ETV Bharat / sports

IPLର ଦିନକ ପୂର୍ବରୁ ବଦଳିଲେ CSK ଅଧିନାୟକ, ପଦ ଛାଡି଼ଲେ ଧୋନି - MS Dhoni Steps Down AS CSK Captain

author img

By ETV Bharat Odisha Team

Published : Mar 21, 2024, 4:42 PM IST

Updated : Mar 21, 2024, 5:11 PM IST

IPL 2024: ଆପିଏଲ ୨୦୨୪ ମ୍ୟାଚ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଦଳର ଅଧିନାୟକ ପଦ ଛାଡ଼ିଲେ ମହେନ୍ଦ୍ର ସିଂହ ଧୋନି ।

ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ପଦ ଛାଡ଼ିଲେ ଧୋନି

ହାଇଦ୍ରାବାଦ: ଆସନ୍ତାକାଲି ଆରମ୍ଭ ହେବାକୁ ଯାଉଛି ଲୋକପ୍ରିୟ ଟି-20 ଟୁର୍ଣ୍ଣାମେଣ୍ଟ ଆପିଏଲ ୨୦୨୪ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଚେନ୍ନାଇ ସୁପର କିଙ୍ଗ୍ସକୁ ଲାଗିଛି ବଡ ଝଟକା । ମ୍ୟାଚ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଦଳର ଅଧିନାୟକ ପଦ ଛାଡ଼ିଲେ ମହେନ୍ଦ୍ର ସିଂହ ଧୋନି । ଚଳିତ ଆପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଭାର ସମ୍ଭାଳିବେ ଋତୁରାଜ ଗାଇକ୍ବାଡ ।

ମାର୍ଚ୍ଚ 22 ବା ଆସନ୍ତକାଲିଠାରୁ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲର 17ତମ ସିଜନ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ପଦ ଛାଡ଼ିଛନ୍ତି ଧୋନି । କାଲି ଚେନ୍ନାଇ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ରଲାୟ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଖେଳିବାକୁ ଯାଉଛି । ଏହି ମ୍ୟାଚ ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାୟିବ। ଧୋନିଙ୍କ ନେତୃତ୍ବରେ ଗତବର୍ଷ ଟିମ ଗୁଜୁରାଟ ଜାଏଣ୍ଟସକୁ ଫାଇନାଲ ମ୍ୟାଚରେ ପରାସ୍ତ କରି ଟାଇଟଲ ନିଜ ନାମରେ କରିଥିଲା ।

ଏହା ବି ପଢନ୍ତୁ- ଇଣ୍ଡିଆନ ପ୍ରିମିୟର ଲିଗ୍, ଚଳିତ ସିଜିନ ଖେଳିବେ ନାହିଁ ଏହି ସବୁ ଖେଳାଳି - IPL 2024

ତେବେ ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ମଧ୍ୟ ସିଏସକେ କ୍ୟାପ୍ଟେନ୍ସିରେ ପରିବର୍ତ୍ତନ କରାଯାଇଛି । ଟିମ ମ୍ୟାନେଜମେଣ୍ଟ ପୂର୍ବରୁ ଧୋନିଙ୍କ ବଦଳରେ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ କ୍ୟାପ୍ଟେନ୍ସି ଭାର ହସ୍ତାନ୍ତର କରିଥିଲା । ହେଲେ ଜାଡେଜାଙ୍କ ନେତୃତ୍ବରେ ଟିମ ଭଲ ପ୍ରଦର୍ଶନ କରିପାରିନଥିବାରୁ ଟୁର୍ଣ୍ଣାମେଣ୍ଟର ଅଧାରେ ହିଁ ସେ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ଧୋନି ପୁଣି ଥରେ କ୍ୟାପ୍ଟେନ୍ସି ସମ୍ଭାଳିଥିଲେ । ଗତବର୍ଷ ଟିମ ପଞ୍ଚମ ଥର ଲାଗି ଆଇପିଏଲ ଟ୍ରଫି ଜିତିଥିଲା ।

ଋତୁରାଜ ଗାଇକ୍ବାଡ CSK କ୍ୟାପ୍ଟେନ:- ଚେନ୍ନାଇ ସୁପର କିଙ୍ଗସର ନୂଆ ଅଧିନାୟକ ହୋଇଛନ୍ତି ଋତୁରାଜ ଗାଇକ୍ବାଡ । ଏଯାବତ ଗାଇକ୍ବାଡ ଚେନ୍ନାଇ ପାଇଁ 3ଟି ସିଜନ ଖେଳିଛନ୍ତି । ସେ 2020ରେ ଡେବ୍ୟୁ କରିଥିବା ବେଳେ ପ୍ରଥମ ସିଜନରେ 6ଟି ମ୍ୟାଚ୍‌ ଖେଳିଥିଲେ । 2021ରେ ତାଙ୍କୁ ପୁରା ସିଜନ ଖେଳିବା ଲାଗି ସୁଯୋଗ ମିଳିଥିଲା । ସେ ଏହି ସିଜନରେ ଗୋଟିଏ ଶତକ ଓ 4ଟି ଅର୍ଦ୍ଧଶତକ ସହିତ ମୋଟ 635 ରନ କରିଥିଲେ । 2022ରେ ଗାଇକ୍ବାଡଙ୍କ ବ୍ୟାଟରୁ 368 ରନ୍‌ ଆସିଥିଲା । ଗତବର୍ଷ ସେ 16ଟି ମ୍ୟାଚ ଖେଳି ମୋଟ 590 ରନ କରିଥିବା ବେଳେ ଟିମ ଚମ୍ପିଆନ ହୋଇଥିଲା । ଗାଇକ୍ବାଡ ଏଯାବତ ଆଇପିଏଲରେ 52ଟି ମ୍ୟାଚ ଖେଳିଥିବା ବେଳେ 1797 ରନ କରିଛନ୍ତି । ତାଙ୍କ ଷ୍ଟ୍ରାଇକ ରେଟ୍‌ ରହିଛି 135 ।

ଧୋନିଙ୍କ କ୍ୟାପ୍ଟେନ୍ସି ରେକର୍ଡ:- ମହେନ୍ଦ୍ର ସିଂହ ଧୋନି ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଚେନ୍ନାଇ ସୁପର କିଙ୍ଗ୍ସକୁ ୫ଟି ଟାଇଟଲ ଦେଇଥିଲେ । ଧୋନି ବର୍ତ୍ତମାନ ନୂତନ ଖେଳାଳୀଙ୍କୁ ଦଳ ପାଇଁ କିପରି ଖେଳିବେ ସେନେଇ ମାର୍ଗ ଦର୍ଶନ ଦେବେ । ଧୋନି ସିଏସକେ ଅଧିନାୟକ ଭାବେ 10 ଥର ଫାଇନାଲ ମ୍ୟାଚ ଖେଳିଛନ୍ତି । ଧୋନିଙ୍କ ନେତୃତ୍ବରେ ଚେନ୍ନାଇ 2010, 2022, 2018, 2021 ଓ 2023ରେ ଚମ୍ପିଆନ ହୋଇଛି । ସେହିପରି 2008, 2012, 2013, 2015 ଓ 2019ରେ ଟିମ ଫାଇନାଲ ପର୍ଯ୍ୟନ୍ତ ପହଞ୍ଚିଛି ।

Last Updated : Mar 21, 2024, 5:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.