ETV Bharat / sports

ରୋହିତଙ୍କ ନେତୃତ୍ବରେ T-20 ବିଶ୍ବକପ ଜିତିବ ଭାରତ: ଜୟ ଶାହ - ଟି ଟ୍ବେଣ୍ଟି ବିଶ୍ବକପ

T20 World Cup 2024: ରୋହିତ ଶର୍ମାଙ୍କ ନେତୃତ୍ବରେ ଟି ଟ୍ବେଣ୍ଟି ବିଶ୍ବକପ ଖେଳିବ ଟିମ ଇଣ୍ଡିଆ । ଘୋଷଣା କଲେ ବିସିସିଆଇ ସମ୍ପାଦକ ଜୟ ଶାହ । ଅଧିକ ପଢନ୍ତୁ

T20 World cup 2024
T20 World cup 2024
author img

By ETV Bharat Odisha Team

Published : Feb 15, 2024, 11:02 AM IST

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ନେତୃତ୍ବରେ ଆଗାମୀ ଟି ଟ୍ବେଣ୍ଟି ବିଶ୍ବକପ ଖେଳିବ ଟିମ ଇଣ୍ଡିଆ । ବିରାଟ କୋହଲି ମଧ୍ୟ ଟି 20 ବିଶ୍ବକପ ଖେଳିବେ । ଏନେଇ ଘୋଷଣା କରିଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହ । ଗୁଜୁରାଟର ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମର ନାମ କରଣ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏହି ଘୋଷଣା କରିଥିଲେ । ପୂର୍ବରୁ ଟି ଟ୍ବେଣ୍ଟି ବିଶ୍ବପକର ନେତୃତ୍ବ କିଏ ନେବ ସେନଇ ଅନିଶ୍ଚିତତା ରହିଥିଲା । ଯାହା ଏବେ କ୍ରିଡାପ୍ରେମୀଙ୍କୁ ସ୍ପଷ୍ଟ କରିଦେଇଛନ୍ତି ଜଯ ଶାହ ।

ଏହା ମଧ୍ୟ ପଢନ୍ତୁ-ରାଜକୋଟରେ ତୃତୀୟ ଟେଷ୍ଟ: ଟସ୍ ଜିତି ଟିମ୍ ଇଣ୍ଡିଆର ବ୍ୟାଟିଂ, ଧ୍ରୁବ୍ ଏବଂ ସର୍ଫରାଜଙ୍କ ପଦାର୍ପଣ ମ୍ୟାଚ୍

ଜୟ ଶାହ କହିଥିଲେ, 'ଅନେକ ଲୋକ ଚାହୁଁଥିଲେ ଯେ ମୁଁ ବିଶ୍ୱକପ ବିଷୟରେ କିଛି କହିବି। କିନ୍ତୁ ମୁଁ ବର୍ତ୍ତମାନ କହୁଛି । 2023 ବିଶ୍ବକପରେ ଲିଗ୍ ଠାରୁ ସେମିଫାଇନାଲ ଯାଏଁ ସମସ୍ତ 10ଟି ମ୍ୟାଚରେ ବିଜୟୀ ହୋଇଥିଲେ ମଧ୍ୟ ଅହମ୍ମଦାବାଦରେ ଷ୍ଟାଡିୟମରେ ଫାଇନାଲରେ ହାରିଯାଇଥିଲା ଭାରତ । ବିଶ୍ବକପ ସିନା ଜିତି ପାରିଲୁ ନାହିଁ, କିନ୍ତୁ ଆମେ ହୃଦୟ ଜିତିଲୁ । ମୁଁ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛି ଯେ, ଚଳିତ ବର୍ଷ ହେବାକୁ ଥିବା ଟି -20 ବିଶ୍ୱକପରେ ରୋହିତ ଶର୍ମାଙ୍କ ନେତୃତ୍ବରେ ଟିମ ଇଣ୍ଡିଆ ମଇଦାନକୁ ଓହ୍ଲାଇବ ଓ ଟାଇଟଲ ମଧ୍ୟ ହାତେଇବ । ''

ଏହା ମଧ୍ୟ ପଢନ୍ତୁ-ରବି ଶାସ୍ତ୍ରୀଙ୍କ ଭବିଷ୍ୟବାଣୀ, କହିଲେ ଟି-20 ବିଶ୍ବକପ ପାଇଁ ଭାରତ ପ୍ରଥମ ଦାବିଦାର

ସେ ଆହୁରି ମଧ୍ୟ କହିଥିଲେ, '' ODI ବିଶ୍ୱକପ୍ 2023 ରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତକୁ ଅଷ୍ଟ୍ରେଲିଆ ଫାଇନାଲରେ ପରାସ୍ତ କରିଥିଲା । ଏହାପୂର୍ବରୁ ଟି -20 ବିଶ୍ୱକପ 2022ରେ ରୋହିତଙ୍କ ଅଧିନାୟକତ୍ୱରେ ଖେଳୁଥିବା ଟିମ ଇଣ୍ଡିଆ 10 ଓ୍ବିକେଟରେ ଇଂଲଣ୍ଡ ଠାରୁ ପରାଜିତ ହୋଇ ସେମିଫାଇନାଲରୁ ବାଦ ପଡିଥିଲା। ଏହା ପରେ ରୋହିତ ଶର୍ମା ଏବଂ ବିରାଟ କୋହଲି ଟି -20 କ୍ରିକେଟ୍ ଖେଳି ନଥିଲେ ଏବଂ ହାର୍ଦ୍ଦିକଙ୍କୁ ଦଳର ଅଧିନାୟକ ଭାର ତୁଲାଇଥିଲେ । ଏହା ପରେ ସମସ୍ତେ ଭାବୁଥିଲେ ରୋହିତ ଏବଂ କୋହଲି ଆଉ ଟି -20 ଫର୍ମାଟରେ ଖେଳିବେ ନାହିଁ । କିନ୍ତୁ 2023 ବିଶ୍ୱକପ ପରେ ଜାନୁଆରୀରେ ଆଫଗାନିସ୍ତାନ ବିପକ୍ଷ ଟି -20 ସିରିଜ ଖେଳିଥିଲେ ଉଭୟ । ବର୍ତ୍ତମାନ ତାଙ୍କୁ ଟି -20 ବିଶ୍ୱକପରେ ଦେଖିବାକୁ ମିଳିବ, ରୋହିତ ଦଳର ଅଧିନାୟକ ରହିବେ । ''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.