ETV Bharat / sports

ଆଇପିଏଲ୍ ୨୦୨୪: ବିପଦରେ ରୈନାଙ୍କ ରେକର୍ଡ, ଭାଙ୍ଗିବେ ରୋହିତ-ଧୋନି ! - IPL 2024

author img

By ETV Bharat Odisha Team

Published : Apr 14, 2024, 8:27 PM IST

MI vs CSK: ଆଇପିଏଲ୍‌ ୨୦୨୪ରେ ମୁମ୍ବାଇ ବନାମ ଚେନ୍ନାଇ ମ୍ୟାଚ୍‌ରେ ସବୁଠାରୁ ଅଧିକ ରନ କରିବାର ରେକର୍ଡ ରହିଛି ପୂର୍ବତନ ବାମହାତି ବ୍ୟାଟର ସୁରେଶ ରୈନାଙ୍କ ନାମରେ । ହେଲେ ଆଜି ଏହି ରେକର୍ଡ ଭାଙ୍ଗି ପାରନ୍ତି ରୋହିତ ଶର୍ମା ଓ ମହେନ୍ଦ୍ର ସିଂ ଧୋନି । ଅଧିକ ପଢ଼ନ୍ତୁ

MI vs CSK
MI vs CSK

ମୁମ୍ବାଇ: ଆଜି ଆଇପିଏଲ୍‌ ୨୦୨୪ରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି ଏହି ଟୁର୍ଣ୍ଣାମେଣ୍ଟର ଦୁଇ ସଫଳତମ ଦଳ ଚେନ୍ନାଇ ସୁପରକିଙ୍ଗସ୍‌ ଓ ମୁମ୍ବାଇ ଇଣ୍ଡିଆନ୍ସ । ଏହି ମ୍ୟାଚ୍‌କୁ ଆଇପିଏଲ୍‌ର EL CLASICO ମଧ୍ୟ କୁହାଯାଏ, କାରଣ ଏହି ଦୁଇ ଟିମ୍‌ ମଧ୍ୟରେ ସବୁବେଳେ କଡ଼ା ଟକ୍କର ଦେଖିବାକୁ ମିଳିଥାଏ । ଏହି ମ୍ୟାଚ୍‌ରେ ମଧ୍ୟ ସମସ୍ତଙ୍କ ନଜର ଟୁର୍ଣ୍ଣାମେଣ୍ଟର ଦୁଇ ସଫଳତମ ଅଧିନାୟକ ରୋହିତ ଶର୍ମା ଓ ଏମ୍‌ଏସ୍‌ ଧୋନିଙ୍କ ଉପରେ ରହିବ । କାରଣ ଏହି ଦୁଇ ଭେଟେରାନ ଆଇପିଏଲ୍‌ରେ ଏକାଧିକ କୀର୍ତ୍ତିମାନ କରିବାରୁ ମାତ୍ର କିଛି ଦୂରରେ ରହିଛନ୍ତି ।

ଭାଙ୍ଗିବ ସୁରେଶ ରୈନାଙ୍କ ରେକର୍ଡ !: MI ବନାମ CSK ମ୍ୟାଚ୍‌ ଇତିହାସରେ ସର୍ବାଧିକ ରନ୍‌ ସ୍କୋର କରିବାର ରେକର୍ଡ ଚେନ୍ନାଇ ସୁପରକିଙ୍ଗସ୍‌ର ପୂର୍ବତନ ବାମହାତୀ ବ୍ୟାଟର ସୁରେଶ ରୈନାଙ୍କ ନାମରେ ଅଛି । ସେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୩୨ ମ୍ୟାଚ୍‌ରୁ ୨୮.୩୦ ହାରରେ ମୋଟ ୭୩୬ ରନ ସଂଗ୍ରହ କରିଛନ୍ତି । ହେଲେ ଏହି ରେକର୍ଡ ଏବେ ବିପଦରେ ଅଛି । ଏହି ରେକର୍ଡ ଭାଙ୍ଗିବାକୁ ରୋହିତ ଶର୍ମା ଏବଂ ଏମଏସ୍‌ ଧୋନି ଅତି ନିକଟତର ହୋଇଛନ୍ତି । ଆଜିର ମ୍ୟାଚରେ ହଁ ଏହି ଦୁଇ ବ୍ୟାଟର ରୈନାଙ୍କ ଏହି ରେକର୍ଡ ଭାଙ୍ଗିବେ ବୋଲି ଆଶା କରାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ...ଆଇପିଏଲ ୨୦୨୪: ହୋମ୍‌ ଗ୍ରାଉଣ୍ଡରେ ଲକ୍ଷ୍ନୌକୁ ୮ ୱିକେଟରେ ମାତ ଦେଲା କୋଲକାତା - IPL 2024

୫ ରନ ଦୂରରେ ହିଟ୍‌ମ୍ୟାନ୍‌: ମୁମ୍ବାଇ ବନାମ ଚେନ୍ନାଇ ମ୍ୟାଚ୍‌ ଇତିହାସରେ ସର୍ବାଧିକ ରନ୍‌ ସ୍କୋରର୍‌ ହେବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟର ରୋହିତ ଶର୍ମାଙ୍କୁ ଆଉ ମାତ୍ର ୫ ରନ୍‌ ଆବଶ୍ୟକ । ଏବେ ରୋହିତ ଏହି ତାଲିକାରେ ରୈନାଙ୍କ ପରେ ୨ୟ ସ୍ଥାନରେ ରହିଛନ୍ତି । ରୋହିତ ଚେନ୍ନାଇ ବିପକ୍ଷରେ ଖେଳି ୨୮.୧୫ ହାରରେ ଏବେ ସୁଦ୍ଧା ୭ ଅର୍ଦ୍ଧଶତକ ସହ ୭୩୨ ରନ ସଂଗ୍ରହ କରିଛନ୍ତି । ତେଣୁ ସେ ରୈନାଙ୍କ ରେକର୍ଡ ଭାଙ୍ଗିବା ପାଇଁ ଆଉ ୫ ରନ ପଛରେ ରହିଛନ୍ତି ।

ଧୋନୀଙ୍କୁ ଆବଶ୍ୟକ ୨୫ ରନ: ସେହିଭଳି ଚେନ୍ନାଇ ସୁପରକିଙ୍ଗସ୍‌ର ପୂର୍ବତନ ଅଧିନାୟକ ଏମଏସ୍‌ ଧୋନିଙ୍କୁ ନିଜ ସାଥି ଖେଳାଳି ସୁରେଶ ରୈନାଙ୍କ ଏହି ରେକର୍ଡ ଭାଙ୍ଗିବାକୁ କେବଳ ୨୫ ରନ ଆବଶ୍ୟକ । ମୁମ୍ବାଇ ବିପକ୍ଷରେ ଧୋନି ଏପର୍ଯ୍ୟନ୍ତ ୩୭ ମ୍ୟାଚ୍‌ ଖେଳି ୩୭.୪୭ ହାରରେ ୭୧୨ ରନ କରିଛନ୍ତି । ଧୋନି ଯଦି ଆଜି ମ୍ୟାଚ୍‌ରେ ୨୫ ରନ କରୁଛନ୍ତି, ତେବେ ସେ ରୈନାଙ୍କ ଏହି ରେକର୍ଡ ଭାଙ୍ଗି ଆଗକୁ ଚାଲିଯିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.