ETV Bharat / sports

ଅଲିମ୍ପିକ୍ସ ଉଦଘାଟନୀ କାଉଣ୍ଟଡାଉନ ଆରମ୍ଭ: ତ୍ରିରଙ୍ଗା ଧରିବେ ସିନ୍ଧୁ-କମଲ, ଜାଣନ୍ତୁ ବ୍ରେକିଂ ପ୍ରତିଯୋଗିତା କଣ ? - Paris Olympics 2024

author img

By ETV Bharat Odisha Team

Published : Jul 26, 2024, 9:15 AM IST

Updated : Jul 26, 2024, 12:20 PM IST

Paris Olympics 2024 : ପ୍ୟାରିସ ଅଲିମ୍ପିକ୍ସ ଉଦଘାଟନୀ ପାଇଁ କାଉଣ୍ଟଡାଉନ ଆରମ୍ଭ । ଜାଣନ୍ତୁ ପ୍ରଥମ କରି ସାମିଲ ହୋଇଥିବା ବ୍ରେକିଂ ପ୍ରତିଯୋଗିତା କଣ ? ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)

ପ୍ୟାରିସ: ଆଜିଠୁ କମ୍ପିବ ପ୍ୟାରିସ । ଏକାଠି ହୋଇଛନ୍ତି ବିଶ୍ବର ବଛା ବଛା ତାରକା । ପଦକ ପାଇଁ କରିବେ ଫାଇଟ । ପ୍ୟାରିସ ଅଲିମ୍ପିକ୍ସ ପାଇଁ ଆରମ୍ଭ ହେଲା କାଉଣ୍ଟଡାଉନ । ଆଜି ସନ୍ଧ୍ୟାରେ ହେବ ଉଦଘାଟନୀ ସମାରୋହ । 100 ବର୍ଷ ପରେ ପ୍ୟାରିସକୁ କ୍ରୀଡା ମହାକୁମ୍ଭ ଫେରିଥିବାରୁ ଫ୍ରାନ୍ସବାସୀ ଉତ୍ସାହୀତ । ପ୍ରଥମ ଥର ପାଇଁ ଷ୍ଟାଡିୟମ ବାହାରେ ସେନ ନଦୀରେ ହେବ ଉଦଘାଟନୀ ଉତ୍ସବ । ଷ୍ଟାଡିୟମ ଗ୍ୟାଲେରୀ ନୁହଁ ବରଂ ନଦୀ ତଟରେ ଏହାକୁ ଉପଭୋଗ କରିବେ କ୍ରୀଡାପ୍ରେମୀ । ପ୍ରଥମ ଥର ପାଇଁ ଏପରି ଆୟୋଜନ କରାଯାଇଛି । ଚଳିତ 32 ଟି କ୍ରୀଡାରେ 329ଟି ଇଭେଣ୍ଟ ରହିଛି । ପ୍ରଥମ ଥର ପାଇଁ ବ୍ରେକିଂକୁ କ୍ରୀଡାରେ ସାମିଲ କରାଯାଇଛି । ଯାହା କ୍ରୀଡା ଓ ନୃତ୍ୟ ପ୍ରେମୀକୁ ଉତ୍ସାହିତ କରିଛି । ଜାଣନ୍ତୁ ଏହି ଇଭେଣ୍ଟ ଟି କଣ ?

ଏହା ମଧ୍ୟ ପଢନ୍ତୁ-ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତର ସମ୍ପୂର୍ଣ୍ଣ କ୍ରୀଡାସୂଚୀ, ଦେଖନ୍ତୁ କେଉଁ ଦିନ ଅଛି କେଉଁ ଇଭେଣ୍ଟ - PARIS OLYMPICS 2024

ଉଦଘାଟନୀରେ ତ୍ରିରଙ୍ଗା ଧରିବେ ସିନ୍ଧୁ ଓ କମଲ: ଆଜି ଅନୁଷ୍ଠିତ ହେବାକୁ ଥିବା ଉଦଘାନୀ ଉତ୍ସବରେ ଭାରତୀୟ ଦଳର ନେତୃତ୍ବ ନେବେ ପିଭି ସିନ୍ଧୁ ଓ ଟେବୁଲ ଟେନିସ ତାରକା ଶରତ କମଲ । ଉଭୟ ସ୍ବତନ୍ତ୍ର ପୋଷାକ ପରିଧାନ କରିବା ସହ ହାତରେ ତ୍ରିରଙ୍ଗା ଧରି ଡଙ୍ଗାରେ ପରେଡ କରିବେ । ଅଷ୍ଟ୍ରେର୍ଲିଜ ବ୍ରିଜ ପାଖରୁ ଆଇଫିଲ ଟାଓ୍ବାର ପର୍ଯ୍ୟନ୍ତ ପରେଡ ହେବ ।

ଏହା ମଧ୍ୟ ପଢନ୍ତୁ-ୟୁନିକ୍ ଷ୍ଟାଇଲରେ ଅଲିମ୍ପିକ୍ସ ଉଦଘାଟନ; ନଦୀ ଗର୍ଭରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ, 6ଘଣ୍ଟା ଚାଲିବ ପରେଡ୍ ଅଫ୍ ନେସନ୍ସ, ପ୍ରଥମ ଥର ଖୋଲା ଆକାଶ ତଳେ ଦେଖିବାକୁ ମିଳିବ... - Paris Olympic 2024

ବ୍ରେକିଂ କଣ ?

  • ବ୍ରେକିଂକୁ ଡ୍ୟାନ୍ସ କହିଲେ ମଧ୍ୟ ଭୁଲ ହେବ ନାହିଁ ।
  • ଇମମ୍ପ୍ରୋଭାଇଜେସଲାନ୍ ଡ୍ୟାନ୍ସ କୌଶଳ, ହିପ ଅପ ମ୍ୟିଜିକ ଓ ଡ୍ରମ୍ ବ୍ରେକ୍ ସହିତ ପରିବେଷଣ କରାଯାଏ
  • ଏଥିରେ 4 ପ୍ରକାର ମୁଭମେଣ୍ଟ ରହିଛି । ଟପ୍-ରକ୍, ଡାଉନ୍-ରକ୍, ପାୱାର୍ ମୁଭ୍ ଏବଂ ଫ୍ରିଜ୍
  • ବ୍ରେକିଂ ଇଭେଣ୍ଟ ଅମେରିକାର ହିପ୍-ହପ୍ ସଂସ୍କୃତିରୁ ଆବିର୍ଭାବ
  • 1990 ଦଶକରେ ପ୍ରଥମ ଆନ୍ତର୍ଜାତୀୟ ବ୍ରେକିଂ ପ୍ରତିଯୋଗିତା ଆରମ୍ଭ ହୋଇଥିଲା
  • 2004 ରେ ଆରମ୍ଭ ହୋଇଥିବା ରେଡ୍ ବୁଲ୍ ବିସି ୱାନ୍ କ୍ରୀଡାର ସବୁଠାରୁ ସମ୍ମାନଜନକ ବାର୍ଷିକ ବ୍ରେକିଂ ଚାମ୍ପିଅନସିପ୍
  • ୱାର୍ଲ୍ଡ ଡ୍ୟାନ୍ସ ସ୍ପୋର୍ଡ୍ସ ଫେଡେରେସନ 2018ରେ ଅଫିସିଆଲ ବଡି ଗଠିତ ହୋଇଥିଲା
  • ବ୍ରେକିଂ 2018 ରେ ଆର୍ଜେଣ୍ଟିନାର ବୁଏନୋସ୍ ଆଇରେସରେ ଗ୍ରୀଷ୍ମକାଳିନ ଯୁବ ଅଲିମ୍ପିକ୍ସ ଗେମ୍ସରେ ଆରମ୍ଭ ହୋଇଥିଲା

ଅଲିମ୍ପିକ୍ସରେ ବ୍ରେକିଂ ପ୍ରତିଯୋଗିତା କିପରି ହେବ ?

  • ବ୍ରେକିଂ ପ୍ରତିଯୋଗିତାକୁ 2ଟି ଭାଗରେ ବିଭକ୍ତ କରାଯାଇଛି । ଗୋଟିଏ ବି-ଗାଲ୍ସ ଏବଂ ବି-ବୟେଜ
  • 16 ବି-ଗାଲ୍ସଏବଂ 16 ବି-ବୟେଜ ଏକକ ପ୍ରତିଯୋଗିତାରେ ମୁହାଁମୁହିଁ ହେବେ । ଡିଜେ ଟ୍ରାକରେ ଷ୍ଟେପ କରିବେ
  • ଅଲିମ୍ପିକ୍ସ ୱେବସାଇଟ୍ ଅନୁଯାୟୀ ସେମାନେ “ ପ୍ରତିଯୋଗିତା ସମୟରେ ୱିଣ୍ଡମିଲ୍, 6-ଷ୍ଟେପ୍ ଏବଂ ଫ୍ରିଜ୍ ସହିତ ପାୱାର୍ ମୁଭ୍” କରିବେ

ଏହି ପ୍ରତିଯୋଗିତାରେ 16 ଜଣ ମହିଳା ଓ 16 ଜଣ ପୁରୁଷ ଭାଗ ନେବେ । ଉଭୟ ବର୍ଗରେ 4ଟି ଲେଖାଏଁ ଗ୍ରୁପ କରାଯିବ । ପ୍ରତ୍ୟେକ ପ୍ରତିଯୋଗୀ ଅଲଗା ଅଲଗା ଗୀତରେ 60 ସେକେଣ୍ଡ ଡ୍ୟାନ୍ସ କରିବେ । ଏହାପରେ ପ୍ରତି ଗ୍ରୁପରୁ ଶ୍ରେଷ୍ଠ 2 ଜଣ କ୍ବାଟର ଫାଇନାଲକୁ ଯିବେ ।

Last Updated : Jul 26, 2024, 12:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.