ETV Bharat / sports

ପ୍ୟାରିସ ଅଲିମ୍ପିକ୍ସ ଖେଳିବେ ଟୋକିଓ ପଦକ ବିଜେତା, ଜାଣନ୍ତୁ ବକ୍ସର ଲଭଲିନା ବୋର୍ଗହେନଙ୍କ ବିଷୟରେ... - paris olympic 2024

author img

By ETV Bharat Odisha Team

Published : Jul 16, 2024, 10:10 AM IST

Paris Olympic 2024: ପ୍ୟାରିସ ଅଲିମ୍ପିକ୍ସ ଖେଳିବେ ବକ୍ସର ଲଭଲିନା ବୋର୍ଗହେନ। ମହିଳା 75 କେଜି ବର୍ଗରେ କରିବେ ପ୍ରତିଯୋଗିତା । ଜାଣନ୍ତୁ ଲଭଲିନାଙ୍କ ବକ୍ସିଂ କ୍ୟାରିୟର ଉପରେ । ଅଧିକ ପଢନ୍ତୁ

Paris Olympic 2024
Paris Olympic 2024 (ETV BHARAT ODISHA)

ହାଇଦ୍ରାବାଦ: ଜୁଲାଇ 26 ତାରିଖରୁ ଆରମ୍ଭ ହେବାକୁ ଯାଉଛି ପ୍ୟାରିସ ଅଲିମ୍ପିକ୍ସ । ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଚଳିତ ଥର ପ୍ୟାରିସ ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି ଲଭଲିନା ବୋର୍ଗହେନ । ମହିଳା ବକ୍ସିଂ 75 କେଜି ବର୍ଗରେ ଲଭଲିନା ପ୍ରତିଯୋଗିତା କରିବେ । ଏହି ମହିଳା ବକ୍ସରଙ୍କ ଉପରେ ପୁରା ଦେଶବାସୀଙ୍କ ନଜର । ପୂର୍ବ ପରି ଚଳିତ ଥର ମଧ୍ୟ ସେ ପଦକ ହାସଲ କରିବା ନେଇ 140 କୋଟି ଭାରତୀୟ ଆଶାବାଦୀ । ନଜର ପକାନ୍ତୁ ଲଭଲିନାଙ୍କ କ୍ରୀଡାଯାତ୍ରା ଓ ସଫଳତା ଉପରେ ।

LOVLINA BORGOHAIN
LOVLINA BORGOHAIN (ANI)

ଭାରତର ଷ୍ଟାର ବକ୍ସର ଲଭଲିନା ଅକ୍ଟୋବର 2, 1997ରେ ଆସାମର ଗୋଲାଘାଟ ଜିଲ୍ଲାର ଗ୍ରାମ ବାରୋମୁଖିଆର ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଲଭଲିନା ଏବଂ ତାଙ୍କ ଦୁଇ ଭଉଣୀଙ୍କ ପିଲାଟି ଦିନକୁ ବକ୍ସିଂ ପ୍ରତି ଦୁର୍ବଳତା ରହିଥିଲା । ଏଥିପାଇଁ ତାଙ୍କ ବାପା ତିନି ଝିଅଙ୍କୁ ସମର୍ଥନ ମଧ୍ୟ କରୁଥିଲେ । କୋଚ୍‌ଙ୍କ ପରାମର୍ଶରେ ଲଭଲିନା ବକ୍ସିଂ ଆରମ୍ଭ କରି ଦେଶରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ।

LOVLINA BORGOHAIN
LOVLINA BORGOHAIN (ANI)

ଏହା ମଧ୍ୟ ପଢନ୍ତୁ-ପ୍ୟାରିସ ଅଲିମ୍ପିକ୍ସ; ଜାଣନ୍ତୁ ସର୍ବକନିଷ୍ଠ ଓ ବୟୋଜ୍ୟେଷ୍ଠ ଖେଳାଳି କିଏ ? - Paris Olympics 2024

ବକ୍ସିଂ କ୍ୟାରିୟର: 2012ରେ ଲଭଲିନା ବକ୍ସିଂ କ୍ୟାରିଅର ଆରମ୍ଭ କରିଥିଲେ । 16 ବର୍ଷ ବୟସରେ ଜୁନିୟର ଜାତୀୟ ଚାମ୍ପିଅନସିପରେ ଭାଗ ନେଇ ବିଜୟୀ ହୋଇଥିଲେ । ଏହାପରେ ସେ ଇଣ୍ଡିଆ ଓପନରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । 2018 କମନୱେଲଥ ଗେମ୍ସରେ ସେ ପଦକ ଜିତିବାରେ ବଞ୍ଚିତ ହୋଇଥିଲେ ମଧ୍ୟ ସେହି ବର୍ଷ ବିଶ୍ୱ ଚାମ୍ପିଅନସିପରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । 2019 ବିଶ୍ୱ ଚାମ୍ପିଅନସିପରେ ଲଭଲିନା ବ୍ରୋଞ୍ଜ ପଦକ ଜିତିଥିଲେ । ଏହାପରେ 2020 ଏସିଆ ଏବଂ ଓସେନିଆ ବକ୍ସିଂ ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟରେ ବ୍ରୋଞ୍ଜ ପଦକ ହାସଲ କରି ଟୋକିଓ ଅଲିମ୍ପିକ୍ସ 2020 ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ।

LOVLINA BORGOHAIN
LOVLINA BORGOHAIN (ANI)

ଅଲିମ୍ପିକ୍ସରେ ଲଭଲିନାଙ୍କ ପ୍ରଦର୍ଶନ: ପ୍ରଥମ ଥର ପାଇଁ ଲଭଲିନା 2020 ଟୋକିଓ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରି ବ୍ରୋଞ୍ଜ ପଦକ ହାସଲ କରିଥିଲେ । କ୍ୱାର୍ଟର ଫାଇନାଲରେ ଚେନ୍ ନିଏନ୍-ଚିନ୍‌ଙ୍କୁ 4-1ରେ ପରାସ୍ତ କରି ଅଲିମ୍ପିକ୍ସରେ ତାଙ୍କର ପ୍ରଥମ ପଦକ ହାସଲ କରିଥିଲେ । ସେମିଫାଇନାଲରେ ସେ ବିଶ୍ୱର 1 ନମ୍ବର ବକ୍ସର ବୁସେନାଜ ସୁରମେନେଲିଙ୍କୁ ହରାଇଥିଲେ । ଲଭଲିନା ତୃତୀୟ ଭାରତୀୟ ବକ୍ସର ଭାବରେ ଅଲିମ୍ପିକ୍ସ ପଦକ ଜିତିଥିଲେ । ଟୋକିଓ ଅଲିମ୍ପିକ୍ସରେ ଭାରତ ଗୋଟିଏ ସ୍ୱର୍ଣ୍ଣ ପଦକ ସହିତ ମୋଟ 7ଟି ପଦକ ଜିତିଥିଲା ।

ଲଭଲିନାଙ୍କୁ ସମ୍ମାନ: ଖେଳରେ ଉତ୍କର୍ଷତା ପାଇଁ 2020ରେ ଲଭଲିନାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଏହାପରେ 2021ରେ ଭାରତର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ଓ ଆସାମ ସରକାର ରାଜ୍ୟର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ଆସାମ ସୌରଭ ପ୍ରଦାନ ଲଭଲିନାଙ୍କୁ ପ୍ରଦାନ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.