ETV Bharat / sports

ଓଡିଆ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ସସ୍‌ପେଣ୍ଡ; ୨୦୨୪ ପ୍ୟାରିସ୍‌ ପାରା ଅଲିମ୍ପିକ୍ସରେ ଭାଗ ନେଇପାରିବେନି, ଟୋକିଓ ପାରା ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିଥିଲେ - pramod bhagat to miss paralympics

author img

By ETV Bharat Sports Team

Published : Aug 13, 2024, 10:48 AM IST

Updated : Aug 13, 2024, 11:21 AM IST

Paralympian Pramod Bhagat banned for 18 months: ପ୍ରମୋଦ ଭଗତ ସସ୍‌ପେଣ୍ଡ । ୨୦୨୪ ପାରା ଅଲିମ୍ପିକ୍ସରେ ଭାଗ ନେଇପାରିବେନି । ନିଲମ୍ବନ ଆଦେଶ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରମୋଦ । ଅଧିକ ପଢନ୍ତୁ

Para Badminton star pramod bhagat
Para Badminton star pramod bhagat (ETV Bharat Odisha)

ହାଇଦ୍ରାବାଦ: ପ୍ରମୋଦ ଭଗତ ସସ୍‌ପେଣ୍ଡ । ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ନିଲମ୍ବିତ । ୧୮ ମାସ ପାଇଁ ସସ୍‌ପେଣ୍ଡ କଲା ବିଶ୍ବ ବ୍ୟାଡ୍‌ମିଣ୍ଟନ ଫେଡେରେସନ । ଡୋପିଂ ନିରୋଧୀ ନିୟମ ଉଲ୍ଲଂଘନ ଅଭିଯୋଗରେ ନିଲମ୍ବନାଦେଶ । ୨୦୨୪ ପ୍ୟାରିସ୍‌ ପାରା ଅଲିମ୍ପିକ୍ସରେ ଭାଗ ନେଇପାରିବେନି ପ୍ରମୋଦ । ୨୦୨୦ ଟୋକିଓ ପାରା ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିଥିଲେ ପ୍ରମୋଦ ।

ନିଲମ୍ବନ ଆଦେଶ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରମୋଦ (ETV Bharat Odisha)

15 ଦିନ ପରେ ଖେଳିଥାନ୍ତେ ପାରା ଅଲିମ୍ପିକ୍ସ । ହେଲେ ଆଜି ଡୋପ ଟେଷ୍ଟରେ ଫେଲ ହେଇ ପ୍ୟାରିସ ପାରା ଅଲିମ୍ପିକ୍ସ 2024ରୁ ପଡିଲେ ବାଦ । ଓଡିଆ ଷ୍ଟାର ତଥା ଦେଶର ନମ୍ବର-1 ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ 18 ମାସ ପାଇଁ ସସପେଣ୍ଡ ହୋଇଛନ୍ତି ।

ପ୍ରମୋଦ ଭଗତ ସସ୍‌ପେଣ୍ଡ
ପ୍ରମୋଦ ଭଗତ ସସ୍‌ପେଣ୍ଡ (ETV Bharat Odisha)

ଏହା ବି ପଢନ୍ତୁ- ଫାଇନାଲ ମ୍ୟାଚ୍‌ ପୂର୍ବରୁ କେମିତି ବଢ଼ିଲା ଓଜନ ? CAS ଆଗରେ ବଡ଼ ଖୁଲାସା କଲେ ଭିନେଶ ଫୋଗାଟ

2020 ଟୋକିଓ ପାରା ଅଲିମ୍ପିକ୍ସରେ ବ୍ୟାଡମିଣ୍ଟନରେ କମାଲ କରି ସ୍ବର୍ଣ୍ଣ ପଦକ ଜିତିଥିଲେ ପ୍ରମୋଦ । ତେବେ ଗତ 12 ମାସ ମଧ୍ୟରେ ଏହା ପ୍ରମୋଦଙ୍କର ତୃତୀୟ ଟେଷ୍ଟ୍ । ଯେଉଁଥିରେ ସେ ତିନି ଥର ଯାକ ଫେଲ ମାରିଛନ୍ତି ।

ବିଶ୍ବ ବ୍ୟାଡମିଣ୍ଟନ ଫେଡେରେସନ (BWF) ଏହି ଦଣ୍ଡାଦେଶ ତଥା ନିଲମ୍ବନାଦେଶ ଶୁଣାଇଛି । BWF ଆଣ୍ଟି- ଡୋପିଂ ରେଗୁଲେସନ୍ ଆଇନ ଅନୁସାରେ ଏହି ଦଣ୍ଡ ବିଧାନ ହୋଇଛି । ଆଜି (ମଙ୍ଗଳବାର) ଏହି ନିଷ୍ପତ୍ତି ଶୁଣାଇଛି ବିଡବ୍ଲ୍ୟୁଏଫ୍ । ତେବେ ଗତ ମାର୍ଚ୍ଚ 1 ତାରିଖରେ ସିଏସ୍ (Court of Arbitration of Sport) ର ଆଣ୍ଟି- ଡୋପିଂ ଡିଭିଜନ ଡୋପିଂ- ଟେଷ୍ଟ କରି ଜାଣିପାରିଥିଲେ କି, ଏହି ବ୍ୟାଡମିଣ୍ଟନ ଖେଳାଳି ଆଣ୍ଟି-ଡୋପିଂ ଆଇନର ଉଲ୍ଲଙ୍ଘନ କରିଛନ୍ତି ।

'ମୋତେ ବହୁତ ବଡ଼ ଘାତ ମିଳିଛି'

ସସପେଣ୍ଡ ନିର୍ଦ୍ଦେଶ ଆସିବା ପରେ ପ୍ରତିକ୍ରିୟା ରଖି ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ କହିଛନ୍ତି, "ଏହା ଅତ୍ୟନ୍ତ ଦୁଃଖଦ ଖବର । ଛୋଟ ବୈଷୟିକ ତ୍ରୁଟି ପାଇଁ ଏଭଳି କଠୋର ନିଷ୍ପତ୍ତି ନିଆଯାଇଛି । ମୋତେ ବହୁତ ବଡ଼ ଘାତ ମିଳିଛି । ଟୋକିଓ ଅଲିମ୍ପିକ୍ସରେ ମୁଁ ସ୍ବର୍ଣ୍ଣ ପଦକ ଜିତିଥିଲି । ଏଥର ମଧ୍ୟ ସେହି ଆଶା ରଖିଥିଲି । ମୋର କୌଣସି ଭୁଲ ନାହିଁ । ହେଲେ ମୋତେ କଠୋର ଦଣ୍ଡ ମିଳିଛି ।"

ପ୍ରମୋଦ ପାଇଛନ୍ତି ପଦ୍ମଶ୍ରୀ-

ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି ପାରାଲମ୍ପିଆନ ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ । ଏହି ସମ୍ମାନ ତାଙ୍କୁ ଆଗାମୀ ଦିନରେ ପ୍ରେରଣା ଯୋଗାଇବ ବୋଲି କହଥିଲେ । ତା ସହିତ ଏଭଳି ସମ୍ମାନ ଦ୍ବାରା ରାଜ୍ୟ ଓ ଦେଶର ପାରାକ୍ରୀଡ଼ାବିତ୍‌ ଅନ୍ୟ କ୍ରୀଡ଼ାବିତ୍‌ ମଧ୍ୟ ପ୍ରେରଣା ପାଇବେ ବୋଲି କହିଥିଲେ ପଦ୍ମଶ୍ରୀ ପ୍ରମୋଦ ଭଗତ ।

ପାରା ଏସୀୟ କ୍ରୀଡ଼ା ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ସ୍ବର୍ଣ୍ଣ-

ପାରା ଏସୀୟ କ୍ରୀଡ଼ା ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ସ୍ବର୍ଣ୍ଣ ପଦକ ଜିତି ଦେଶ ତଥା ରାଜ୍ୟକୁ ଗୌରାବନ୍ବିତ କରିଛନ୍ତି ଓଡ଼ିଆ ପୁଅ ପ୍ରମୋଦ ଭଗତ । ଏହାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଭଗତଙ୍କୁ ୨ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ସେପଟେ ପ୍ରମୋଦ ସ୍ବର୍ଣ୍ଣ ଜିତିବା ପରେ ତାଙ୍କ ଜନ୍ମ ସ୍ଥାନ ବରଗଡ଼ ଜିଲ୍ଲାର ଅତାବିରାଠାରେ ବିପୁଳ ଉତ୍ସାହ ଦେଖାଦେଇଛି । ଉତ୍ସବମୁଖର ହୋଇପଡିଛି ପୁରା ଅତାବିରା ସହର ।

Last Updated : Aug 13, 2024, 11:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.