ETV Bharat / sports

ଧୋନି-କୋହଲି ବନ୍ଧୁ ନୁହଁନ୍ତି; ଉଭୟଙ୍କ ସମ୍ପର୍କ ନେଇ ବଡ଼ କଥା କହିଲେ ଧୋନି.. - MS Dhoni Relationship With Kohli - MS DHONI RELATIONSHIP WITH KOHLI

MS Dhoni Relationship With Virat Kohli : ଧୋନି ନିଜେ ବିରାଟ କୋହଲିଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ଏକ ବଡ଼ ବିବୃତ୍ତି ଦେଇଛନ୍ତି । ସେମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବନ୍ଧୁତା ବୋଲି କହିନାହାନ୍ତି ଧୋନି । ଅଧିକ ପଢ଼ନ୍ତୁ

MS Dhoni and Virat Kohli
MS Dhoni and Virat Kohli (ETV Bharat)
author img

By ETV Bharat Sports Team

Published : Sep 1, 2024, 6:46 PM IST

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବିଜୁଳି ବେଗରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଧୋନି ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ କହୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓରେ ବିରାଟ କୋହଲିଙ୍କୁ ତାଙ୍କର ବନ୍ଧୁ ବୋଲି କହିନାହାନ୍ତି ଏମଏସ ଧୋନି ।

ଧୋନି ଓ କୋହଲିଙ୍କ ମଧ୍ୟରେ କଣ ସମ୍ପର୍କ ? :-

ଏକ ଇଭେଣ୍ଟରେ ବିରାଟ କୋହଲିଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଏମଏସ ଧୋନିଙ୍କୁ ପଚରାଯାଇଥିଲା । ତା’ପରେ ଧୋନି ଉତ୍ତର ଦେଲେ, "ଆମେ 2008-09 ଠାରୁ ଏକାଠି ଖେଳିଛୁ । ଆମ ଦୁହିଁଙ୍କ ମଧ୍ୟରେ ବୟସରେ ବଡ଼ ପାର୍ଥକ୍ୟ ଅଛି, କିନ୍ତୁ ମୁଁ ତାଙ୍କ ବଡ ଭାଇ ପରି । କିମ୍ବା ଆପଣ ଏହି ସମ୍ପର୍କକୁ ଯାହା ବି ନାଁ ଦେଇପାରନ୍ତି । ଆମେ ଦୀର୍ଘ ଦିନ ଧରି ଭାରତ ପାଇଁ ଖେଳିଥିବା ସହକର୍ମୀ । ବିଶ୍ୱ କ୍ରିକେଟର ଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରୁ ଜଣେ ହେଉଛନ୍ତି କୋହଲି ।"

ଧୋନୀଙ୍କ ପରେ କୋହଲି ହୋଇଥିଲେ ଭାରତର ଅଧିନାୟକ :-

ବାସ୍ତବରେ, ଯେତେବେଳେ ଧୋନି ଟିମ୍ ଇଣ୍ଡିଆର ଅଧିନାୟକତ୍ୱ ଛାଡିଥିଲେ, ସେତେବେଳେ ବିରାଟ କୋହଲିଙ୍କୁ ଅଧିନାୟକ କରାଯାଇଥିଲା ।ଯେତେବେଳେ ବିରାଟ କୋହଲିଙ୍କ କ୍ୟାରିୟରରେ ଅନେକ ଉତ୍ଥାନ-ପତନ ଘଟିଥିଲା, ଏହି ଅବଧିରେ କେବଳ ଧୋନି ତାଙ୍କ ସହ କଥା ହୋଇ ତାଙ୍କୁ ସହାନୁଭୂତି ଦେଖାଇଥିବା ନିଜେ କୋହଲି ସ୍ବୀକାର କରିଥିଲେ ।

ବିରାଟ କୋହଲି ଟି20 ବିଶ୍ବକପ 2024 ଫାଇନାଲରେ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଇନିଂସ୍‌ ଖେଳି ଦଳର 11 ବର୍ଷର ଅପେକ୍ଷାର ଅନ୍ତ ଘଟାଇ ଆଇସିସି ଟ୍ରଫି ଜିତାଇବାରେ ସାହାଯ୍ୟ କରିଥିଲେ । ଏହାପରେ ବିରାଟ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ଆଖିଦୃଶିଆ ପ୍ରଦର୍ଶନ କରିପାରି ନଥିଲେ । ଏବେ ସେ 19 ସେପ୍ଟେମ୍ବରରୁ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ପୁଣି ଆକ୍ସନକୁ ଆସିବେ ।

ଏହା ମଧ୍ୟ ପଢ଼ନ୍ତୁ...8 ଦିନରେ ଅବସର ନେଲେଣି 5 କ୍ରିକେଟର; ବିଶ୍ବ କ୍ରିକେଟରେ ଚାଲିଛି ଅବସର ସପ୍ତାହ ! - Recently Retire Cricketers

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.