ETV Bharat / sports

ପ୍ରଥମ ଥର ଏହି କ୍ରିକେଟ ଲିଗ ଖେଳିବ ଓଡ଼ିଶା; 'Konark Suryas'ର ଅଧିନାୟକ ଇରଫାନ୍ ପଠାନ - Odisha Team Konark Suryas in LLC

author img

By ETV Bharat Sports Team

Published : Sep 7, 2024, 4:09 PM IST

Odisha Team Konark Suryas in LLC : ପ୍ରଥମ ଥର ପାଇଁ ଲିଜେଣ୍ଡସ ଲିଗ କ୍ରିକେଟରେ ଖେଳିବ ଓଡ଼ିଶା ଟିମ । ଏହି ଟିମ୍‌ର ଅଧିନାୟକ ଭାବେ ଭାରତୀୟ ଦଳର ଭେଟେରାନ ଅଲରାଉଣ୍ଡର ଇରଫାନ ପଠାନଙ୍କୁ ଚୟନ କରାଯାଇଛି । ଦେଖନ୍ତୁ କେମିତି ରହିଛି ଓଡ଼ିଶାର ନୂଆ ଟିମ 'Konark Suryas',

Odisha Team Konark Suryas launching Program
Odisha Team Konark Suryas launching Program (ETV Bharat Odisha)

ଭୁବନେଶ୍ବର : ଲିଜେଣ୍ଡସ ଲିଗ୍ କ୍ରିକେଟ (LLC)ରେ ସାମିଲ ହେଲା ଓଡ଼ିଶା । 'Konark Suryas' ନାମରେ ଶୁକ୍ରବାର ଭୁବନେଶ୍ୱରରେ ଟିମ୍‌ ଲଞ୍ଚ ହେବା ସହ ଟିମରେ ସାମିଲ ଖେଳାଳିଙ୍କ ନାଁ ମଧ୍ୟ ଘୋଷଣା କରାଯାଇଛି । ଏଲଏଲସିରେ ଭେଟେରାନ ଭାରତୀୟ ଅଲରାଉଣ୍ଡର ଇରଫାନ ପଠାନଙ୍କ କାନ୍ଧରେ ଓଡ଼ିଶାର ଅଧିନାୟକତ୍ବ ଭାର ଦିଆଯାଇଛି । ଏହି ଦଳରେ କ୍ରିକେଟର ବିନୟ କୁମାର, ରାଜେଶ ବିଷ୍ଣୋଇ ଓ ଶାହାବାଜ୍ ନଦୀମଙ୍କ ଭଳି ଖେଳାଳିଙ୍କୁ ସାମିଲ କରାଯାଇଛି । ଇରଫାନଙ୍କ ସହ ଅନ୍ୟ ତିନିଜଣ ଖେଳାଳି ଆଜିର ଟିମ ଲଞ୍ଚ କାର୍ଯ୍ୟକ୍ରମରେ ଯୋଗଦେଇ 'Konark Suryas' ଟିମକୁ ଶୀର୍ଷରେ ପହଞ୍ଚାଇବା ସହ ଓଡ଼ିଶା କ୍ରିକେଟକୁ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ଏକ ନୂଆ ପରିଚୟ ଦେବାକୁ କହିଛନ୍ତି ।

ଅଧିନାୟକ ଇରଫାନ ପଠାନ :-

ଏହି ଟିମ ମାଧ୍ୟମରେ ଓଡିଶାରୁ ଭଲ ଖେଳାଳି ମଧ୍ୟ ସୃଷ୍ଟି ହେବେ ବୋଲି କହିଛନ୍ତି ଦଳର ଅଧିନାୟକ ତଥା 2011 ବିଶ୍ବକପ୍‌ ବିଜେତା ଭାରତୀୟ ଦଳର ସଦସ୍ୟ ଇରଫାନ ପଠାନ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଇରଫାନ କହିଛନ୍ତି, "ମନ୍ଦିର ମାଳିନୀ ସହର ଭୁବନେଶ୍ୱରକୁ ଆସି ମତେ ବହୁତ ଖୁସି ଲାଗେ, ଗର୍ବ ମଧ୍ୟ ଅନୁଭବ ହୁଏ । କାରଣ ଏଠାରେ ବହୁତ ଭଲପାଇବା ମିଳେ । ଏଠାରେ ଅତିଥିଙ୍କୁ ବେଶ ସତ୍କାର ମିଳେ, ଲୋକମାନଙ୍କ ଭିତରେ ଅତ୍ମୀୟତା ରହିଥାଏ । ତେଣୁ ଓଡିଶା ମତେ ବହୁତ ଭଲ ଲାଗେ । ବର୍ତ୍ତମାନ ମୁଁ ଏହି ଟିମକୁ ଲିଡ କରିବାକୁ ଦାୟିତ୍ୱ ନେଇ ଓଡିଶା ସହ ଯୋଡି ହୋଇଗଲି । ମୁଁ ପ୍ରଥମ ଥର ଓଡିଶା ସହ ଯୋଡି ହୋଇଛି ତାହା ପୁଣି ଏକ ବଡ ଦାୟିତ୍ୱ ସହ । ଏହି ଟିମକୁ ନେଇ ଆଗାମୀ ଦିନରେ ଆମେ ଓଡ଼ିଶାର କେବଳ କ୍ରିକେଟ ନୁହେଁ ସମସ୍ତ ଖେଳରେ ଭାଗିଦାରିତା ସାଜି ପରିବା ଏବଂ ଜାତୀୟସ୍ତରରେ ଓଡ଼ିଶାର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିପାରିବା । ଓଡ଼ିଶାରେ ଖେଳର ବାସ୍ତବିକତା ଦିଗରେ ଟିମ କାର୍ଯ୍ୟ କରିବ । ମୁଁ ଏଥିରେ ଯୋଡି ହୋଇ ଖୁସି ହେବା ସହ ନିଜକୁ ଭାଗ୍ୟବାନ ମନେ କରୁଛି । ଓଡିଶା ଟିମରେ ମଧ୍ୟ ଓଡ଼ିଶାର 2 କ୍ରିକେଟର ସାମିଲ ହେବେ । ଆଗକୁ କିଭଳି ଅଧିକରୁ ଅଧିକ ପିଲା ଏଥିରେ ସାମିଲ ହେବେ, ତାର ପ୍ରଶିକ୍ଷଣ ଦିଗରେ ମଧ୍ୟ ଆମେ କାମ କରିବୁ । ଆଞ୍ଚଳିକ ଭାବେ ଓଡ଼ିଶାରେ କ୍ରିକେଟ ଆଗାମୀ ଦିନରେ ଭଲ କରିବ ।" ଏହା ତ ଆରମ୍ଭ, ଆଜି ପୋତା ହୋଇଥିବା ଗଛ ଆଗକୁ ଫଳଦେବ ବୋଲି କହିଛନ୍ତି ଇରଫାନ ।

'ଇରଫାନଙ୍କ ଯୋଗଦାନ ଯୁବ ଖେଳାଳିଙ୍କୁ ପ୍ରେରଣା ଯୋଗାଇବ' :-

ଲିଜେଣ୍ଡସ୍‌ ଲିଗ୍ କ୍ରିକେଟର ସହପ୍ରତିଷ୍ଠାତା ରମଣ ରେହେଜା କହିଛନ୍ତି, "ଭାରତରେ କ୍ରିକେଟର କ୍ରେଜ ଦିନକୁ ଦିନ ବଢି ଚାଲିଛି, ଯେଉଁଥିପାଇଁ ଅନେକ କ୍ରିକେଟ ଲିଗ୍ ଓ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଛି । ଏହି ଧାରାରେ ପ୍ରଥମ ଥର ପାଇଁ ଲୋକପ୍ରିୟ ଲିଜେଣ୍ଡସ୍ ଲିଗ୍ କ୍ରିକେଟରେ ଓଡ଼ିଶାର ଏକ ଟିମ ସାମିଲ ହୋଇଛି । 'Konark Suryas' ନାମରେ ଏହି ଟିମ ଆବିର୍ଭାବ ହୋଇଛି । କିମ୍ବଦନ୍ତୀ କ୍ରିକେଟରଙ୍କୁ ନେଇ ଟି-20 ଫର୍ମାଟରେ ଏହି ଲିଗ ଅନୁଷ୍ଠିତ ହୋଇଥାଏ । ଏହା ଓଡ଼ିଶା ପାଇଁ ଏକ ଗୌରବମୟ ପଦକ୍ଷେପ, ଯାହା ମାଧ୍ୟମରେ ଓଡ଼ିଶାର ସଂସ୍କୃତି, କ୍ରୀଡା ପ୍ରତିଭା ଓ ଦକ୍ଷତାକୁ ଦେଶ ବିଦେଶରେ ଦର୍ଶାଇବ । ଟିମ୍ 'Konark Suryas' ଦଳର କ୍ୟାପଟେନ ଭାବରେ ଭାରତୀୟ କ୍ରିକେଟ୍ ଲିଜେଣ୍ଡ ଇରଫାନ ପଠାନ ନିଯୁକ୍ତ ହୋଇଛନ୍ତି । ଯାହାଙ୍କର ଅଭିଜ୍ଞତା ଓ ନେତୃତ୍ଵ ଓଡ଼ିଶା ପାଇଁ ଖୁବ୍ କାମରେ ଆସିବ । ଇରଫାନଙ୍କ ବ୍ୟତୀତ ଦଳରେ ବିନୟ କୁମାର, ରାଜେଶ ବିସ୍ନୋଇ ଓ ଶାହାବାଜ୍ ନଦୀମଙ୍କ ଭଳି ଖେଳାଳିଙ୍କୁ ସାମିଲ କରାଯାଇଛି । ଇରଫାନଙ୍କ ଯୋଗଦାନ ଓଡ଼ିଶା ଦଳ ଓ ଯୁବ ଖେଳାଳିଙ୍କୁ ପ୍ରେରଣା ଯୋଗାଇବ ।"

ଟିମ୍‌ ଲଞ୍ଚ କାର୍ଯ୍ୟକ୍ରମ :-

ଅ୍ୟପଟେ 'Assotech Group'ର ସିଓଓ ଏନାକ୍ଷୀ ପ୍ରିୟମ କହିଛନ୍ତି, "ଏହି ପ୍ରୟାସରେ ସାନପ୍ରିୟା ଗ୍ରୁପ, ଆସୋଟେକ ସହିତ ମିଳିତ ଭାବରେ ଓଡ଼ିଶାରେ ବିଶ୍ବସ୍ତରୀୟ କ୍ରୀଡା ପ୍ରତିଷ୍ଠାନ ସୃଷ୍ଟି କରିବା ତଥା ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳିଙ୍କୁ ସହାୟତା କରିବାର ଲକ୍ଷ୍ୟ ନେଇଛି । ଆସୋଟେକ୍ ଖେଳାଳିମାନଙ୍କ ପାଇଁ ପ୍ରଶିକ୍ଷଣ ଏବଂ ଉନ୍ନତି ସହିତ ଜଣାଶୁଣା ମଲ୍ଟି-ସ୍ପୋର୍ଟ୍ସ ସେଣ୍ଟର ଅଫ୍ ଏକ୍ସଲେନ୍ସ ଗଠନ କରିବାକୁ ଯାଉଛି, ଯାହା ଭୁବନେଶ୍ୱରରେ ଅସୋଟେକ୍ ୱାର୍ଲ୍ଡ ଟାଉନସିପରେ ଥିବା ସ୍ପୋର୍ଟ୍ସ ହବରେ ରହିବ ।" ଟିମ ଲଞ୍ଚ୍ ହେବା ଅବସରରେ ମୁଖ୍ୟ ଅତିଥି ଭାବେ ଓସିଏ ସମ୍ପାଦକ ସଞ୍ଜୟ ବେହେରା ଯୋଗଦେଇଥିବାବେଳେ ଅଲିମ୍ପିଆନ ଅନୁରାଧା ବିଶ୍ୱାଳ, ଦୂତି ଚାନ୍ଦ, ପାରାଲିମ୍ପିଆନ ପ୍ରମୋଦ ଭଗତ, ପୂର୍ବତନ କ୍ରିକେଟର ସତ୍ୟରଞ୍ଜନ ଶତପଥୀ, କଣ୍ଠଶିଳ୍ପୀ କ୍ରିଷ୍ଣା ବେହୁରା, ସୁସ୍ମିତା ଦାସ, ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ସାମିଲ ହୋଇଥିଲେ ।

Odisha Team Konark Suryas in LLC
Odisha Team Konark Suryas in LLC (ETV Bharat Odisha)

କୋଣାର୍କ ସୂର୍ଯ୍ୟାସ (ଓଡ଼ିଶା ଟିମ) :-

ଇରଫାନ ପଠାନ (ଅଧିନାୟକ) -ଭାରତ

ୟୁସୁଫ ପଠାନ -ଭାରତ

ଅମ୍ବାତି ରାୟୁଡୁ -ଭାରତ

ବିନୟ କୁମାର -ଭାରତ

ଶାହବାଜ ନଦୀମ -ଭାରତ

ରାଜେଶ ବିଷ୍ଣୋଇ -ଭାରତ

ପ୍ରବୀଣ ତାମ୍ବେ -ଭାରତ

ଦିବେଶ ପଠାନିଆ -ଭାରତ

କେ ଅପ୍ପାନ୍ନା -ଭାରତ

କେଭିନ ଓ'ବ୍ରାଏନ -ଆୟରଲ୍ୟାଣ୍ଡ

ରସ ଟେଲର -ନ୍ୟୁଜିଲାଣ୍ଡ

ଜେସି ରାଇଡର -ନ୍ୟୁଜିଲାଣ୍ଡ

ରିଚାର୍ଡ ଲେଭି -ଦକ୍ଷିଣ ଆଫ୍ରିକା

ନବୀନ ଷ୍ଟେୱାର୍ଟ -ଟ୍ରିନିଡାଡ ଆଣ୍ଡ ଟବାଗୋ

ଫିଡେଲ ଏଡୱାର୍ଡ୍ସ -ୱେଷ୍ଟଇଣ୍ଡିଜ

କ୍ରିଷ୍ଟୋଫର ବର୍ଣ୍ଣୱେଲ -ୱେଷ୍ଟଇଣ୍ଡିଜ

ଦିଲଶାନ ମୁନାୱିରା -ଶ୍ରୀଲଙ୍କା

ବେନ ଲାଫଲିନ -ଅଷ୍ଟ୍ରେଲିଆ

ଏହା ମଧ୍ୟ ପଢ଼ନ୍ତୁ...ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ଟିମ୍‌ ଇଣ୍ଡିଆ ? ଗୃହମନ୍ତ୍ରୀ ଅମିତ ଶାହ ରଖିଲେ ଏମିତି ସର୍ତ୍ତ - Champions Trophy 2025

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.