ETV Bharat / sports

ପାକିସ୍ତାନ କ୍ରିକେଟ୍ ବୋର୍ଡର ଅବସ୍ଥା ଖରାପ; ଚାମ୍ପିୟନ୍ସ ଟ୍ରଫି ପାଇଁ ଭଡାରେ ଆଣିବ ଲାଇଟ୍, ଜେନେରେଟର - Champions Trophy 2025 - CHAMPIONS TROPHY 2025

CHAMPIONS TROPHY 2025 : ଚାମ୍ପିୟନ୍ସ ଟ୍ରଫି 2025 ପୂର୍ବରୁ ପାକିସ୍ତାନ କ୍ରିକେଟ ବୋର୍ଡର ଅବସ୍ଥା ଖରାପ । ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ପ୍ରସ୍ତୁତ ହେଉଥିବା ପିସିବି ପାଖରେ ନାହିଁ ଟଙ୍କା । କରାଚି ଏବଂ ଲାହୋର ଷ୍ଟାଡିୟମରେ ଭଡାରେ ଲାଗିବ ଫ୍ଲଡଲାଇଟ ଓ ଜେନେରେଟର । ଅଧିକ ପଢ଼ନ୍ତୁ

Pakistan Cricket Board
Pakistan Cricket Board (Getty Image)
author img

By ETV Bharat Sports Team

Published : Aug 17, 2024, 7:38 PM IST

ହାଇଦ୍ରାବାଦ : ଚାମ୍ପିୟନ୍ସ ଟ୍ରଫି 2025 ପାଇଁ ପାକିସ୍ତାନ ଜୋରଦାର ପ୍ରସ୍ତୁତି ଜାରି ରଖିଛି । ଆସନ୍ତା ବର୍ଷ ଫେବୃଆରୀରେ ପାକିସ୍ତାନ କ୍ରିକେଟ ବୋର୍ଡ ଏହି ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବ । ହେଲେ ଏଥିପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ ଅର୍ଥ ଅଭାବର ସମ୍ମୁଖୀନ ହୋଇଛି । ଏଭଳି ପରିସ୍ଥିତିରେ ଖର୍ଚ୍ଚରୁ ବଞ୍ଚିବା ପାଇଁ PCB ନୂଆ ଫ୍ଲଡଲାଇଟ୍ କିଣିବା ପରିବର୍ତ୍ତେ ଭଡାରେ ଆଣିବାକୁ ନିଷ୍ପତ୍ତି ନେଇଛି ।

ଭଡ଼ାରେ ଫ୍ଲଡଲାଇଟ୍‌ ଲଗାଇବାକୁ ଟେଣ୍ଡର ଆମନ୍ତ୍ରଣ କରିଛି ପିସିବି :-

ଚାମ୍ପିୟନ୍ସ ଟ୍ରଫି ପାଇଁ ପାକିସ୍ତାନକୁ ସମସ୍ତ କ୍ରିକେଟ ଫିଲ୍ଡରେ ନୂଆ ଫ୍ଲଡଲାଇଟ ଲଗାଇବାକୁ ପଡିବ, ଯାହା ବୋର୍ଡକୁ ଚିନ୍ତାରେ ପକାଇ ଦେଇଛି । ଖର୍ଚ୍ଚରୁ ବଞ୍ଚିବା ପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ ନୂଆ ଫ୍ଲଡଲାଇଟ କିଣିବା ପରିବର୍ତ୍ତେ ସେଗୁଡ଼ିକୁ ଏକ ବର୍ଷ ପାଇଁ ଭଡ଼ାରେ ଆଣିବାକୁ ନିଷ୍ପତ୍ତି ନେଇଛି । କରାଚି ଏବଂ ଲାହୋର ପଡିଆରେ ଏକ ବର୍ଷ ପାଇଁ ଫ୍ଲଡ୍‌ଲାଇଟ ଭଡ଼ାରେ ଲଗାଇବାକୁ ପିସିବି ଟେଣ୍ଡର ଆମନ୍ତ୍ରଣ କରିଛି । ଏହା ବ୍ୟତୀତ କରାଚି ଏବଂ ଲାହୋର ପଡିଆରେ ପୂର୍ବରୁ ସ୍ଥାପିତ ହୋଇଥିବା ପୁରୁଣା ଫ୍ଲଡଲାଇଟ ଗୁଡ଼ିକୁ ହଟାଇ କ୍ୱେଟା ଏବଂ ରାୱଲପିଣ୍ଡି ଷ୍ଟାଡିୟମରେ ଲଗାଯାଉଛି ବୋଲି ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି ।

ପାୱାରକଟ୍‌ର ସମାଧାନ ପାଇଁ ଭଡ଼ାରେ ଆସିବ ଜେନେରେଟର :-

କେବଳ ଏତିକି ନୁହେଁ, ଜେନେରେଟର ମଧ୍ୟ ଭଡାରେ ଆଣିବାକୁ ପାକିସ୍ତାନ କ୍ରିକେଟ ବୋର୍ଡ ଯୋଜନା କରୁଛି । କରାଚି, ଲାହୋର, ରାୱଲପିଣ୍ଡି, ମୁଲତାନ, ଫୈସଲାବାଦ, ଆବଟ୍ଟାବାଦ, କ୍ୱେଟା, ପେଶୱାର ଭଳି ପ୍ରମୁଖ ଷ୍ଟାଡିୟମ ପାଇଁ ଜେନେରେଟର ଯୋଗାଇବା ପାଇଁ ମଧ୍ୟ ପିସିବି ଟେଣ୍ଡର ଆମନ୍ତ୍ରଣ କରିଛି । ସୂତ୍ରରୁ ପ୍ରକାଶ ଯେ, ସେଠାରେ ଲୋଡ୍ ସେଡିଙ୍ଗ୍ ସମସ୍ୟା ବଢ଼ିଚାଲିଛି । ତେଣୁ ମ୍ୟାଚ୍‌ ସମୟରେ ଯେପରି କୌଣସି ବିଦ୍ୟୁତ ବ୍ୟାଘାତ ନହୁଏ, ତାହା ସୁନିଶ୍ଚିତ କରିବାକୁ ଜେନେରେଟର ବ୍ୟବହାର କରାଯିବ ।

ସୋସିଆଲ ମିଡିଆରେ ହେଉଛି ଟ୍ରୋଲ :-

ତେବେ ପାକିସ୍ତାନ କ୍ରିକେଟ୍ ବୋର୍ଡର ଏଭଳି ଅବସ୍ଥା ଦେଖି ସୋସିଆଳ ମିଡିଆରେ ନେଟିଜେନ୍ସମାନେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ଯଦିଓ ବିଶ୍ବର ଶୀର୍ଷ ୧୦ ଧନୀ କ୍ରିକେଟ୍ ବୋର୍ଡ ତାଲିକାରେ ପାକିସ୍ତାନ ଚତୁର୍ଥ ସ୍ଥାନରେ ରହିଛି, ତଥାପି ଏଭଳି ଅବସ୍ଥା ପାଇଁ ସୋସିଆଲ ମିଡିଆରେ ୟୁଜର୍ସ ମାନେ ପିସିବିକୁ ଟ୍ରୋଲ ଆରମ୍ଭ କରିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, କ୍ରିକେଟ୍ ବୋର୍ଡ ପାଖରେ ଟଙ୍କା ନାହିଁ, ସେମାନେ କିପରି ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରିବେ ?

ଏହା ମଧ୍ୟ ପଢ଼ନ୍ତୁ...ଯୁବ ଅଲିମ୍ପିକ୍ସରେ ସାମିଲ ହେବ କ୍ରିକେଟ ! ICC ଓ IOC ମଧ୍ୟରେ ବଡ଼ ଡିଲ୍‌ - Cricket in Youth Olympics 2030

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.