ETV Bharat / sports

ଲାଲକିଲ୍ଲାରୁ ମୋଦିଙ୍କ ବଡ ଘୋଷଣା, 2036 ଅଲିମ୍ପିକ୍ସ ଆୟୋଜନ କରିବ ଭାରତ ! - Indias dream to host 2036 olympics

author img

By ETV Bharat Sports Team

Published : Aug 15, 2024, 12:49 PM IST

Updated : Aug 15, 2024, 1:21 PM IST

PM Modi on Hosting Olympics : 78 ତମ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ ଘୋଷଣା । ଲାଲକିଲ୍ଲାରୁ ଅଲିମ୍ପିକ୍ସ ଆୟୋଜନ କଥା କହିଲେ ମୋଦି । ଭାରତ ଆଲିମ୍ପିକ୍ସ ଆୟୋଜନ ପାଇଁ ପ୍ରସୁତି କରିଛି ବୋଲି କହିଲେ ମୋଦି ।

PM Modi
PM Modi (AP Photo)

ନୂଆଦିଲ୍ଲୀ: ଆଜି 78 ତମ ସ୍ବାଧୀନତା ଦିବସ । ଗୁରୁବାର ଅଗଷ୍ଟ 15 ଅବସରରେ ବଡ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 2036 ଅଲିମ୍ପିକ୍ସ ଆୟୋଜନ ଭାରତରେ ହେବା ନେଇ ବଡ ଘୋଷଣା କରିଛନ୍ତି ମୋଦି । ଭାରତ ଆଗାମୀ ଦିନରେ ଅଲିମ୍ପିକ୍ସ ଆୟୋଜନ ପାଇଁ ପ୍ରସ୍ତୁତି ଜୋରଦାର ଚଳାଇଛି । ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ ସମୟରେ ମୋଦି କହିଥିଲେ କି, ବିଶ୍ବର ସବୁଠୁ ବଡ କ୍ରୀଡା ମହାକୁମ୍ଭ ଅଲିମ୍ପିକ୍ସ ଆୟୋଜନ ତୟାରୀ କରୁଛି ଭାରତ । ତେବେ ସୂଚନା ଥାଉକି , ଭାରତ ଆଜିଯାଏଁ ଅଲିମ୍ପିକ୍ସ ଆୟୋଜନ କରିନାହିଁ । ମୋଦି ଏହି ଅବସରରେ କହିଥିଲେ କି, 2036ରେ ଭାରତରେ ହିଁ ଅଲିମ୍ପିକ୍ସ ଆୟୋଜନ ପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି । ବିଶ୍ବସ୍ତରୀୟ କ୍ରୀଡା ଭିତ୍ତିଭୂମି ନିର୍ମାଣ ଜାରି ରହିଛି ।

ଏହା ବି ପଢନ୍ତୁ- ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ରାଜ୍ୟରେ ତିଆରି ହେବ ନୂଆ ହକି ଷ୍ଟାଡିୟମ୍‌ - Big announcement for hockey

2036 ଅଲିମ୍ପିକ୍ସ ଆୟୋଜନ ଭାରତର ସ୍ବପ୍ନ-

ମୋଦି କହିଛନ୍ତି, "ଭାରତ ଜି-20 ଶିଖର ସମ୍ମିଳନୀ ଆୟୋଜନ ସଫଳତା ପୂର୍ବକ କରିସାରିଛି । ଏହା ଦ୍ବାରା ସମଗ୍ର ବିଶ୍ବକୁ ବଡ ସନ୍ଦେଶ ଯାଇଛି କି ଭାରତ ଯେକୌଣସି ବିଶ୍ବସ୍ତରୀୟ ଆୟୋଜନ କରିବା କ୍ଷମତା ରଖୁଛି । ତେବେ 2036 ଅଲିମ୍ପିକ୍ସ ଆୟୋଜନ ଭାରତର ସ୍ବପ୍ନ ଏବଂ ଏଥିପାଇଁ ଦେଶରେ ତୟାରୀ ଆରମ୍ଭ ହୋଇସାରିିଛି ।" ତେବେ ଭାରତ 2030 ୟୁଥ୍ ଅଲିମ୍ପିକ୍ସ ଆୟୋଜନ ପାଇଁ ବିଡ୍ ରଖିବ ବୋଲି ସୂଚନା ରହିଛି । ଏପଟେ ପ୍ୟାରିସ ଅଲିମ୍ପିକ୍ସରେ ଭାଗ ନେଇଥିବା ସମସ୍ତ ଖେଳାଳି ଆଜି ଲାଲକିଲା ପରେଡରେ ସାମିଲ ହୋଇଥିଲେ ।

ଭାରତୀୟ ଖେଳାଳିଙ୍କ ପ୍ରଂଶସା କଲେ ମୋଦି-

ସ୍ବାଧୀନତା ଦିବସରେ ଦେଶବାସୀଙ୍କୁ ସମ୍ବୋଧନ ସମୟରେ ମୋଦି କହିଥିଲେ କି, ସଦ୍ୟତମ ସମାପ୍ତ ପ୍ୟାରିସ ଅଲିମ୍ପିକ୍ସ 2024ରେ ଭାରତୀୟ ଖେଳାଳି ପଦକ ଜିତି ଦେଶବାସୀଙ୍କୁ ଗୌରବାନ୍ବିତ କରିଛନ୍ତି । ଏହି ସମୟରେ ମୋଦି ମଧ୍ୟ ଆଗାମୀ କିଛି ଦିନ ମଧ୍ୟରେ ପ୍ୟାରିସ ପାରା ଅଲିମ୍ପିକ୍ସରେ ସାମିଲ ହେବାକୁ ଥିବା ଭାରତୀୟ ଦଳଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ସମୟରେ ସମସ୍ତ ଖେଳାଳି ଯେଉଁମାନେ ଅଲିମ୍ପିକ୍ସ ଖେଳି ଭାରତ ଫେରିଛନ୍ତି ସମସ୍ତେ ଲାଲକିଲାରେ ଉପସ୍ଥିତ ଥିଲେ ।

ଏହି ସମୟରେ ମୋଦି କହିଛନ୍ତି କି, "ଆଜି ଆମ ମାନଙ୍କ ମଧ୍ୟରେ ସେମାନେ ସାମିଲ ଅଛନ୍ତି ଯେଉଁମାନେ ଅଲିମ୍ପିକ୍ସରେ ଦେଶର ନାଁକୁ ବିଶ୍ବରେ ପରିଚିତ କରିଛନ୍ତି । ମୁଁ 140 କୋଟି ଦେଶବାସୀଙ୍କ ତରଫରୁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି । ଆଗାମୀ କିଛି ଦିନ ମଧ୍ୟରେ ଭାରତର ପାରାଅଲିମ୍ପିକ୍ସ ଟିମ୍ ପ୍ୟାରିସ ଯାତ୍ରା କରିବେ । ମୁଁ ସମସ୍ତ ଖେଳାଳଙ୍କୁ ଶୁଭକାମନା ଜଣାଉଛି ।"

ଭାରତକୁ ସମର୍ଥନ କରିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି-

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରମ ନିକଟରେ ଭାରତକୁ ଅଲିମ୍ପିକ୍ସ ଆୟୋଜନ ପାଇଁ ସମର୍ଥନ କରିଥିଲେ । ସେ କହିଥିଲେ କି ମୋର ଭାରତର କ୍ଷମତା ଉପରେ ସନ୍ଦେହ ନାହିଁ । ଭାରତ ଏହିବଶ୍ବସ୍ତରୀୟ କ୍ରୀଡା ମହାକୁମ୍ଭ ଆୟୋଜନ ପାଇଁ ପ୍ରସ୍ତୁତି ଚଳାଇଛି । ମୁଁ ଭାରତକୁ 2036 ଅଲିମ୍ପିକ୍ସ ଆୟୋଜନ ପାଇଁ ସମର୍ଥନ କରୁଛି ।

Last Updated : Aug 15, 2024, 1:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.