ETV Bharat / sports

ଭାରତ ପାଇଁ ଗର୍ବ, କାଜାଖସ୍ଥାନରେ 2 ସ୍ବର୍ଣ୍ଣ ପଦକ ଜିତିଲେ ଓଡ଼ିଆ ଝିଅ - Odia Girl Won Gold Medal

author img

By ETV Bharat Sports Team

Published : Aug 7, 2024, 7:33 AM IST

Odia Girl Won Gold Medal In Kazakhstan: ବିଶ୍ୱସ୍ତରୀୟ ୧୧ତମ ବିଶ୍ଵ ଷ୍ଟ୍ରେନ୍ଥଲିପ୍ଟିଂ ଓ ଇନକ୍ଳାଇନ୍ ବେଞ୍ଚ ପ୍ରେସ୍ ଚମ୍ପିଆନସିପ୍‌ରେ ଓଡ଼ିଆ ଝିଅଙ୍କ କମାଲ । ଦେଶ ପାଇଁ ଆଣିଲେ 2 ଟି ସ୍ବର୍ଣ୍ଣ ପଦକ । ଅଧିକ ପଢନ୍ତୁ

Odia Girl Won Gold Medal In Kazakhstan
Odia Girl Won Gold Medal In Kazakhstan (ETV Bharat Odisha)

ରାଉରକେଲା: ବିଶ୍ୱସ୍ତରୀୟ ଭରୋତ୍ତୋଳନରେ କମାଲ କଲେ ଓଡ଼ିଆ ଝିଅ । ୧୧ତମ ବିଶ୍ଵ ଷ୍ଟ୍ରେନ୍ଥଲିପ୍ଟିଂ ଓ ଇନକ୍ଳାଇନ୍ ବେଞ୍ଚ ପ୍ରେସ୍ ଚମ୍ପିଆନସିପ୍‌ରେ ଦୁଇ ଦୁଇଟି ସ୍ବର୍ଣ୍ଣ ପଦକ ଜିତି ଭାରତକୁ ଗୌରବାନ୍ବିତ କରିଛନ୍ତି ରାଉରକେଲା ଝିଅ ବନାନୀ ବିଶ୍ୱାସ । ଭାରତୀୟ ଦଳ ପାଇଁ ଚୟନ ହୋଇ ପ୍ରଥମ ଥରରେ ଆଣିଛନ୍ତି 2ଟି ଗୋଲ୍ଡ ମେଡାଲ ।

ବିଶ୍ୱସ୍ତରରେ ଓଡ଼ିଆ ଝିଅଙ୍କ କମାଲ:

ପୂର୍ବ କାଜାଖସ୍ଥାନ ପ୍ରଦେଶର କାଉନସିଲ୍ ଅଫ୍ ସ୍ପୋର୍ଟସ ଭେଟେରାନ୍ ଏବଂ ପିଏ ପୂର୍ବ କାଜାଖସ୍ଥାନ ଷ୍ଟ୍ରେନ୍ଥଲିପ୍ଟିଂ ଫେଡେରେଶନ୍ ଦ୍ବାରା କାମେନ୍‌ଗୋରସ୍କଠାରେ ବିଶ୍ୱସ୍ତରୀୟ ୧୧ତମ ବିଶ୍ଵ ଷ୍ଟ୍ରେନ୍ଥଲିପ୍ଟିଂ ଓ ଇନକ୍ଳାଇନ୍ ବେଞ୍ଚ ପ୍ରେସ୍ ଚମ୍ପିଆନସିପ୍ ଆୟୋଜିତ ହୋଇଥିଲା । ଏଥିରେ ଭାରତରୁ ମୋଟ ୫୬ ଜଣ ବିଭିନ୍ନ ବର୍ଗରେ ଅଂଶ ଗ୍ରହଣ କରିଥିଲେ । ରାଉରକେଲା ସହରର ବନାନୀ ବିଶ୍ଵାସ ମଧ୍ୟ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏହି ପ୍ରତିଯୋଗିତାରେ ଚୀନ, ମଙ୍ଗୋଲିଆ, ତାଜାକସ୍ଥାନ ଭଳି 11ଟି ଦେଶର ପ୍ରତିଯୋଗୀ ଭାଗ ନେଇଥିଲେ । ସମସ୍ତଙ୍କୁ ପଛରେ ପକାଇ ବନାନୀ ସିନିଅର–୬୫କେଜି ବର୍ଗରେ ଉଭୟ ଷ୍ଟ୍ରେନ୍ଥଲିପ୍ଟଂ ଓ ଇନକ୍ଳାଇନ୍ ବେଞ୍ଚ ପ୍ରେସ୍‌ରେ ଦୁଇଟି ସ୍ବର୍ଣ୍ଣପଦକ ହାସଲ କରିଛନ୍ତି । ସବ୍ ଜୁନିଅର, ଜୁନିଅର, ସିନିଅର, ମାଷ୍ଟର ୧, ୨, ୩ ଓ ଭିନ୍ନକ୍ଷମ ମହିଳା ଓ ପୁରୁଷଙ୍କ ବର୍ଗରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।

ପଦକ ଜିତିବା ପରେ ବନାନୀଙ୍କ ପ୍ରିତିକ୍ରିୟା:

ଏନେଇ ବନାନୀ ବିଶ୍ୱାସ କହିଛନ୍ତି, "ମୁଁ 65 କେଜି ବର୍ଗରେ 2ଟା ଗେମ ଖେଳିଥିଲି । ଇନକ୍ଳାଇନ୍ ବେଞ୍ଚ ପ୍ରେସ ଓ ଷ୍ଟ୍ରେନ୍ଥଲିପ୍ଟିଂ । 2ଟା ଯାକ ଖେଳରେ ମୁଁ ଗୋଲ୍ଡ ମେଡାଲ ପାଇଛି । କାଜାଖସ୍ଥାନରେ ଆୟୋଜିତ ହୋଇଥିବା ଖେଳରେ ଚାଇନା, ମଙ୍ଗୋଲିଆ, ତାଜାକସ୍ଥାନ ଭଳି 11ଟି ଦେଶର ପ୍ରତିଯୋଗୀ ଭାଗ ନେଇଥିଲେ । ପ୍ରତିଯୋଗିତା ବହୁତ ଟପ୍‌ ଥିଲା । ସ୍ବର୍ଣ୍ଣ ପଦକ ପାଇବା ପରେ ଘର ଲୋକ ବହୁତ ଖୁସି ଅଛନ୍ତି । ଆଗକୁ କମନ୍‌ ୱେଲ୍ଥରେ ଯିବାର ଲକ୍ଷ୍ୟ ଅଛି ।"

ବନାନୀଙ୍କ ଭରୋତ୍ତୋଳନ ଯାତ୍ରା:

ତେବେ ବନାନୀ ରାଉରକେଲାର ସେକ୍ଟର-୭ରେ ଥିବା ରାଉରକେଲା ୟଙ୍ଗ ମ୍ୟାନ ଆସୋସିଏସନ୍ (ରାୟମା)ରେ କୋଚ ତଥା ଗୁରୁ ବାସୁଦେବ ବାନାର୍ଜୀ, ସୁନ୍ଦରଗଡ଼ ୱେଟ ଲିଙ୍କିର ଦିଲେଶ୍ବର ସାହୁ ତଥା କୋଚ୍ ବିଶ୍ୱଜିତ୍ ଶାହଙ୍କଠାରୁ ପ୍ରଶିକ୍ଷଣ ନେଉଛନ୍ତି । ସେ ୨୦୨୨ରେ ପାୱାରଲିପ୍ଟିଂ ଏବଂ ୨୦୨୪ରେ ଷ୍ଟ୍ରେନ୍ଥଲିପ୍ଟିଂ ପ୍ରଶିକ୍ଷଣ ସେକ୍ଟର-୭ ଆରମ୍ଭ କରିଥିଲେ । ପିତା ରେଳବାଇର ଅବସରପ୍ରାପ୍ତ କର୍ମଚାରୀ ଥିଲେ ଏବଂ କୋଏଲନଗର ଏ ବ୍ଲକରେ ସପରିବାର ରହି ସରକାରୀ ଅଟୋନୋମସ୍ କଲେଜରୁ ଇଂରାଜୀ ବିଷୟରେ ସ୍ନାତକ କରିବା ସଙ୍ଗେ ସଙ୍ଗେ ଉକ୍ତ କ୍ରୀଡ଼ାରେ ପ୍ରଶିକ୍ଷଣ ଜାରି ରଖିଛନ୍ତି ।

ଇଟିଭି ଭାରତ, ସୁନ୍ଦରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.