହି ଅସ୍ୱାଭାବିକ ସନ୍ତରଣ ଇଭେଣ୍ଟ ଅତ୍ୟନ୍ତ ଜଟିଳ ପରି ମନେ ହୁଏ । କିନ୍ତୁ ଏହା ବହୁତ ମଜାଦାର ମଧ୍ୟ । 200 ମିଟର ହଡଲ୍ସ ଓ ସୁଇମିଂର ଏହା ମିଶ୍ରଣ ଥିଲା । ପାଣି ଭିତରେ ସୁଇମିଂ ସମୟରେ ସନ୍ତରଣକାରୀମାନଙ୍କୁ ତିନୋଟି ହଡଲ୍ସ ଅତିକ୍ରମ କରି 200 ମିଟର ଦୂରତା ପର୍ଯ୍ୟନ୍ତ ଯିବାକୁ ପଡୁଥିଲା । ସେହି ସମୟରେ 12 ଜଣ ପ୍ରତିଯୋଗୀ ସାମିଲ ହୋଇଥିଲେ । ଅଷ୍ଟ୍ରେଲିଆର ଫ୍ରେଡେରିକ୍ ଲେନ୍ ବିଜେତା ହୋଇଥିଲେ ।

Olympic
Olympic (IANS)

ଏକକ ସିଙ୍କ୍ରୋନାଇଜଡ୍ ସନ୍ତରଣ: 1984 ରୁ 1992 ମଧ୍ୟରେ ଅଲିମ୍ପିକ୍ସ ଗେମ୍ସରେ ଏକକ ସିଙ୍କ୍ରୋନାଇଜଡ୍ ସନ୍ତରଣ ଇଭେଣ୍ଟ ରହିଥିଲା । 1984 ଲସ୍ ଆଞ୍ଜେଲ୍ସରେ ଏହା ପ୍ରଥମେ ଆରମ୍ଭ ହୋଇଥିଲା । ଆମେରିକୀୟ ସନ୍ତରଣକାରୀ ଟ୍ରେସି ରୁଇଜ୍ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହା ଏତେଟା ଲୋକପ୍ରୀୟ ହୋଇନଥିଲେ ମଧ୍ୟ 3ଟି ଅଲିମ୍ପିକ୍ସରେ ପ୍ରିତଯୋଗୀ ମାନେ ସାମିଲ ହୋଇଥିଲେ । ସିଙ୍କ୍ରୋନାଇଜଡ୍ ସନ୍ତରଣ ହେଉଛି ଏକ ଖେଳ, ଯେଉଁଥିରେ ସନ୍ତରଣକାରୀମାନେ ଏକକ ଧାଡିରେ ସନ୍ତରଣ କରନ୍ତି ।

Olympic
Olympic (IANS)

ରୋପ କ୍ଲାଇମ୍ବିଂ:1896, 1900-08, 1924, 1932

ପ୍ରଥମ ଥର ପାଇଁ 1544 ମସିହାରେ ଜିମ୍ନାଷ୍ଟିକ୍ ଇଭେଣ୍ଟରେ ଜର୍ମାନ ପ୍ରାଇମର୍ ଦ୍ୱାରା ଦଉଡି ଚଢିବା ଉପସ୍ଥାପନା ହୋଇଥିଲା । ଯିଏକି ବ୍ୟାୟାମର ଏକ ଅଂଶ ଭାବରେ ପିଲା ଏବଂ ବୟସ୍କଙ୍କ ପାଇଁ ଦଉଡି ଚଢିବାକୁ ପରାମର୍ଶ ଦେଇଥିଲେ । ଏହି କ୍ରୀଡା ପ୍ରଥମେ 1859 ରେ ହେଲେନିକ୍ ଗେମ୍ସରେ ଅନ୍ତର୍ଭୁକ୍ତ କରାଯାଇଥିଲା । ପରେ 1896 ମସିହାରେ ଅଲିମ୍ପିକ୍ସ ଗେମ୍ସରେ ଏହାର ଜିମ୍ନାଷ୍ଟିକ୍ ଇଭେଣ୍ଟରେ ଦଉଡି ଚଢିବା ସାମିଲ କରାଯାଇଥିଲା । ଏହି ଖେଳ 1932 ପର୍ଯ୍ୟନ୍ତ ଅଲିମ୍ପିକ୍ସରେ ଜିମ୍ନାଷ୍ଟିକ୍ ଇଭେଣ୍ଟଗୁଡିକର ଏକ ଅଂଶ ଥିଲା । ପ୍ରଥମ ଅଲିମ୍ପିକ୍ ଇଭେଣ୍ଟ ସମୟରେ, ଦଉଡିଟି ପ୍ରାୟ 14 ମିଟର ଥିଲା ଏବଂ ପ୍ରତିଯୋଗୀମାନେ କେବଳ ପାଦକୁ ସ୍ଥିର ରଖି ଦଉଡିରେ ଚଢିବାର ଥିଲା । 1932 ପରେ ଅଲିମ୍ପିକ୍ସରୁ ଏହି ଇଭେଣ୍ଟକୁ ମାତ ଦିଆୟାଇଥିଲା । ଏହି ଇଭେଣ୍ଟରେ କେବଳ ଦୁଇ ପ୍ରତିଯୋଗୀ ସଫଳ ହୋଇଥିଲେ ।

Olympic
Olympic (ETV BHARAT)

ଘୋଡାରେ ଚଢି ଡ୍ୟାନ୍ସ (Equestrian vaulting ) : 1920 ଅଲିମ୍ପିକ୍ସ

ଏହା ମଧ୍ୟ ପଢନ୍ତୁ-ଅଲିମ୍ପିକରେ ପ୍ରଥମ ବ୍ୟକ୍ତିଗତ ପଦକ ଜିତିବେ କି କିଶୋର ଜେନା; ଜାଣନ୍ତୁ କେତେ ପ୍ରସ୍ତୁତ, କିଏ ଦେବେ ଚ୍ୟାଲେଞ୍ଜ ? ଓଡିଆ ପୁଅ କହିଲେ ବେଷ୍ଟ ଦେବି - Kishore Jena on Paris Olympics

ଏହି ଇଭେଣ୍ଟକୁ ଜିମ୍ନାଷ୍ଟିକ୍ ବା ଘୋଡା ଉପରେ ନାଚ ବୋଲି କୁହାଯାଏ । ଭାଲ୍ଟିଙ୍ଗର ଆରମ୍ଭ ସର୍କସରେ ଏକ ଅଶ୍ୱାରୋହୀ ଖେଳ ଭାବରେ ଆରମ୍ଭ ହୋଇଥିଲା । ମାତ୍ର 1920 ଆଣ୍ଟୱର୍ପ ଅଲିମ୍ପିକ୍ସରେ ଏହା ଏଣ୍ଟ୍ରି କରିଥିଲା । ଏକକ ଓ ଯୁଗଳ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ବେରଶୋଟ ଷ୍ଟାଡିୟମରେ ଏହାର ଆୟୋଜନ କରାଯାଇଥିଲା । ଏହି ଇଭେଣ୍ଟରେ ସାମିଲ ହେବାକୁ ଥିବା ସମସ୍ତ ପ୍ରତିଯୋଗୀ ସେନା ଅଧିକାରୀ ଥିଲେ । ପ୍ରତ୍ୟେକଙ୍କୁ ଚାରୋଟି ଭିନ୍ନ ପ୍ରୟାସ କରିବାକୁ ପଡୁଥିଲା । ପ୍ରଥମେ ଘୋଡା ଉପରେ ଛିଡା ହୋଇ ଉଭୟ ପାର୍ଶ୍ବରେ ଡେଇଁବାର ଥିଲା । ଦ୍ୱିତୀୟ ପ୍ରୟାସ ଥିଲା ଘୋଡାର ପିଠି ଉପରେ ଡେଇଁବା । ତୃତୀୟ ପ୍ରୟାସ ହେଉଛି ଏକ ସାଲ୍ଟୋ ସହିତ ଘୋଡା ସହ ଡେଇଁବା ଏବଂ ଶେଷରେ ଘୋଡା ଚାଲୁଥିବା ସମୟରେ ଜିମ୍ନାଷ୍ଟିକ୍ କରିବା ।

Olympic
Olympic (ETV BHARAT)

ସାଇକେଲ ଟାଣ୍ଡେମ୍ ସ୍ପ୍ରିଣ୍ଟ୍: 1908, 1920–72 ଅଲିମ୍ପିକ୍ସ

2000 ମିଟର ସାଇକେଲ ଟାଣ୍ଡେମ୍ ସାଇକ୍ଲିଂ ଇଭେଣ୍ଟ ଅଲିମ୍ପିକ୍ସରେ ବହୁ ପୂର୍ବରୁ ଅନ୍ତର୍ଭୁକ୍ତ କରାଯାଇଥିଲା, କିନ୍ତୁ ବର୍ତ୍ତମାନ ଏହାକୁ ବାଦ ଦିଆଆଇଛି । ଏକଦା ସାଇକେଲ ଚଲାଇବା ଅଲିମ୍ପିକ୍ସର ମୁଖ୍ୟ ଅଂଶ ଥିଲା । 2000ମିଟର ଟାଣ୍ଡେମ୍ ପ୍ରତିଯୋଗୀତାରେ ଏଲିମିନେସନ ରେସରେ ଏକ ସମୟରେ ଦୁଇଟି ଯୋଡି ଏକ ସାଇକେଲରେ ଟ୍ରାକ ଉପରେ ଛିଡା ହୋଇ କ୍ଷୀପ୍ର ବେଗରେ ସାଇକେଲିଂ କରନ୍ତି । ଫ୍ରାନ୍ସ ଏବଂ ଇଟାଲୀ ତିନୋଟି ଲେଖାଏଁ ସ୍ୱର୍ଣ୍ଣ ପଦକ, ବ୍ରିଟିଶ ଦଳ ଚାରିଟି ରୌପ୍ୟ ପଦକ ଜିତିଥିଲା ।

Olympic
Olympic (IANS)

ଟଗ ଅଫ ଓ୍ବାର: 1900-20 ଅଲିମ୍ପିକ୍ସ

1900–20 ରୁ ଅଲିମ୍ପିକ୍ସ ଗେମ୍ସରେ ଟଗ୍ ଅଫ୍ ଓ୍ବାର ଏକ ନିୟମିତ ଖେଳ ଥିଲା । ଏକରୁ ଅଧିକ ଦଳ ଏଥିରେ ଅଂଶଗ୍ରହଣ କରିଥିଲେ । 1920ରେ ଆଣ୍ଟୱର୍ପରେ ଏହାର ଅନ୍ତିମ ଇଭେଣ୍ଟ ହୋଇଥିଲା । ଆଠ ଜଣ ପୁରୁଷ ବ୍ରିଟିଶ ଦଳ ଏଥିରେ ସାମିଲ ଥିବା ବେଳେ ସମସ୍ତେ ପୋଲିସ ଥିଲେ । ଏହି ଟିମ୍‌ ସ୍ବର୍ଣ୍ଣ ପଦକ ସହାସଲ କରିଥିଲା । ଏହି ଇଭେଣ୍ଟରେ ଦୁଇଟି ପାଞ୍ଚ, ଛଅ କିମ୍ବା ଆଠ ଜଣିଆ ଦଳ ଏକ ଦଉଡି ଟାଣନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.