ETV Bharat / sports

ଅଲିମ୍ପିକ୍ସରେ ଭାରତ ବନାମ ପାକିସ୍ତାନ; ନୀରଜଙ୍କ ଫାଇନାଲ ମ୍ୟାଚ, ପିତା ମାତା କହିଲେ, ପ୍ରସ୍ତୁତି ଶେଷ, ଗୋଲ୍ଡ ଆସିବ କିନ୍ତୁ ଭାଗ୍ୟ... - Neeraj Chopra Final Match

author img

By ETV Bharat Sports Team

Published : Aug 8, 2024, 3:18 PM IST

Updated : Aug 8, 2024, 5:22 PM IST

india-vs-pakistan-in-javelin-as-neeraj-chopra-to-fight-against-arshad-nadeem-in-paris Olympics 2024; ଭାରତର ଗୋଲ୍ଡେନ ବୟ ନୀରଜ ଚୋପ୍ରା ଆଜି ଜାଭଲିନ ଥ୍ରୋ ଫାଇନାଲ ମ୍ୟାଚ ଖେଳିବେ । ସମସ୍ତ ଦେଶବାସୀଙ୍କୁ ତାଙ୍କ ମ୍ୟାଚର ଅପେକ୍ଷା ରହିଛି । ଟୋକିଓ 2020 ଚାମ୍ପିଅନ୍ ନୀରଜ ଚୋପ୍ରା ପ୍ୟାରିସ୍‌ରୁ ମଧ୍ୟ ସ୍ବର୍ଣ୍ଣ ଆଣିବେ ବୋଲି 140 କୋଟି ଭାରତୀୟ ଆଶା ରଖିଛନ୍ତି ।

Neeraj Chopra final match
Neeraj Chopra final match (ETV Bharat Odisha)

ପ୍ୟାରିସ (ଫ୍ରାନ୍ସ): ଭାରତର ଗୋଲ୍ଡେନ ବୟ ନୀରଜ ଚୋପ୍ରା ଆଜି (ଗୁରୁବାର) ଜାଭଲିନ ଥ୍ରୋ ଫାଇନାଲ ମ୍ୟାଚ ଖେଳିବେ । ରାତ୍ର 11.40ରେ ହେବ ଏହି ବହୁ ପ୍ରତିକ୍ଷାରତ ମ୍ୟାଚ । ଏଥର ମଧ୍ୟ ଦେଶବାସୀ ନୀରଜଙ୍କଠାରୁ ସ୍ବର୍ଣ୍ଣ ପଦକ ଆଶା ରଖିଛନ୍ତି । ସମସ୍ତ ଦେଶବାସୀ ରାତ୍ର 11.55 ପର୍ଯ୍ୟନ୍ତ ଅପେକ୍ଷା କରିବେ । ପୂର୍ବରୁ 6 ତାରିଖରେ ଗୋଲ୍ଡେନ ବୟ ନୀରଜ 89.34 ମିଟର ଭାଲା ଫିଙ୍ଗି ଏକାଥରକେ ଫାଇନାଲ ଖେଲିବାକୁ ଯୋଗ୍ୟତା ହାସଲ କରିବା ସହିତ ସମସ୍ତଙ୍କଠାରୁ ଅଧିକ ଦୂର ଜାଭଲିନି ଫିଙ୍ଗି ପୁଣି ଟପରେ ରହିଛନ୍ତି । ଗ୍ରୁପ-ବିରେ ରହିଛନ୍ତି ନୀରଜ ଚୋପ୍ରା । ତେବେ ଏହି ଫାଇନାଲରେ ହେବ ଅଲିମ୍ପିକ୍ସରେ ଭାରତ ବନାମ ପାକିସ୍ତାନ । କରାଣ ପାକିସ୍ତାନର ଅରସଦ ନଦିମ 86.59 ମିଟର ଜାଭଲିନ ଥ୍ରୋ କରି ଟପ୍ 12 ମଧ୍ୟରେ ରହିବା ସହିତ ଫାଇନାଲ ଖେଳିବାକୁ ଉତୀର୍ଣ୍ଣ ହୋଇଛନ୍ତି ।

ନୀରଜ ଚୋପ୍ରାଙ୍କ ପିତା ମାତାଙ୍କ ବୟାନ (ETV Bharat Odisha)

ପାକିସ୍ତାନୀ କ୍ରିକେଟର କହିଲେ ଆମେ ଜିତିବୁ ଗୋଲ୍ଡ-

ପାକିସ୍ତାନ କ୍ରିକେଟ ବୋର୍ଡ ତାର ଅଫିସିଆଲ ଟ୍ବିଟର ହ୍ୟାଣ୍ଡେଲରେ ଏକ ଭିଡିଓ ପୋଷ୍ଟ କରିଛି । ଯେଉଁଥିରେ ଏକାଧିକ କ୍ରିକେଟର ତାଙ୍କ ଦେଶର ଜାଭଲିନ ଥ୍ରୋୟର ଅରସଦଙ୍କୁ ଓ୍ବିସ୍ କରିବା ସହିତ ଆମେ ଗୋଲ୍ଡ ଜିତିବୁ ବୋଲି କହିଛନ୍ତି ।

ମ୍ୟାଚକୁ ସକାଳୁ ଅପେକ୍ଷା-

ନୀରଜ ଚୋପ୍ରାଙ୍କ ବାପା ସତୀଶ ଚୋପ୍ରା କହିଛନ୍ତି କି, "ମ୍ୟାଚ ପାଇଁ ଆମେ ବହୁତ ଉତ୍ସାହିତ । ରାତ୍ର 11.55 ମିନିଟକୁ ସମସ୍ତଙ୍କୁ ଅପେକ୍ଷା । ଯେତେବେଳେ ରାତ୍ରରେ ନୀରଜ ପଡିଆକୁ ଓହ୍ଲାଇବେ ଦେଶବାସୀଙ୍କ ନଜର ତାଙ୍କ ପୁଅ ନୀରଜଙ୍କ ଉପରେ ରହିବ । ନୀରଜ ପୁରା ଜି ଜାନ ଲଗାଇ ଦେବେ ।" ସେ ପୁଣି କହିଛନ୍ତି, ରାତ୍ରର ମ୍ୟାଚ ପାଇଁ ଏଲଇଡି ସ୍କ୍ରିନ ଲାଗିବ ।

ଏହା ବି ପଢନ୍ତୁ- ପ୍ୟାରିସ ଅଲିମ୍ପିକ୍ସ: ଫେଲ ମାରିଲେ ଓଡ଼ିଆ ପୁଅ କିଶୋର ଜେନା; ଗୋଟିଏ ଥ୍ରୋ'ରେ ଫାଇନାଲରେ ପ୍ରବେଶ କଲେ ନୀରଜ ଚୋପ୍ରା - Paris Olympics 2024

ପୁଅ ସମସ୍ତ ପ୍ରସ୍ତୁତି କରିଛି-

ନୀରଜ ଚୋପ୍ରଙ୍କ ମା' ସରୋଜା ଦେବୀ କହିଛନ୍ତି କି, "ମୋ ପୁଅ ସମସ୍ତ ପ୍ରସ୍ତୁତି ଶେଷ କରିଛି । ନୀରଜଙ୍କ ଠାରୁ ସମସ୍ତଙ୍କ ଗୋଲ୍ଡ ଆଶା ରହିଛି । ତେବେ ମ୍ୟାଚ ସମୟରେ ଜଣାପଡିବ କି ଭାଗ୍ୟ ସାଥ ଦେଉଛି କି ନାହିଁ । ଘରର ମାହୋଲ ବହୁତ ବଢିଆ ରହିଛି ।"

ଅଲିମ୍ପିକ୍ସରେ ନୀରଜଙ୍କ କମାଲ-

ଭାରତର ସୁନା ପୁଅ ନୀରଜ ଚୋପ୍ରା ପ୍ରଥ ଥ୍ରୋ'ରେ ହିଁ କମାଲ କରିଛନ୍ତି । ସେ 89.35 ମିଟର ଦୂରକୁ ଜାଭେଲିନ ଫିଙ୍ଗି ସିଧାସଳଖ ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ନୀରଜ 89.34 ମିଟର ଦୂରକୁ ଜାଭେଲିନ ଫିଙ୍ଗି ନିଜର ଅଲିମ୍ପିକ୍ସ କ୍ୟାରିୟରର ଶ୍ରେଷ୍ଠ ଥ୍ରୋ କରିଛନ୍ତି । ପୁରୁଷ ଜାଭେଲିନ୍ ଥ୍ରୋ ଇଭେଣ୍ଟର ଯୋଗ୍ୟତା ପର୍ଯ୍ୟାୟରେ ଭାରତର ସୁନା ପୁଅ ନୀରଜ ଚୋପ୍ରା ନିଜ ପ୍ରଥମ ପ୍ରୟାସରେ ହିଁ 89.34 ମିଟର ଦୂରକୁ ଚମତ୍କାର ଥ୍ରୋ କରିଥିଲେ । ଫଳସ୍ୱରୂପ, ସେ ସହଜରେ ଯୋଗ୍ୟତା ମାର୍କ ଅତିକ୍ରମ କରି କ୍ରମାଗତ ଦ୍ବିତୀୟ ଥର ପାଇଁ ଅଲିମ୍ପିକ୍ସ ଫାଇନାଲରେ ପ୍ରବେଶ କରିଛନ୍ତି ।

Last Updated : Aug 8, 2024, 5:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.