ETV Bharat / sports

ନ୍ୟାସନାଲ ଓପନ ଆଥଲେଟିକ୍ସ: ଓଡ଼ିଶାକୁ ଦ୍ବିତୀୟ ସ୍ବର୍ଣ୍ଣ ଦେଲେ ରିଲେ ଦଳ; ଦୁଇଟି ଗୋଲ୍ଡ ଜିତି ରେକର୍ଡ କଲେ ଲାଲୁ ପ୍ରସାଦ - National Open Athletics

author img

By ETV Bharat Sports Team

Published : Sep 2, 2024, 5:05 PM IST

National Open Athletics Championship Lalu Prasad Bhoi : ନ୍ୟାସନାଲ ଓପନ ଆଥଲେଟିକ୍ସ ଚାମ୍ପିୟନସିପ୍‌ରେ ଓଡ଼ିଶାକୁ ଦ୍ବିତୀୟ ସ୍ବର୍ଣ୍ଣ ପଦକ । 4X100 ରିଲେ ପୁରୁଷ ଦଳ ଜିତିଲେ ସ୍ବର୍ଣ୍ଣ, ମହିଳା ରିଲେ ଦଳକୁ ବ୍ରୋଞ୍ଜ । ବ୍ୟକ୍ତିଗତ ଇଭେଣ୍ଟ ପରେ ଦ୍ବିତୀୟ ସ୍ବର୍ଣ୍ଣ ଜିତିଲେ କଳାହାଣ୍ଡିର ଲାଲୁ ପ୍ରସାଦ ଭୋଇ । ଅଧିକ ପଢ଼ନ୍ତୁ

National Open Athletics Championship
National Open Athletics Championship (ETV Bharat)

ବେଙ୍ଗାଲୁରୁ (କର୍ଣ୍ଣାଟକ) : 63ତମ ନ୍ୟାସନାଲ ଓପନ ଆଥଲେଟିକ୍ସ ଚାମ୍ପିୟନସିପ୍‌ରେ ଓଡ଼ିଶାକୁ ମିଳିଛି ଦ୍ବିତୀୟ ସ୍ବର୍ଣ୍ଣ ପଦକ ମିଳିଛି । 4X100 ରିଲେ ପୁରୁଷ ବର୍ଗରେ ଓଡ଼ିଶାର ଅମିୟ ମଲ୍ଲିକ, ଅମିମେଶ କୁଜୁର, ଅଭିନାଶ ସାହୁ ଓ ଲାଲୁ ପ୍ରସାଦ ଭୋଇଙ୍କୁ ନେଇ ଗଠିତ ଦଳ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଏହା ପୂର୍ବରୁ ଶନିବାର ରାତିରେ ପୁରୁଷ 100 ମିଟର ଦୌଡ଼ ବ୍ୟକ୍ତିଗତ ଇଭେଣ୍ଟରେ ଲାଲୁ ପ୍ରସାଦ ଯାଦବ ବ୍ୟକ୍ତିଗତ ଶ୍ରେଷ୍ଠ ଟାଇମିଂ (10.34 ସେକେଣ୍ଡ) ସହ ଓଡ଼ିଶା ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଥିଲେ । ଅନ୍ୟପଟେ 4X100 ମହିଳା ରିଲେ ଦଳ ମଧ୍ୟ ଓଡ଼ିଶା ପାଇଁ କାଂସ୍ୟ ପଦକ ହାସଲ କରିଛନ୍ତି ।

ଓଡ଼ିଶାକୁ ଦ୍ବିତୀୟ ସ୍ବର୍ଣ୍ଣ :-

କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଆୟୋଜିତ 63ତମ ନ୍ୟାସନାଲ ଓପନ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଶାକୁ ଦ୍ବିତୀୟ ସ୍ବର୍ଣ୍ଣ ଦେଇଛନ୍ତି 4X100 ପୁରୁଷ ରିଲେ ଦଳ । ଓଡ଼ିଶାର ଅମିୟ ମଲ୍ଲିକ, ଅମିମେଶ କୁଜୁର, ଅଭିନାଶ ସାହୁ ଓ ଲାଲୁ ପ୍ରସାଦ ଭୋଇଙ୍କୁ ନେଇ ଗଠିତ ଦଳ 39.65 ସେକେଣ୍ଡ ସମୟରେ ଲକ୍ଷ୍ୟ ପୂରଣ କରି ପ୍ରଥମ ସ୍ଥାନ ହାସଲ କରିବା ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଅନ୍ୟପଟେ ଏହି ଇଭେଣ୍ଟରେ ରେଳବାଇ ସ୍ପୋର୍ଟ୍ସ ପ୍ରମୋସନ ବୋର୍ଡ ଓ ସର୍ଭିସେସ ସ୍ପୋର୍ଟ୍ସ କଣ୍ଟ୍ରୋଲ ବୋର୍ଡ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ରୌପ୍ୟ ଓ କାଂସ୍ୟ ପଦକ ଜିତିଛନ୍ତି ।

ମହିଳା ରିଲେ ଦଳକୁ କାଂସ୍ୟ :-

4X100 ରିଲେ ଇଭେଣ୍ଟରେ ମହିଳା ବର୍ଗରେ ମଧ୍ୟ ଓଡ଼ିଶାକୁ ମିଳିଛି ପଦକ । ଓଡ଼ିଶାର ଅଲିମ୍ପିଆନ ଶ୍ରାବଣୀ ନନ୍ଦଙ୍କ ନେତୃତ୍ବରେ ମେରିମୁକ୍ତା ସୋରେଙ୍ଗ, ସୁଖି ବାସ୍କେ ଓ ବିନତୀ ବେହେରାଙ୍କୁ ନେଇ ଗଠିତ ଦଳ 4X100 ରିଲେ ଇଭେଣ୍ଟରେ 45.93 ସେକେଣ୍ଡ ସମୟ ନେଇ ଲକ୍ଷ ପୂରଣ କରି ତୃତୀୟ ସ୍ଥାନରେ ରହିଥିଲେ । ଫଳରେ ଓଡ଼ିଶା ପାଇଁ ଏମାନେ କାଂସ୍ୟ ପଦକ ଜିତିଛନ୍ତି । ଏହି ଇଭେଣ୍ଟରେ କର୍ଣ୍ଣାଟକ ରିଲେ ଦଳ (45.21 ସେକେଣ୍ଡ) ଓ ରେଳବାଇ ସ୍ପୋର୍ଟ୍ସ ପ୍ରମୋସନ ବୋର୍ଡ (45.29 ସେକେଣ୍ଡ) ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଛନ୍ତି ।

ଲାଲୁ ପ୍ରସାଦ ଭୋଇ
ଲାଲୁ ପ୍ରସାଦ ଭୋଇ (ETV Bharat Odisha)

2 ଦିନରେ 2ଟି ସ୍ବର୍ଣ୍ଣ ଜିତିଲେ ଲାଲୁ ପ୍ରସାଦ :-

କଳାହାଣ୍ଡିର ଲାଲୁ ପ୍ରସାଦ ଭୋଇ ଓଡ଼ିଶା ପାଇଁ ସ୍ବତନ୍ତ୍ର ଗୌରବ ଆଣିଛନ୍ତି । ସେ 2 ଦିନରେ ଓଡ଼ିଶା ପାଇଁ ଦୁଇଟି ଗୋଲ୍ଡ ମେଡାଲ ଜିତିଛନ୍ତି । ପ୍ରଥମେ ଶନିବାର ରାତିରେ ପୁରୁଷ 100 ମିଟର ଦୌଡ଼ ବ୍ୟକ୍ତିଗତ ଇଭେଣ୍ଟରେ ଲାଲୁ ପ୍ରସାଦ ଯାଦବ ବ୍ୟକ୍ତିଗତ ଶ୍ରେଷ୍ଠ ଟାଇମିଂ (10.34 ସେକେଣ୍ଡ) ସହ ଓଡ଼ିଶା ପାଇଁ ସ୍ବର୍ଣ୍ଣ ପଦକ ଜିତିଥିଲେ । ଏହାପରେ 4X100 ପୁରୁଷ ରିଲେ ଦଳ ସହ ଓଡ଼ିଶାକୁ ଦ୍ବିତୀୟ ସ୍ବର୍ଣ୍ଣ ଜିତାଇଛନ୍ତି ଲାଲୁ ପ୍ରସାଦ ଭୋଇ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡାର ଲାଲୁ ପ୍ରସାଦ ଏକ ନୂଆ ରେକର୍ଡ ମଧ୍ୟ ସ୍ଥାପନ କରିଛନ୍ତି । 100 ମିଟର ଦୂରତାକୁ ସେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହିତ କେବଳ 10.46 ସେକେଣ୍ଡ ସମୟ ନେଇ ପୂରଣ କରିଥିଲେ । ପଙ୍କରୁ ପଦ୍ମ ଫୁଟିବା ପରି ଗରିବ ପରିବାରର ଲାଲୁଙ୍କ ସଫଳତା ଲାଞ୍ଜିଗଡ ଅଞ୍ଚଳର ଗୌରବକୁ ବହୁଗୁଣିତ କରିପାରିଛି । ଶନିବାର ସେ ହାସଲ କରିଥିବା ସଫଳତାକୁ ନେଇ ରବିବାର ଲାଞ୍ଜିଗଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଦ୍ୟାଳୟର ଅଧ୍ୟକ୍ଷ ନିହାରକାନ୍ତ ବିଶ୍ଵାଳ, ଡଃ ମାନସ ରଞ୍ଜନ ରଥ, ଅଧ୍ୟାପକ ବିକ୍ରମ ସ୍ଵାଇଁ, କାଶୀ ବିଶ୍ଵନାଥ ରଣସିଂହ, ଦିଲ୍ଲୀପ କୁମାର ମହନ୍ତ, ଉମାକାନ୍ତ ବେଣୁପାଣି ପ୍ରମୁଖ ଲାଲୁଙ୍କ କୃତିତ୍ଵ ପାଇଁ ଶୁଭେଛା ଜଣାଇବା ସହ ତାଙ୍କର ଉନ୍ନତି କାମନା କରିଥିଲେ । ଅତୀତରେ ଲାଲୁ ଏହି ବିଦ୍ୟାଳୟରୁ ତାଙ୍କର ଜୟଯାତ୍ରା ଆରମ୍ଭ କରିଥିଲେ । ଏହି ସଭାରେ ଲାଲୁଙ୍କ ବାପା କାର୍ତ୍ତିକ ଚନ୍ଦ୍ର ଭୋଇ ଓ ମାଆ ଗୋଲାପୀ ଭୋଇ ମଧ୍ୟ ଉପସ୍ଥିତ ଥିଲେ । ସେମାନେ ପୁଅର ସଫଳତାରେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିବାବେଳେ ସେମାନଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି ।

ଓଡ଼ିଶାର ମେଡାଲ ତାଲିକା :-

ବେଙ୍ଗାଲୁରୁରେ ଆୟୋଜିତ 63ତମ ନ୍ୟାସନାଲ ଓପନ ଦୌଡ଼କୁଦ ପ୍ରତିଯୋଗିତାରେ ବର୍ତ୍ତମାନ ସୁଦ୍ଧା ଓଡ଼ିଶା ଆଥଲେଟମାନଙ୍କ ପ୍ରଦର୍ଶନ ବେଶ ଉଚ୍ଚକୋଟୀର ରହିଛି । ପୁରୁଷ 100 ମିଟର ଦୌଡ଼ ବ୍ୟକ୍ତିଗତ ଇଭେଣ୍ଟରେ ଲାଲୁ ପ୍ରସାଦ ଭୋଇ ଓ 4X100 ପୁରୁଷ ରିଲେ ଦଳ ରାଜ୍ୟ ପାଇଁ ଦୁଇଟି ସ୍ବର୍ଣ୍ଣ ପଦକ ଜିତିଛନ୍ତି । ସେହିଭଳି ଓଡ଼ିଶାର ଅଲିମ୍ପିଆନ ଧାବିକା ଶ୍ରାବଣୀ ନନ୍ଦ ବ୍ୟକ୍ତିଗତ ଓ 4X100 ମହିଳା ରିଲେ ଦଳ ସହ ରାଜ୍ୟ ପାଇଁ ଦୁଇଟି କାଂସ୍ୟ ପଦକ ଜିତିଛନ୍ତି । ଅନ୍ୟପଟେ ପ୍ରଜ୍ଞା ପ୍ରଶାନ୍ତି ସାହୁ ମହିଳା 100 ମିଟର ବାଧାଦୌଡ଼ରେ ରୌପ୍ୟ ପଦକ ହାସଲ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଭୁବନେଶ୍ବରରେ ହେବ Sports Valley : କ୍ରୀଡାମନ୍ତ୍ରୀ - Sports Minister Suryabanshi Suraj

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.