ETV Bharat / sports

'ଯୁବରାଜ ସିଂହଙ୍କୁ ଭାରତ ରତ୍ନ ମିଳୁ, ଧୋନି ତାଙ୍କ କ୍ୟାରିୟର ନଷ୍ଟ କରିଦେଲେ' - Yograj Singh on MS Dhoni

author img

By ETV Bharat Sports Team

Published : Sep 2, 2024, 1:44 PM IST

Yograj Singh On Yuvraj Singh and MS Dhoni : ଯୁବରାଜ ସିଂହ କର୍କଟ ରୋଗରେ ପୀଡିତ ଥାଇ ମଧ୍ୟ ଦେଶ ପାଇଁ ଖେଳି ଦେଶକୁ ଜିତାଇଥିଲେ ବିଶ୍ବକପ୍‌ । ସେଥିପାଇଁ ତାଙ୍କୁ ଭାରତ ରତ୍ନ ମିଳିବା ଉଚିତ ବୋଲି କହିଛନ୍ତି ଯୁବରାଜଙ୍କ ବାପା ଯୋଗରାଜ ସିଂହ । ଏମଏସ ଧୋନିଙ୍କୁ ପୁଣି କଲେ ଟାର୍ଗେଟ । ଅଧିକ ପଢ଼ନ୍ତୁ

Yuvraj Singh and MS Dhoni
Yuvraj Singh and MS Dhoni (IANS Photo)

ନୂଆଦିଲ୍ଲୀ : 'ଯୁବରାଜ ସିଂହ କ୍ୟାନ୍ସରରେ ପୀଡ଼ିତ ଥାଇ ମଧ୍ୟ ଦେଶ ପାଇଁ ଖେଳି ଦେଶକୁ ବିଶ୍ବକପ୍‌ ଜିତାଇଛନ୍ତି । ସେଥିପାଇଁ ଭାରତ ସରକାର ତାଙ୍କୁ ଭାରତ ରତ୍ନ ଦେବା ଉଚିତ । ହେଲେ ଧୋନି କରିଛନ୍ତି ଅକ୍ଷମଣୀୟ ଅପରାଧ । ତାଙ୍କୁ କେବେ ବି କ୍ଷମା କରାଯିବ ନାହିଁ । ସେ ଯୁବରାଜଙ୍କ କ୍ୟାରିୟର ନଷ୍ଟ କରି ଦେଇଛନ୍ତି ।' ଏକଥା ଆମେ କହୁନୁ, କହିଛନ୍ତି ପୂର୍ବତନ କ୍ରିକେଟର ତଥା ଯୁବରାଜ ସିଂହଙ୍କ ବାପା ଯୋଗରାଜ ସିଂହ । ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ମଧ୍ୟ ଏଭଳି ଅନେକ ଥର ଧୋନିଙ୍କୁ କଡ଼ା ସମାଲୋଚନା କରିଛନ୍ତି ଯୁବରାଜଙ୍କ ବାପା ।

ଯୁବରାଜଙ୍କ ବାପା ଯୋଗରାଜଙ୍କ ଅଭିଯୋଗ ହେଉଛି, ଜାତୀୟ ପୁରୁଷ ଦଳରେ ଏକାଠି ଥିବା ସମୟରେ ଧୋନି ତାଙ୍କ ପୁଅ (ଯୁବରାଜ)ଙ୍କ ଜୀବନକୁ କଷ୍ଟସାଧ୍ୟ କରିଦେଇଥିଲେ । 66 ବର୍ଷୀୟ ଯୋଗରାଜ କହିଛନ୍ତି ଯେ କର୍କଟ ରୋଗରୁ ଭଲ ହେବା ପରେ ଯୁବରାଜ ଏକ ସ୍ମରଣୀୟ ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ତାଙ୍କୁ କ୍ରିକେଟରେ ଦ୍ବିତୀୟ ପାଳିର ଆବଶ୍ୟକତା ଥିଲା, ଯାହା ସେ ପାଇ ନଥିଲେ । ଯୁବରାଜ ଦଳ ପାଇଁ ଆହୁରି ଅଧିକ ଯୋଗଦାନ ଦେଇଥାନ୍ତେ, ହେଲେ ଧୋନିଙ୍କ କାରଣରୁ ଯୁବରାଜଙ୍କୁ ଅଧିକ ସୁଯୋଗ ମିଳିଲା ନାହିଁ ଓ ସେ ଶୀଘ୍ର ଅବସର ନେଇଗଲେ ।

ମୋ ପୁଅର କ୍ୟାରିୟର ବର୍ବାଦ କରିଛନ୍ତି ଧୋନି : ଯୋଗରାଜ

ଏକ ୟୁଟ୍ୟୁବ ଚ୍ୟାନେଲରେ ଯୋଗରାଜ କହିଛନ୍ତି, "ମୁଁ ଏମଏସ୍‌ ଧୋନିଙ୍କୁ କେବେ ବି କ୍ଷମା କରିବି ନାହିଁ । ସେ ନିଜକୁ ଥରେ ଆଇନାରେ ଦେଖିବା ଉଚିତ୍ । ସେ ଜଣେ ପ୍ରତିଷ୍ଠିତ କ୍ରିକେଟର, ତେଣୁ ମୁଁ ତାଙ୍କୁ ସାଲ୍ୟୁଟ କରୁଛି । କିନ୍ତୁ ସେ ମୋ ପୁଅ ସହ ଯାହା କରିଛନ୍ତି, ତାହା ଠିକ ନୁହେଁ । ବର୍ତ୍ତମାନ ସବୁକିଛି ବାହାରକୁ ଆସୁଛି ଏବଂ ଏହାକୁ କେବେବି କ୍ଷମା କରାଯାଇପାରିବ ନାହିଁ । ମୋ ପୁଅ ଆଉ 4-5 ବର୍ଷ ଖେଳିଥାନ୍ତେ, ହେଲେ ସେ ମୋ ପୁଅର ଜୀବନକୁ ନଷ୍ଟ କରିଦେଲେ ।"

'ଯୁବରାଜଙ୍କୁ ମିଳୁ ଭାରତ ରତ୍ନ' : ଯୋଗରାଜ

ଯୁବରାଜଙ୍କ ପରି ଏକ ପୁଅ ସମସ୍ତଙ୍କ ଘରେ ଜନ୍ମ ହୁଅନ୍ତୁ । ଆଉ ଜଣେ ଯୁବରାଜ ସିଂହ ଭାରତୀୟ କ୍ରିକେଟକୁ ଆସିବେ ନାହିଁ ବୋଲି ଗୌତମ ଗମ୍ଭୀର ଏବଂ ବୀରେନ୍ଦ୍ର ସେହୱାଗ କହିଛନ୍ତି । କର୍କଟ ରୋଗରେ ପୀଡ଼ିତ ଥିବା ସତ୍ତ୍ୱେ ସେ ଖେଳି ଦେଶ ପାଇଁ ବିଶ୍ୱକପ ଜିତିଥିଲେ । ଏହି କାରଣରୁ ଭାରତ ସରକାର ତାଙ୍କୁ 'ଭାରତ ରତ୍ନ' ଦେବା ଉଚିତ୍ ।

'ଧୋନି ମୋର ଘନିଷ୍ଠ ବନ୍ଧୁ ନୁହଁନ୍ତି' : ଯୁବରାଜ

ଅନ୍ୟପଟେ 'ରଣବୀର ଆହ୍ଲାବାଦିଆ'ଙ୍କ ପୋଡକାଷ୍ଟରେ ପୂର୍ବରୁ ଏକ ସାକ୍ଷାତକାରରେ ଯୁବରାଜ ସିଂହ କହିଥିଲେ, "ମୁଁ ଏବଂ ମାହି (ମହେନ୍ଦ୍ର ସିଂ ଧୋନି) ଘନିଷ୍ଠ ବନ୍ଧୁ ନୋହୁଁ । କ୍ରିକେଟ୍ କାରଣରୁ ଆମେ ବନ୍ଧୁ ଥିଲୁ, ଆମେ ଏକାଠି ଖେଳୁଥିଲୁ । ମୋର ଜୀବନଶୈଳୀ ତାଙ୍କଠାରୁ ବହୁତ ଅଲଗା ଥିଲା, ତେଣୁ ଆମେ କେବେ ବି ଘନିଷ୍ଠ ବନ୍ଧୁ ନଥିଲୁ, କେବଳ କ୍ରିକେଟ୍ ଯୋଗୁଁ ଆମେ ବନ୍ଧୁ ଥିଲୁ ।"

କର୍କଟ ରୋଗରେ ପୀଡ଼ିତ ଥାଇ ବିଶ୍ବକପ୍‌ ଜିତାଇଥିଲେ ଯୁବରାଜ :-

ପ୍ରକାଶ ଥାଉ, ଯୁବରାଜ ଏବଂ ଧୋନି ଭାରତ ପାଇଁ ଏକାଠି 273 ମ୍ୟାଚ୍ ଖେଳି ସମସ୍ତ ଫର୍ମାଟରେ ଅନେକ ସ୍ମରଣୀୟ ଭାଗିଦାରୀ କରିଛନ୍ତି । ଯେତେବେଳେ 2007 ଟି20 ବିଶ୍ବକପ ସମୟରେ ଯୁବରାଜ ଗୋଟିଏ ଓଭରରେ 6ଟି ଛକା ମାରିଥିଲେ, ସେତେବେଳେ ଧୋନି ନନ-ଷ୍ଟ୍ରାଇକର ଭାବରେ କ୍ରିଜରେ ଉପସ୍ଥିତ ଥିଲେ । 2011ରେ ଯେତେବେଳେ ଧୋନି ଚମତ୍କାର ଛକା ମାରି ଭାରତକୁ ଦିନିକିଆ ବିଶ୍ୱକପ ଜିତିବାରେ ସାହାଯ୍ୟ କରିଥିଲେ, ସେତେବେଳେ ଯୁବରାଜ ନନ-ଷ୍ଟ୍ରାଇକର ଭାବେ କ୍ରିଜ୍‌ରେ ଥିଲେ । 2011 ଦିନିକିଆ ବିଶ୍ବକପ୍‌ର ପ୍ଲେୟାର ଅଫ୍ ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଥିବା ଯୁବରାଜ ସିଂହ କର୍କଟ ରୋଗରେ ପୀଡିତ ଥିଲେ ବୋଲି ମଧ୍ୟ ଜଣାପଡ଼ିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଧୋନି-କୋହଲି ବନ୍ଧୁ ନୁହଁନ୍ତି; ଉଭୟଙ୍କ ସମ୍ପର୍କ ନେଇ ବଡ଼ କଥା କହିଲେ ଧୋନି.. - MS Dhoni Relationship With Kohli

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.